ବୁହାଳିପାଳ ଭାରତରର ଓଡ଼ିଶା ସ୍ଥିତ ଢେଙ୍କାନାଳ ଜିଲ୍ଲାରେ ଥିବା ଏକ ଗ୍ରାମ ।

ବୁହାଳିପାଳ
ବୁହାଳିପାଳ ଗ୍ରାମ, ଓଡିଶା
Coordinates: ୨୦° ୩୮'୨୬.୧ "N ୮୫° ୨୧'୨୯.୪" E
ଓଡିଶାଢେଙ୍କାନାଳ
Government
 • Bodyହିନ୍ଦୋଳ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
Area
 • Urban
3500 ha (8,600 acres)
Population
 • Total୪୦୦୦

ଅବସ୍ଥିତି

ସମ୍ପାଦନା
 
ବୁହାଳିପାଳ ଗ୍ରାମ

ବୁହାଳିପାଳର ଭୌଗୋଳିକ ଅବସ୍ଥିତ ୨୦° ୩୮'୨୬.୧ "N ୮୫° ୨୧'୨୯.୪" E ରେ ଅବସ୍ଥିତ । ବୁହାଳିପାଳ ଗ୍ରାମ ଅଁଳାବେଡ଼ା, ପାସାସିଙ୍ଗ, ବିଦ୍ୟାଧରପୁର, କୁନୁଆ, ପାଧାନୀ ଏବଂ ବଙ୍କାଟିଆ ଆଦି ଗ୍ରାମ ଦ୍ୱାରା ପରିବେଷ୍ଟିତ । ବୁହାଳିପାଳର ନିକଟତମ ବଜାର ରାସୋଲ ଏବଂ ଏହା ରାସୋଲ ପୋଲିସ ଷ୍ଟେସନରୁ ୫ କିଲୋମିଟର ଦୂରରେ ଅବସ୍ଥିତ । ଗାଁର ମୋଟ ଭୌଗୋଳିକ କ୍ଷେତ୍ରଫଳ ୨୮୦୦ ହେକ୍ଟର । ବୁହାଳିପାଳ ଗାଁର ପିନ କୋଡ୍ ୭୫୯୦୨୧ । ଏହା ଉପ-ଜିଲ୍ଲା ମୁଖ୍ଯା କାର୍ଯ୍ୟାଳୟ ହିନ୍ଦୋଲ (ତେହସିଲଦାର କାର୍ଯ୍ୟାଳୟ) ଠାରୁ ୨୧.୬km ଦୂରରେ ଏବଂ ଜିଲ୍ଲା ମୁଖ୍ଯା କାର୍ଯ୍ୟାଳୟ ଢେଙ୍କାନାଲ ଠାରୁ ୩୮ କିଲୋମିଟର ଦୂରରେ ଅବସ୍ଥିତ। ୨୦୦୯ର ପରିସଂଖ୍ଯାନ ଅନୁଯାୟୀ, ବୁହାଲିପାଲ ଗ୍ରାମ ମଧ୍ଯ ଏକ ଗ୍ରାମ ପଞ୍ଚାୟତ।

ବୁହାଳିପାଳର ମୋଟ ଜନସଂଖ୍ଯା ୪୦୦୦, ଯେଉଁଥିରୁ ପୁରୁଷ ଜନସଂଖ୍ଯା ୨,୨୦୦ ଥିବାବେଳେ ମହିଳା ଜନସଂଖ୍ଯା ୧,୮୦୦। ବୁହାଲିପାଲ ଗାଁର ସାକ୍ଷରତା ହାର ୭୨%, ଯେଉଁଥିରୁ ପୁରୁଷଙ୍କ ୭୫.୪% ଏବଂ ମହିଳାଙ୍କ ୬୦.୫% ସାକ୍ଷର ଅଟନ୍ତି। ବୁହାଳିପାଳ ଗ୍ରାମରେ ପାଖାପାଖି ୭୫୦ଟି ଘର ରହିଛି। ବୁହାଳିପାଳ ଗ୍ରାମ ଅଞ୍ଚଳର ପିନ୍ କୋଡ୍ ହେଉଛି ୭୫୯୦୨୧ ।[][]

ପର୍ଯ୍ୟଟନ

ସମ୍ପାଦନା
 
୧୯୭୩ରେ ତିଆରି କାଲିଯୋଡ଼ି ବନ୍ଧ

ବୁହାଳିପାଳ ନିକଟରେ ସପୁଆ ବନ୍ଧ ରାସୋଲ ପଞ୍ଚାୟତ ମଧ୍ଯରେ ଅବସ୍ଥିତ । ଏଠାରେ ମା 'ସୁକିବାଉତୀ ମନ୍ଦିର ରହିଛି । ବୁହାଲୀପାଳ ପଞ୍ଚାୟତ ନିକଟରେ କାଲିଯୋଡ଼ି ନାମକ ଏକ ଛୋଟ ବନ୍ଧ ମଧ୍ୟ ରହିଛି ।

ମନ୍ଦିରଗୁଡ଼ିକ

ସମ୍ପାଦନା
 
ବୁହାଳିପାଳ ଜଗନ୍ନାଥଙ୍କ ମନ୍ଦିର

ଏହି ଗ୍ରାମସ୍ଥିତ ହିନ୍ଦୁ ମନ୍ଦିରସବୁ ହେଲେ ଜଗନ୍ନାଥ ମନ୍ଦିର, ପଶ୍ଚିମେଶ୍ୱର ମନ୍ଦିର, ମା' ମଙ୍ଗଳା ମନ୍ଦିର, ମା ତାରିଣୀ ମନ୍ଦିର, ସାନିଦେବ ମନ୍ଦିର, ମା ବୁଧି ମନ୍ଦିର ।

ପର୍ବ ପର୍ବାଣି

ସମ୍ପାଦନା

ଏହି ଗାଁର ପ୍ରସିଦ୍ଧ ହିନ୍ଦୁ ପର୍ବ ରଥଯାତ୍ରା ଓ ଏହା ହିନ୍ଦୋଳର ପ୍ରଥମ । ତା' ଛଡ଼ା ହିନ୍ଦୁ ଧର୍ମାବଲମ୍ବୀମାନେ ଲକ୍ଷ୍ମୀ ପୂଜା, ଗଣେଶ ପୂଜା, ସରସ୍ୱତୀ ପୂଜା ଶିବ ପଞ୍ଚମୀ ଏବଂ ଅଷ୍ଟପ୍ରହରୀ ନାମ ଯଜ୍ଞ ଆଦି ମଧ୍ଯ ପାଳନ କରନ୍ତି |

  1. ୧.୦ ୧.୧ "Buhalipal Pin Code - 759021, All Post Office Areas PIN Codes, Search dhenkanal Post Office Address". news.abplive.com (in ଇଂରାଜୀ).
  2. "Buhalipal BO Pin Code: Find Pin Code of Buhalipal BO locality of Odisha - NDTV.com". www.ndtv.com (in ଇଂରାଜୀ). Retrieved 6 January 2025.