ବୈଷ୍ଣବ ଚରଣ ସାମଲ

ଓଡ଼ିଆ ସାହିତ୍ୟିକ

ବୈଷ୍ଣବ ଚରଣ ସାମଲ (ଜନ୍ମ ୨୭ ଫେବୃଆରୀ ୧୯୩୯)[୧] ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ[୨] ଓଡ଼ିଆ ସାହିତ୍ୟିକ । ସେ ପ୍ରଧାନତଃ ସମାଲୋଚନା[୩], ଶିଶୁ ସାହିତ୍ୟ, କବିତା ଓ ରମ୍ୟ ରଚନା ଆଦି ରଚନା କରିଛନ୍ତି ।

ବୈଷ୍ଣବ ଚରଣ ସାମଲ
ଜନ୍ମ ଓ ଜନ୍ମସ୍ଥାନ (1939-02-27) ୨୭ ଫେବୃଆରୀ ୧୯୩୯ (ବୟସ ୮୫)
ଚାରିଗାଁ, କେନ୍ଦ୍ରାପଡ଼ା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶୈଳୀସମାଲୋଚନା ସାହିତ୍ୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୨
ଜୀବନସାଥୀଯଶୋଦା ସାମଲ
ସନ୍ତାନ୩ପୁଅ, ୧ଝିଅ

ପ୍ରାରମ୍ଭିକ ଜୀବନୀ ସମ୍ପାଦନା

ବୈଷ୍ଣବ ଚରଣ ସାମଲ ୧୯୩୯ ମସିହା ଫେବୃଆରୀ ୨୭ ତାରିଖରେ ଅବିଭକ୍ତ କଟକ ଜିଲ୍ଲା ଓ ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ଚାରିଗାଁଠାରେ ଜନ୍ମ ଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଶ୍ରୀବତ୍ସ ସାମଲ ଓ ମା'ଙ୍କ ନାମ ଜେମାମଣି ସାମଲ ।

ମସିହାରେ ସେ ପ୍ରଥମ କବିତା ଲେଖିଥିଲେ ନେତା କିଏ । ୧୯୬୪-୬୫ ମସିହାରୁ ସେ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ଲେଖିବା ଆରମ୍ଭ କରିଥିଲେ । ତାଙ୍କ ଲିଖିତ ପ୍ରଥମ ପ୍ରବନ୍ଧ ଥିଲା ମରୁତୀର୍ଥ । ତାଙ୍କ ଲେଖା, ସେ ସମୟର ବହୁ ପତ୍ରିକାରେ ପ୍ରକାଶ ପାଉଥିଲା । ସେହି ସବୁ ପ୍ରବନ୍ଧ ମଧ୍ୟରୁ କୋଡ଼ିଏଟି ପ୍ରବନ୍ଧକୁ ସଂକଳିତ କରି, ୧୯୭୧ ମସିହାରେ 'ଜଗନ୍ନାଥ ରଥ' ପ୍ରକାଶନ ସଂସ୍ଥା ତାଙ୍କର ପ୍ରଥମ ପୁସ୍ତକ ପ୍ରକାଶ କରିଥିଲେ । ପୁସ୍ତକଟିର ନାମ ଥିଲା କଳା ସଂସ୍କୃତି ଓ ସାହିତ୍ୟ । ସେହି ବର୍ଷ ତାଙ୍କର ପ୍ରଥମ କବିତା ପୁସ୍ତକ ସମୟରେ ଲିପି ମଧ୍ୟ ପ୍ରକାଶ ପାଇଥିଲା । ଅଧ୍ୟାପନାକୁ ବୃତ୍ତି ଭାବରେ ଗ୍ରହଣ କରିଥିବା ବୈଷ୍ଣବ ଚରଣ, ୧୯୬୬ମସିହାରେ ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ଚାକିରି ଜୀବନ ଆରମ୍ଭ କରି, ୨୦୦୪ ମସିହାରେ 'ବିଶ୍ୱଭାରତୀ' କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ପ୍ରଫେସର[୪] ଭାବରେ ସେବା ନିବୃତ ହୋଇଛନ୍ତି ।

ରଚନାବଳୀ ସମ୍ପାଦନା

ବୈଷ୍ଣବ ଚରଣ ବିଭିନ୍ନ ସମାଲୋଚନା ମୂଳକ ପ୍ରବନ୍ଧ ଓ ପୁସ୍ତକ ସହିତ ୯ଟି ରମ୍ୟ ରଚନା, ୭ଟି କବିତା ଓ ୮ଟି ଶିଶୁ ସାହିତ୍ୟ ପୁସ୍ତକ ରଚନା କରିଛନ୍ତି ।

ସମାଲୋଚନା ସମ୍ପାଦନା

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୨[୭] - (ଭିନ୍ନ ଇଲାକା: ଭିନ୍ନ ଦୃଷ୍ଟି ପାଇଁ)[୮]
  • ବିଷୁବ ପୁରସ୍କାର, ୨୦୧୭[୯]
  • ସାରଳା ସମ୍ମାନ, ୨୦୧୪
  • ଗୋପୀନାଥ ନନ୍ଦ ପ୍ରବନ୍ଧ ଓ ସମାଲୋଚନା ସମ୍ମାନ, ୧୯୯୯ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)[୧୦]
  • କ୍ଷେତ୍ରବାସୀ ସାହିତ୍ୟ ବିଦ୍ୟା ପୁରସ୍କାର

ଆଧାର ସମ୍ପାଦନା

  1. ପଣ୍ଡା, ହରିହର. "ବୈଷ୍ଣବ ସାମଲ". ନିତିଦିନ. Archived from the original on 2018-12-15. Retrieved 15 April 2017.
  2. Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
  3. http://www.nbtindia.gov.in/writereaddata/attachment/thursday-may-08-20142-24-04-pmnewsletter-may-2014.pdf
  4. Ameeta Gupta; Ashish Kumar (2006). Handbook of Universities. Atlantic Publishers & Dist. pp. 873–. ISBN 978-81-269-0608-6.
  5. Bijaýa Kumāra Dāśa (1978). Indian Publishing in the Seventies: Released on the Occasion of World Book Fair III February 11-20, 1978. National Book Trust, India.
  6. "ବ୍ୟକ୍ତିତ୍ୱ". ନିତିଦିନ ୧୫/୦୪/୨୦୧୭ ପୃଷ୍ଠା ୯. Archived from the original on 2018-12-15. Retrieved 26 December 2017.
  7. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 4 March 2017.
  8. http://www.orissa.gov.in/e-magazine/orissaannualreference/OR-Annual-2009/pdf/94-101.pdf
  9. "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved 9 October 2020.
  10. "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ଅକ୍ଟୋବର ୩୧- ନଭେମ୍ବର ୧୫ ପୃଷ୍ଠା ୨. Retrieved 4 November 2015.