ବ୍ୟବହାରକାରୀ:Raj K. Mohapatra (Puri)/ଶ୍ରୀବତ୍ସ ପ୍ରଧାନ

ଶ୍ରୀବତ୍ସ ପ୍ରଧାନ (ଜନ୍ମ: ୨୪ ଫେବୃଆରୀ ୧୯୪୭) ଜଣେ ଓଡ଼ିଆ କବି, ପ୍ରାବନ୍ଧିକ ଓ ଗାଳ୍ପିକ । ସେ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଅନ୍ତର୍ଗତ ବୁଦୁଲିମୁଣ୍ଡରେ ଜନ୍ମଗ୍ରହଣ କରିଥିଲେ । ସେ 'ତ୍ରିଧାରା ସାହିତ୍ୟ ସଂସଦ' ବଇଣ୍ଡାର ସଭାପତି ରହିବା ସମେତ ବହୁ ଅନୁଷ୍ଠାନ ସହ ସାରସ୍ୱତ ସଂପୃକ୍ତ ଥିଲେ । ନିଜ ସାହିତ୍ୟ କୃତି ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ବରିଷ୍ଠ ସାହିତ୍ୟିକ ଭାବେ ସମ୍ବର୍ଦ୍ଧିତ ।

ସଂକ୍ଷିପ୍ତ ଜୀବନୀ

ଶ୍ରୀବତ୍ସ, ପିତା ସାଧୁଚରଣ ପ୍ରଧାନ ଓ ମାତା ହାରାବତୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ରେଭେନସା କଲେଜ, କଟକରୁ ସ୍ନାତକ ସମ୍ମାନ (କଳା) ଓ ବେସିକ ଟ୍ରେନିଂ କଲେଜ, ଅନୁଗୁଳରୁ ଶିକ୍ଷାରେ ସ୍ନାତକ (B Ed) ଡିଷ୍ଟିଂସନ ଶିକ୍ଷା ପ୍ରାପ୍ତ କରି ଶିକ୍ଷକତା ବୃତ୍ତିରେ ୧୯୬୯ରେ ଯୋଗ ଦେଇ ୨୦୦୫ରେ ଅବସର ନେଲେ । ସାହିତ୍ୟ ସାଧନା ଓ ସମାଜ ସେବାରେ ଆଗ୍ରହ ରଖିବା ସହ ବହୁ ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ ।

ସାହିତ୍ୟ କୃତି:

  • ବିବର୍ଣ୍ଣ ଉପତ୍ୟକା (ସଂସ୍କାରଧର୍ମୀ ଶିଶୁ ଉପନ୍ୟାସ) ୧୯୮୭
  • ତୋହଲାଗି ଅବତାର (ସଂସ୍କାରଧର୍ମୀ ଉପନ୍ୟାସ)
  • ଆସ ସ୍ୱର୍ଗ ଗଢ଼ିବା - ଉପନ୍ୟାସ
  • ସୃଷ୍ଟି ସୁରକ୍ଷା ସୂତ୍ର - ପ୍ରବନ୍ଧ
  • ଉର୍ଦ୍ଧ୍ୱଗାମୀ - କବିତା
  • ଈଶ୍ୱର ଅଛନ୍ତି କି ? ପ୍ରବନ୍ଧ
  • ପିଲାଙ୍କ ଗୀତମୁଣି - ଶିଶୁ କବିତା

ସମ୍ମାନ ଓ ସମ୍ବର୍ଦ୍ଧନା:

  • ୨୫ ଜୁଲାଇ ୨୦୧୨ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନୀତ ଓ ସମ୍ବର୍ଦ୍ଧିତ
  • ପ୍ରାବନ୍ଧିକ ଭାବେ ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦ ଦ୍ୱାରା ସମ୍ବର୍ଦ୍ଧିତ
  • ପଞ୍ଚଧାରା ସାହିତ୍ୟ ସଂସଦ, ଆଠମଲ୍ଲିକ ଦ୍ୱାରା ସମ୍ବର୍ଦ୍ଧିତ
  • ମୌସୁମୀ ପ୍ରଧାନ ସ୍ମାରକୀ ଫାଉଣ୍ଡେସନ, ଆଠମଲ୍ଲିକ ଦ୍ୱାରା ଶିଶୁ ସାହିତ୍ୟିକ ଓ ଔପନ୍ୟାସିକ ଭାବେ ସମ୍ବର୍ଦ୍ଧିତ
  • ପଦ୍ମଲୋଚନ ପାଠାଗାର, ବାଲେଶ୍ୱର ଦ୍ୱାରା ସାରସ୍ୱତ ପଦ୍ମ ସମ୍ମାନରେ ସମ୍ବର୍ଦ୍ଧିତ
  • ମହାନଦୀ ଉଚ୍ଚ ବିଦ୍ୟାଳୟ, ହଣ୍ଡପାରେ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ମହାମହିମ ରାଜ୍ୟପାଳଙ୍କ ଠାରୁ ମାନପତ୍ର ଗ୍ରହଣ
  • ମହାନଦୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଙ୍କ ଦ୍ୱାରା ସମ୍ବର୍ଦ୍ଧିତ
  • ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା ଦ୍ୱାରା ତ୍ରିଧାରା ସମ୍ମାନରେ ସମ୍ମାନୀତ
  • ପବିତ୍ର ମୋହନ ସ୍ମୃତି ସମ୍ମାନ - ୨୦୨୧ରେ ସମ୍ମାନୀତ
  • ଭାଇ ଭଉଣୀ ସାହିତ୍ୟ ସଂସ୍କୃତି ସାହିତ୍ୟ ସଂସଦ, ବୁଢ଼ାପାଳ, ଦେବଗଡ଼