ମଧୁସ୍ମିତା ମହାନ୍ତି

ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ

ମଧୁସ୍ମିତା ମହାନ୍ତି, (ଜନ୍ମ: ୧୫ ଜୁଲାଇ ୧୯୭୩) ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ । ମଧୁସ୍ମିତା ଏକଳ ଓ ତାଙ୍କ ସ୍ୱାମୀ ରମେଶ ଚନ୍ଦ୍ର ଜେନାଙ୍କ ସହ ଯୁଗଳ ନୃତ୍ୟ ପାଇଁ ପରିଚିତ ।[୧] ଓଡ଼ିଶୀ ନୃତ୍ୟରେ ପାରଦର୍ଶିତା ପାଇଁ ତାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ଯୁବ ପୁରସ୍କାର, ମାହାରୀ ସମ୍ମାନ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସିନିୟର ଫେଲୋସିପ ଆଦି ପ୍ରାପ୍ତ ହୋଇଛି ।

ମଧୁସ୍ମିତା ମହାନ୍ତି
ଜନ୍ମ
ମଧୁସ୍ମିତା ମହାନ୍ତି

(1973-07-15) ୧୫ ଜୁଲାଇ ୧୯୭୩ (ବୟସ ୫୦)
ଜାତୀୟତାଭାରତୀୟ
ବୃତ୍ତିନୃତ୍ୟାଙ୍ଗନା ଓ ଗୁରୁ
ଓଡ଼ିଶା ଡାନ୍ସ ଏକାଡ଼େମୀ
ପୁରସ୍କାରକେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ଯୁବ ପୁରସ୍କାର, ମାହାରୀ ସମ୍ମାନ

ବ୍ୟକ୍ତିଗତ ଜୀବନ ଓ ଶିକ୍ଷା ସମ୍ପାଦନା

ମଧୁସ୍ମିତା ୧୯୭୩ ମସିହା ଜୁଲାଇ ୧୫ ତାରିଖରେ ଭୁବନେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ବଂଶୀବାଦକ । ସେ ୭ ବର୍ଷ ବୟସରୁ ଓଡ଼ିଶୀ ନୃତ୍ୟଶିକ୍ଷା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ନୃତ୍ୟଗୁରୁ ଥିଲେ ତମାଳ ପାତ୍ର । ୧୯୮୪ ମସିହାରେ ସେ ଓଡ଼ିଶା ଡାନ୍ସ ଏକାଡ଼େମୀରେ ଯୋଗ ଦେଇଥିଲେ । ସେଠାରେ ସେ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ, ଅରୁଣା ମହାନ୍ତିଗଙ୍ଗାଧର ପ୍ରଧାନଙ୍କଠାରୁ ନୃତ୍ୟ ଶିକ୍ଷାଲାଭ କରିଥିଲେ । ସେ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳରୁ ଓଡ଼ିଶୀରେ ଅଳଙ୍କାର ପୂର୍ଣ୍ଣ ଶିକ୍ଷା ସମାପ୍ତ କରିଛନ୍ତି । ଓଡ଼ିଶା ଡାନ୍ସ ଏକାଡ଼େମୀରେ ତାଙ୍କ ସ୍ୱାମୀ ରମେଶ ଚନ୍ଦ୍ର ଜେନା ମଧ୍ୟ ନୃତ୍ୟ ଶିକ୍ଷା କରୁଥିଲେ । ୧୯୯୮ ମସିହା କୋଣାର୍କ ନୃତ୍ୟ ଉତ୍ସବରେ ରମେଶ ଓ ମଧୁସ୍ମିତାଙ୍କୁ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ନୃତ୍ୟ ନିର୍ଦ୍ଦେଶନା ହରଗୌରାଷ୍ଟକରେ ପ୍ରଥମ ଥର ଏକାଠି ନାଚିବାକୁ ସୁଯୋଗ ମିଳିଥିଲା । ଯୁଗଳ ନୃତ୍ୟରୁ ସେମାନଙ୍କର ବନ୍ଧୁତ୍ୱ, ୨୦୦୨ ମସିହାରେ ବିବାହରେ ପରିଣତ ହୋଇଥିଲା । ତାଙ୍କ କନ୍ୟା ତନିଶା ତନୁଶ୍ରୀ ମଧ୍ୟ ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା ।[୨]

ନର୍ତ୍ତକୀ ଜୀବନ ସମ୍ପାଦନା

ମଧୁସ୍ମିତା ଓଡ଼ିଶା ଡାନ୍ସ ଏକାଡ଼େମୀ ଏକଳ ନୃତ୍ୟର ପ୍ରମୁଖ ନର୍ତ୍ତକୀ ଓ ସେହି ଅନୁଷ୍ଠାନର ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ । ସେ ଜର୍ମାନୀ, ଇଟାଲୀ, କ୍ରୋଏସିଆ ଓ ଇଂଲଣ୍ଡ ଆଦି ଦେଶରେ ନୃତ୍ୟ ପରିବେଷଣ କରିଛନ୍ତି । କୋଣାର୍କ ନୃତ୍ୟ ଉତ୍ସବ, ପଲ୍ଲବୋତ୍ସବ, ପୋଲାଚୀ ଉତ୍ସବ, କାଳିଦାସ ସମାରୋହ, ପୁରୀ ବେଳାଭୂମି ଉତ୍ସବ ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀଦ୍ୱାରା ଆୟୋଜିତ ସ୍ୱର୍ଣ୍ଣ ନୃତ୍ୟ ସମାରୋହ, ସ୍ୱର୍ଣ୍ଣ ନୃତ୍ୟ ପ୍ରତିଭା ଆଦି କାର୍ଯ୍ୟକ୍ରମରେ ଓଡ଼ିଶା ଡାନ୍ସ ଏକାଡ଼େମୀର ମୁଖ୍ୟ ନର୍ତ୍ତକୀ ଭାବରେ ଓଡ଼ିଶୀ ପରିବେଷଣ କରିଛନ୍ତି ।

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ ସମ୍ମାନ[୩]
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ସିନିୟର ବୃତି
  • ଶୃଙ୍ଗାରମଣି ଉପାଧୀ - ୧୯୯୪ (ସୁର ଶୃଙ୍ଗାର ସଂସଦ)
  • ଦେବ ପ୍ରସାଦ ଦାସ ବୃତି[୪]
  • ନାଲକୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ
  • କେନ୍ଦ୍ର ସଙ୍ଗୀତ ଏକାଡ଼େମୀ ଉସ୍ତାଦ ବିସମିହ୍ଲା ଖାନ ଯୁବ ପୁରସ୍କାର - ୨୦୦୭
  • ମାହାରୀ ସମ୍ମାନ - ୨୦୧୪[୫]

ଆଧାର ସମ୍ପାଦନା

  1. "Odissi in focus". www.thehindu.com. The Hindu. Archived from the original on 8 March 2021. Retrieved 8 March 2021.
  2. "Together in Odissi, and life". www.newindianexpress.com. The Indian Express. Archived from the original on 8 March 2021. Retrieved 8 March 2021.
  3. "Madhusmita Mohanty". www.sangeetnatak.gov.in. କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ. Archived from the original on 8 March 2021. Retrieved 8 March 2021.
  4. "International Odissi Festival 2006:Madhusmita Mohanty peforms Bara badhu". www.pad.ma. pad.ma. Archived from the original on 8 March 2021. Retrieved 8 March 2021. {{cite web}}: |archive-date= / |archive-url= timestamp mismatch; 1 ଅକ୍ଟୋବର 2020 suggested (help)
  5. "Mahari Award Announced". newindianexpress.com. Retrieved 4 March 2021.