ରେଢାଖୋଲ ରାଜ୍ୟ  (ଓଡ଼ିଆ: ରେଢ଼ାଖୋଲ; ହିନ୍ଦୀ : रायखोल), ଏକ ବ୍ରିଟିଶ ସମୟର ରାଜ୍ୟ ଥିଲା । ଏହା ଛୋଟ ନାଗପୁର ରାଜ୍ୟ ସମୂହ ଭିତରେ ଥିଲା । ଏହାର ରାଜଧାନୀ ରେଢାଖୋଲ ସହରରେ ଥିଲା । ବର୍ତମାନ ରେଢାଖୋଲ ସମ୍ବଲପୁର ଜିଲ୍ଲାରେ ଅନ୍ତରଭୁକ୍ତ । ଏହାର ପରିବ୍ୟାପ୍ତି 2.157 ବର୍ଗ କିଲୋମିଟର ଓ 1901ରେ ଜନସଂଖ୍ୟା 26,888 ଥିଲା । 

ରେଢାଖୋଲ ରାଜ୍ୟ
ରେଢ଼ାଖୋଲ
Princely State of British India
12th century–1948
Location of Rairakhol
Rairakhol State in the Imperial Gazetteer of India
History
 •  Established 12th century
 •  Accession to the Union of India 1948
Area
 •  1901 ୨,୧୫୭ km2 (୮୩୩ sq mi)
Population
 •  1901 ୨୬,୮୮୮ 
Density ୧୨.୫ /km2  (୩୨.୩ /sq mi)
Rajput Provinces of India - Rairakhol (Princely State)

ଏହି ରାଜ୍ୟର ଅଧିକାଂଶ ଅଞ୍ଚଳ ଘୋର ଜଙ୍ଗଲରେ ପୂର୍ଣ ଥିଲା । ଏହି ଜଙ୍ଗଲରେ ହାତୀ , ବାଘ ପରି ଜନ୍ତୁ ବିଚରଣ କରୁଥିଲେ ।ଏଠାରେ କୋଳ ଜନଜାତିର ଲୋକ ବହୁ ସଂଖ୍ୟାରେ ରହନ୍ତି । ଏମାନେ ମୁଣ୍ଡା ଓ ଓରାଓଁ ଭାଷା ବ୍ୟବହାର କରନ୍ତି । ଚଷା ଜାତୀୟ ଲୋକ ମଧ୍ୟ ବହୁ ସଂଖ୍ୟାରେ ଏଠାରେ ରହନ୍ତି । .[୧]

ଇତିହାସ ସମ୍ପାଦନ କରନ୍ତୁ

 18 ଶ ଶତାବ୍ଦୀ ଯାଏ ରେଢାଖୋଲ ବାମରା ରାଜ୍ୟର ଅଧିନସ୍ଥ ରାଜ୍ୟ ରହିଥିଲା । ଏହାକୁ ପାଟଣାର ଗଡଜାତ ରାଜା ସ୍ୱାଧୀନତା ଦେଇଥିଲେ ।ଠାରେ ଯୁଦ୍ଧରେ ରେଢାଖୋଲ ରାଜପରିବାରର ଏକ ବାଳକ ଛଡାସମସ୍ତେ  ବାମର ରାଜ୍ୟ ସହ ଯୁଦ୍ଧରେ ନିହତ ହେଇଥିଲେ । ସେହି ବାଳକକୁ ବୁଟକା ସୁଧ ନାମକ ଜାତିର ଜଣେ ମହିଳା ନେଇଯାଇ ରଖିଥିଲେ । ସେ ବଡ ହେଲା ପରେ ପୁନର୍ବାର ରେଢାଖୋଲର ଗାଦୀ ଅକ୍ତିଆର କରିଥିଲେ । ତେଣୁ ବୁଟକା ସୁଧ ଜାତିକୁ ରାଜପରିବାର ସ୍ୱତନ୍ତ୍ର ଭାବେ ଦେଖନ୍ତି । ରେଢାଖୋଲର ରାଜା ମାନେ ରାଥୋରେ ରାଜପୁତ ଓ ସେମାନେ ସେରିକେଲ , ବଣାଇ ଓ ଖରସୁଆ ରାଜା ପରିବାର ସହ ସମ୍ପର୍କିତ । 

ରାଜ୍ୟ 1905 ମସିହା ଯାଏ ଛତିଶଗଦ ଡିଭିଜନ ଅନ୍ତର୍ଗତ କମିଶନରଙ୍କ ଅଧୀନରେ ରହି ତାହା ପରେ ବେଙ୍ଗଲ ପ୍ରେସିଡେନ୍ସିରେ ରହିଥିଲା । ରେଢାଖୋଲର ସେଶ ରାଜା ଗିରୀଶ ଦେଓ ଜାନୁଆରୀ 1948ରେ ରାଜ୍ୟକୁ ଭାରତୀୟ ରାଜ୍ୟ ସଂଘକୁ ସମର୍ପଣ କରିଥିଲେ । [୨]

ଶାସକ ସମ୍ପାଦନ କରନ୍ତୁ

ରେଢାଖୋଲର ଶାସକ ମାନେ ନିଜକୁ "ରାଜା " ବୋଲାଉଥିଲେ । [୩][୪]

ରାଜା ସମ୍ପାଦନ କରନ୍ତୁ

  • 1825 - 1900 ବିଷାନ ଚନ୍ଦ୍ର ଜେନାମଣି 
  • 1900 - ଗୌର ଚନ୍ଦ୍ର ଦେଓ 
  • 3 Jul 1906 - 193. ବିରଚନ୍ଦ୍ର ଯଦୁମଣି ଦେଓ 
  • 193. - 15 Aug 1947 ଗିରୀଶ ଚନ୍ଦ୍ର ଦେଓ 

ପୁନଶ୍ଚ ଦେଖଣା ସମ୍ପାଦନ କରନ୍ତୁ

  • Eastern States Agency
  • Orissa Province
  • Orissa Tributary States

ଆଧାର ସମୂହ ସମ୍ପାଦନ କରନ୍ତୁ