ଭଗବାନ ଭୋଇ
ଓଡ଼ିଆ ରାଜନୀତିଜ୍ଞ
ଭଗବାନ ଭୋଇ (୬ ଡିସେମ୍ବର ୧୯୩୨ - ୧୪ ଅକ୍ଟୋବର ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୭ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କେସିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଭଗବାନ ଭୋଇ | |
---|---|
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୩ | |
ପର ଅଧିକାରୀ | ଶରତ ଚନ୍ଦ୍ର ସିଂହ ଦେଓ |
ନିର୍ବାଚନ ମଣ୍ଡଳୀ | କେସିଙ୍ଗା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୬ ଡିସେମ୍ବର ୧୯୩୨ |
ମୃତ୍ୟୁ | ୧୪ ଅକ୍ଟୋବର ୨୦୦୭ | (ବୟସ ୭୪)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ଚିରଞ୍ଜୀବି ଭୋଇ |
ବାପା/ବୋଉ | ଗୟାଧର ଭୋଇ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଭଗବାନ ଭୋଇ ୧୯୩୨ ମସିହାର ଡିସେମ୍ବର ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୟାଧର ଭୋଇ ଓ ପତ୍ନୀଙ୍କ ନାମ ଚିରଞ୍ଜୀବି ଭୋଇ ।[୧]
ରାଜନୈତିକ ଜୀବନ
ସମ୍ପାଦନାଭଗବାନ ଭୋଇ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଭଗବାନ ଭୋଇ ୨୦୦୭ ମସିହାର ଅକ୍ଟୋବର ୧୪ ତାରିଖରେ ତାରିଖରେ ୭୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Bhagawan Bhoi". odishaassembly.nic.in. Odisha Assembly. Retrieved 6 June 2021.