ମଧୁସୂଦନ ପାଣିଗ୍ରାହୀ

ଓଡ଼ିଆ ରାଜନୀତିଜ୍ଞ

ମଧୁସୂଦନ ପାଣିଗ୍ରାହୀ (ଜନ୍ମ: ୧ ଜାନୁଆରୀ ୧୯୪୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ମଧୁସୂଦନ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାସୁଦେବପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ମଧୁସୂଦନ ପାଣିଗ୍ରାହୀ
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀଜଗବନ୍ଧୁ ଦାସ
ପର ଅଧିକାରୀବିଜୟଶ୍ରୀ ରାଉତରାୟ
ନିର୍ବାଚନ ମଣ୍ଡଳୀବାସୁଦେବପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1948-01-01) ୧ ଜାନୁଆରୀ ୧୯୪୮ (ବୟସ ୭୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜନତା ପାର୍ଟି
ଜୀବନ ସାଥୀବିଷ୍ଣୁପ୍ରିୟା ପାଣିଗ୍ରାହୀ
ବାପା/ବୋଉଉପେନ୍ଦ୍ର ପ୍ରସାଦ ପାଣିଗ୍ରାହୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ମଧୁସୂଦନ ପାଣିଗ୍ରାହୀ ୧୯୪୮ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ଉପେନ୍ଦ୍ର ପ୍ରସାଦ ପାଣିଗ୍ରାହୀ ଏବଂ ପତ୍ନୀଙ୍କ ନାମ ବିଷ୍ଣୁପ୍ରିୟା ପାଣିଗ୍ରାହୀ ।[୧] ମଧୁସୂଦନଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ ସମ୍ପାଦନା

ମଧୁସୂଦନ ପାଣିଗ୍ରାହୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଏବଂ ବିଜେପିର କର୍ମକର୍ତ୍ତା ଭାବରେ ଏବେ ସକ୍ରିୟ ଅଛନ୍ତି ।[୨][୩] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ମଧୁସୂଦନ ପାଣିଗ୍ରାହୀ ଭାରତୀୟ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ବାସୁଦେବପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୫,୧୫୩ ଖଣ୍ଡ ଭୋଟ ପାଇ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇ।[୪] ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଜନତା ପାର୍ଟିର ପ୍ରାର୍ଥୀ ବିଜୟଶ୍ରୀ ରାଉତରାୟଙ୍କୁ ୧୭୫ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୪] ଏହି ବିଧାନ ସଭାରେ ସେ ୧୯୮୫ ମସିହାରୁ ୧୯୯୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Shri Madhusudan Panigrahi". odishaassembly.nic.in. Odisha Assembly. Retrieved 14 January 2020.
  2. "ବିଜେପିରେ ଅର୍ଜୁନ, ଅଭିମନ୍ୟୁଙ୍କ ସହ ମୋହନ, ମଧୁସୂଦନ". Odisha News Lens. 30 March 2019. Retrieved 15 January 2020.
  3. "ବିଜେପିରେ ସାମିଲ ହେଲେ ଭଦ୍ରକର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ଚରଣ ସେଠୀ ଏବଂ ଯାଜପୁର ପୂର୍ବତନ ସାଂସଦ ଶ୍ରୀ ମୋହନ ଜେନା". ଓଡ଼ିଆ ପୁଅ. 30 March 2019. Archived from the original on 2 April 2019. Retrieved 15 January 2020.
  4. ୪.୦ ୪.୧ "Orissa 1985". Election Commission of India (in Indian English). Retrieved 2019-06-27.