ମନୋରଞ୍ଜନ ସେଠୀ

ଓଡ଼ିଆ ରାଜନୀତିଜ୍ଞ

ମନୋରଞ୍ଜନ ସେଠୀ (ଜନ୍ମ: ୨ ଅପ୍ରେଲ ୧୯୬୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଡ଼ସାହି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ମନୋରଞ୍ଜନ ସେଠୀ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପର ଅଧିକାରୀଗଣେଶ୍ୱର ପାତ୍ର
ନିର୍ବାଚନ ମଣ୍ଡଳୀବଡ଼ସାହି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1967-04-02) ୨ ଅପ୍ରେଲ ୧୯୬୭ (ବୟସ ୫୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀମୀନତି ସେଠୀ
ବାପା/ବୋଉକୃଷ୍ଣ ଚନ୍ଦ୍ର ସେଠୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ମନୋରଞ୍ଜନ ସେଠୀ ୧୯୬୭ ମସିହାର ଅପ୍ରେଲ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୃଷ୍ଣ ଚନ୍ଦ୍ର ସେଠୀ ଓ ପତ୍ନୀଙ୍କ ନାମ ମୀନତି ସେଠୀ।[୧]

ରାଜନୈତିକ ଜୀବନ ସମ୍ପାଦନା

ମନୋରଞ୍ଜନ ସେଠୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Manoranjan Sethi". odishaassembly.nic.in. Odisha Assembly. Retrieved 4 July 2022.