ମଧୁସୂଦନ ପତି

ଓଡ଼ିଆ ସାହିତ୍ୟିକ, ଇଂରାଜୀ ଅଧ୍ୟାପକ

ମଧୁସୂଦନ ପତି ଜଣେ ଇଂରାଜୀ ଅଧ୍ୟାପକ,[୧] ଓଡ଼ିଆ ସାହିତ୍ୟିକ[୨] ଓ ଅନୁବାଦକ । ସେ ୨୦୧୫ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପ୍ରଦତ୍ତ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନୀତ ହୋଇଥିଲେ ।[୩]

ମଧୁସୂଦନ ପତି
ଜନ୍ମ (1941-06-10) ୧୦ ଜୁନ ୧୯୪୧ (ବୟସ ୮୨)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ବୃତ୍ତିଅଧ୍ୟାପକ
ପୁରସ୍କାରଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର, ୨୦୧୫

ଜୀବନୀ ସମ୍ପାଦନା

ମଧୁସୂଦନ ପତି ୧୦ ଜୁନ ୧୯୪୧ରେ ଜନ୍ମ ଗ୍ରହଣ କରିଥିଲେ । ୧୯୫୬ ମସିହାରେ ସେ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀ ଲାଭ କରିଥିଲେ । ୧୯୬୧ ମସିହାରେ ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ୧୯୬୩ ମସିହାରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ଉଭୟ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ପରେ ସେ ପିଏଚଡ଼ି ମଧ୍ୟ ହାସଲ କରିଥିଲେ । ତାଙ୍କର ପିଏଚଡ଼ିର ସନ୍ଦର୍ଭ ଥିଲା Indian Classical Drama in the Light of Western Dramatic Criticism । ୧୯୬୭ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଇଂରାଜୀ ପ୍ରାଧ୍ୟାପକ ଭାବରେ ନିଜ ଚାକିରି ଜୀବନ ଆରମ୍ଭ କରି ୨୦୦୧ ମସିହାରେ ସେହି ଅନୁଷ୍ଠାନର ଇଂରାଜୀ ବିଭାଗର ମୁଖ୍ୟ ଭାବରେ ଅବସର ଗ୍ରହଣ କରିଥିଲେ ।

ସାହିତ୍ୟ କୃତ୍ତି ସମ୍ପାଦନା

  • ଗଙ୍ଗାଧର ମେହେରଙ୍କ 'ତପସ୍ୱିନୀ' ଓ 'ପ୍ରଣୟ ବଲ୍ଲରୀ'ର ଇଂରାଜୀ ଅନୁବାଦ
  • 'ଆଲଫ୍ରେଡ଼ ଲଡ଼ ଟେନିସନ'ଙ୍କ ଇନ ମେମୋରିଅମ'ର ଓଡ଼ିଆ ଅନୁବାଦ[୪]
  • ଅନୁଶୀଳନ - ୧୯୭୯
  • ଅଗ୍ରଦୂତ - ୧୯୭୯
  • ଭକ୍ତକବି ମଧୁସୂଦନ ରାଓ, ବ୍ୟକ୍ତିତ୍ୱ ଓ କବିତ୍ୱ -୧୯୮୫
  • ଆଧୁନିକ ଓଡ଼ିଆ କବିତାର ଶୈଳୀ ଓ ତାତ୍ତ୍ୱିକ ସମାଲୋଚନା - ୧୯୯୫
  • Gourishankar Ray (Oriya writer),Sahitya Akademy,Delhi - ୧୯୯୪
  • Kalindi Charan Panigrahi (Oriya writer) Sahitya Akademy - ୨୦୦୧
  • Sanskrit Drama: Essays in Revaluation, Amar Prakashan,Delhi - ୧୯୯୧
  • Hari Narayana Apte, Sahitya Akademy - ୧୯୯୦
  • West Orissa: A Study in Ethos, ସମ୍ବଲପୁର ବିଶ୍ୱବିଦ୍ୟାଳୟ - ୧୯୯୨
  • Arpana, Divine Life Society - ୨୦୦୫
  • ଗଙ୍ଗାଧର କବିମାନସ ଓ କାବ୍ୟଶିଳ୍ପ, ଗ୍ରନ୍ଥମନ୍ଦିର - ୨୦୧୧
  • ପୁନର୍ନବ, କାବ୍ୟଲୋକ - ୨୦୧୬
  • ଚେତନାର ସ୍ୱରାଜ, ମୟୁର ପ୍ରକାଶନ - ୧୯୯୬
  • ଦର୍ଶନ ଓ ନିବେଦନା, ମିତା ବୁକ୍ସ - ୨୦୦୬
  • ଏରକାର ଗୋଧୁଳିରେ - ୧୯୯୬
  • ଫଟର ଆକାଶ, ଗ୍ରନ୍ଥ ମନ୍ଦିର - ୧୯୯୫
  • ଦି ହିଷ୍ଟୋରିକାଲ୍ ନୋବେଲ୍ ଇନ୍ ଓଡ଼ିଆ
  • ଦି ରାମାୟଣ ଅଫ୍ ବାଲ୍ମିକୀ ଏ ରିଡିଙ୍ଗ
  • ଭାଗବତ ଗୀତା: ଏ ଲିଟରାରି ଏଲୁସିଡେସନ୍[୫]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ - ୨୦୧୫[୬]
  • ଝଙ୍କାର ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି) - ୧୯୯୫
  • ନନ୍ଦକିଶୋର ଫାଉଣ୍ଡେସନ ପୁରସ୍କାର
  • ଓଡ଼ିଶା ଗବେଷଣା ପରିଷଦ ପୁରସ୍କାର

ଆଧାର ସମ୍ପାଦନା

  1. "Welcome to Muse India". Archived from the original on 5 March 2016. Retrieved 9 January 2016.
  2. D. S. Rao (1 January 2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 33–. ISBN 978-81-260-2060-7.
  3. ପ୍ରମେୟ ୧୧/୦୯/୨୦୧୫ ପୃଷ୍ଠା ୧. 11 September 2015 http://epaper.prameyanews.com/40870-5712853-1-article.html. Retrieved 11 September 2015. {{cite news}}: Missing or empty |title= (help)[permanent dead link]
  4. "Akademi picks Pati for award". The Telegraph. Retrieved 9 January 2016.
  5. "ଡ଼ ମଧୁସୂଦନ ପତିଙ୍କୁ 'ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର'". ସମ୍ବାଦ ୧୧/୦୯/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. 11 September 2015. Retrieved 11 September 2015.[permanent dead link]
  6. http://www.mbctv.co.in/index.php/welcome/89-slideshow/6449-sahitya-academy-to-confer-literary-awards-in-odisha