ହରିହର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ

ଓଡ଼ିଆ ରାଜନୀତିଜ୍ଞ
(ଭ୍ରମରବର ରାୟରୁ ଲେଉଟି ଆସିଛି)

ଭ୍ରମରବର ରାୟ (୨୬ ଅଗଷ୍ଟ ୧୯୧୪ - ୬ ସେପ୍ଟେମ୍ବର ୧୯୭୭) ଖଣ୍ଡପଡ଼ାର ଶେଷ ସ୍ୱାଧୀନ ରାଜା ଥିଲେ ଏବଂ ଓଡ଼ିଶା ରାଜନୀତିରେ ଜଣେ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଭ୍ରମରବର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ, ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ହରିହର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ‌
ବିଧାୟକ: ୧ମ, ୨ୟ, ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୭୧
ପର ଅଧିକାରୀବଂଶୀଧର ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀଖଣ୍ଡପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1914-08-26)ଅଗଷ୍ଟ ୨୬, ୧୯୧୪
ମୃତ୍ୟୁ୬ ସେପ୍ଟେମ୍ବର ୧୯୭୭(1977-09-06) (ବୟସ ୬୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଏସ୍. ଏମ୍. ଦେବୀ
ସନ୍ତାନବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ
ବାପା/ବୋଉରାମଚନ୍ଦ୍ର ସିଂହ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଭ୍ରମରବର ରାୟ ୧୯୧୪ ମସିହାର ଅଗଷ୍ଟ ମାସ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ରାମଚନ୍ଦ୍ର ସିଂହ ଏବଂ ପତ୍ନୀଙ୍କ ନାମ ଏସ୍. ଏମ୍. ଦେବୀ ।[୧] ତାଙ୍କ ପୁଅ ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ ମଧ୍ୟ ଜଣେ ଓଡ଼ିଆ ରାଜନୀତିଜ୍ଞ, ଯିଏକି ଓଡ଼ିଶା ବିଧାନ ସଭାରେ ତିନିଥର ବିଧାୟକ ଭାବରେ ଏବଂ ଦୁଇଥର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ଭ୍ରମରବରଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ଡିପ୍ଲୋମା ।[୧] ଭ୍ରମରବର ୧୯୨୨ରେ ସିଂହାସନ ଅଧିକାର କରିିଥିଲେ, ଯାହାଙ୍କ ରାଜ୍ୟର ରାଜାଙ୍କ ଚିହ୍ନ ବାଘମୁଣ୍ଡ ।[୨]

ରାଜନୈତିକ ଜୀବନ ସମ୍ପାଦନା

ଭ୍ରମରବର ରାୟ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ ।[୧] ଭ୍ରମରବର ୧୯୬୧ ମସିହାରୁ ୧୯୬୫ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ ସମ୍ପାଦନା

ଭ୍ରମରବର ରାୟ ୧୯୭୭ ମସିହାର ସେପ୍ଟେମ୍ବର ମାସ ୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Harihar Singh Mardaraj Bhramarabara Roy". odishaassembly.nic.in. Odisha Assembly. Retrieved 10 April 2020.
  2. ୨.୦ ୨.୧ ନାୟକ, ଉଦ୍ଧବ ଚରଣ (September 2013). ଓଡ଼ିଶା ରାଜନୀତିର ଇତିହାସ (୧ମ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. 66. Retrieved 10 April 2020.