ମଧୁରିମା ତୁଲୀ (ଜନ୍ମ: ୧୯ ଅଗଷ୍ଟ ୧୯୮୮) ଜଣେ ଭାରତୀୟ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ହିନ୍ଦୀ କଥାଚିତ୍ର ସ‌ହିତ ଦକ୍ଷିଣ ଭାରତୀୟ କଥାଚିତ୍ର ଏବଂ ହିନ୍ଦୀ ଦୂରଦର୍ଶନରେ ଅଭିନୟ କରିଛନ୍ତି ।[୧][୨]

ମଧୁରିମା ତୁଲୀ
मधुरिमा तुली
୨୦୧୩ର 3D ଚଳଚ୍ଚିତ୍ର ୱାର୍ଣ୍ଣିଙ୍ଗ୍‌ର ଟ୍ରେଲର ଲଞ୍ଜ ବେଳେ ମଧୁରିମା
Born (1988-08-19) ୧୯ ଅଗଷ୍ଟ ୧୯୮୮ (ବୟସ ୩୫)
Nationalityଭାରତୀୟ
Occupation(s)ଅଭିନେତ୍ରୀ, ମଡେଲ
Years active୨୦୦୪–ଏବେଯାଏଁ
Known forକୁମକୁମ୍ ଭାଗ୍ୟ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ମଧୁରିମା ଝାଡ଼ଖଣ୍ଡର ଧାନବାଦଠାରେ ୧୯ ଅଗଷ୍ଟ ୧୯୮୮ରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପା ଟାଟା ଷ୍ଟିଲରେ କାର୍ଯ୍ୟ କରୁଥିଲ ଏବଂ ତାଙ୍କ ମାଆ ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ତାଙ୍କର ଜଣେ ସାନ ଭାଇ ମଧ୍ୟ ଅଛି ।[୪]

ଅଭିନୟ ଜୀବନ ସମ୍ପାଦନା

ମଧୁରିମା ୨୦୦୪ ମସିହାରେ ଏକ ତେଲୁଗୁ କଥାଚିତ୍ର ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ସେ ଅଭିନେତା ସାଇ କ୍ରିଷ୍ଣାଙ୍କ ସ‌ହ ସତ୍ତା ଚଳଚ୍ଚିତ୍ର ଜରିଆରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୫] ଏହାପରେ ସେ ମୁମ୍ବାଇ ଯାଇଥିଲେ ଏବଂ ସେଠାରେ କିଶୋର ନମିତ କପୁର ଆକ୍ଟିଂ ସ୍କୁଲରେ ଅଭିନୟ ଶିକ୍ଷା କରିବା ସ‌ହ ଜଣେ ମଡେଲ ଭାବରେ ବିଭିନ୍ନ ବିଜ୍ଞାପନରେ କାର୍ଯ୍ୟ କରିଥିଲେ । ୨୦୦୭ ମସିହାରେ ସେ ଷ୍ଟାର ପ୍ଲସ୍‌ରେ ଏକ ଧାରାବାହିକରେ ଏକ କ୍ଷୁଦ୍ର ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିଲେ ।

୨୦୦୮ରେ ସେ ଅନ୍ୟ ଏକ ତେଲୁଗୁ ଚଳଚ୍ଚିତ୍ର ହୋମମ୍‌ରେ ଏକ ସ‌ହକାରୀ ଭୂମିକାରେ ଅଭିନୟ କରିଥିଲେ ।[୬][୭][୮] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଜେ ଡି ଚକ୍ରବର୍ତ୍ତୀ[୯] ଏବଂ ଏହା ୨୦୦୬ର ଇଂରାଜୀ ଚଳଚ୍ଚିତ୍ର ଦ ଡିପାର୍ଟେଡ୍‌ର କାହାଣୀ ସ‌ହ ପ୍ରାୟତଃ ସମାନ ଥିଲା ।[୧୦]

୨୦୦୯ରେ ସେ ହିନ୍ଦୀ କଥାଚିତ୍ର ଟସ୍‌ରେ ଅଭିନୟ କରିଥିଲେ ।[୧୧][୧୨] ଏହାପରେ ସେ ଜୀ ଟିଭିର ଧାରାବାହିକ ଶ୍ରୀ (୨୦୦୮-୦୯)ରେ ବିନ୍ଦିୟା ଭୂମିକାରେ ଅଭିନୟ କରିଥିଲେ । ଏଥିସ‌ହ ସେ ଝାନ୍ସି କି ରାଣୀ (୨୦୦୯-୧୧)ରେ ଗାୟତ୍ରୀ ଭୂମିକାରେ ଅଭିନୟ କରିଥିଲେ ।[୧୩] ଏହାପରେ ସେ ଷ୍ଟାର୍ ୱାନ୍‌ର ଧାରାବାହିକ ରଙ୍ଗ ବଦଲ୍‌ତି ଓଢ଼ଣୀ (୨୦୧୦-୧୧)ରେ ଖୁସି ଭୂମିକାରେ ଅଭିନୟ କରିଥିଲେ ।[୧୪]

୨୦୧୦ରେ ସେ ଅନ୍ୟ ଏକ ହିନ୍ଦୀ କଥାଚିତ୍ର କାଲୋରେ ଜଣେ ନବ ବିବାହିତା ଭାବରେ ଅଭିନୟ କରିଥିଲେ । ଏହା କେପ୍‌ଟାଉନ୍‌ରେ ଅନୁଷ୍ଠିତ ୬ଷ୍ଠ ବାର୍ଷିକ ଦକ୍ଷିଣ ଆଫ୍ରିକାନ ହଲ୍ଲୋୱେନ୍ ହରର୍ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା ଏବଂ ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ଶ୍ରେଷ୍ଠ ଚିତ୍ରୋତ୍ତଳନ ପୁରସ୍କାର ପାଇଥିଲା ।[୧୫][୧୬]

୨୦୧୧ରେ ସେ ହିନ୍ଦୀ କଥାଚିତ୍ର ଜଗତରେ ମୁଖ୍ୟ ନାୟିକା ଭାବରେ ପ୍ରବେଶ କରିଥିଲେ । କ୍ୟା କରେଁ କ୍ୟା ନା କରେଁ କମେଡ଼ି କଥାଚିତ୍ର ଜରିଆରେ ସେ ଉପାସନା ସିଂହ, ବ୍ରଜେଶ ହାଜରା ଏବଂ ବାବ୍ରାକ୍ ଗୋନୀଙ୍କ ସ‌ହ ଅଭିନୟ କରିଥିଲେ ।[୧୩] ସେହି ବର୍ଷ ସେ କଲର୍ସରେ ପ୍ରସାରିତ ଧାରାବାହିକ ପରିଚୟରେ ରିଚା ଭୂମିକାରେ ଅଭିନୟ କରିଥିଲେ । ମାତ୍ର ପରେ ମୋନା ବସୁ ଏହି ଭୂମିକାରେ ଅଭିନୟ କରିଥିଲେ ।[୧୭]

୨୦୧୨ରେ ସେ ସିଗାରେଟ କି ତରାଃ ହିନ୍ଦୀ କଥାଚିତ୍ରରେ ପ୍ରଶାନ୍ତ ନାରାୟଣନ୍‌ଙ୍କ ସ‌ହ ଅଭିନୟ କରିଥିଲେ ।[୧୮][୧୯] ସେହି ବର୍ଷ ସେ ଏକ ଇଂରାଜୀ କ୍ଷୁଦ୍ର ଚଳଚ୍ଚିତ୍ର ଲେଥାଲ କମିଶନ୍‌ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୨୦][୨୧]

୨୦୧୨ରେ ସେ ମାରିଚ ଚଳଚ୍ଚିତ୍ର ଜରିଆରେ କନ୍ନଡ଼ ଏବଂ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟି କେ. ଶିବସୂର୍ଯ୍ୟଙ୍କଦ୍ୱାରା ନିର୍ଦ୍ଦେଶନା କରାଯାଇଥିଲା ।[୨୨] ଏହି ଚଳଚ୍ଚିତ୍ରରେ ମିଥୁନ ତେଜାସୀ ମଧୁରିମାଙ୍କ ସ‌ହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୨୩]

୨୦୧୩ରେ ମଧୁରିମା ଏକ ହିନ୍ଦୀ 3D ଚଳଚ୍ଚିତ୍ର ୱାର୍ଣ୍ଣିଙ୍ଗ୍‌ରେ ଗୁଞ୍ଜନ ଦତ୍ତ ଭୂମିକାରେ ଅଭିନୟ କରିଥିଲେ ।[୨୪][୨୫][୨୬] ୨୦୧୪ରେ ସେ ଅନ୍ୟ ଏକ କନ୍ନଡ଼ ଚଳଚ୍ଚିତ୍ର ନିମ୍ବେ ହୁଲି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ମଧୁଙ୍କ ସ‌‌ହ କୋମଳ ଝା ଏବଂ ନିବେଦିତା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୨୭] ୨୦୧୫ରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ବେବିରେ ମଧୁରିମା ଅଭିନେତା ଅକ୍ଷୟ କୁମାରଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ ।[୨୮]

ଅଭିନୀତ କଥାଚିତ୍ର ସମ୍ପାଦନା

  • ୨୦୦୪: ସତ୍ତା (ତେଲୁଗୁ)
  • ୨୦୦୮: ହୋମମ୍ (ତେଲୁଗୁ)
  • ୨୦୦୮: ବଚ୍‌ନା ୟେ ହସିନୋ (ହିନ୍ଦୀ)
  • ୨୦୦୯: ଟସ୍ (ହିନ୍ଦୀ)
  • ୨୦୧୦: କାଲୋ (ହିନ୍ଦୀ)
  • ୨୦୧୧: କ୍ୟା କରେଁ କ୍ୟା ନା କରେଁ (ହିନ୍ଦୀ)
  • ୨୦୧୨: ଲେଥାଲ୍ କମିଶନ୍ (ଇଂରାଜୀ)
  • ୨୦୧୨: ସିଗାରେଟ୍ କି ତରାଃ (ହିନ୍ଦୀ)
  • ୨୦୧୨: ମାରିଚ (କନ୍ନଡ଼/ତାମିଲ)
  • ୨୦୧୩: ୱାର୍ଣ୍ଣିଙ୍ଗ୍ (ହିନ୍ଦୀ)
  • ୨୦୧୪: ନିମ୍ବେ ହୁଲି (କନ୍ନଡ଼)
  • ୨୦୧୫: ବେବି (ହିନ୍ଦୀ)
  • ୨୦୧୫: ହମାରି ଅଧୁରି କାହାଣୀ (ହିନ୍ଦୀ)
  • ୨୦୧୭: ନାମ୍ ସାବନ୍ (ହିନ୍ଦୀ)

ଅଭିନୀତ ଦୂରଦର୍ଶନ ଧାରାବାହିକ ସମ୍ପାଦନା

  • ୨୦୧୪-୧୫: କୁମ୍‌କୁମ୍ ଭାଗ୍ୟ (ତନୁ)
  • ୨୦୦୮: ଶ୍ରୀ (ବିନ୍ଦିୟା)
  • ୨୦୧୦: ଝାନ୍ସୀ କି ରାଣୀ (ଗାୟତ୍ରୀ)
  • ୨୦୧୦: ରଙ୍ଗ୍ ବଦଲ୍‌ତି ଓଢ଼ଣୀ (ଖୁସି)
  • ୨୦୧୧: ପରିଚୟ (ରିଚା)
  • ୨୦୧୫: ଦଫା ୪୨୦ (ସାହେବ)
  • ୨୦୧୬: ୨୪- ୨ୟ ସଂସ୍କରଣ (ଦିବ୍ୟାନୀ)
  • ୨୦୧୭: ଚନ୍ଦ୍ରକାନ୍ତା (ଚନ୍ଦ୍ରକାନ୍ତା)

ଆଧାର ସମ୍ପାଦନା

  1. Khan, Asad (15 December 2012). "She has been selected for role of heroine in Hindi film Baby opposite Akshay Kumar who is one of the biggest star of Bollywood. Madhurima Tuli is on the roll". Indian Express. Retrieved 2 June 2017.
  2. Dasgupta, Piyali (15 September 2011). "Anik Singal a US citizen is all set to shoot in India". Times of India. Archived from the original on 4 November 2013. Retrieved 2 June 2017.
  3. "Madhurima Tuli takes a leap, goes to big screen : Glossary - India Today". Indiatoday.intoday.in. 2013-08-31. Retrieved 2 June 2017.
  4. "Meet the pretty face of horror! - Rediff.com Movies". Rediff.com. 2010-12-17. Retrieved 2 June 2017.
  5. "Saththaa (2004) - Movie Review, Story, Trailers, Videos, Photos, Wallpapers, Songs, Trivia, Movie Tickets". Gomolo.com. Archived from the original on 2 January 2014. Retrieved 2 June 2017.
  6. "Homam music launch - Telugu cinema - Jagapati Babu, JD Chakravarthy, Mamata Mohandas & Madhurima". Idlebrain.com. 2008-08-03. Retrieved 2 June 2017.
  7. Published Date : 27-Aug-2008 22:00:00 GMT (2008-08-27). "'Homam' Review: Something New That Appeals A Few". Greatandhra.com. Retrieved 2 June 2017.{{cite web}}: CS1 maint: numeric names: authors list (link)
  8. "Homam - Review - Oneindia Entertainment". Entertainment.oneindia.in. 2008-08-29. Archived from the original on 2014-01-02. Retrieved 2 June 2017.
  9. "Homam | Sai and Shujath talk Cinema". Saiandshujathtalkcinema.wordpress.com. Retrieved 2 June 2017.
  10. "Interview with JD on Homam". Totaltollywood.com. 2008-08-27. Archived from the original on 2008-09-08. Retrieved 2 June 2017.
  11. iBaburao. "Toss 2009 Hindi Movie". Ibaburao.com. Retrieved 2 June 2017.
  12. Aakash (2009-08-28). "Toss (2009) - Movie Review, Story, Trailers, Videos, Photos, Wallpapers, Songs, Trivia, Movie Tickets". Gomolo.com. Archived from the original on 2014-05-17. Retrieved 2 June 2017.
  13. ୧୩.୦ ୧୩.୧ "Madhurima Tuli - Madhurima Tuli Biography". Koimoi.com. 2012-09-21. Retrieved 2 June 2017.
  14. "Madhurima Tuli enters in Rang Badalti Odhani on Star One | News". Metromasti.com. 2011-06-20. Retrieved 2 June 2017.
  15. "'Awards are really not new to me' - Rediff.com Movies". Rediff.com. 2010-12-14. Retrieved 2 June 2017.
  16. "'Kaalo' India's First Daytime Creature Feature". Horror-movies.ca. 2010-12-17. Retrieved 2 June 2017.
  17. "It was an insult to me : Madhurima Tuli". TellyChakkar.com. 23 Aug 2011. Retrieved 2 June 2017.
  18. "'Madhuri is a complete actor': Madhurima Tuli - Daily The Shadow Newspaper Jammu Kashmir". Theshadow.in. 2012-12-16. Retrieved 2 June 2017.
  19. Hyderabad Deccan News. "Movie Review - Cigarette Ki Tarah". Newswala.com. Archived from the original on 18 May 2014. Retrieved 2 June 2017.
  20. http://www.imdb.com/title/tt2319919/
  21. Running time: 45:48. "LETHAL COMMISSION(full movie official) - Free Movie Videos, Movie Trailers, Film Trailers, Interviews and Gossip". Nme.Com. Retrieved 2 June 2017.{{cite web}}: CS1 maint: numeric names: authors list (link)
  22. "Vivek in Kannada And Tamil 'Maaricha'". Supergoodmovies.com. 2011-11-26. Retrieved 2 June 2017.
  23. Y Maheswara Reddy (29 November 2011). "Maaricha: A thriller on honeymoon". Indian Express. Archived from the original on 10 November 2013. Retrieved 2 June 2017.
  24. "Warning 3D Movie Review". Koimoi.com. 2013-09-27. Retrieved 2 June 2017.
  25. Anuj Kumar (2013-09-29). "A film that's all at sea". The Hindu. Retrieved 2 June 2017.
  26. "Warning : Danger ahead!". Starblockbuster. 2013-09-28. Retrieved 2 June 2017.
  27. Sharanya CR (29 January 2013). "Nimbe Huli audio launched". Times of India. Archived from the original on 10 November 2013. Retrieved 2 June 2017.
  28. Bhattacharya, Roshmila (8 September 2014). "Madhurima Tuli to play Akshay Kumar's wife in Baby". The Times of India. Retrieved 2 June 2017.

ଅଧିକ ତ‌ଥ୍ୟ ସମ୍ପାଦନା