କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର Mahatsatapathy,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୭:୫୭, ୧୪ ନଭେମ୍ବର ୨୦୧୩ (UTC)

ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ନିମନ୍ତେ ନିମନ୍ତ୍ରଣ ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆ ଦଶମ ଜନ୍ମତିଥି ପାଳନ

ଆଦରର Mahatsatapathy,

ଆଗାମୀ ଜାନୁଆରୀ ୨୮ ଓ ୨୯ ତାରିଖରେ ଓଡ଼ିଆ ଉଇକିପିଡ଼ିଆ ଏହାର ଦଶମ ଜନ୍ମ ବାର୍ଷିକୀ ପାଳନ କରୁଛି । ୧୦ ବର୍ଷ ତଳେ ଜାନୁଆରୀ ୨୯ ରେ ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ହେଇଥିଲା । ଏ ବର୍ଷ ଜାନୁଆରୀ ୨୮ ତାରିଖରେ ଭୁବନେଶ୍ଵରର KISS ଓ ୨୯ ତାରିଖରେ ଢେଙ୍କାନାଳ IIMC ଠାରେ ଜନ୍ମବାର୍ଷିକୀ ପାଳନ କରିବାର ଯୋଜନା କରାଯାଇଛି । ଆପଣଙ୍କ ପାଇଁ ନିମନ୍ତ୍ରଣ ରହିଲା । ଏଠାରେ ନିଜ ନାମ ଲେଖିବା ପାଇଁ ଅନୁରୋଧ । ଆପଣ ଯଦି ଦୂର ସ୍ଥାନରୁ ଆସୁଛନ୍ତି, ତା ହେଲେ ଆଗୁଆ ଜଣାଇଲେ ଆମେ ଆପଣଙ୍କ ରହିବା ବ୍ୟବସ୍ଥା କରିପାରିବୁ । ୨୮-୨୯ ଜାନୁଆରୀ ଆପଣଙ୍କୁ ଭେଟିବା ଅପେକ୍ଷାରେ । ଧନ୍ୟବାଦ ସହ ।

--ଆଦିତ୍ୟ ମହାର (ମୋ ଆଲୋଚନା) ୧୫:୪୨, ୨୫ ଜାନୁଆରୀ ୨୦୧୪ (UTC)

ଦସ୍ତଖତ ବାବଦରେ ସମ୍ପାଦନା

ଆଦରର ମହତ ସାର ! ଓଡିଆ ଉଇକିପିଡିଆରେ ଆପଣଙ୍କ ଅବଦାନ ପାଇଁ ଅଶେଷ ଧନ୍ୟବାଦ । ଅପଣ ଆଦିତ୍ୟ ମାହାର ଭାଇଙ୍କ ଆଲୋଚନା ପୃଷ୍ଠାରେ ଲେଖି ସାରିଲା ପରେ ଯଦି ଚାରୋଟି (~~~~) ଚିହ୍ନ ଦେଇଥାନ୍ତେ କିମ୍ବା ଉପର ଟୁଲବାରରେ ଥିବା ସନ୍ତକ ଉପରେ କ୍ଲିକ କରିଥାନ୍ତେ ତେବେ ତାହା ଆପଣ ଲେଖିଛନ୍ତି ବୋଲି ଜଣାପଡିଥାନ୍ତା ଏବଂ ଆପଣଙ୍କୁ ଆଉ ନିଜ ନାମ ଲେଖିବାକୁ ପଡିନଥାନ୍ତା । ଆଗାମୀ ଥରଠୁ ଏଇଟା ଚେଷ୍ଟା କରନ୍ତୁ । ଅସୁବିଧା ଥିଲେ ପଚାରନ୍ତୁ । ଧନ୍ୟବାଦ !--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୧:୪୭, ୧୦ ଫେବୃଆରୀ ୨୦୧୪ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ ସମ୍ପାଦନା

--ଆଦିତ୍ୟ ମହାର (ଆଲୋଚନା) ୦୪:୫୭, ୨୧ ଅକ୍ଟୋବର ୨୦୧୫ (UTC)