ବେନରାଲିଜୁମାବ

ଆଘ୍ରାଣକାରୀ କର୍ଟିକୋଷ୍ଟିର‌ରଡ ଏବଂ ଦୀର୍ଘକାଳୀନ କାର୍ଯ୍ୟକାରୀ ବିଟା-ଆଗୋନିଷ୍ଟ ସହିତ ଉପଶମ ହୋଇନଥିବା ଲୋକମ

ବେନରାଲିଜୁମାବ, ବେପାର ନାମ ଫେସେନ୍ରା, ଇଓସିନୋଫିଲିକ୍ ଆଜମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [୧] ଆଘ୍ରାଣକାରୀ କର୍ଟିକୋଷ୍ଟିର‌ରଡ ଏବଂ ଦୀର୍ଘକାଳୀନ କାର୍ଯ୍ୟକାରୀ ବିଟା-ଆଗୋନିଷ୍ଟ ସହିତ ଉପଶମ ହୋଇନଥିବା ଲୋକମାନଙ୍କଠାରେ ଏହା ବ୍ୟବହୃତ ହୋଇପାରେ । [୧] ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଏହା ଦିଆଯାଏ । [୨]

ବେନରାଲିଜୁମାବ
Monoclonal antibody
TypeWhole antibody
SourceHumanized (from mouse)
TargetCD125
Clinical data
Pronunciationben" ra liz' ue mab
Trade namesFasenra
AHFS/Drugs.commonograph
MedlinePlusa618002
data
Pregnancy
category
  • AU: B1
  • US: N (Not classified yet)
Routes of
administration
Subcutaneous
Legal status
Legal status
Chemical and physical data
FormulaC6492H10060N1724O2028S42
Molar mass୧,୪୬,୦୫୬.୪୫ g·mol−1
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା ଏବଂ ଗଳା ଯନ୍ତ୍ରଣା ହୋଇପାରେ । [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍ କିମ୍ବା ହାଇଭ୍ସ୍ ହୋଇପାରେ । [୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୨] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଓସିନୋଫିଲ ଉପରେ ଥିବା ଇଣ୍ଟରଲୁକିନ୍ -5 ରିସେପ୍ଟର (CD125 ) ସ‌ହିତ ଅନୁବନ୍ଧିତ ହେବାଦ୍ୱାରା ସେଗୁଡିକ ନଷ୍ଟ ହୋଇଯାଏ । [୧]

୨୦୧୭ରେ ଆମେରିକାରେ ଏବଂ ୨୦୧୮ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ବେନରାଲିଜୁମାବ ଅନୁମୋଦିତ ହୋଇଥିଲା । [୧][୨] ଯୁକ୍ତରାଜ୍ୟରେ ଏହାର ଏକ ମାତ୍ରାର ମୂଲ୍ୟ ୨୦୦୦ ପାଉଣ୍ଡ ।[୩] ଏହି ପରିମାଣ ଔଷଧର ମୂଲ୍ୟ ଯୁକ୍ତରାଷ୍ଟ୍ରରେ ପ୍ରାୟ ୫,୨୦୦ ଡଲାର ଅଟେ । [୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Fasenra EPAR". European Medicines Agency (EMA). Archived from the original on 18 October 2020. Retrieved 13 October 2020.
  2. ୨.୦ ୨.୧ ୨.୨ ୨.୩ "DailyMed - FASENRA- benralizumab injection, solution". dailymed.nlm.nih.gov. Archived from the original on 13 May 2021. Retrieved 9 January 2022.
  3. BNF 81: March-September 2021. BMJ Group and the Pharmaceutical Press. 2021. p. 284. ISBN 978-0857114105.
  4. "Fasenra Prices, Coupons & Savings Tips - GoodRx". GoodRx. Retrieved 9 January 2022.