ଭୂଇଁ କଖାରୁ ଏକ ଲତା ଜାତୀୟ ଉଦ୍ଭିଦ। ଏହାର ମୂଳରେ ବଡ଼ କନ୍ଦ ରହିଥାଏ। ଏହି କନ୍ଦକୁ ଭୂଇଁ କଖାରୁ କୁହାଯାଏ। ପତ୍ରଗୁଡ଼ିକ ଚିକ୍କଣ ଓ ପାଞ୍ଚଆଙ୍ଗୁଳିଆ ପତ୍ର ପରି ଶିରା ଶିରା ହୋଇଥାଏ। ଏହାର ଫୁଲ ଧଳା ଓ ଗୋଲାପୀ ରଙ୍ଗର ହୋଇଥାଏ।

ଭୂଇଁ କଖାରୁ

ବିବିଧ ଭାରତୀୟ ପ୍ରାଦେଶିକ ନାମ

ସମ୍ପାଦନା
ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଭୂଇଁ କଖାରୁ, ଭୂମି କୁଷ୍ମାଣ୍ଡ
ସଂସ୍କୃତ ଭୂମି କୁଷ୍ମାଣ୍ଡ, ବିଦାରୀ, କ୍ଷୀର ବିଦାରୀ, କ୍ଷୀରବଲ୍ଲୀ, ଭୂକୁଷ୍ମାଣ୍ଡ, ବିଦାରୀକନ୍ଦ, ଶୁଗାଳିକା ଓ ପୟସ୍ୱିନୀ କୁହାଯାଏ।
ହିନ୍ଦୀ ଗେଠୀ, କ୍ଷୀର ବିଦାରୀ, ବଲାଇକନ୍ଦ
ତେଲୁଗୁ ବିଦାରିଆଲୁ
ବଙ୍ଗଳା ଭୂଇଁକୁମଡା

ଶାସ୍ତ୍ରୋକ୍ତ ଗୁଣ

ସମ୍ପାଦନା

ମଧୁର ରସ, ସ୍ନିଗ୍ଧ, ଶୀତଳ, ରସାୟନ

ବ୍ୟବହାର

ସମ୍ପାଦନା

ଏହାର ମୂଳକୁ ହିଁ ଔଷଧରୂପେ ବ୍ୟବହାର କରାଯାଏ। ଏହା ରକ୍ତ ଶୋଧକ, ପୁଷ୍ଟିକର, ବାର୍ଦ୍ଧକ୍ୟ ନିବାରକ, ସ୍ୱର ପରିସ୍କାରକ, ସ୍ତନବର୍ଦ୍ଧକ, ମୂତ୍ରରୋଧ, ଅଶ୍ମରୀ, ବାୟୁ, ପିତ୍ତଦୋଷ, ଦାହ, ଶୁକ୍ର ହୀନତା, ଶାରୀରିକ ଦୁର୍ବଳତା, ପ୍ରମେହ ଓ ଧ୍ୱଜଭଙ୍ଗ ଆଦିର ଚିକିତ୍ସାରେ ବ୍ୟବହୃତ ହୁଏ।

ବାହାର ଆଧାର

ସମ୍ପାଦନା
  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।