ARYAN MURMU
ଆଦରର ARYAN MURMU, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!
ଆଶା ଆପଣ ଏ ଜ୍ଞାନକୋଷର ପ୍ରସଙ୍ଗସବୁ ପଢ଼ିବେ, ଭୁଲ ପାଇଲେ ସମ୍ପାଦନା କରିବେ ଏବଂ ନୂଆ ପ୍ରସଙ୍ଗ ମଧ୍ୟ ଲେଖିବେ । ଜାଣିବେ ଯେ ଉଇକିପିଡ଼ିଆର ସମସ୍ତେ ସମ୍ପାଦନା କରିପାରିବେ । ସମ୍ପାଦନା କରୁଥିବା ଲୋକଙ୍କୁ ଆମେ "ଉଇକିଆଳି" ଡାକୁ ଓ ଆମେସବୁ ସ୍ୱେଚ୍ଛାସେବୀ । ଲେଖିବା ବାବଦରେ ନୀତି ନିୟମ ଜାଣନ୍ତୁ । ଏହି ପୃଷ୍ଠାରୁ ଅଧିକ ସୂଚନା ପାଇବେ ଓ କିଛି ଅସୁବିଧା ହେଲେ ପ୍ରଶ୍ନ ମଧ୍ୟ ପଚାରିପାରିବେ ।
- ଆଉ କିଛି ଦରକାରୀ ଲିଙ୍କ
|
ଆଉ ଏକ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା:
ଆପଣ ନିକଟରେ ଆରମ୍ଭ କରିଥିବା ସବୁଯାକ ପ୍ରସଙ୍ଗ ଗୁଗୁଲ ଟ୍ରାନ୍ସଲେଟ ବ୍ୟବହାର । ଗୁଗୁଲ ଟ୍ରାନ୍ସଲେଟ ବ୍ୟବହାର କରିବାରେ ଆପତ୍ତି ନାହିଁ ହେଲେ ସେଥିରେ ଅନୁବାଦ ହେଲା ପରେ ବ୍ୟାକରଣ ଆଉ ଲିଖନ ଶୈଳୀ ଏବଂ ଅନ୍ୟାନ୍ୟ ଭୁଲ ଭଟକା ସୁଧାରିବାକୁ ପଡ଼େ । ଏଣୁ ପୂରା ପ୍ରସଙ୍ଗ ଗୁଗୁଲ ଟ୍ରାନ୍ସଲେଟରେ ସିଧା ଅନୁବାଦ ନ କରି ବରଂ ଏକ ପ୍ରସଙ୍ଗର ବିଭାଗ ପରେ ବିଭାଗ ଅନୁବାଦ କରି ତାକୁ ସୁଧାରି ଲେଖନ୍ତୁ । ଫଳରେ ଲେଖାର ପରିମାଣ କମ ହେବ ଆଉ ଲେଖାର ମାନ ଉନ୍ନତ ହେବ । ଆପଣ ନିକଟରେ ତିଆରି କରିଥିବା ପ୍ରସଙ୍ଗ ୨୦୨୦ ଗ୍ରୀଷ୍ମକାଳୀନ ଅଲମ୍ପିକର ଉଦାହରଣ ଦେଖିପାରିବେ । ଏ ଲେଖାଟି ଏତେ ବଡ଼ ଯେ ଏହାକୁ ଆଉ କେହି ସୁଧାରିବାକୁ ଚାହିଁଲେ ବି ସୁଧାରିବା ପାଇଁ ଅନେକ ସମୟ ଲାଗିବ । ଆପଣ ନିଜେ ଚେଷ୍ଟାକଲେ ବି ଅନେକ ସମୟ ଲାଗିବ । ଖୁବ କମ ସମୟରେ ଖୁବ ଅଧିକ ପ୍ରସଙ୍ଗ ଆମର ଲକ୍ଷ୍ୟ ନୁହେଁ ବରଂ ଭଲ ମାନର ପ୍ରସଙ୍ଗ ବେଶୀ ଜରୁରୀ । ନିମ୍ନ ମାନର ଅନେକ ପ୍ରସଙ୍ଗ କେବଳ ନାଁକୁ ମାତ୍ର ତିଆରି ହେଲେ ବି ତାହା କେହି ପଢ଼ିବାକୁ ଚାହିଁବେ ନାହିଁ । ଆଶା ଆପଣ ଏସବୁ ଉପରେ ଧ୍ୟାନ ଦେବେ । କିଛି ଅସୁବିଧା ହେଲେ ଉଇକିପିଡ଼ିଆ:ଚାଟସଭାରେ ପଚାରିପାରିବେ ।