ଭୀମା ଭୂଇଁଆ

୧୯୦୮ ମସିହାରେ ପ୍ରକାଶିତ ଓ ଗୋପାଳ ବଲ୍ଲଭ ଦାସ ରଚିତ/ସଂକଳିତ ଏକ ଓଡ଼ିଆ ଉପନ୍ୟାସ ପୁସ୍ତକ
(ଭୀମାଭୂୟାଁରୁ ଲେଉଟି ଆସିଛି)

ଭୀମା ଭୂଇଁଆ ଗୋପାଳବଲ୍ଲଭ ଦାସଙ୍କଦ୍ୱାରା ଲିଖିତ ଉତ୍ତର ଓଡ଼ିଶାର ଭୂୟାଁ ଜନଜାତି ଉପରେ ଆଧାରିତ ପ୍ରଥମ ଉପନ୍ୟାସ ।[] ୧୮୮୯ ମସିହାରେ ଏହା ଲେଖା ଯାଇଥିବାର ଅନେକ ସମାଲୋଚକଙ୍କର ମତ । ଏହା ୧୯୦୮ ମସିହାରେ ଭୀମା ଭୂଇଁଆ ନାମରେ କଟକ ଏଡ଼ୱର୍ଡ଼ ପ୍ରେସ୍‌ରୁ ପ୍ରକାଶିତ ହୋଇଥିଲା ।[] ଉମେଶଚନ୍ଦ୍ର ସରକାରଙ୍କ ୧୮୮୮ର ପଦ୍ମମାଳୀରାମଶଙ୍କର ରାୟଙ୍କ ୧୮୯୧ର ବିବାସିନୀ ପରେ ଭୀମା ଭୂଇଁଆକୁ ତୃତୀୟ ଓଡ଼ିଆ ଉପନ୍ୟାସ ବୋଲି ଗଣନା କରାଯାଏ । ୧୯୬୪ ମସିହାରେ ସରଳା ଦେବୀଙ୍କ ସମ୍ପାଦନାରେ ଏହା କଟକର ବିଦ୍ୟାପୁରୀ ପ୍ରକାଶନା ସଂସ୍ଥାଦ୍ୱାରା ଭୀମା ଭୂୟାଁ ନାମରେ ପୁନଃ ପ୍ରକାଶିତ ହୋଇଥିଲା । ମୂଳତଃ ପ୍ରଣୟାଶ୍ରୟୀ ଏହି ଉପନ୍ୟାସରେ ଭୂୟାଁମାନଙ୍କର ବୀରତ୍ୱ ସଙ୍ଗେ ସଙ୍ଗେ ନୃଶଂସତା, ଭୂୟାଁ ଗ୍ରାମ ମଧ୍ୟରେ ଧାଙ୍ଗଡ଼ା-ଧାଙ୍ଗଡ଼ୀ ଘର, ରାଜପୁରୁଷମାନଙ୍କ ପ୍ରତି ଶ୍ରଦ୍ଧା ଓ ସାଧାରଣଙ୍କ ପ୍ରତି ଆତିଥେୟତା ତଥା ଯୁବକଯୁବତୀ ଓ ବୃଦ୍ଧବୃଦ୍ଧାମାନଙ୍କର ସାମାଜିକତା ମଧ୍ୟରେ ମୂଳ ନାୟକ ଭୀମାଭୂୟାଁର ପୌରୁଷ ଓ ପ୍ରେମର ଚିତ୍ର ଅଙ୍କିତ ହୋଇଛି ।

ଭୀମା ଭୂଇଁଆ  
ଲେଖକଗୋପାଳବଲ୍ଲଭ ଦାସ
ଭାଷାଓଡ଼ିଆ
ବିଭାଗଉପନ୍ୟାସ
ପ୍ରକାଶକଏଡ଼ୱର୍ଡ଼ ପ୍ରେସ୍, କଟକ (ପ୍ରଥମ ସଂସ୍କରଣ, ୧୯୦୮) ବିଦ୍ୟାପୁରୀ, କଟକ (ନୂତନ ସଂସ୍କରଣ, ୧୯୬୪)
ପୃଷ୍ଠା୧୪୫

ବିଷୟବସ୍ତୁ

ସମ୍ପାଦନା

ଭୀମା ଭୂଇଁଆ ଉପନ୍ୟାସଟି ବିଶେଷ କରି ଓଡ଼ିଶାର ଉତ୍ତରାଞ୍ଚଳରେ ବସବାସ କରୁଥିବା ଭୂୟାଁ ଜନଜାତି ଓ ଅଣଅଦିବାସୀ ଚରିତ୍ରମାନଙ୍କୁ ନେଇ ରଚିତ ।[][] ଏହି ଜନଜାତି ଐତିହାସିକ ଭାବେ ପ୍ରଧାନତଃ କେନ୍ଦୁଝରର ଭୂୟାଁପୀଢ଼ରେ ଥିଲେ ଓ କେନ୍ଦୁଝରର ରାଜା ଓ ରାଜବଂଶ ସହିତ ପାରମ୍ପାରିକ ସମ୍ପର୍କ ରଖିଥିଲେ | ଉପନ୍ୟାସରେ ଭୂୟାଁମାନଙ୍କର ବୀରତ୍ୱ ସଙ୍ଗେ ସଙ୍ଗେ ନୃଶଂସତା, ଭୂୟାଁ ଗ୍ରାମ ମଧ୍ୟରେ ଧାଙ୍ଗଡା଼-ଧାଙ୍ଗଡ଼ି ଘର, ରାଜପୁରୁଷମାନଙ୍କ ପ୍ରତି ଶ୍ରଦ୍ଧା, ଭକ୍ତି ଓ ସାଧାରଣଙ୍କ ପ୍ରତି ଆତିଥେୟତା, ପୁଣି ଯୁବକଯୁବତି ଓ ବୃଦ୍ଧବୃଦ୍ଧାମାନଙ୍କର ସାମାଜିକତା ମଧ୍ୟରେ ଭୀମାଭୂୟାଁର ପୌରୁଷ ଓ ପ୍ରେମର ଚିତ୍ର ଅଙ୍କିତ ହୋଇଛି । ଉପନ୍ୟାସଟି ମୂଳତଃ ପ୍ରଣୟାଶ୍ରୟୀ । ଭୀମାଭୂୟାଁର ବୀରତ୍ୱ ଓ ପୌରୁଷଦ୍ୱାରା ରାଜଜେମା ଆକୃଷ୍ଟ । ସେହି ଆକର୍ଷଣ ଦୈହିକ ନହୋଇ ଆତ୍ମିକ ହୋଇପଡ଼ିଛି ଓ ପ୍ରେମର ମହାନ୍ ତ୍ୟାଗରେ ପରିସମପ୍ତି ଲଭିଛି । ଓଡ଼ିଶାର ଜଣେ ରାଜକନ୍ୟାଙ୍କର ଅପୂର୍ବ ଚାରିତ୍ରିକ ପ୍ରଭାବରେ ଆଦିବାସୀ ଭୀମାଭୂୟାଁର ବୀରତ୍ୱର ଦମ୍ଭ ଓ ପ୍ରେମ କିପରି ତ୍ୟାଗର ଚରମସୀମାକୁ ସ୍ପର୍ଶ କରିଛି, ତାହା ଏହି ଉପନ୍ୟାସରେ ଚିତ୍ରିତ ହୋଇଛି । ଉପନ୍ୟାସଟି ଓଡ଼ିଆ ପାରମ୍ପାରିକ ମୂଲ୍ୟବୋଧ, ଆଦର୍ଶ, ଗ୍ରାମ୍ୟ ଓ ଆରଣ୍ୟ ଜୀବନ ଏବଂ ବିଭିନ୍ନ ସାମାଜିକ ଅନ୍ଧବିଶ୍ୱାସର ଏକ ନିଖୁଣ ପ୍ରତିଫଳନ ।[]

  1. "କାଦମ୍ବିନୀ ସୂଚିପତ୍ର ୨୦୧୯ ଜୁଲାଇ ସଂସ୍କରଣ" (PDF). www.kadambini.org. କାଦମ୍ବିନୀ. Archived from the original (PDF) on 24 June 2021. Retrieved 24 June 2021.
  2. N. C. Behuria (1990). Orissa State Gazetteer. Gazetteers Unit, Department of Revenue, Government of Orissa.
  3. "M.A ODIA Assignment Test 2nd Semester 2018 CBCS DDCE Paper V- (Purana Kavya O Adhunika Kabita)" (PDF). www.http://ddceutkal.ac.in/. DDCE Utkal University. Archived from the original (PDF) on 24 June 2021. Retrieved 24 June 2021. {{cite web}}: External link in |website= (help)
  4. Tribal Language & Culture: Papers Presented of the Seminar on "Tribal Language & Culture" Organised by the Department of Oriya, Visva Bharati in Collaboration with the Academy of Tribal Dialects & Culture, Bhubaneswar. Department of Oriya, Visva Bharati. 1984.
  5. "ପ୍ରଥମ ଜନଜାତି ଉପନ୍ୟାସ : ଭୀମା ଭୂଇଁଆ". No. ଧରିତ୍ରୀ ୨୪ ଜୁନ ୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. ଧରିତ୍ରୀ. Retrieved 24 June 2021.