ମନ୍ମଥ କୁମାର ଶତପଥୀ
ମନ୍ମଥ କୁମାର ଶତପଥୀ, (ଜନ୍ମ: ୪ ଜୁନ ୧୯୪୪) ଜଣେ ଓଡ଼ିଆ ନାଟ୍ୟକାର, ପ୍ରାବନ୍ଧିକ ଓ ନାଟ୍ୟ ନିର୍ଦ୍ଦେଶକ । ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଆଦି ବିଭିନ୍ନ ପୁରସ୍କାରରେ ସମ୍ମାନୀତ । ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୧] ବର୍ତ୍ତମାନ ସେ ଇନ୍ଫୋସିସ ଫାଉଣ୍ଡେସନ ଆନୁକୁଲ୍ୟରେ ଲୁପ୍ତପ୍ରାୟ ଲୋକକଳାର ଉଦ୍ଧାର ଦିଗରେ କାର୍ଯ୍ୟରତ ।[୨] ୨୦୨୧ ମଇ ମସିହାରେ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଉପସଭାପତି ଭାବରେ ଓଡ଼ିଶା ସରକାର ନିଯୁକ୍ତ କରିଥିଲେ ।[୩]
ମନ୍ମଥ କୁମାର ଶତପଥୀ | |
---|---|
ଜନ୍ମ | ବାସୁଦେବପୁର, ଭଞ୍ଜନଗର, ଗଞ୍ଜାମ | ୪ ଜୁନ ୧୯୪୪
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ |
ପିତାମାତା(s) | ଶ୍ରୀଧର ଶତପଥୀ, ଶକୁନ୍ତଳା ଦେବୀ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର |
ପ୍ରାରମ୍ଭିକ ଜୀବନ
ସମ୍ପାଦନାମନ୍ମଥ, ୧୯୪୪ ମସିହାରେ ଭଞ୍ଜନଗର ଅନ୍ତର୍ଗତ ବାସୁଦେବପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୪] ତାଙ୍କ ପିତା ଶ୍ରୀଧର ଶତପଥୀ ଜଣେ ଜ୍ୟୋର୍ତିବିଦ ଓ କର୍ମକାଣ୍ଡବିଦ ଥିଲେ । ମାତାଙ୍କ ନାମ ଥିଲା ଶକୁନ୍ତଳା ଦେବୀ ।[୫] ୪ ଭାଇ ଓ ୨ ଭଉଣୀଙ୍କ ମଧ୍ୟରେ ମନ୍ମଥ ଜ୍ୟେଷ୍ଠ । ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରୁ ସେ ଏକାଦଶ ଶ୍ରେଣୀ ପାସ କରିଥିଲେ । ପିଲାଦିନୁ ସେ ସାହିତ୍ୟାନୁରାଗୀ ଥିଲେ ।
ବୃତ୍ତିଗତ ଜୀବନ
ସମ୍ପାଦନାଏକାଦଶ ଶ୍ରେଣୀ ପାସ କରିବା ପରେ, ୧୯୬୨ ମସିହାରୁ ସେ ରାଜସ୍ୱ ବିଭାଗରେ କିରାଣୀ ପଦରୁ ନିଜ ଚାକିରୀ ଜୀବନ ଆରମ୍ଭ କରିଥିଲେ । ଦରମା ବାବଦକୁ ତାଙ୍କୁ ମୂଳ ୮୦ଟଙ୍କା ଓ ମହଙ୍ଗା ଭତ୍ତା ୧୦ ଟଙ୍କା ମିଳୁଥିଲା । ଚାକିରୀ ସହିତ ବେସରକାରୀ ଭାବରେ ସେ ସ୍ନାତକ ପାଠ୍ୟକ୍ରମ ଓ ଆକାଉଣ୍ଟ ପରୀକ୍ଷା ଦେଇ ପାସ କରିଥିଲେ । ଏହାପରେ ସେ ଅଡ଼ିଟର ଭାବରେ କାର୍ଯ୍ୟ କରିଥିଲେ । ୨୦୦୨ ମସିହାରେ ସେ ଅର୍ଥ ବିଭାଗର ଅଧିକାରୀ ଭାବରେ ଅବସର ଗ୍ରହଣ କରିଥିଲେ ।
ଚାକିରୀ କରୁଥିବା ସମୟରୁ ସେ ନାଟକ ଲେଖିବାରେ ମନୋନିବେଶ କରିଥିଲେ । ତାଙ୍କ ରଚିତ ୩୦ଟି ନାଟକ ମଧ୍ୟରୁ ୨୨ଟି ନାଟକ ପ୍ରକାଶିତ ହୋଇସାରିଛି । ସେ ଅନେକ ନାଟକରେ ଅଭିନୟ ଓ ନିର୍ଦ୍ଦେଶନା ମଧ୍ୟ କରିଛନ୍ତି । ତାଙ୍କଦ୍ୱାରା ରଚିତ ୨୦୦ରୁ ଅଧିକ ପ୍ରବନ୍ଧ ବିଭିନ୍ନ ଖବରକାଗଜ ଓ ପତ୍ରିକାରେ ପ୍ରକାଶିତ ହୋଇଛି ।
ରଚନାବଳୀ
ସମ୍ପାଦନାସମ୍ମାନ ଓ ପୁରସ୍କାର
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୦ ( 'ମୁଁ ଚକରା କହୁଛି' ନାଟକ ପାଇଁ)
- ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର
- ଜାତୀୟ ନାଟକ ସମ୍ମାନ ( 'ବୁଭୁକ୍ଷିତଃ କିଂ ନା କରୋତି ପାପମ' ପାଇଁ )
- ସଙ୍ଗୀତ ନାଟକ ଏକାଡ଼େମୀ ସିନିୟର ଫେଲୋସିପ[୮]
- ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୨୦୨୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ) [୯]
ଆଧାର
ସମ୍ପାଦନା- ↑ "Mask dance seeks patronage". www.telegraphindia.com. The Telegraph. Archived from the original on 30 March 2021. Retrieved 30 March 2021.
- ↑ "Bid to preserve 'Lankapodi Jatra'". www.thehindu.com. the hindu. Archived from the original on 30 March 2021. Retrieved 30 March 2021.
{{cite web}}
:|archive-date=
/|archive-url=
timestamp mismatch; 11 ଅକ୍ଟୋବର 2015 suggested (help) - ↑ "ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଭାପତି ହୃଷୀକେଶ ମଲ୍ଲିକ". www.nandighoshatv.com. nandighosha tv. Archived from the original on 21 May 2021. Retrieved 21 May 2021.
- ↑ Orissa Reference: Glimpses of Orissa. TechnoCAD Systems. 2001.
- ↑ "ବ୍ୟକ୍ତିତ୍ୱ". No. ଧରିତ୍ରୀ ଛୁଟିଦିନ ମେ ୧-୭, ୨୦୨୨ ପୃଷ୍ଠା ୬. ଧରିତ୍ରୀ. 1 May 2022. Retrieved 2 May 2022.
- ↑ Orissa (India). (1966). Orissa District Gazetteers: Baleshwar. Superintendent, Orissa Government Press.
- ↑ Sahitya Akademi (2005). Annual Report. The Akademi.
- ↑ "ଫୁରସତ". www.dharitri.com. ଧରିତ୍ରୀ. Archived from the original on 30 March 2021. Retrieved 30 March 2021.
- ↑ "ଜଷ୍ଟିସ ଦୀପକ ମିଶ୍ର ପାଇବେ 'ଉତ୍କଳ ରତ୍ନ' ସମ୍ମାନ". ସମ୍ବାଦ. Archived from the original on 17 July 2023. Retrieved 17 July 2023.