ବାସିଲାର ଖପୁରୀ ଅସ୍ଥିଭଗ୍ନ

ବାସିଲାର ଖପୁରୀ ଅସ୍ଥିଭଗ୍ନ (ଇଂରାଜୀ ଭାଷାରେ basilar skull fracture) ଏକ ଅସ୍ଥି ଭଗ୍ନ ଯାହା ଖପୁରୀର ନିମ୍ନ ଭାଗ ବା ବେସ୍‌ରେ (base of the skull) ଦେଖାଯାଏ । [] ଏହିପରି ଭଗ୍ନ ହେଲେ କାନ ପଛ ପଟେ ଚର୍ମ ଭିତରେ ରକ୍ତଚିହ୍ନ ବା ବେଟଲ ଚିହ୍ନ (bruising behind the ears), ପେରିଅର୍ବିଟାଲ ଏକିମୋସିସ (bruising around the eyes) ଓ ହେମୋଟିମ୍ପାନିଅମ (blood behind the ear drum) ଦେଖାଯାଇପାରେ ।[] ପ୍ରାୟ ୨୦% ରୋଗୀଙ୍କର ସେରେବ୍ରୋସ୍ପାଇନାଲ ଫ୍ଲୁଇଡ (CSF) ଛିଦ୍ର ହୋଇ ରାଇନୋରିଆ (fluid leaking from the nose), ବା ଅଟୋରିଆ (ear) ହୁଏ ।[] ପ୍ରାୟ ୧୪% ରୋଗୀଙ୍କର ଜଟିଳ ମେନିଞ୍ଜାଇଟିସ୍ ହୁଏ ।[] ଆଉ ମଧ୍ୟ ଅଧିକ ଜଟିଳ ହେଲେ କ୍ରାନିଆଲ ସ୍ନାୟୁ ବା ରକ୍ତନଳୀ ଆଘାତ ପ୍ରାପ୍ତ ହୁଏ । []

ବାସିଲାର ଖପୁରୀ ଅସ୍ଥିଭଗ୍ନ (Basilar skull fracture)
ବାସାଲ ଖପୁରୀ ଅସ୍ଥିଭଗ୍ନ (Basal skull fracture), ସ୍କଲ ବେସ ଅସ୍ଥିଭଗ୍ନ (skull base fractures)[]
ଟେମ୍ପୋରାଲ ଅସ୍ଥିଭଗ୍ନ ଦେଖାଯାଉଛି ଏକ ସାଂଘାତିକ ମୁଣ୍ଡ ଆଘାତ ହୋଇଥିବା ରୋଗୀର ସିଟି ସ୍କାନରେ ।
ବିଭାଗଆଶୁ ଭେଷଜ ବିଜ୍ଞାନ (Emergency medicine), ସ୍ନାୟୁ ଶଲ୍ୟ ଚିକିତ୍ସା (neurosurgery)
ଲକ୍ଷଣବେଟଲ ସାଇନ (Bruising behind the ears), ପେରିଅର୍ବିଟାଲ ଏକିମୋସିସ (bruising around the eyes), ହେମୋଟିମ୍ପାନିଅମ (blood behind the ear drum)[]
କାରଣମେଜର ଆଘାତ (Trauma)[]
ରୋଗ ନିର୍ଣ୍ଣୟ ପଦ୍ଧତିସିଟି ସ୍କାନ (CT scan)[]
ଚିକିତ୍ସାଖପୁରୀ (skull) ଭିତର ଆଘାତର ଚିକିତ୍ସା ।[]
ପୁନଃପୌନିକ~ ସାଂଘାତିକ ମୁଣ୍ଡ ଆଘାତର (head injuries) ୧୨%[]

ଏହି ଲକ୍ଷଣ ପ୍ରକାଶ ନିମନ୍ତେ ଯଥେଷ୍ଟ ପରିମାଣର ଆଘାତ ଆବଶ୍ୟକ ହୁଏ ।[] ଟେମ୍ପୋରାଲ (temporal bone), ଅକସିପିଟାଲ (occipital bone), ସ୍ଫିନଏଡ (sphenoid bone), ଫ୍ରଣ୍ଟାଲ (frontal bone) ଓ ଏଥମଏଡ (ethmoid bone) ହାଡ଼ମାନଙ୍କ ମଧ୍ୟରୁ ଅତି କମ୍‌ରେ ଗୋଟିଏ ହାଡ଼ ଭାଙ୍ଗିଲେ ଏହି ଅବସ୍ଥା ସୃଷ୍ଟି ହୁଏ ।[] ଏହି ଭଙ୍ଗାମାନଙ୍କୁ ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ: ଆଣ୍ଟିରିଅର ଫୋସା (anterior fossa), ମିଡ୍ଲ ଫୋସା (middle fossa) ବା ପୋଷ୍ଟିରିଅର ଫୋସା (poterior fossa) ଭଙ୍ଗା । [] ମୁଖ ମଣ୍ଡଳ ଭଙ୍ଗା (Facial fractures) ମଧ୍ୟ ହୋଇପାରେ ।[] ସିଟି ସ୍କାନ (CT scan କରି ରୋଗ ନିର୍ଣ୍ଣୟ କରାଯାଏ ।[]

ଖପୁରୀ ଭତରେ ଥିବା ଆଘାତପ୍ରାପ୍ତ ଅଙ୍ଗ ଅନୁସାରେ ଚିକିତ୍ସା କରାଯାଏ ।[] ସିଏସଏଫ ଛିଦ୍ର ବନ୍ଦ କରିବା, ସ୍ନାୟୁ ଓ ରକ୍ତନଳୀ ଆଘାତ ନିମନ୍ତେ ଅପରେଶନ କରାଯାଇପାରେ ।[] ପ୍ରତିଷେଧକ ଆଣ୍ଟିବୟୋଟିକ (antibiotics) ବ୍ୟବ‌ହାର ସ୍ପଷ୍ଟ ନୁହେଁ ।[][] ସାଂଘାତିକ ମୁଣ୍ଡ ଆଘାତ (head injury) ହେଲେ ପ୍ରାୟ ୧୨% ରୋଗୀଙ୍କର ଏହି ଭଙ୍ଗା ଦେଖାଯାଏ । []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ Baugnon, KL; Hudgins, PA (August 2014). "Skull base fractures and their complications". Neuroimaging clinics of North America. 24 (3): 439–65, vii–viii. doi:10.1016/j.nic.2014.03.001. PMID 25086806.
  2. ୨.୦ ୨.୧ Nellis, JC; Kesser, BW; Park, SS (January 2014). "What is the efficacy of prophylactic antibiotics in basilar skull fractures?". The Laryngoscope. 124 (1): 8–9. doi:10.1002/lary.23934. PMID 24122671.
  3. Ratilal, Bernardo O; Costa, João; Pappamikail, Lia; Sampaio, Cristina; Ratilal, Bernardo O (2015). "Antibiotic prophylaxis for preventing meningitis in patients with basilar skull fractures". The Cochrane Database of Systematic Reviews. 4: CD004884. doi:10.1002/14651858.CD004884.pub4. PMID 25918919.
ଶ୍ରେଣୀବିଭାଗ
ବାହାର ଉତ୍ସ