ବୈକୁଣ୍ଠନାଥ ପୂଝାରୀ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ବୈକୁଣ୍ଠନାଥ ପୂଝାରୀ ବିଂଶ ଶତାବ୍ଦୀର ଆରମ୍ଭରେ ସମ୍ବଲପୁର ଜିଲ୍ଲାରେ ଓଡ଼ିଆ ଭାଷାର ସୁରକ୍ଷା କାର୍ଯ୍ୟକର୍ତ୍ତା । []

ବୈକୁଣ୍ଠନାଥ ପୂଝାରୀ
ଜାତୀୟତା ଭାରତୀୟ
ପ୍ରସିଦ୍ଧିସମ୍ବଲପୁରରେ ଓଡ଼ିଆ ଭାଷା ଆନ୍ଦୋଳନ
ପିତାମାତାଦାଶରଥି ପୂଝାରୀ

ଉନବିଂଶ ଶତାବ୍ଦୀର ଶେଷ ବେଳକୁ ସମ୍ବଲପୁରର ଓଡ଼ିଆ ଭାଷା ଆନ୍ଦୋଳନ ଦୁର୍ବଳ ହୋଇଆସିଥିଲା । ଓଡ଼ିଆ ବିରୋଧୀ ହିନ୍ଦୀ ଭାଷାଭାଷୀ ଲୋକଙ୍କର ଜୋର ଥିଲା ଓ ସମ୍ବଲପୁରରେ ଓଡ଼ିଆ ଭାଷା ବିଲୁପ୍ତ ହେବାକୁ ବସିଥିଲା । ୧୯୦୧ ମସିହାରେ ବୈକୁଣ୍ଠନାଥ ପୂଝାରୀ ଅତିରିକ୍ତ ସହ-ଆୟୁକ୍ତ ଭାବରେ କମିସନର ଏଣ୍ଡ୍ରୁ ଫ୍ରେଜରଙ୍କ ଅଧିନରେ ଯୋଗଦାନ କରିଥିଲେ । ତାଙ୍କ ପିତା ଦାଶରଥି ପୂଝାରୀ ମଧ୍ୟ ୧୮୭୭ ମସିହାରେ ବରଗଡ଼ର ଉପଜିଲ୍ଲାପାଳ ଏଣ୍ଡ୍ରୁ ଫ୍ରେଜରଙ୍କ ଅଧୀନରେ ଯୋଗଦାନ କରି ଜଣେ କିରାଣୀ ଭାବରେ କାମ କରିଥିଲେ । ଏଣ୍ଡ୍ରୁ ଫ୍ରେଜରଙ୍କ ସମ୍ବଲପୁର ଓଡ଼ିଆଙ୍କ ଭାଷା ଦାବୀ ପ୍ରତି ସମବେଦନା ରହିଥିଲେ ମଧ୍ୟ, ମୁଖ୍ୟ ଆୟୁକ୍ତ ଉଡବର୍ନ ସେଥି ପ୍ରତି ବିମୁଖ ଥିଲେ । ଏହି ସମୟରେ ୧୯୦୧ ମସିହାରେ ସମ୍ବଲପୁରର ଜନଗଣନା କାର୍ଯ୍ୟ ଆରମ୍ଭ ହୋଇ ବିଭିନ୍ନ କାରଣରୁ ଅଟକି ଯାଇଥିଲା । ଜନଗଣନା କାର୍ଯ୍ୟରେ ନିୟୋଜିତ ହିନ୍ଦୀ ଭାଷୀ କର୍ମଚାରୀମାନେ ଓଡ଼ିଆ କହି ପାରୁନଥିବାରୁ, ଆବଶ୍ୟକୀୟ ପ୍ରଶ୍ନୋତ୍ତର ଫର୍ମାଟରେ ଉତ୍ତର ଆଦାୟ କରିପାରୁନଥିଲେ । ଦ୍ୱିତୀୟରେ ସମ୍ବଲପୁରର ଦୁର୍ଗମ ଅଞ୍ଚଳକୁ ସେମାନେ ପହଞ୍ଚିପାରୁନଥିଲେ । ସବୁଠାରୁ ବଡ଼ କାରଣ ଥିଲା, ଏହି ଜନଗଣନା କାର୍ଯ୍ୟ ସମ୍ବଲପୁରର ଓଡ଼ିଆ ପ୍ରାଧାନ୍ୟ ପ୍ରମାଣ କରାଇଦେବାର ଆଶଙ୍କା । ଏହିଭଳି ସମୟରେ ଜନଗଣନା କାର୍ଯ୍ୟର ଦାୟିତ୍ୱ ପଡ଼ିଲା ୨୪ ବର୍ଷ ବୟସ୍କ ବୈକୁଣ୍ଠନାଥ ପୂଝାରୀଙ୍କ ଯୁବ କାନ୍ଧରେ । []

୧୯୦୧ର ସମ୍ବଲପୁର ଜନଗଣନାରୁ ଜଣାପଡ଼ିଲା ଯେ, ସମ୍ବଲପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୭ ଲକ୍ଷ ୯୬ହଜାର ୪୧୩ ମଧ୍ୟରୁ ଓଡ଼ିଆଙ୍କ ସଂଖ୍ୟାଥିଲା ୫ ଲକ୍ଷ ୯୫ ହଜାର ୬୦୧ ।[] ସମ୍ବଲପୁର ସହିତ ପ୍ରଶାସନିକ ଭାବରେ ଜଡ଼ିତ ଅନ୍ୟାନ୍ୟ କ୍ଷେତ୍ର ଯଥା ବାମଣ୍ଡା, ରେଢାଖୋଲ, ପାଟଣାକଳାହାଣ୍ଡିରେ ମଧ୍ୟ ଲୋକସଂଖ୍ୟାର ୮୭% ଥିଲେ ଓଡ଼ିଆ । ଏହି ଜନଗଣନା ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କଲା ଓ ପ୍ରମାଣିତ କଲା ଯେ, ସମ୍ବଲପୁର ସମେତ ସମସ୍ତ ପଶ୍ଚିମ ଓଡ଼ିଶା ଓଡ଼ିଆ କ୍ଷେତ୍ର । ଏହା ବୈକୁଣ୍ଠନାଥ ପୂଝାରୀଙ୍କ ପ୍ରଚେଷ୍ଟାରୁ ହିଁ ସମ୍ଭବ ହୋଇପାରିଲା । ଦିନବେଳା ସେ ପଦସ୍ଥ ସରକାରୀ କର୍ମଚାରୀ ଥିଲେ ଓ ରାତିରେ ଥିଲେ ଭାଷା ଆନ୍ଦୋଳନର ପୁରୋଧା । ରାତ୍ରି ଆଗମନରେ ସେ ଅଶ୍ୱାରୋହଣ କରି, ସମ୍ବଲପୁରର ଦୁର୍ଗମ ଅଞ୍ଚଳ ସବୁ ବୁଲି ବୁଲି ଲୋକଙ୍କୁ ଏକାଠି କରିଥିଲେ ଓ ଓଡ଼ିଆ ଭାବରେ ସେମାନଙ୍କ ହୃତ-ଗୌରବ ଫେରାଇ ଆଣିପାରିଥିଲେ । []

୧୯୧୯ରେ ହୀରାଖଣ୍ଡରେ ପ୍ରକାଶିତ ତାଙ୍କ ଜୀବନୀରୁ ଉଦ୍ଧୃତ :

ଧନ୍ୟ ସେ କର୍ମବୀରଙ୍କ ନୈତିକ ସାହସ! ଦିବସବ୍ୟାପୀ ସରକାରୀ କର୍ମରେ ନିଯୁକ୍ତ ରହି ନିଶାକାଳ ପ୍ରବେଶ ମାତ୍ରକେ ଅଶ୍ୱୋପରି ଆରୋହଣ କରି ବୈକୁଣ୍ଠନାଥ ରାତ୍ରୀଯାପନ କରୁଥିଲେ । ଗ୍ରାମେ ଗ୍ରାମେ ପରିଭ୍ରମଣ ସମୟରେ ଲୋକମାନଙ୍କୁ ଜିଲ୍ଲାଧୀଶଙ୍କ ତଦନ୍ତ ସମୟରେ କିପରି ଭାବରେ ଓଡ଼ିଆ ଭାଷାର ଉପକାରିତା ତର୍କବିତର୍କ ଦ୍ୱାରା ପ୍ରତିପନ୍ନ କରାଇବେ, ସେଥି ନିମନ୍ତେ ସେ ଚେଷ୍ଟିତ ଥିଲେ । ରାତ୍ରି ସମୟରେ ବହୁ ଦୂରବର୍ତ୍ତୀ ଗ୍ରାମରେ ଉପସ୍ଥିତ ହୋଇ ସେହି ଗ୍ରାମବାସୀଙ୍କୁ ଉତ୍କଳ ଭାଷାର ପ୍ରଚଳନ ରୂପକ ମନ୍ତ୍ରରେ ଦୀକ୍ଷିତ କରୁଥିଲେ । ହିନ୍ଦୀ ଭାଷା ପ୍ରଚଳନ ପକ୍ଷପାତୀ କର୍ମଚାରୀବୃନ୍ଦଙ୍କ ବୈଧୃତି ପ୍ରତି ତିଳେ ମାତ୍ର ଭୃକ୍ଷେପ ନକରି ଦେଶର ମାୟା ମମତା ଅନୁବନ୍ଧନର ବଶବର୍ତ୍ତୀ ହୋଇଥିଲେ ।

[]

  1. Kedarnath Mahapatra; Orissa State Museum (1982). The Orissa Historical Research Journal. Superintendent, Research and Museum, Orissa.
  2. Proceedings of the Annual Conference. The Congress. 1995.
  3. http://orissa.gov.in/e-magazine/Orissareview/2012/April/engpdf/40-43.pdf
  4. Chittaranjan Mishra (1 September 1986). Freedom Movement in Sambalpur: 1827-1947. Delhi : B.R. Publishing Corporation ; New Delhi. ISBN 978-81-7018-357-0.
  5. ସମ୍ବାଦ ୧୯/୦୪/୨୦୧୪ ପୃଷ୍ଠା ୧୦ରେ ପ୍ରକାଶିତ ହରପ୍ରସାଦ ଦାସଙ୍କ ଆଲେଖ୍ୟ 'ରାତିର ଅଶ୍ୱାରହୀ'