ଭଲପାଏ ତତେ ୧୦୦ ରୁ ୧୦୦
ଭଲପାଏ ତତେ ୧୦୦ରୁ ୧୦୦, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରର ସଂଳାପ ଲେଖିଥିଲେ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ ଏହି ଚଳଚ୍ଚିତ୍ରଟିରେ ସ୍ୱର ସଂଯୋଜନା କରିଥିଲେ । ଗୀତିକାର ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ନମିତା ଅଗ୍ରୱାଲ, ସୌରିନ ଭଟ୍ଟ, ବାବୁଶାନ୍ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]
ଭଲପାଏ ତତେ ୧୦୦ରୁ ୧୦୦ | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ମୋହନ ସାହୁ |
ପ୍ରଯୋଜକ | ସୀତାରମ ଅଗ୍ରୱାଲ |
ସଂଳାପ | ରଣଜିତ ପଟ୍ଟନାୟକ |
କଳାକାର | ବାବୁଶାନ୍ ଶୀତଲ ପାତ୍ର ହରିହର ମହାପାତ୍ର ପୃଥିରାଜ ଦେବାଶିଷ ପାତ୍ର |
ସଙ୍ଗୀତ | ବିକାଶ ଦାସ |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୧୮ ଅକ୍ଟୋବର ୨୦୧୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ । ବାବୁଙ୍କ ସହ ନାୟିକା ଭୂମିକାରେ ଅଭିନୟ କରିଥିଲେ ଶୀତଲ ପାତ୍ର ଓ ସୂର୍ଯ୍ୟମୟୀ ମହାପାତ୍ର ।[୩][୪] ସୂର୍ଯ୍ୟମୟୀ ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ମୁ ବି ହିରୋଇନ ହେବିରେ ଅଂଶଗ୍ରହଣ କରିଥିଲେ ଏବଂ ବିଜୟୀ ହେବାପରେ ଏହି ଚଳଚ୍ଚିତ୍ରଟିରେ ତାଙ୍କୁ ଅଭିନୟର ସୁଯୋଗ ମିଳିଥିଲା ।[୫][୬] ହରିହର ମହାପାତ୍ର, ପୃଥିରାଜ, ଅମିତ ପାଣି, ଦେବାଶିଷ ପାତ୍ର ଆଦି କଳାକାରମାନେ ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ବାବୁଶାନ୍[୭]
- ଶୀତଲ ପାତ୍ର
- ହରିହର ମହାପାତ୍ର
- ସୂର୍ଯ୍ୟମୟୀ ମହାପାତ୍ର[୮][୯]
- ପୃଥିରାଜ ନାୟକ
- ଅମିତ ପାଣି
- ଦେବାଶିଷ ପାତ୍ର
- ସ୍ମରଣୀକା ପ୍ରିୟଦର୍ଶିନୀ[୧୦]
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ । ଗୀତିକାର ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ନମିତା ଅଗ୍ରୱାଲ, ସୌରିନ ଭଟ୍ଟ, ବାବୁଶାନ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରର ଗୀତଗୁଡ଼ିକ ଗାଇଥିଲେ ।[୨]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ଭଲ ପାଏ ତତେ ମୁଁ" | |
2. | "ଏଇ ଅଛୁ ମାୟାବିନୀ" | |
3. | "ଏତେ ମେଘ ଥାଇ" | |
4. | "ଯେବେଠାରୁ ତୁ" | |
5. | "ସ୍ୱପ୍ନ ଝଲକେ" | |
6. | "ତୁ ମତେ ଦେଖିଲୁ" |
ଆଧାର
ସମ୍ପାଦନା- ↑ "ଓଲିଉଡରେ ଚାଲିଛି ଏଭଳି ପ୍ରେମ". Sambad (in Odia). Bhubaneswar. 27 January 2019. Archived from the original on 28 January 2019. Retrieved 28 January 2019.
{{cite news}}
: CS1 maint: unrecognized language (link) - ↑ ୨.୦ ୨.୧ "Bhala Pae Tate 100 ru 100 Odia Movie in this Dussehra". E News ଓଡ଼ିଆ. 8 October 2015. Retrieved 23 August 2017.
- ↑ "Bhala Pae Tate 100 ru 100 Odia Movie of Babushan, Sital". 15 October 2015. Retrieved 23 August 2017.
- ↑ ""Suna Pila TIke Screw Dhila" Upcoming Odia Cinema of Babusan & Sheetal". Enews ଓଡ଼ିଆ. 15 February 2017. Retrieved 23 August 2017.
- ↑ "ହାଟ୍ରିକ୍ କଲେ ଏହି ଓଲିଉଡ଼୍ ନାୟିକା". sambad.in. 27 April 2018. Retrieved 6 June 2018.
- ↑ "ସାଧାରଣତନ୍ତ୍ର ଦିବସରେ ମୋ ଉଚ୍ଚତାଠୁ ବଡ଼ ଟ୍ରଫି ପାଇଥିଲି: ସୂର୍ଯ୍ୟମୟୀ ମହାପାତ୍ର... - Dharitri". Dharitri Odia News. 23 January 2022. Archived from the original on 30 January 2022. Retrieved 30 January 2022.
- ↑ "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍ ରୋଲ୍". sambad.in. 24 April 2018. Retrieved 6 June 2018.
- ↑ "ତେଲୁଗୁ ସିନେମାର ଅଫରକୁ ହାତଛଡ଼ା କରିଥିଲେ ଏହି ଓଲିଉଡ ନାୟିକା, ଜାଣନ୍ତି କାହିଁକି ?". sambad.in. 13 May 2018. Retrieved 6 June 2018.
- ↑ "ଜୁଲାଇ ୪ରେ ଆସିବ ବସନ୍ତ ସାହୁଙ୍କ 'ସେଲ୍ଫିସ୍ ଦିଲ୍'". Sambad (in ଆମେରିକୀୟ ଇଂରାଜୀ). 2019-06-30. Archived from the original on 2019-07-01. Retrieved 2019-07-01.
- ↑ "ସାବାସ୍ ସ୍ମରଣିକା". ସମାଜ. 22 October 2017. Retrieved 22 October 2017.[permanent dead link]
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଭଲପାଏ ତତେ ୧୦୦ ରୁ ୧୦୦