ମସ୍ତିଷ୍କ-ମେରୁଦଣ୍ଡ ତରଳ ପଦାର୍ଥ କ୍ଷରଣ
ମସ୍ତିଷ୍କ-ମେରୁଦଣ୍ଡ ତରଳ ପଦାର୍ଥ କ୍ଷରଣ ବା ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ ଲିକ୍ (Cerebrospinal fluid leak/ CSF ଲିକ୍, CSFL) କୁହାଯାଏ ଯେତେବେଳେ ମସ୍ତିଷ୍କ ଏବଂ ମେରୁଦଣ୍ଡକୁ ଘେରି ରହିଥିବା ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ (CSF) ଡୁରା ମ୍ୟାଟରର ଏକ ଛିଦ୍ରରୁ ବାହାରିଯାଏ ।[୧] [୨] ଆଘାତ ଯୋଗୁ ହୋଇଥିଲେ ଲକ୍ଷଣଗୁଡ଼ିକରେ ନାକ କିମ୍ବା କାନରୁ ସ୍ୱଚ୍ଛ ତରଳ ପଦାର୍ଥ ବାହାରେ ।[୨] ସ୍ୱତଃସ୍ଫୁର୍ତ୍ତ ଭାବରେ ଏହା ହୋଇଥିଲେ ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା ହୁଏ ଯାହା ଠିଆ ହେବା ସମୟରେ ଅଧିକ ହୁଏ ଓ ଏବଂ ଶୋଇବା ସମୟରେ କମ ହୋଇଯାଏ ।[୨] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ବେକ କଠିନତା, ବାନ୍ତି, କାନନାଦ ଏବଂ ଆଲୋକ ପ୍ରତି ସମ୍ବେଦନଶୀଳତା ହୋଇପାରେ ।[୧] [୨] ରୋଗ ଜଟିଳ ହେଲେ ମେନିଞ୍ଜାଇଟିସ୍ ହୋଇପାରେ ।[୨]
Cerebrospinal fluid leak | |
---|---|
Spontaneous intracranial hypotension | |
ବିଭାଗ | Neurology |
ଲକ୍ଷଣ | Clear fluid from the nose or ear, headache that is worse with standing, neck stiffness, nausea, ringing in the ear, sensitivity to light[୧][୨] |
କାରଣ | Injury (80%), medical interventions (16%), spontaneous (4%)[୨] |
ବିପଦ କାରକ | Connective tissue disorders[୧] |
ସଠିକ ରୋଗ ନିର୍ଣ୍ଣୟ | Idiopathic intracranial hypotension, posttraumatic headache[୨] |
ଚିକିତ୍ସା | Bed rest, epidural blood patch, fibrin glue injection, surgery[୨][୧] |
Prognosis | Generally good[୨] |
କାରଣଗୁଡ଼ିକ ମଧ୍ୟରେ ଆଘାତ (୮୦%), ଡାକ୍ତରୀ ହସ୍ତକ୍ଷେପ (୧୬%) ଏବଂ ସ୍ୱତଃପ୍ରବୃତ୍ତ (୪%) ହୋଇଥାଏ ।[୨] କମ୍ୱର ପଙ୍କଚର ଏବଂ ମେରୁଦଣ୍ଡ ଅସ୍ତ୍ରୋପଚାର ଭଳି ଚିକିତ୍ସା ଜନିତ ହସ୍ତକ୍ଷେପରେ ଯାହାଏହି ଅବସ୍ଥା ସୃଷ୍ଟି ହୋଇପାରେ ।[୨] ସଂଯୋଗକାରୀ ତନ୍ତୁ ରୋଗ ଥିଲେ ସ୍ୱତଃପ୍ରବୃତ୍ତ କ୍ଷରଣ ହୋଇଥାଏ ।[୧] ଅନ୍ତର୍ନିହିତ କାର୍ଯ୍ୟବିଧିରେ ସ୍ୱଳ୍ପ ଇଣ୍ଟାକ୍ରାନିଆଲ୍ ଚାପ କିମ୍ବା କମ୍ ସିଏସଏଫ ଥିଲେ ଏହା ହୋଇପାରେ ।[୧] ମସ୍ତିଷ୍କ କିମ୍ବା ମେରୁଦଣ୍ଡର ଚାରିପାଖରେ କ୍ଷରଣ ହୋଇପାରେ ।[୨] ଏକ ସିଟି ମାୟେଲୋଗ୍ରାମ କିମ୍ବା ଏମଆରଆଇ କଲେ ରୋଗ ନିର୍ଣ୍ଣୟ ନିଶ୍ଚିତ ହୋଇପାରେ ।[୧]
ଶଯ୍ୟା ବିଶ୍ରାମ ଏବଂ ପାଟିରେ ତରଳ ପଦାର୍ଥ ଦେଲେ କ୍ଷରଣ ଆପେ ଭଲ ହୋଇପାରେ ।[୨] ଅନ୍ୟାନ୍ୟ ଚିକିତ୍ସାରେ ଏପିଡୁରାଲ୍ ବ୍ଲଡ୍ ପ୍ୟାଚ୍ ଦ୍ୱାରା ମରାମତି, ଲିକ୍ ସ୍ଥାନରେ ବ୍ୟକ୍ତିର ନିଜ ରକ୍ତର ଇଞ୍ଜେକସନ, ଫିବ୍ରିନ ଗ୍ଲୁ (fibrin glue) ଇଞ୍ଜେକସନ କିମ୍ବା ଅସ୍ତ୍ରୋପଚାର କରାଯାଇପାରେ ।[୧] ପ୍ରାୟ ୯୮% ଲୋକ ଭଲ ହୋଇଯାଆନ୍ତି ।[୨] ଏକ ବାସିଲାର ଖପୁରୀ ଅସ୍ଥିଭଗ୍ନ ପରେ ପ୍ରାୟ ୨୦% ଲୋକଙ୍କର ଏହି କ୍ଷରଣ ହୁଏ ।[୨] ସ୍ୱତଃ କ୍ଷରଣ ଘଟଣା କମ ସାଧାରଣ ହୋଇଥାଏ ଯାହା ଏହା ବର୍ଷକୁ ପ୍ରାୟ ୨୦,୦୦୦ ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ ।[୧] ସ୍ୱତଃ କ୍ଷରଣ ମାମଲା ସାଧାରଣତଃ ୪୦ ଦଶକରେ ମହିଳାମାନଙ୍କଠାରେ ଦେଖାଯାଏ ।[୧] ଏହି ରୋଗ ଅବସ୍ଥା ପ୍ରଥମେ ୧୮୯୯ ମସିହାରେ ଅଗଷ୍ଟ ବାଇର୍ (August Bier) ଦ୍ୱାରା ବର୍ଣ୍ଣନା କରାଯାଇଥିଲା ।[୧] [୩] ପ୍ରଥମେ ୧୯୩୦ ଦଶକରେ ବିନା କାରଣର ସ୍ୱତଃସ୍ପୁର୍ତ୍ତ ମାମଲା ବର୍ଣ୍ଣନା କରାଯାଇଥିଲା ।[୧]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Jones, MR; Shlobin, NA; Dahdaleh, NS (June 2021). "Spontaneous Spinal Cerebrospinal Fluid Leak: Review and Management Algorithm". World neurosurgery. 150: 133–139. doi:10.1016/j.wneu.2021.03.115. PMID 33798778.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ Severson, Michael; Schaurich, Cristina G.; Strecker-McGraw, Margaret K. (2023). "Cerebrospinal Fluid Leak". StatPearls. StatPearls Publishing. Archived from the original on 17 January 2023. Retrieved 9 August 2023.
- ↑ Wulf, Hinnerk F. W. (1 August 1998). "The Centennial of Spinal Anesthesia". Anesthesiology. 89 (2): 500–506. doi:10.1097/00000542-199808000-00028.