ଭଗବତୀ ପୂଜାରୀ

ଓଡ଼ିଆ ରାଜନୀତିଜ୍ଞ

ଭଗବତୀ ପୂଜାରୀ (ଜନ୍ମ: ୧୫ ଅପ୍ରେଲ ୧୯୫୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଭଗବତୀ କୋଡ଼ିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।[୧] ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ କୋଡ଼ିଙ୍ଗା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଜୟୀ ହୋଇ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]

ଭଗବତୀ ପୂଜାରୀ
ବିଧାୟିକା: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀଡମ୍ବୁରୁ ମାଝୀ
ପର ଅଧିକାରୀଶ୍ୟାମଘନ ମାଝୀ
ନିର୍ବାଚନ ମଣ୍ଡଳୀକୋଡ଼ିଙ୍ଗା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1952-04-15) ୧୫ ଅପ୍ରେଲ ୧୯୫୨ (ବୟସ ୭୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀମୁକୁନ୍ଦ ପୂଜାରୀ
ସନ୍ତାନ୧ ପୁଅ ଓ ୨ ଝିଅ
ବାପା/ବୋଉରତନା ମାଝୀ (ବାପା)
ବୃତ୍ତିରାଜନୀତିଜ୍ଞ


ଜନ୍ମ, ଶିକ୍ଷା ଓ ପରିବାର ସମ୍ପାଦନା

ଭଗବତୀ ପୂଜାରୀ ୧୯୫୨ ମସିହାର ଅପ୍ରେଲ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପାଙ୍କ ନାମ ଥିଲା ରତନା ମାଝୀ । ଭଗବତୀଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକରୁ କମ୍ ଥିଲା ।[୪] ସେ ମୁକୁନ୍ଦ ପୂଜାରୀଙ୍କୁ ବିବାହ କରିଥିଲେ ।[୨] ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ଦୁଇଟି ଝିଅ ଅଛନ୍ତି । ସେ ଜଣେ କୃଷକ ଭାବରେ କାର୍ଯ୍ୟ କରୁଥିଲେ ।[୪]

ରାଜନୈତିକ ଜୀବନ ସମ୍ପାଦନା

ଭଗବତୀ ତାଙ୍କ ବାପାଙ୍କଦ୍ୱାରା ଅନୁପ୍ରାଣିତ ହୋଇ ରାଜନୀତିରେ ଯୋଗ ଦେଇଥିଲେ ।[୨] ସେ ବିଭିନ୍ନ ଆଦିବାସୀ କଲ୍ୟାଣ କାର୍ଯ୍ୟକ୍ରମ ଆଦିରେ ବିଭିନ୍ନ ସମୟରେ ଭାଗ ନେଉଥିଲେ ଏବଂ ମହିଳା ଶିକ୍ଷା ଦିଗରେ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିଲେ ।[୨] ପରବର୍ତ୍ତୀ ସମୟରେ ସେ ରାଜନୀତିରେ ଯୋଗ ଦେଇଥିଲେ ଏବଂ ଓଡ଼ିଶା ବିଧାନ ସଭାର ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।[୩]

୧୯୮୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କୋଡ଼ିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ବିଧାନ ସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ ଏବଂ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫][୬] ଏହି ନିର୍ବାଚନରେ ସମୁଦାୟ ୩୨.୬୯ ପ୍ରତିଶତ ମତଦାନ ହେଇଥିଲା ।[୭] ସମୁଦାୟ ଭୋଟରୁ ଭଗବତୀ ୧୮,୫୪୪ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଥିଲେ ଏବଂ ଜନତା ପାର୍ଟିର ପ୍ରାର୍ଥୀ ସମ୍ବରୁ ମାଝୀ ସମୁଦାୟ ୯,୩୭୮ ଖଣ୍ଡ ଭୋଟ ପାଇଁ ୨ୟ ସ୍ଥାନରେ ରହିଥିଲେ ।[୭] ଭଗବତୀ ଏହି ବିଧାନ ସଭାରେ କୋଡ଼ିଙ୍ଗା ବିଧାନ ସଭା ଆସନରୁ ବିଧାୟିକା ଭାବରେ ୧୯୮୫ ମସିହାରୁ ୧୯୯୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଏହାପରେ ୧୯୯୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭଗବତୀ ପୁଣିଥରେ କୋଡ଼ିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ୧୦ମ ଓଡ଼ିଶା ବିଧାନ ସଭା ପାଇଁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସମୁଦାୟ ୮୨.୨୮ ପ୍ରତିଶତ ମତଦାନ ହୋଇଥିଲେ ।[୭] ତନ୍ମଧ୍ୟରୁ ସେ ସମୁଦାୟ ୩,୫୮୮ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ ।[୭] ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ସଦନ ନାୟକ ସମୁଦାୟ ୫୧,୭୯୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ।[୭] ଜନତା ଦଳର ପ୍ରାର୍ଥୀ ଶ୍ୟାମଘନ ମାଝୀ ଓ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମୋହନ ମାଝୀ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ଥିଲେ ।[୭]

ଆଧାର ସମ୍ପାଦନା

  1. Parida, Subhas Chandra; Nayak, Sasmita (2009). Empowerment of Women in India (in ଇଂରାଜୀ). Northern Book Centre. ISBN 9788172112394.
  2. ୨.୦ ୨.୧ ୨.୨ ୨.୩ "Smt. Bhagabati Pujari". odishaassembly.nic.in. Odisha Assembly. Retrieved 13 March 2019.
  3. ୩.୦ ୩.୧ "MLA Bhagabati Pujari Profile | KODINGA Constituency". naveenpatnaik.com. Archived from the original on 2022-09-20. Retrieved 2019-03-13.
  4. ୪.୦ ୪.୧ "MLA Bhagabati Pujari Profile | KODINGA Constituency". www.odishahelpline.com. Retrieved 2019-03-13.
  5. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (2nd ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୪୩. Retrieved 10 March 2019.
  6. "Orissa Assembly Election Results in 1985". www.elections.in. Retrieved 2019-03-13.
  7. ୭.୦ ୭.୧ ୭.୨ ୭.୩ ୭.୪ ୭.୫ "Kodinga Assembly Constituency Election Result - Legislative Assembly Constituency". resultuniversity.com. Retrieved 2019-03-13.