ଦୀପାବଳି ଆଉ ଭାରତୀୟଙ୍କର ସାଂସ୍କୃତିକ ପର୍ଵ ଭିତରେ ସୀମିତ ହୋଇ ରହି ନାହିଁ.... ଭାରତରୁ ଯଦିଓ ଆବିର୍ଭୁତ ନେପାଳ, ଶ୍ରୀଲଙ୍କା, ମିଆଁମାର, ମରିସସ, ଗୁଏନା, ତ୍ରିନିଦାଦ ଓ ଟବାଗୋ, ସୁରିନେମ, ମାଲେସିଆ, ସିଙ୍ଗାପୁର, ଓ ଫିଜିରେ ସରକାରୀ ମାନ୍ୟତାପ୍ରାପ୍ତ ପର୍ବରୁପେ ଧୁମ ଧାମରେ ପାଳନ ହେଇ ଆସୁଥିବା  ବେଳେ ଆମେରିକା-ଇଂଲଣ୍ଡ-ଲଣ୍ଡନ-ଋଷ-ଜାପାନ ଆଦି ରାଷ୍ଟ୍ରମାନକରେ ଉତ୍ସବ ମୁଖରୀତ ହେଉଛି ।

ବେଦ କୁହନ୍ତି ;ଚୀର ଅନ୍ଧାର ଭିତରେ ଗତି-ଶକ୍ତିର ଆଦି ସଂଘର୍ଷରୁ  ଆଲୋକ-ତାପ-ତେଜର  ଆଦିଦେଵ ସୂର୍ଯ୍ୟଦେବଙ୍କର ଆବିର୍ଭୁତ ହୋଇଥିଲା....

ଈଶ୍ୱରୀୟ ପରିକଳ୍ପନାର ସାକାର ରୂପ ଦେବାପାଇଁ...ଏଇ ପରମ ପବିତ୍ର ଦିବସ.... ବ୍ରହ୍ମାଣ୍ଡ ଉତ୍ପତ୍ତି ଦିବସ-ଆଲୋକ ଦିବସ !!!


ପବିତ୍ର ଦୀପାବଳୀକୁ ଦିବ୍ୟ-ଭବ୍ୟ ରୂପେ ଭାରତ ବର୍ଷରେ ବିଭିର୍ଣ୍ଣ ପୂଜା-ପାର୍ବଣ,ସାଧନା-ଆରଧାନା ରେ ଉତ୍ସବମୁଖରିତ ହୁଏ ଏବଂ ମୁଖ୍ୟତଃ

ବଙ୍ଗଳା, ଆସାମ, ଓଡ଼ିଶା ଓ ବିହାରରେ ଏହି ରାତ୍ରିରେ ମୃଣୟୀ ରୂପେ ଜଗତ ଜନନୀ ମାଁ କାଳୀଙ୍କ ପୂଜା କରାଯାଏ । କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କର ପୂଜା ହୁଏ ।

ବିଶେଷ କରି, ଉତ୍ତର ଭାରତରେ ଏହି ଶୁଭରାତ୍ରିରେ ଦେବୀମହାଲକ୍ଷ୍ମୀଙ୍କ ପୂଜା- ଆରାଧନା କରାଯାଏ ।

ଏହି ପୁଣ୍ୟ ଦିବସକୁ ହିନ୍ଦୁ-ଶିଖ-ବୁଦ୍ଧ-ଜୈନ ସମ୍ପ୍ରଦାୟ ନିଜ ନିଜ ଧର୍ମିୟ ଆଧାରରେ ପାଳନ କରନ୍ତି ;  ପିତୃସତ୍ୟ ବନବାସ କାଟି ଅଯୋଧ୍ୟା ଯୁବରାଜ ଶ୍ରୀରାମ .... ପୁରୁଷତ୍ତମ ଶ୍ରୀରାମ ହୋଇ ଫେରିଥିଲେ...

ଜୈନ ଧର୍ମାଲମ୍ବୀ ଅନୁଗାମୀମାନଙ୍କ ପାଇଁ ଏହା ୫୨୭ରେ ୨୪ତୀର୍ଥଙ୍କର ମହାବୀରଙ୍କ ମୋକ୍ଷ ବା ନିର୍ବାଣ ପ୍ରାପ୍ତିର ଦିନ ଭାବରେ ମଶାଲ ଦୀପ-ମଶାଲ ଜଳେଇ ଭଗବାନ ମହାବୀରଙ୍କ ଉତ୍ତରାଧ୍ୟାୟନ ସୂତ୍ର- ଶେଷପ୍ରବଚନ ପାଠର ମହାର୍ଘ୍ୟତିଥି ଭାବେ ଦିବ୍ୟଜ୍ଞାନ ସାଧନା ଓ ଉତ୍ସାହର ସହିତ ଦୀପାବଳି ଉତ୍ସବକୁ ପାଳନ କରାଯାଏ ।