ଭିରାଜପେଟ

କର୍ଣାଟକର ସହର

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

St.Anne's Church, Virajpet
Post Office
Temple near Post Office
Temple on Rehmaniya Masjidh road
Church in Virajpet
Virajpet
ವಿರಾಜಪೇಟೆ
Virajendrapete
town
Country India
StateKarnataka
DistrictKodagu
Elevation
909 m (2,982 ft)
Population
 (2011)
 • Total୧୭,୨୪୬
Languages
 • OfficialKannada, Kodava thakk
Time zoneUTC+5:30 (IST)
PIN
571 218
Telephone code08274
ISO 3166 codeIN-KL
ଯାନବାହାନ ପଞ୍ଚୀକରଣKA-12
Websitewww.virajpettown.gov.in

ଭିରାଜପେଟ ବା ଭିରାଜପେଟେ, ଭାରତୀୟ ରାଜ୍ୟ କର୍ଣାତକର କୋଡଗୁ ଜିଲ୍ଲାର ଦ୍ୱିତୀୟ ବୃହତ ସହର ।

ଏହା ଏକ କ୍ଷୁଦ୍ର ସହର ହେବା ସହ କଫି ଓ ମସଲା ଚାଷ ପାଇଁ ଜଣାଶୁଣା । ଜିଲ୍ଲା ମୁଖ୍ୟାଳୟ ମନ୍ଦିକେରିଠାରୁ ୩୦ କିଲୋମିଟର ଦୂରରେ ଥିବା ଏହି ସହର ନିକଟରେ ଆମ୍ମାଥି, ଗୋଣିକୋପ୍ପଳ, ପୋନମ ପେଟ ଆଦି ସହର ରହିଛି । କେବଳ ରାସ୍ତା ପଥରେ ଯାତାୟତ ଶୁବୁଢା ଥିବା ଏହି ଅଞ୍ଚଳ ବାଙ୍ଗାଲୋରଠାରୁ ୨୫୦ କିଲୋମିଟର ଦୂର । 

ଇତିହାସ  ସମ୍ପାଦନା

ଭିରାଜପେଟ ନାମ ପ୍ରାଚୀନ କୋଗାଗୁ ରାଜ୍ୟର ଶାସକ ଭିରାଜେନ୍ଦ୍ରଙ୍କ ନାମାନୁସାରେ ଭିରାଜେନ୍ଦ୍ରପେଟେ ହେଇ ପରେ ଭିରାଜପେଟକୁ ଅପଭ୍ରଂଶ ହେଇଥିଲା । ଦକ୍ଷିଣ ଭାରତର ରାଜା ମାନଙ୍କଦ୍ୱାରା ଶାସିତ ହେଇଥିବା ଏହି ସହରର ଇତିହାସ ଅତି ପ୍ରାଚୀନ । 

ପର୍ଯ୍ୟଟନ  ସମ୍ପାଦନା

ଏହି ଅଞ୍ଚଳରେ ଥିବା ଆୟାପ୍ପା ମନ୍ଦିର , ମଲେଥିରିକେ ପର୍ବତ ଶିଖର  ରେ ଥିବା ଶିବ ମନ୍ଦିର  ଦର୍ଶନୀୟ ସ୍ଥାନ ହେଇଥିବା ବେଳେ ୨୨୦ ବର୍ଷ ପୁରାତନ ସେଣ୍ଟ ଆନ୍ନେ ଚର୍ଚ ତାହର ଗୋଥିକ ସ୍ଥାପତ୍ୟ ପାଇଁ ବିଖ୍ୟାତ । 

ଏହି ସହରରେ କଫି ଓ ମସଲା ଚାଷ ବହୁଳ ପରିମାଣରେ ହେଇଥାଏ । ଏସିଆର ସର୍ବବୃହନ ମହୁ ଉପପାଦିତ ହଉଥିବା ଅଞ୍ଚଳ ହିସାବରେ ଭିରାଜପେଟର ଉଲ୍ଲେଖ ଅଛି । 

ମାଡିକେରି ବା  ମେରଶେରା-ଦଶରା ଏହି ଅଞ୍ଚଳର ପ୍ରସିଦ୍ଧ ପର୍ବ । ୧୦ ଦିନ ବ୍ୟାପୀ ଏହା ଚାଲେ । ଏହି ଅଞ୍ଚଳର ଜଳବାୟୁ ଅତ୍ୟନ୍ତ ମନୋରମ ଥିବାରୁ ଏହାକୁ ଶୈଳ ନିବାସ ଭାବେ ବ୍ୟବହାର କରିବାକୁ ଅନେକ ପର୍ଯ୍ୟଟକ  ଆସନ୍ତି । 

ଜନସଂଖ୍ୟା ସମ୍ପାଦନା

୨୦୦୧ ଜନଗଣନା ଅନୁସାରେ ଏଠାରେ ୩୦,୦୦୦ ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା ୫୧% ଥିଲା । ସାକ୍ଷ୍ୟରତା ହାର ୮୧% ଯାହା ଜାତୀୟ ହାରଠାରୁ ବହୁତ ଅଧିକ । ୬ ବର୍ଷରୁ କମ ୧୧% ରହିଥିବାର ଜନାଜାଏ। 

ତୀର୍ଥ ସ୍ଥଳ  ସମ୍ପାଦନା

  • Pathyarakkara temple
  • St.Anne's Church
  • Rahmaniya Mosque

ଯାତାୟତ  ସମ୍ପାଦନା

ରାସ୍ତାଦ୍ୱାରା ଏଠାରୁ ମାଙ୍ଗାଲୋର , ମହିଶୂର , ଓ ବାଙ୍ଗାଲୋରକୁ ଯିବା ଶୁବୁଢା ଥିବା ବେଳେ ନିକଟସ୍ଥ ରେଳଷ୍ଟେସନ ଥାଲାସେରୀଠାରେ ଅଛି । ଏହା ୧୩୧ କିଲୋମିଟର ଦୂର । 

ଗ୍ୟାଲେରି  ସମ୍ପାଦନା

References ସମ୍ପାଦନା