ଚିନ୍ତାମଣି ଦାସ
ଭାରତୀୟ ଓଡ଼ିଆ-ଭାଷୀ ଲେଖକ
(ବ୍ୟବହାରକାରୀ:Raj K. Mohapatra (Puri)/ଚିନ୍ତାମଣି ଦାସରୁ ଲେଉଟି ଆସିଛି)
ଚିନ୍ତାମଣି ଦାସ (୧୯୦୩-୧୯୮୧) ଜଣେ ଓଡ଼ିଆ ଭାଷୀ ପ୍ରାବନ୍ଧିକ ଓ ସମାଲୋଚକ । ସେ ସତ୍ୟବାଦୀ ଗୋଷ୍ଠୀ ସାହିତ୍ୟ କୃତିର ପ୍ରଥମ ସମାଲୋଚକ ଭାବେ ଜଣାଶୁଣା ।[୧]
ଚିନ୍ତାମଣି ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୦୩ |
ମୃତ୍ୟୁ | ୧୯୮୧ |
ବୃତ୍ତି | ଅଧ୍ୟାପକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଐତିହାସିକ କୃପାସିନ୍ଧୁ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାଚିନ୍ତାମଣି ୧୯୦୩ ମସିହାରେ ପୁରୀ ଜିଲ୍ଲାସ୍ଥ ସାକ୍ଷୀଗୋପାଳ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ତଥା ବ୍ରହ୍ମ୍ପୁରସ୍ଥ ଖଲିକୋଟ କଲେଜରେ ଓଡ଼ିଆ ବିଭାଗର ମୁଖ୍ୟ ଥିଲେ । ଉପନ୍ୟାସ, ଜୀବନୀ ଓ ସମାଲୋଚନା କ୍ଷେତ୍ରରେ ସେ ନିରନ୍ତର ଲେଖନୀ ଚାଳନା କରିଥିଲେ । ଏହା ବ୍ୟତୀତ 'ମଧୁସୁଦନ ଗ୍ରନ୍ଥାବଳୀର ମୁଖବନ୍ଧ ଲେଖିଥିଲେ । ନିଜ ସାହିତ୍ୟ କୃତି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ମାନୀତ ହୋଇଥିଲେ ।[୨]
ରଚନାବଳୀ
ସମ୍ପାଦନାଉପନ୍ଯାସ
- ଉଷା ୧୯୩୨
- ସୁରେଖା ୧୯୩୩
ଜୀବନୀ/ସମାଲୋଚନା
- ଆମ ଦେଶର କବି ୧୯୪୭
- କବି ଗୋପବନ୍ଧୁ ୧୯୬୦
- ଐତିହାସିକ କୃପାସିନ୍ଧୁ ୧୯୬୨
- ମନୀଷୀ ନୀଳକଣ୍ଠ ୧୯୮୨
- କବି ଗୋଦାବରୀଶ
- ସାହିତ୍ୟ ସାଧକ ଫକୀରମୋହନ ୧୯୬୩
- ଓଡ଼ିଆ ଉପନ୍ୟାସ ସାହିତ୍ୟ
- ମଥୁରାମଙ୍ଗଳ ଓ ଭକ୍ତଚରଣ ୧୯୬୬
- ଭକ୍ତକବି ଜୀବନ-ସମୀକ୍ଷା ୧୯୬୫
- ଭଲ ମଣିଷ ହୁଅ ୧୯୮୧
- ମଧୁସୁଦନ ଗ୍ରନ୍ଥାବଳୀ (ସଂପାଦନା) ୧୯୮୨
ପୁରସ୍କାର ଓ ସମ୍ମାନ
ସମ୍ପାଦନାଆଧାର
ସମ୍ପାଦନା- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୪୪୨, ୮୪୪. ISBN 81-7400-331-2.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୪୨୯-୪୩୦. ISBN 81-903352-1-9.