ଏହା ସୌରଜଗତର ଏକ ଅଂଶବିଶେଷ । ଦୂରତା କ୍ରମରେ ସୂର୍ଯ୍ୟଠାରୁ ଏହା ଚତୁର୍ଥ ଗ୍ରହ । ପୃଥିବୀ କକ୍ଷପଥ ବାହାରେ ଏହା ପ୍ରଥମ ସୌରଗ୍ରହ । ଏହାର ପୃଷ୍ଠଦେଶ ଲାଲ ରଙ୍ଗର ପଥର ଓ ବାଲିରେ ଗଠିତ । ବାୟୁମଣ୍ଡଳ ପତଳା କାର୍ବନ୍ ଡାଇଅକ୍ସାଇଡ୍(CO2)ରେ ପରିପୁର୍ଣ୍ଣ । ରାତି ଆକାଶରେ ଆମକୁ ଏହାର ରଙ୍ଗ ଲାଲ୍ ଦେଖାଯାଏ । ପୃଥିବୀ ସହିତ ଏହାର ଅନେକ ସାମଞ୍ଜସ୍ୟ ଅଛି । ପୃଥିବୀ ଓ ମଙ୍ଗଳ ଗ୍ରହରେ ଗୋଟିଏ ଦିନର ଅବଧି ପ୍ରାୟ ସମାନ । ମଙ୍ଗଳର ଅକ୍ଷ ତାର କକ୍ଷତଳ ସହ ପ୍ରାୟ ୨୩.୯୮° ଢଳି ରହିଛି । ଏଣୁ ପୃଥିବୀ ପରି ମଙ୍ଗଳରେ ବି ଋତୁ ପରିବର୍ତନ ହେଉଥିବ । ଏଠାରେ ଦୁଇଟି ଋତୁ ଦେଖାଯାଏ, ଗ୍ରୀଷ୍ମ ଓ ଶୀତଋତୁ । ମଙ୍ଗଳର ଦୁଇଟି ଉପଗ୍ରହ ଅଛି, ସେଗୁଡିକ ହେଲା- ଫୋବୋସ୍ ଓ ଡେଇମୋସ୍ ।

ମଙ୍ଗଳ ♂
Mars - August 30 2021 - Flickr - Kevin M. Gill.png
ୟୁଏଇର ସାଟେଲାଇଟ‌ଦ୍ୱାରା ଉଠାଜାଇଥିବା ମଙ୍ଗଳ ଗ୍ରହର ଚିତ୍ର

ପ୍ରାକୃତିକ ଇତିହାସସମ୍ପାଦନ କରନ୍ତୁ

ବୈଜ୍ଞାନିକମାନେ ମତ ଦେଇଛନ୍ତି ଯେ, ସୌରଜଗତର ଗଠନ ସମୟରେ, ସୂର୍ଯ୍ୟକୁ ପରିକ୍ରମା କରୁଥିବା ପ୍ରୋଟୋପ୍ଲାନେଟାରୀ ଡିସ୍କରୁ ବସ୍ତୁଗୁଡ଼ିକର ଏକ ଅନିୟମିତ ପ୍ରକ୍ରିୟାର ପରିଣାମ ସ୍ୱରୂପ ମଙ୍ଗଳ ସୃଷ୍ଟି ହୋଇଥିଲା | ସୌରଜଗତରରେ ମଙ୍ଗଳ ଗ୍ରହର ନିର୍ଧିଷ୍ଟ ସ୍ଥିତି ହେତୁ ଭିନ୍ନ ଭିନ୍ନ ରାସାୟନିକ ବୈଶିଷ୍ଟ ଅଛି |

ବିଶେଷତାସମ୍ପାଦନ କରନ୍ତୁ

ଉପରିଭାଗ ଲାଲ ହୋଇଥିବାରୁ ଏହାକୁ ଲୋହିତ ଗ୍ରହ କୁହାଯାଏ । ମଙ୍ଗଳ ପୃଷ୍ଠରେ ଥିବା ଆଇରନ୍ ଅକ୍ସାଇଡ୍ର ରଙ୍ଗ ଯୋଗୁଁ ଏହା ଲାଲ୍ ରଙ୍ଗର ଦେଖାଯାଏ। ଏହା ସୂର୍ଯ୍ୟଠାରୁ ୧୪୨ ନିୟୁତ ମାଇଲ ଦୂରରେ ଅବସ୍ଥିତ। ଏହା ପୃଥିବୀ ଆକାରର ଏକ ଷଷ୍ଠାଂଶ ଅଟେ। ଏହାର ଦୁଇଗୋଟି ଉପଗ୍ରହ ରହିଛି। ସେଗୁଡିକ ହେଲା ଡିମୋସ୍ ଓ ଫୋବସ୍ । [୧]ମଙ୍ଗଳର ଆବର୍ତ୍ତନ ସମୟ ଓ ୠତୁଚକ୍ର ପୃଥିବୀ ସହ ପାଖା ପାଖି ସମାନ।

ଆଧାରସମ୍ପାଦନ କରନ୍ତୁ

  1. Adler, M.; Owen, W.; Riedel, J. (June 2012). "Use of MRO Optical Navigation Camera to Prepare for Mars Sample Return". Concepts and Approaches for Mars Exploration. June 12–14, 2012. Houston, Texas.. 4337. Bibcode2012LPICo1679.4337A. http://www.lpi.usra.edu/meetings/marsconcepts2012/pdf/4337.pdf.