ମଦନମୋହନ ମିଶ୍ର

ଓଡ଼ିଆ ସାହିତ୍ୟିକ ଓ ଶିକ୍ଷାବିତ

ମଦନମୋହନ ମିଶ୍ର (୧୩ ମାର୍ଚ୍ଚ ୧୯୩୪ - ୨ ଡିସେମ୍ବର, ୨୦୧୪), ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ ଓ ଶିକ୍ଷାବିତ ଥିଲେ । ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପନା ସହିତ ଓଡ଼ିଆ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ଅନୁବାଦ ସାହିତ୍ୟରେ, ସେ ନିଜର ବହୁ ଅବଦାନ ଛାଡିଯାଇଛନ୍ତି ।

ମଦନମୋହନ ମିଶ୍ର
ଜନ୍ମ(1934-03-13)୧୩ ମାର୍ଚ୍ଚ ୧୯୩୪
ଅଚ୍ୟୁତରାଜପୁର, ବାଣପୁର, ଖୋର୍ଦ୍ଧା
ମୃତ୍ୟୁ୨ ଡିସେମ୍ବର ୨୦୧୪(2014-12-02) (ବୟସ ୮୦)
ବାଣପୁର, ଖୋର୍ଦ୍ଧା
ଜାତୀୟତାଭାରତୀୟ
ବୃତ୍ତିଓଡ଼ିଆ ସାହିତ୍ୟିକ ଓ ଶିକ୍ଷାବିତ
ସନ୍ତାନସମ୍ବିତ ମିଶ୍ର, ସଚ୍ଚିତ ମିଶ୍ର, ଚିନ୍ମୟୀ ଷଢଙ୍ଗୀ, ହିରନ୍ମୟୀ ମିଶ୍ର[୧]

ମଦନମୋହନ, ବାଣପୁର ନିକଟସ୍ଥ ଅଚ୍ୟୁତରାଜପୁର ଶାସନରେ ୧୯୩୪ ମସିହା ମାର୍ଚ୍ଚ ୧୩ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପନା ସହିତ, ସେ ଶିକ୍ଷାବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ପଦବିରେ ରହି କାର୍ଯ୍ୟକରିଛନ୍ତି । ୨୦୧୪ ମସିହା ଡିସେମ୍ବର ୦୨ ତାରିଖରେ ବାଣପୁରସ୍ଥିତ ନିଜ ବାସଭବନରେ ସେ ଇହଲିଳା ସମ୍ବରଣ କରିଛନ୍ତି ।

ରଚନାବଳୀ ସମ୍ପାଦନା

  • କାଳବେଳା
  • ଅସମାପିକା
  • ବହ୍ନିବଳୟ
  • ଋତୁପର୍ଣ୍ଣା - ୨୦୦୪
  • ସଂଗ୍ରାମୀ
  • ପଥେର ଦାବି (ଶରତଚନ୍ଦ୍ରଙ୍କ ପୁସ୍ତକର ଓଡ଼ିଆରେ ଅନୁବାଦ)
  • ଶେଷପ୍ରଶ୍ନ (ଶରତଚନ୍ଦ୍ରଙ୍କ ପୁସ୍ତକର ଓଡ଼ିଆରେ ଅନୁବାଦ)[୨]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ବହ୍ନିବଳୟ ନିମନ୍ତେ) - ୧୯୮୯

ଆଧାର ସମ୍ପାଦନା

  1. http://orissadiary.com/printStory.asp?id=55326
  2. ସମ୍ବାଦ ୦୩/୧୨/୨୦୧୪ ପୃଷ୍ଠା ୯