ବେଣୁଧର ବଳିଆରସିଂହ

ଓଡ଼ିଆ ରାଜନୀତିଜ୍ଞ

ବେଣୁଧର ବଳିଆରସିଂହ (୭ ଜାନୁଆରୀ ୧୯୧୮ - ୩୧ ଡିସେମ୍ବର ୨୦୧୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ବେଣୁଧର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର ଏବଂ ମନ୍ତ୍ରୀ ଭାବରେ ତିନିବର୍ଷ କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଖୋର୍ଦ୍ଧା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ବେଣୁଧର ବଳିଆରସିଂହ
ବିଧାୟକ: ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୭
ପୂର୍ବ ଅଧିକାରୀବୀରକିଶୋର ଦେବ
ପର ଅଧିକାରୀସୁଦର୍ଶନ ମହାନ୍ତି
ନିର୍ବାଚନ ମଣ୍ଡଳୀଖୋର୍ଦ୍ଧା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1918-01-07)ଜାନୁଆରୀ ୭, ୧୯୧୮
ମୃତ୍ୟୁ୩୧ ଡିସେମ୍ବର ୨୦୧୭(2017-12-31) (ବୟସ ୯୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସୁଲୋଚନା ବଳିଆରସିଂହ
ବାପା/ବୋଉନରୋତ୍ତମ ବଳିଆରସିଂହ (ବାପା‌)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ବେଣୁଧର ବଳିଆରସିଂହ ୧୯୧୮ ମସିହାର ଜାନୁଆରୀ ମାସ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ନରୋତ୍ତମ ବଳିଆରସିଂହ ଓ ପତ୍ନୀଙ୍କ ନାମ ସୁଲୋଚନା ବଳିଆରସିଂହ ।[୧]

ରାଜନୈତିକ ଜୀବନ ସମ୍ପାଦନା

ବେଣୁଧର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧] ବେଣୁଧର ୧୯୭୪ ମସିହାରୁ ୧୯୭୭ ମସିହାଯାଏଁ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ବେଣୁଧର ବଳିଆରସିଂହ ୨୦୧୭ ମସିହାର ଡିସେମ୍ବର ମାସ ୩୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Shri Benudhar Baliarsingh". odishaassembly.nic.in. Odisha Assembly. Retrieved 4 June 2020.