ଶ୍ରୀହରି ପଣ୍ଡା

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଶ୍ରୀହରି ପଣ୍ଡା (ଜନ୍ମ: ୨୨ ଜୁଲାଇ ୧୯୭୧) ଜଣେ ଭାରତୀୟ ଓଡ଼ିଆ-ଭାଷୀ ପ୍ରାବନ୍ଧିକ । ତାଙ୍କ ରଚିତ ବହୁ ସାହିତ୍ୟ ଓ ଆଧ୍ୟାତ୍ମିକ ତତ୍ତ୍ୱମୁଳକ ଆଲୋଚନା ଦୈନିକ ସମୟ, ସମ୍ବାଦ, ଧ୍ୱନି ପ୍ରତିଧ୍ୱନି, ପ୍ରମେୟ ଓ ଉତ୍କଳ ପ୍ରସଙ୍ଗ, ନୀଳାଦ୍ରି, ଅମୃତ ଅନୁଭବ ଭଳି ପତ୍ରିକାମାନଙ୍କରେ ପ୍ରକାଶିତ ।

ଶ୍ରୀହରି ପଣ୍ଡା
ଜନ୍ମ ଓ ଜନ୍ମସ୍ଥାନଶ୍ରୀହରି ପଣ୍ଡା
(1971-07-22) ୨୨ ଜୁଲାଇ ୧୯୭୧ (ବୟସ ୫୩)
ଗୌଡ଼ଗାଁ, କପ୍ତିପଦା, ମୟୂରଭଞ୍ଜ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଜୀବନସାଥୀବିଦ୍ୟୁତ୍‌ଲତା ପଣ୍ଡା

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ଶ୍ରୀହରି ପଣ୍ଡା ମୟୂରଭଞ୍ଜର ଗୌଡ଼ଗାଁରେ ୧୯୭୧ ଜୁଲାଇ ୨୨ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପୀତାମ୍ବର ଓ ମାତାଙ୍କ ନାମ ଭାବନାମଣି ପଣ୍ଡା । ସେ ଓଡ଼ିଆ ଓ ଇତିହାସରେ ସ୍ନାତକୋତ୍ତର ଶିକ୍ଷାଲାଭ କରି ଚିତ୍ତରଞ୍ଜନ ଦାସଙ୍କ ପ୍ରବନ୍ଧ ଉପରେ ଗବେଷଣା କରି ଡକ୍ଟରେଟ ଲାଭକରିଥିଲେ । ସେ ବୃତ୍ତିରେ ଅଧ୍ୟାପକ ଥିଲେ । ୨୦୧୪ ମସିହାରୁ ସେ ଓଡ଼ିଆ ଗଳ୍ପ, କବିତା, ପ୍ରବନ୍ଧ ରଚନା କରିଆସୁଛନ୍ତି ।

ରଚନାବଳୀ

ସମ୍ପାଦନା
  • ମୟୂରଭଞ୍ଜିଆ ସାରସ୍ବତ ସାଧକ (୨୦୨୨, ରାଜକିଶୋର ମହାପାତ୍ରଙ୍କ ସହ ସହସଙ୍କଳନ)
  • ଅମୃତ ସୋପାନ (ପ୍ରବନ୍ଧ)
  • ଆଧ୍ୟାତ୍ମିକ ଅନ୍ୱେଷା (ପ୍ରବନ୍ଧ)
  • ଜୀବନ ଜିଗୀଷା (ପ୍ରବନ୍ଧ)
  • ଚିତ୍ତରଞ୍ଜନ ଦାସଙ୍କ ପ୍ରବନ୍ଧର ଦିଗ ଓ ଦିଗନ୍ତ (ସମାଲୋଚନା)
  • ଆମ ସଂସ୍କୃତିରେ ଓଷା ବ୍ରତ ଓ ପର୍ବପର୍ବାଣୀ (ବିଦ୍ୟୁତଲତା ପଣ୍ଡା]]ଙ୍କ ସହ)
  • ଆମ କଥା ଆମ ସଂସ୍କୃତି, ପ୍ରକାଶକ (ପ୍ରବନ୍ଧ)
  • କାଳଜୟୀ ସ୍ରଷ୍ଟା, ସୃଷ୍ଟି ଓ ଅନ୍ୟାନ୍ୟ ପ୍ରବନ୍ଧ

ପୁରସ୍କାର ଓ ସମ୍ମାନ

ସମ୍ପାଦନା
  • ଆଧ୍ୟାତ୍ମିକ ଚେତନା ସଂଘ, ପୁରୀ
  • ଧ୍ୱନି ପ୍ରତିଧ୍ୱନି ପାଠକ ସମ୍ମାନ
  • ବାଣୀପୀଠ ସମ୍ମାନ ଏବଂ ବାଣିପୀଠ ଉପାଧି "ଵାଣିଶ୍ରୀ "
  • ସମୟର ଚକ୍ର ଜ୍ୟୋତି ସମ୍ମାନ
  • ପ୍ରଶାନ୍ତ ସ୍ମୃତି ସମ୍ମାନ
  • ଧ୍ୱନି ପ୍ରତିଧ୍ୱନି ସାଗରୀକା ପ୍ରବନ୍ଧ ସମ୍ମାନ ୨୦୨୪[]
  1. "ଧ୍ୱନି ପ୍ରତିଧ୍ଵନି". Retrieved 2024-08-31.