ଗର୍ଭଧାରଣ ସମୟରେ ଉପୁଜିଥିବା ସମସ୍ୟା ସମ୍ପାଦନା

ଗର୍ଭବସ୍ଥାରେ ସାଧାରଣତଃ ସ୍ୱାସ୍ଥ୍ୟ ଜଡ଼ିତ ଅସୁବିଧା ହିଁ ବାଧା ସୃଷ୍ଟି କରିଥାଏ । ଗର୍ଭବସ୍ଥାର ପ୍ରଥମ ଭାଗରେ ୮୭% ରୁ ୯୪% ପର୍ଯ୍ୟନ୍ତ ମହିଳାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବା ରିପୋର୍ଟ କରାଯାଇଥାଏ । ଅଧିକ ଦିନ ଧରି ସ୍ୱାସ୍ଥ୍ୟ ସମସ୍ୟା (୬ ମାସ ପରେ ସୃଷ୍ଟି ହୋଇଥିବା )୩୧% ମହିଳା ରିପୋର୍ଟ କରିଥାନ୍ତି । ଆମେରିକାରେ ଗର୍ଭବସ୍ଥା ସମୟରେ ୧.୬% ମହିଳା ମାନଙ୍କର ଏବଂ କାନାଡ଼ାରେ ୧.୫ % ବାଧା ସୃଷ୍ଟି ହୋଇଥାଏ । [୧] ବର୍ତ୍ତମାନ ଗର୍ଭାବସ୍ଥା ମଧ୍ୟରେ ସୃଷ୍ଟି ହେଉଥିବା ବାଧାକୁ କମ କରିବା ପାଇଁ ଅନେକ ପ୍ରକାରର ଗବେଷଣା କରାଯାଉଛି। ୧୯୯୦ ମସିହାରେ ବିଶ୍ୱସ୍ତରରେ ଗର୍ଭବସ୍ଥାରେ ସୃଷ୍ଟି ହୋଇଥିବା ଜଟିଳତା ପାଇଁ ୩୭୭୦୦୦ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୩ ମସିହାରେ ତାହା କମ ହୋଇ ୨୯୩୦୦୦ରେ ପହଞ୍ଚିଥିଲା । ଗର୍ଭାବସ୍ଥା ସମୟରେ ହୋଇଥିବା ଅସୁବିଧା ମାନଙ୍କ ମଧ୍ୟରେ ମୁଖ୍ୟତଃ ମାତୃ ରକ୍ତସ୍ରାବ , ମାତୃ ସ୍ପେସିସ୍‌ ଏବଂ ଅନ୍ୟ ସଂକ୍ରମଣ ଗଭବେସ୍ଥା ସମୟରେ ହାଇପରଟେନସିଭ୍‌ ରୋଗ , ଅଧିକ ଶ୍ରମ , ଗର୍ଭବାତ , ଅପ୍ରାକୃତିକ ଗର୍ଭପାତ ଆଦି ରହିଛି । ଗର୍ଭବସ୍ଥା ସମୟରେ ସୃଷ୍ଟି ହୋଇଥିବା ବାଧା ଏବଂ ସମସ୍ୟା ମଧ୍ୟରେ ସେତେ କିଛି ପାର୍ଥକ୍ୟ ରହିନାହିଁ । କାରଣ ପରବର୍ତ୍ତୀ ମୁହୁର୍ତ୍ତ ଏହା ମାତା ଏବଂ ଶିଶୁ ଉପରେ କିଛି ପ୍ରଭାବ ପକାଇ ନଥାଏ ଏବଂ ଦୈନନ୍ଦିନ ଗତିବିଧି ବହୁତ ସାଧାରଣ ହୋଇଥାଏ । କିନ୍ତୁ ବେଳେବେଳେ ଗୋଟେ ସାଧାରଣ ଭୁଲ ପାଇଁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ । ଉହାହରଣ ସ୍ୱରୁପ , ଗର୍ଭାବସ୍ଥା ସମୟରେ ବାନ୍ତି ହେବା ଏକ ସାଧାରଣ କଥା କିନ୍ତୁ ଯେତେବେଳେ ତାହା ଅଧିକ ରୁ ଅଧିକ ହୋଇଥାଏ ଶରୀରରେ ଜଳୀୟଅଂଶର ପରିମାଣ କମ ହେବାର ସମସ୍ୟା ଉପୁଜିଥାଏ । ଏହାକୁ ଗର୍ଭାବସ୍ଥା ସମସ୍ୟ ବା ବାଧା କୁହାଯାଇଥାଏ ।

ମାତୃତ୍ୱ ସମ୍ବନ୍ଧି ସମସ୍ୟା ସମ୍ପାଦନା

ନିମ୍ନରେ ଲେଖାଯାଇଥିବା ସମସ୍ୟା ସାଧାରଣତଃ ମାତୃତ୍ୱ ସମୟରେ ଦେଖାଯାଇଥାଏ ।

ଗର୍ଭବସ୍ଥା ମଧୁମେହ ସମ୍ପାଦନା

ଗର୍ଭବସ୍ଥା [[ମଧୁମେହ] ସେତେବେଳେ ହୋଇଥାଏ ଯେବେ ମହିଳା ଜଣେ ଶରିରରେ ଗର୍ଭବସ୍ଥା ସମୟରେ ଉଚ୍ଚ ରକ୍ତଶର୍କରାର ସ୍ତର ବୃଦ୍ଧି ପାଇଥାଏ । ହାଇପରମେସିସ୍‌ ଗ୍ରାବିଡ଼ମ : ବାରମ୍ବାର ତଥା ଅଧିକ ସମୟ ଧରି ବାଣ୍ଟି ହୋଇଥିଲେ ହାଇପରମେସିସ୍‌ ଗ୍ରାବିଡ଼ମ ସମସ୍ୟା ଦେଖାଯାଇଥାଏ । ଏହା ଦ୍ୱାରା ଓଜନ କମ ହେବା ସହ ଶରୀରରେ ଜଳୀୟଅଂଶ କମ ହେବାର ଦେଖାଯାଇଥାଏ । ଅନ୍ୟ ରୋଗ ଅପେକ୍ଷା ଗର୍ଭବସ୍ଥା ସମୟରେ ଏହି ରୋଗ ୦.୫-୦.୨ ମହିଳାଙ୍କ ପାଖରେ ଦେଖିବାକୁ ମିଳିଥାଏ ।

ଉଚ୍ଚ ରକ୍ତଚାପ ସମ୍ପାଦନା

ଉଚ୍ଚରକ୍ତଚାପ ହେଉଛି ଗର୍ଭାବସ୍ଥା ସମୟର ମୁଖ୍ୟ ସମସ୍ୟା । -ପ୍ରିକ୍ଲମ୍ପେସିୟା =ଗର୍ଭାସ୍ଥଳୀରେ ଉଚ୍ଚରକ୍ତଚାପ , ପ୍ରୋଟିନଟିରିୟା(>୩୦୦ ମିଲିଗ୍ରାମ ), ଏବଂ ଏଡ଼୍ରିମା । ଗମ୍ବୀର ପ୍ରିକ୍ଲମ୍ପେସିୟା ରେ ୧୬୦/ ୧୧୦ ରକ୍ତଚାପ ସାମିଲ ହୋଇଥାଏ । ଏହା ୫-୮ % ଗର୍ଭଧାରଣକୁ ପ୍ରଭାବିତ କରାଇଥାଏ । --ଗର୍ଭବିଧି ଉଚ୍ଚ ରକ୍ତଚାପ -ଏଚଏଲଏଲପି ସିଣ୍ଡୋମ = ହେମୋଲିଟିକ୍‌ ଏନିମିଆ , ଏଲିବରେଟେଡ଼ ଯକୃତ ଏନଜାଇମ୍‌ ଏବଂ କମ ପ୍ୟାଲେଟ ଗଣନା । ଗର୍ଭବସ୍ଥା ସମୟରେ ପ୍ରାୟତଃ ୦.୫-୦.୯% ଏହା ଦେଖିବାକୁ ମିଳିଥାଏ । -ଗର୍ଭବସ୍ଥା ସମୟରେ ବେଳେବେଳେ ଅକ୍ୟୁଟି ଫ୍ୟାଟି ଲିଭର ଦେଖାଯାଇଥାଏ ।ଏହା ୧୫୦୦୦ ଗର୍ଭଧାରଣ ମଧ୍ୟରେ ପ୍ରାୟ ୭୦୦୦ ଜଣଙ୍କୁ ହୋଇଥାଏ ।

ଏମୋନିଆ ସମ୍ପାଦନା

ଗର୍ଭାବସ୍ଥାର ତୃତୀୟ ଭାଗରେ ହିମୋଗ୍ଲୋବିନ୍‌ର ମାତ୍ରା କମ ହୋଇଥାଏ । ସଂଯୁକ୍ତରାଷ୍ଟ୍ର ଅନୁଯାୟୀ , ଦୁନିଆରେ ପ୍ରାୟ ଗର୍ଭବତୀ ମହିଳାଙ୍କ ଅଧାରୁ ଅଧିକ ମହିଳା ଏମୋନିଆ ଗ୍ରସ୍ତ ହୋଇଥାନ୍ତି । ଗର୍ଭବସ୍ଥା ସମୟରେ ମହିଳାଙ୍କ ମଧ୍ୟରେ ଅଧିକ ଏମୋନିଆ ବର୍ଦ୍ଦିତ ରୋଗ ୧୮% ସାଉଥଏସିଆରେ ଦେଖାଯାଇଥାଏ । ଏନିମିଆର ଗମ୍ଭିର ରୋଗର ଉପଚାର ଆଇରନ ଖାଦ୍ୟ , ଓରାଲ ଆଇରନ ଔଷଧ କିମ୍ବା ପାରେଣ୍ଟେରାଲ ଆଇରନ ଦ୍ୱାରା ହୋଇଥାଏ ।

ସଂକ୍ରମଣ ସମ୍ପାଦନା

ଗର୍ଭବସ୍ଥା ସମୟରେ ମହିଳାଙ୍କୁ ଅଧିକ ମାତ୍ରାର ସଂକ୍ରମଣ ହୋଇଥାଏ । ଗର୍ଭାବସ୍ଥା ସମୟରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ ଥିବା ହେତୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଥାଏ । ଖାସ କରି ମୃତ୍ରାଶୟ ଏବଂ ପରିସ୍ରା ସ୍ଥାନରେ ଅଧିକ ପ୍ରକାର ସଂକ୍ରମର ହେଉଥିବାର ଦେଖାଯାାଇଥାଏ । ଏହି ସମୟରେ ହୋଇଥିବା ସଂକ୍ରମଣ ମାନଙ୍କ ମଧ୍ୟରେ ଇନଫ୍ଲୁଏନଜା , ହେପାଟାଟିସ ଇ , ହରପସ ସିମପିଲ୍ସ ଏବଂ ମ୍ୟାଲେରିଆ ହୋଇଥାଏ । ଏହା ଛଡ଼ା କିଛି ଜଣଙ୍କ ପାଖରେ ମିଜିଲସ୍‌ , ସ୍ମଲପକ୍ସ, ବାରିସିଲା ଏବଂ ମସଟିଟାଇସ ଏବଂ ଇଫ୍ଲାମେସନ ଆଦି ୨୦ % ମହିଳାଙ୍କ ପାଖରେ ଦେଖାଯାଇଥାଏ ।

ଭୃଣ ଏବଂ ଗର୍ଭାଶୟ ସମ୍ବନ୍ଧିୟ ସମସ୍ୟା ସମ୍ପାଦନା

ଗର୍ଭାବସ୍ଥା ସମୟରେ ଏହି ସମସ୍ୟା ବହୁତ କମ ଦେଖାଯାଇଥାଏ ଏହା ଦ୍ୱାରା ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ସଙ୍କଟ ଦେଖାଯାଇଥାଏ । -ଆକ୍ଟପିକ ଗର୍ଭାବସ୍ଥା = ଏହା ସାଧାରଣତଃ ଯେଉଁ ମହିଳା ମାନେ ଅଧିକ ମାତ୍ରାରେ ଧ୍ରୂର୍ମପାନ, କମ ବୟସରେ ଯୌନ ସଂପର୍କ ସ୍ଥାପନ ଆଦି କ୍ଷେତ୍ରରେ ଦେଖାଯାଇଥାଏ ।

ଗର୍ଭପାତ ସମ୍ପାଦନା

ଗର୍ଭପାତ ସାଧାରଣତଃ ଗର୍ଭବତୀ ହେବାର ୨୦ ସପ୍ତାହ ମଧ୍ୟରେ ହୋଇଥାଏ । ପ୍ରସବ ସମୟରେ ହୋଇଥିବା ସମସ୍ୟା : - ପ୍ରସବ ସମୟରେ ଅଧିକ ରକ୍ତସ୍ରାବ ହୋଇଥାଏ । ନିମ୍ନ ସ୍ତରରେ ୫୦୦ ମିଲି ହୋଇଥିବା ବେଳେ ଅଧିକ ୧୦୦୦ ମିଲି ହୋଇଥାଏ ।

ପିଲଭିକ୍‌ ଓରଗାନ ପ୍ରୋଲାପସି ସମ୍ପାଦନା

ପ୍ରସବ ସମୟରେ ୟୁଟ୍ରେସ, ରେକ୍ଟମ ଏବଂ ବ୍ରାଡ଼ର କୁ ନେଇ ସୃଷ୍ଟି ହୋଇଥିବା ଅସୁବିଧା ।

ଗର୍ଭାବସ୍ଥାର ସାଧାରଣ ସମସ୍ୟା ସମ୍ପାଦନା

ଅଧିକ ବୟସ ହୋଇଥିବା ବେଳେ ଗର୍ଭଧାରଣ କିମ୍ବା କମ ବୟସରେ ଗର୍ଭଧାରଣ କଲେ ସମସ୍ୟା ଦେଖାଯାଏ । କମ କିମ୍ବା ଅଧିକ ଓଜନ ରହିଥିଲେ । ଅଧିକ ଥର ଗର୍ଭପାତ କରିବା । ମାସିକ ଧର୍ମ ସମୟରେ ବାଧା ହେବ । ଶିଶୁଟି ଅପେକ୍ଷାକୃତ ଛୋଟ କିମ୍ବା ବଡ଼ ରହିବା ।

  1. name="Borders 2006">Borders, N. (2006). After the afterbirth: a critical review of postpartum health relative to method of delivery. Journal of Midwifery & Women's health, 51(4), 242-248."Archived copy". Archived from the original on 2015-05-11. Retrieved 2015-07-08.{{cite web}}: CS1 maint: archived copy as title (link)