ବ୍ରହ୍ମା ମନ୍ଦିର, ଖଜୁରାହୋ
ବ୍ରହ୍ମା ମନ୍ଦିର ନବମ ବା ଦଶମ ଶତାବ୍ଦୀରେ ଭାରତର ମଧ୍ୟ ପ୍ରଦେଶର ଛତରପୁରରେ ଅବସ୍ଥିତ ଓ ନିର୍ମିତ ଏକ ହିନ୍ଦୁ ମନ୍ଦିର । ମନ୍ଦିରଟି ହିନ୍ଦୁ ଠାକୁର ବ୍ରହ୍ମାଙ୍କ ନାମରେ ଥିଲେ ମଧ୍ୟ ପ୍ରକୃତରେ ଶିବଙ୍କୁ ସମର୍ପିତ ଏକ ମନ୍ଦିର । ଅନ୍ୟାନ୍ୟ ଆକାରର ଖଜୁରାହୋ ସ୍ମାରକୀ ଦଳ (Khajuraho Group of Monuments) ସହିତ ଏହା ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ (UNESCO World Heritage Site) ଅନ୍ତର୍ଭୁକ୍ତ ଏକ ମନ୍ଦିର ।
ବ୍ରହ୍ମା ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ଛତରପୁର ଜିଲ୍ଲା |
ଦେବାଦେବୀ | ଶିବ |
Location | |
ସ୍ଥାନ | Khajuraho |
State | ମଧ୍ୟ ପ୍ରଦେଶ |
Country | ଭାରତ |
Architecture | |
Type | ନାଗା ସ୍ଥାପତ୍ୟ |
ଚଣ୍ଡେଲା Chandela | |
Completed | ୯ମ/୧୦ମ ଶତାବ୍ଦୀ |
Temple(s) | 1 |
ପୃଷ୍ଠଭୂମି
ସମ୍ପାଦନାସାଗର ହ୍ରଦ କୂଳରେ ଏହି ଖଜୁରାହୋ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ନାମକରଣ ଭୁଲ କ୍ରମେ 'ବ୍ରହ୍ମା ମନ୍ଦିର' ହୋଇଛି । ପ୍ରକୃତରେ ଏହାର ଗର୍ଭ ଗୃହରେ ଚାରି ମୁଖ ବିଶିଷ୍ଟ ଏକ ଶିବଲିଙ୍ଗ ରହିଛି ଯାହାକୁ ମୁଖଲିଙ୍ଗ କୁହାଯାଇଛି । ଏହି ମୁଖଲିଙ୍ଗକୁ ସ୍ଥାନୀୟ ପୂଜକମାନେ ତାହାକୁ ଭୁଲ କ୍ରମେ ବ୍ରହ୍ମା ସ୍ଥାପତ୍ୟ ଭାବିଛନ୍ତି[୧] । ଏହାର ପଶ୍ଚିମ ପାଖ ଗବାକ୍ଷ ଓ ଗର୍ଭଗୃହର କେନ୍ଦ୍ରୀୟ ଲିଣ୍ଟେଲରେ ବିଷ୍ଣୁଙ୍କ ବିଗ୍ରହ ଅଛି । ସାଧାରଣତଃ ଯେଉଁ ପଥରରେ ମନ୍ଦିର ନିର୍ମିତ ହୁଏ; ଏହି ମନ୍ଦିର ସେଭଳି ପଥରରେ ତିଆରି ନହୋଇ ପୃଥକ ଧରଣର ପଥରରେ ତିଆରି ହୋଇଛି ।[୧] ଏହି ମନ୍ଦିର ନବମ ଶତାବ୍ଦୀରେ ଅଥବା ଦଶମ ଶତାବ୍ଦୀର ପ୍ରଥମ ଭାଗରେ ତୋଳା ଯାଇଛି ।[୨][୩]
ସ୍ଥାପତ୍ୟ
ସମ୍ପାଦନାଖଜୁରାହୋ ସ୍ମାରକୀ ଦଳର (Khajuraho Group of Monuments) ଅନ୍ୟାନ୍ୟ ଜୀବିତମନ୍ଦିର ମଧ୍ୟରୁ ଏହି ଏକ ମନ୍ଦିର ଜୀବିତ ରହିଛି । ଅନ୍ୟାନ୍ୟ ମନ୍ଦିର ଗୁଡ଼ିକ ଗ୍ରେନଷ୍ଟୋନ ସାହାଯ୍ୟରେ ତିଆରି ହୋଇଥିବା ବେଳେ ଏହା ଗ୍ରାନାଇଟ ପ୍ରସ୍ତରରେ ତିଆରି ହୋଇଛି ।[୪] ଲାଲଗୁଆଁ ମନ୍ଦିର (Lalguan Mahadeva temple) ସହିତ ଏହି ମନ୍ଦିରର ସାମଞ୍ଜସ୍ୟ ରହିଛି । ଗ୍ରାନାଇଟ ପଥର ପଦଳରେ ବାଲିପଥର ସାହାଯ୍ୟରେ ମନ୍ଦିର ତିଆରି ହେଉଥିବା ସମୟରେ ଏହି ମନ୍ଦିର ତିଆରି ହୋଇଛି ।[୫] ଭାରତର ଆର୍କିଓଲୋଜି ସର୍ଭେ ଅନୁସାରେ ଅନ୍ୟାନ୍ୟ ଖଜୁରାହୋ ମନ୍ଦିରର ସାମଞ୍ଜସ୍ୟ ଅଛି । ଠାକୁର ଥବା ଗୃହର ଗମ୍ବୁଜ ଶିଖର ବାଲିପଥରରେ ନିର୍ମିତ ହୋଇଛି ।[୬] ପ୍ରଥମେ ଏହି ମନ୍ଦିରର କେବଳ ପ୍ରବେଶ ପଥ ଓ ଗର୍ଭଗୃହ ଥିଲା । ପ୍ରବେଶ ପଥ ନଷ୍ଟ ହୋଇଯାଇଥିବା ବେଳେ କେବଳ ଗର୍ଭଗୃହ ବଞ୍ଚିରହିଛି ଯାହା ଉର୍ଦ୍ଧ୍ୱରେ ଏକ ଶିଖର ରହିଛି । ବାହ୍ୟଦେଶରେ ଗର୍ଭଗୃହ ଏକ ‘ଛକ’ (cruciform) ଆକାରର ହୋଇଥିବା ହେଲେ ପ୍ରତ୍ଯେକ ଦିଗରେ ପ୍ରକ୍ଷେପଣ ରହିଛି । ମନ୍ଦିର ଅଭ୍ୟନ୍ତର ଏକ ଚାରି କୋଣ ବିଶିଷ୍ଟ ହୋଇଛି ଓ ୧୨ଟି ସ୍ତମ୍ଭ ଅଛି । ପୂର୍ବ ଦିଗର ମୂଖ୍ୟ ପ୍ରବେଶ ଦ୍ୱାର ଓ ପଶ୍ଚିମ ଦୁଗରେ ଏକ ଛୋଟ ପ୍ରବେଶ ଦ୍ୱାର ଅଛି । ଅନ୍ୟ ଦୁଇଟି ପ୍ରକ୍ଷେପଣରେ ଜାଲି ଝରକା ଅଛି ।[୬] ମୁଖ୍ୟ ଦ୍ୱାରରେ ମୁଖ୍ୟତଃ କୌଣସି କାରୁକାର୍ଯ୍ୟ ନାହିଁ । ସେଠାରେ ଲିଣ୍ଟେଲ ଉପରେ ଏକ ତ୍ରିମୂର୍ତ୍ତି ଅଛି ଓ ଚଟାଣରେ ଗଙ୍ଗା (Ganga) ଓ ଯମୁନାଙ୍କର (Yamuna) ବିଗ୍ରହ ଅଛି ।
ଆଧାର
ସମ୍ପାଦନା- ↑ ୧.୦ ୧.୧ Dhama 1927, p. 18.
- ↑ "Brahma Temple". ASI. Retrieved 30 May 2019.
- ↑ Dhama 1927, p. 19.
- ↑ Deva 2002, p. 5.
- ↑ Deva 2002, p. 67.
- ↑ ୬.୦ ୬.୧ Deva 2002, p. 72.
ଗ୍ରନ୍ଥ ସୂଚୀ
ସମ୍ପାଦନା- Deva, Krishna (2002). Khajuraho. Archaeological Survey of India.
- Dhama, B.L. (1927). A Guide To Khajuraho. Times of India.