ବେଚାରାଜୀ

ଏହା ବହୁଚାର ମାତାଙ୍କୁ ସମର୍ପିତ ଏକ ହିନ୍ଦୁ ମନ୍ଦିର ।

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବେଚାରାଜୀ
ଟାଉନ
ବ‌ହୁଚାରା ମାତା ମନ୍ଦିର, ୨୦୧୮ ମସିହାରେ
ବ‌ହୁଚାରା ମାତା ମନ୍ଦିର, ୨୦୧୮ ମସିହାରେ
ଭାରତର ଗୁଜରାଟରେ
ଭାରତର ଗୁଜରାଟରେ
ବେଚାରାଜୀ
Location in Gujarat, India
Coordinates: 23°29′53″N 72°02′35″E / 23.498°N 72.043°E / 23.498; 72.043
Country India
StateGujarat
DistrictMehsana
Population
 (2011)
 • Total୧୨,୫୭୪
Languages
 • OfficialGujarati, Hindi
Time zoneUTC+5:30 (IST)
PIN
384213
ଯାନବାହାନ ପଞ୍ଚୀକରଣGJ-02
Sex ratio/ - ୬,୫୦୪/୬,୦୩୪

ବେଚାରାଜୀ ବା ବହୁଚାରାଜୀ ଏକ ହିନ୍ଦୁ ମନ୍ଦିର ଯାହା ସେହି ମନ୍ଦିର ଟାଉନ ଓ ତାଲୁକା ରାଜଧାନୀ ଓ ଭାରତର ଗୁଜରାଟ ପ୍ରଦେଶ ଅନ୍ତର୍ଗତ ମେହସାନା ଜିଲ୍ଲାରେ ଅବସ୍ଥିତ । ହିନ୍ଦୁ ଦେବୀ ‘ବହୁଚାରା ମାତା’ଙ୍କର ମନ୍ଦିର ଯୋଗୁ ଏହି ଟାଉନ ଅଧୁନା ଏକ ମୂଖ୍ୟ ତୀର୍ଥଯାତ୍ରୀ ଆକର୍ଷଣ କେନ୍ଦ୍ର ହୋଇଛି ।

ଇତିହାସ ସମ୍ପାଦନା

ବହୁଚାର ମାତା ବା ବହୁଚାରାଜୀ ହିନ୍ଦୁ ମନ୍ଦିର ନାମାନୁସାରେ ସେହି ଟାଉନର ନାମକରଣ ହୋଇଛି । ଟାଉନ ଚାରିପାଖ ସ୍ଥଳର ନାମ ଚୂନୱାଲ । ମନ୍ଦିର ଦକ୍ଷିଣ ଦିଗରେ ଏକ କିମି ଦୂରରେ ବେଚାର ଗ୍ରାମ ଓ ୨ କିମି ଦୂରରେ ଶଙ୍ଖଳପୁର ଗ୍ରାମ ଅବସ୍ଥିତ । ଏହି ଦୁଇ ମନ୍ଦିର ମଧ୍ୟରେ ଆଧୁନିକ ଟାଉନ ବିକଶିତ ହୋଇଛି ।[୧] ଏହି ଟାଉନର ଶାସକ ‘ସାୟାଜୀ ଗାଇକୱାଡ’ ମନ୍ଦିର ନିମନ୍ତେ ଗାଇକୱାର ପ୍ରଦେଶ ରେଲୱେକୁ ଏହି ସ୍ଥାନ ପର୍ଯ୍ୟନ୍ତ ବିସ୍ତାର କରିଥିଲେ । [୨]

ଲୋକସଂଖ୍ୟା ସମ୍ପାଦନା

୨୦୧୧ ଜନଗଣନା ଅନୁସାରେ ବେଚରାଜିର ଲୋକସଂଖ୍ୟା ୧୨,୭୫୪ ଥିଲା ଯେଉଁଥିରେ ପୁରୁଷ ସଂଖ୍ୟା ୬,୫୦୪ ଓ ମହିଳା ସଂଖ୍ୟା ୬,୦୩୪ ଥିଲା ।[୩]

ରାଜନୀତି ସମ୍ପାଦନା

ଏହି ଟାଉନଟି ବେଚରଜି ବିଧାନ ସଭା କନଷ୍ଟିଚ୍ୟୁ ସନର (Bechraji Assembly constituency) ଏକ ଅଂଶ ଅଟେ ।

ବହୁଚର ମାତା ମନ୍ଦିର ସମ୍ପାଦନା

 
ବ‌ହୁଚାର ମାତା (Bahuchar Mata) ଗଞ୍ଜା ବାହନ ଉପରେ ବସିଛନ୍ତି

ମନ୍ଦିରର ନିକଟବର୍ତ୍ତୀ ଗ୍ରାମମାନକୁ ବରୋଦା ଷ୍ଟେଟ ଅଧକାର କରିନେଲେ ଓ ସେମାନଙ୍କୁ ବାର୍ଷିକ ଭତ୍ତା ୧୫,୦୦୦ ଟଙ୍କା ଦିଆଗଲା । ପ୍ରଦେଶ ସରକାର ମନ୍ଦିର ପରିଚାଳନା କରନ୍ତି ।[୧]

କମଳିଆ, କଲରିର ସୋଲାଙ୍କି ରାଜପୁତ ଓ ହିଜରାମାନେ ଦେବୀଙ୍କର ପୁରୁଷାନୁକ୍ରମେ ଏହି ମନ୍ଦିର ପୂଜା କରୁଥିବା ଦାବି କରୁଛନ୍ତି ।[୨] ହିନ୍ଦୁ କ୍ୟାଲେଣ୍ଡରର ଚୈତ୍ର ମାସ ପୂର୍ଣ୍ଣମୀ ଦିନ ଏକ ବଡ ମେଳା ହୁଏ । [୧]

ସୁବିଧା ଓ ଅର୍ଥବ୍ୟବସ୍ଥା ସମ୍ପାଦନା

ଭକ୍ତମାନଙ୍କ ପାଇଁ ସେଠାରେ ଅନେକ ସଂଖ୍ୟକ ଗେଷ୍ଟ ହାଉସ, ଧମଶାଳା ଓ ଅନ୍ୟାନ୍ୟ ସୁବିଧାମାନ ଉପଲବ୍ଧ ହୁଏ । ଟାଉନରେ ଗୋଟିଏ ପୋଷ୍ଟ ଅଫିସ ଓ ଡାକ୍ତରଖାନା ଅଛି ।[୧] ମଣ୍ଡଳ ବେଚାରଜୀ ବିଶେଷ ଇନଭେଷ୍ଟ ରିଜିଅନରେ ଅନେକ ବଡ ଅଟୋମୋବାଇଲ କମ୍ପାନୀ ବାର୍ଷିକ ୧୦ ଲକ୍ଷ ଗାଡ଼ି ପ୍ରସ୍ତୁତ କରନ୍ତି । [୪]

ପରିବହନ ସମ୍ପାଦନା

ରେଲ ଓ ବସ ସାହାଯ୍ୟରେ ବହୁଚରାଜ୍ୟ ଉତ୍ତମ ରୂପେ ସଂଯୁକ୍ତ ହୋଇଛି । ଅନେକ ପ୍ରାଇଭେଟ ଗାଡି ମଧ୍ୟ ଚାଲୁଚି । ଅହମଦାବାଦ-ରନ୍ତେଯ-ପତନ ସହିତ ମେଟ୍ରୋ ଟ୍ରେନ ସଂଯୁକ୍ତ ହୋଇଛି ।

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ S. B. Rajyagor, ed. (1975). Gujarat State Gazetteers: Mehsana District. Gujarat State Gazetteers. Vol. 5. Directorate of Government Print., Stationery and Publications, Government of Gujarat. pp. 783–785. OCLC 312721940.
  2. ୨.୦ ୨.୧ Yagnik, Bharat (5 November 2011). "Driving through the queer legends of Bahucharaji". The Times of India. Retrieved 2 July 2015.
  3. "Census of India: 2011". 2019. Retrieved 2019-09-22.
  4. "Gujarat's Mandal Becharaji SIR is expected to emerge as India's largest automobile hub: official". The Economic Times. 2018-10-01. Retrieved 2019-09-22.

ବାହ୍ୟ ଲିଙ୍କ ସମ୍ପାଦନା