ମହମ୍ମଦ ଶାହାବୁଦ୍ଦିନ

ମହମ୍ମଦ ଶାହାବୁଦ୍ଦିନ (ଜନ୍ମ ୧୦ ଡିସେମ୍ବର ୧୯୪୯), ମୂଳତଃ ଚୁପୁ ନାମରେ ଜଣାଶୁଣା, ବାଂଲାଦେଶର ୧୬ତମ ତଥା ବର୍ତ୍ତମାନର ରାଷ୍ଟ୍ରପତି । ସେ ମଧ୍ୟ ଜଣେ ଆଇନଜୀବୀ, ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ରାଜନେତା ଭାବେ ଜଣାଶୁଣା । ସେ ୨୦୨୩ ରାଷ୍ଟ୍ରପତି ନିର୍ବାଚନରେ ​​ଶାସକ ଆୱାମୀ ଲିଗ୍ ସମର୍ଥନରେ ମନୋନୀତ ହୋଇଥିଲେ । ତାଙ୍କ ଅଧ୍ୟକ୍ଷତା ପୂର୍ବରୁ ଶାହାବୁଦ୍ଦିନ ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ଜିଲ୍ଲା ତଥା ଦୌରା ବିଚାରପତି ଏବଂ ଦୁର୍ନୀତି ନିବାରଣ ଆୟୋଗର କମିଶନର ଭାବରେ କାର୍ଯ୍ୟ କରିଥିଲେ ।[]


ମହମ୍ମଦ ଶାହାବୁଦ୍ଦିନ
মোঃ সাহাবুদ্দিন
୨୦୨୩ରେ ମହମ୍ମଦ ଶାହାବୁଦ୍ଦିନ
16th ବଙ୍ଗଳାଦେଶର ରାଷ୍ଟ୍ରପତି
Assumed office
24 April 2023
ପ୍ରଧାନ ମନ୍ତ୍ରୀ
ପୂର୍ବ ଅଧିକାରୀମହମ୍ମଦ ଅବଦୁଲ ହମିଦ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1949-12-10) ୧୦ ଡିସେମ୍ବର ୧୯୪୯ (ବୟସ ୭୫)
Pabna, East Bengal, Pakistan
ଜାତୀୟତାBangladeshi
ରାଜନୀତିକ ଦଳBangladesh Awami League[]
ଜୀବନ ସାଥୀ
(m. ୧୯୭୨)
ସନ୍ତାନଅର୍ସାଦ ଅଦନାନ
ବାପା/ବୋଉ • ସର୍ଫୁଦିନ୍ ଅନସାରୀ (father)  • ଖଇଋନ୍ନିସା (mother)
ଘରବଙ୍ଗଭବନ, ଢାକା, ବଙ୍ଗଳାଦେଶ
ଶିକ୍ଷାନୁଷ୍ଠାନ
Military service
ଡାକ ନାମChuppu[]
ଆନୁଗତ୍ୟBangladesh ବଙ୍ଗଳାଦେଶ
Branch/service ମୁକ୍ତି ବାହିନୀ
ୟୁନିଟMujib Bahini
ଯୁଦ୍ଧବଙ୍ଗଳାଦେଶ ମୁକ୍ତି ସଂଗ୍ରାମ

ପ୍ରାଥମିକ ଏବଂ ଶିକ୍ଷାଗତ ଜୀବନ

ସମ୍ପାଦନା

ଶାହାବୁଦ୍ଦିନ ୧୦ ଡିସେମ୍ବର ୧୯୪୯ରେ ତତ୍କାଳୀନ ପୂର୍ବ ପାକିସ୍ତାନ (ବର୍ତ୍ତମାନ ବାଂଲାଦେଶ) ର ପାବନା ଜିଲ୍ଲାର ସଦର ଉପଜିଲା ଅନ୍ତର୍ଗତ ଶିବରାମପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତା ଥିଲେ ଶାରଫୁଦ୍ଦିନ ଅନସାରୀ ଏବଂ ଖଇଋନ୍ନିସା ।[]

ଶାହାବୁଦ୍ଦିନ ପାବନାର 'ପୁର୍ବତନ ଗାନ୍ଧୀ ବିଦ୍ୟାଳୟ'ରେ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ ଏବଂ ପରେ ଚତୁର୍ଥ ଶ୍ରେଣୀରେ 'ରାଧାନଗର ମଜୁମଦାର ଏକାଡେମୀ'ରେ ଭର୍ତ୍ତି ହୋଇଥିଲେ ଯେଉଁଠାରେ ସେ ୧୯୬୬ ମସିହାରେ SSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହା ପରେ ସେ ସରକାରୀ ଏଡୱାର୍ଡ ମହାବିଦ୍ୟାଳୟରୁ ମାଟ୍ରିକ ଏବଂ ସ୍ନାତକ ଯଥାକ୍ରମେ ୧୯୬୮ଏବଂ ୧୯୭୨ ମସିହାରେ ପାସ୍ କରିଥିଲେ । ଏହା ପରେ ସେ ୧୯୭୪ରେ ରାଜଶାହୀ ବିଶ୍ୱବିଦ୍ୟାଳୟରୁ ମନୋବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଏବଂ ପରେ ୧୯୭୫ରେ ଶାହିଦ ଅମିନୁଦ୍ଦିନ ଆଇନ ମହାବିଦ୍ୟାଳୟରୁ LL.B ଡିଗ୍ରୀ ହାସଲ କରିଥିଲେ ।[]

କର୍ମମୟ ଜୀବନ

ସମ୍ପାଦନା

ଶାହାବୁଦ୍ଦିନ ୧୯୬୦ ଦଶକ ତଥା ୧୯୭୦ ଦଶକ ପୂର୍ବରୁ ଆୱାମୀ ଲିଗର ଛାତ୍ର ନେତା ଥିଲେ। ସେ ଛାତ୍ର ଲିଗର ପାବନା ଏଡୱାର୍ଡ କଲେଜ ୟୁନିଟର ସାଧାରଣ ସମ୍ପାଦକ ତଥା ପାବନା ଜିଲ୍ଲା ଛାତ୍ର ଲିଗ୍ ଏବଂ ଯୁବ ଲିଗର ସଭାପତି ଥିଲେ । ସେ 'ସ୍ୱାଧୀନ ବଙ୍ଗଳା ଛାତ୍ର ସଂଗ୍ରାମ ପରିଷଦ'ର ପାବନା ଜିଲ୍ଲା ସଂଯୋଜକ ଥିଲେ । ସେ ସ୍ୱାଧୀନତା ସଂଗ୍ରାମୀ ଭାବରେ ବଙ୍ଗଳା ମୁକ୍ତି ଯୁଦ୍ଧରେ ଭାଗ ନେଇଥିଲେ । ସେ ଜିଲ୍ଲା ୟୁନିଟର ବାଂଲାଦେଶ କୃଷକ ଶ୍ରମିକ ଆୱାମୀ ଲିଗ୍ (BAKSAL) ର ଯୁଗ୍ମ ସଚିବ ତଥା ଆୱାମୀ ଲିଗ୍ ଜିଲ୍ଲା ୟୁନିଟର ପ୍ରଚାର ସଚିବ ଥିଲେ । ୧୯୭୫ ମସିହାରେ ଶେଖ ମୁଜିବୁର ରହମାନଙ୍କ ହତ୍ୟା ପରେ ତାଙ୍କୁ ତିନି ବର୍ଷ ପାଇଁ ଜେଲ ଯିବାକୁ ପଡିଥିଲା ।

୧୯୮୨ ମସିହାରେ, ଶାହାବୁଦ୍ଦିନ ବାଂଲାଦେଶ ସିଭିଲ ସର୍ଭିସ (BCS) ରେ ଜୁଡିସିଆଲ୍ କ୍ୟାଡରର ମୁନସିଫ୍‌ (ସହକାରୀ ବିଚାରପତି) ଭାବରେ ଯୋଗ ଦେଇଥିଲେ । ଶେଷରେ ତାଙ୍କୁ ବାଂଲାଦେଶ ଜୁଡିସିଆଲ୍ ସର୍ଭିସର ଜିଲ୍ଲା ସ୍ତରର ସର୍ବୋଚ୍ଚ ପଦବୀ ଜିଲ୍ଲା ତଥା ଦୌରା ଜଜ୍ ପଦରେ ଉନ୍ନୀତ କରାଯାଇଥିଲା । ୧୯୯୫ ଏବଂ ୧୯୯୬ରେ ସେ ଜୁଡିସିଆଲ୍ ସର୍ଭିସ ଆସୋସିଏସନର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିବାକୁ ମନୋନୀତ ହୋଇଥିଲେ ।

ଶାହାବୁଦ୍ଦିନଙ୍କୁ ଆଇନ, ନ୍ୟାୟ ଏବଂ ସଂସଦୀୟ ମନ୍ତ୍ରଣାଳୟ ଦ୍ୱାରା ଶେଖ ମୁଜିବୁର ରହମାନଙ୍କ ହତ୍ୟାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଂଯୋଜକ ଭାବରେ କାର୍ଯ୍ୟ କରିବାକୁ ନିଯୁକ୍ତ କରାଯାଇଥିଲା । ସେ ମଧ୍ୟ ୨୦୨୨ ନ୍ୟାସନାଲ କାଉନସିଲ୍ ଅଫ୍ ବାଂଲାଦେଶ ଆୱାମୀ ଲିଗରେ ନିର୍ବାଚନ କମିଶନର ଭାବରେ କାର୍ଯ୍ୟ କରିଥିଲେ ।

ସେ ୨୦୧୭ ମସିହାରୁ ଇସଲାମି ବ୍ୟାଙ୍କ ବାଂଲାଦେଶ ଲିମିଟେଡର ବୋର୍ଡ ଅଫ୍ ଡାଇରେକ୍ଟର ଭାବେ କାର୍ଯ୍ୟ କରି ଆସୁଥିଲେ । ତେବେ ଫେବୃଆରୀ ୨୦୨୩ ରେ, ଶାହାବୁଦ୍ଦିନ ବାଂଲାଦେଶର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ସେ ଏହି ପଦବୀରୁ ଇସ୍ତଫା ଦେଇଥିଲେ ।[]

ରାଷ୍ଟ୍ରପତି ନିର୍ବାଚନ

ସମ୍ପାଦନା

ଶାହାବୁଦ୍ଦିନଙ୍କୁ ଆୱାମୀ ଲିଗ୍ ସଂସଦୀୟ ଦଳ ବାଂଲାଦେଶର ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ମନୋନୀତ କରିଥିଲେ । ଫେବୃଆରୀ ୨୦୨୩ରେ ସେ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ ଆୟୋଗରେ ମୁଖ୍ୟ ନିର୍ବାଚନ କମିଶନର ତଥା ରାଷ୍ଟ୍ରପତି ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ ।[] ତାଙ୍କ ନାମାଙ୍କନକୁ ବିରୋଧୀ 'ଜାତୀୟ ଦଳ' ସ୍ୱାଗତ କରିଥିବାବେଳେ 'ବାଂଲାଦେଶ ନ୍ୟାସନାଲିଷ୍ଟ ଦଳ' ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅନ୍ୟ କୌଣସି ପ୍ରତିଦ୍ଵନ୍ଦୀ ନ ଥିବାରୁ ୧୩ ଫେବୃଆରୀ ୨୦୨୩ରେ, ସେ ସରକାରୀ ଭାବେ ଦେଶର ୨୨ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ । ନିର୍ବାଚନ ଫଳାଫଳକୁ ମୁଖ୍ୟ ନିର୍ବାଚନ କମିଶନର କାଜି ହବିବୁଲ ଆୱାଲ ଘୋଷଣା କରିଥିଲେ ।[]

ବ୍ୟକ୍ତିଗତ ଜୀବନ

ସମ୍ପାଦନା

ନଭେମ୍ବର ୧୯୭୨ରେ ଶାହାବୁଦ୍ଦିନ ବାଂଲାଦେଶ ସରକାରଙ୍କ ପୂର୍ବତନ ଯୁଗ୍ମ ସଚିବ ରେବିକା ସୁଲତାନାଙ୍କୁ ବିବାହ କରିଥିଲେ ।[] ସେ ବର୍ତ୍ତମାନ ପ୍ରାଇମାସିଆ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ତଥା ଫ୍ରେଣ୍ଡସ୍ ଫର ଶିଶୁ ସଂଗଠନର ପ୍ରତିଷ୍ଠାତା ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି । ସେମାନଙ୍କର ଏକ ପୁଅ ଅର୍ଶଦ ଅଦନାନ୍ ଅଛନ୍ତି, ଯିଏକି 'ପ୍ରିୟୋତମା'(୨୦୨୩) ଭଳି ସର୍ବାଧିକ ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ର ସମେତ ଅନେକ ବାଂଲାଦେଶୀ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।[୧୦]

ସମ୍ମାନ

ସମ୍ପାଦନା

ଶାହାବୁଦ୍ଦିନଙ୍କ ସମ୍ମାନାର୍ଥେ, ୨୦୨୦ ମସିହାରେ ପବନା ପୌରପାଳିକା ଦ୍ୱାରା ନିର୍ମିତ ଏକ ପାର୍କର ନାମକରଣ କରାଯାଇଛି "ବୀର ମୁକ୍ତିଯୋଦ୍ଧା ମହମ୍ମଦ ସାହାବୁଦ୍ଦିନ ଚୁପୁ ଆମ୍ୟୁଜମେଣ୍ଟ ପାର୍କ" ।[୧୧]

  1. "Md Shahabuddin set to become next President of Bangladesh". The Business Standard (in ଇଂରାଜୀ). 2023-02-12. Retrieved 2024-11-12.
  2. "Mohammad Shahabuddin poised to become the next president of Bangladesh". WION. 12 February 2023.
  3. "Shahabuddin Chuppu takes oath as Bangladesh's 22nd president". Al Jazeera English. 24 April 2023.
  4. Sun, Daily (2023-02). "Profile of Md Shahabuddin Chuppu". daily-sun (in ଇଂରାଜୀ). Retrieved 2024-11-12. {{cite web}}: Check date values in: |date= (help)
  5. "জীবনালেখ্য - রাষ্ট্রপতির কার্যালয়-বঙ্গভবন". web.archive.org. 2024-09-25. Archived from the original on 2024-09-25. Retrieved 2024-11-12.{{cite web}}: CS1 maint: bot: original URL status unknown (link)
  6. Report, Star Business (2023-02-13). "President-elect Shahabuddin resigns from Islami Bank's board". The Daily Star (in ଇଂରାଜୀ). Retrieved 2024-11-12. {{cite web}}: |first= has generic name (help)
  7. PTI (2023-02-12). "Shahabuddin Chuppu set to become next Bangladesh president". The Hindu (in Indian English). ISSN 0971-751X. Retrieved 2024-11-12.
  8. Correspondent, Staff (2023-02-13). "Mohammad Shahabuddin elected 22nd president of Bangladesh". Prothomalo (in ଇଂରାଜୀ). Retrieved 2024-11-12.
  9. https://www.facebook.com/rtvonline. "একনজরে রাষ্ট্রপতি প্রার্থী মোহাম্মদ সাহাবুদ্দিন". RTV Online (in Bengali). Retrieved 2024-11-12. {{cite web}}: |last= has generic name (help); External link in |last= (help)
  10. BSS (2023-04-24). "Md Sahabuddin to take oath as 22nd president of Bangladesh today". Prothomalo (in ଇଂରାଜୀ). Retrieved 2024-11-12.
  11. "How Shahabuddin Park became a centrepiece of Dhaka's park movement". The Business Standard (in ଇଂରାଜୀ). 2024-03-09. Retrieved 2024-11-12.