ବୀରେନ ରାଉତରାୟ
ବୀରେନ ରାଉତରାୟ, ଜଣେ ଜଣାଶୁଣା ଓଡ଼ିଆ ନାଟ୍ୟକାର ଓ ଅଭିନେତା । ଖଳନାୟକ ଚରିତ୍ରରେ ଅଭିନୟ ପାଇଁ ସେ ମଞ୍ଚ, ଟେଲିଭିଜନ ବା ଚଳଚ୍ଚିତ୍ର, ସବୁଠି ବେଶ ପରିଚିତ ।[୧]
ବୀରେନ ରାଉତରାୟ | |
---|---|
ଫାଇଲ:ବୀରେନ ରାଉତରାୟ.jpg | |
ଜନ୍ମ | ମେରିଆବଜାର, କଟକ | ୨୭ ସେପ୍ଟେମ୍ବର ୧୯୩୯
ମୃତ୍ୟୁ | ୨୪ ନଭେମ୍ବର ୨୦୧୪ | (ବୟସ ୭୫)
ମୃତ୍ୟୁର କାରଣ | ହୃଦଘାତ |
ଜାତୀୟତା | ଭାରତୀୟ |
ଶିକ୍ଷା | ଡିଗ୍ରୀ ଇଞ୍ଜିନିୟରିଂ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ବୃତ୍ତି | ଓଡ଼ିଆ ନାଟ୍ୟକାର ଓ ଅଭିନେତା |
ବୈବାହିକ-ସାଥୀ | ବନଶ୍ରୀ ରାଉତରାୟ |
ସନ୍ତାନ | ରାଜକିଶୋର, ଇତିଶ୍ରୀ |
ପିତାମାତା | ଭ୍ରମରବର ରାଉତରାୟ, ତାରାମଣି ଦେବୀ |
ବୀରେନ ରାଉତରାୟ, ଜଗତସିଂହପୁର ନିବାସୀ ସ୍ୱାଧୀନତା ସଂଗ୍ରାମୀ ଭ୍ରମରବର ରାଉତରାୟ ଓ ତାରାମଣି ଦେବୀଙ୍କର ଜ୍ୟେଷ୍ଠପୁତ୍ର ଥିଲେ । ସେ ୧୯୩୯ ମସିହା ସେପ୍ଟେମ୍ବର ମାସ ୨୭ତାରିଖରେ କଟକର ମେରିଆବଜାରଠାରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ବି.ଏସ.ସି ଓ ବୁର୍ଲା ଆର.ଇ.ସିରୁ ଡିଗ୍ରୀ ଇଞ୍ଜିନିୟରିଂ ଶିକ୍ଷା ଲାଭ କରି, ସେ ରାଜ୍ୟ ସରକାରଙ୍କ ବହୁ ବିଭାଗରେ ଯନ୍ତ୍ରୀ ରୂପେ କାର୍ଯ୍ୟକରିଥିଲେ । ସେ ୧୯୭୭ ମସିହାରେ, ଗୃହନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ ଭାବରେ ଅବସର ଗ୍ରହଣ କରିଥିଲେ ।
୧୯୫୫ ମସିହାରେ ମଞ୍ଚାଭିନୟରୁ ତାଙ୍କର କଳାକାର ଜୀବନ ଆରମ୍ଭ ହୋଇଥିଲା । ପ୍ରାୟ ୩୫ଟିରୁ ଅଧିକ ଚଳଚ୍ଚିତ୍ର, ୨୦୦ରୁ ଅଧିକ ମଞ୍ଚନାଟକ ଓ ଦୂରଦର୍ଶନରେ ଅଭିନୟ କରି ସେ ଲୋକପ୍ରିୟତା ଲାଭ କରିପାରିଛନ୍ତି । ବହୁ ନାଟକ ନିଜେ ରଚନା କରିଛନ୍ତି ଓ ଏଥିପାଇଁ ବହୁବାର ପୁରସ୍କୃତ ମଧ୍ୟ ହୋଇଛନ୍ତି । "ଚିତ୍ରୋତ୍ପଳା" ଓ "ସଂସ୍କୃତି ବିହାର" ଭଳି ଅନେକ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ରହି ସେ, କଳା ସଂସ୍କୃତିର ବିକାଶ ପାଇଁ କାର୍ଯ୍ୟ କରିଛନ୍ତି ।
ସାହିତ୍ୟକୃତି
ସମ୍ପାଦନାନାଟକ
ସମ୍ପାଦନା- କସ୍ତୁରୀ ମୃଗ
- ତୃଷ୍ଣା
- ରାଣା ପ୍ରତାପ ସିଂହ
- ଜାମୁକୋଳି ଗଛ
- ଅଙ୍ଗ ରାଜା
- ଭଙ୍ଗା ବେହେଲାର ସ୍ୱର
ପତ୍ରିକା
ସମ୍ପାଦନା- ନାଟ୍ୟଶ୍ରୀ
ଅଭିନିତ ଚଳଚ୍ଚିତ୍ର
ସମ୍ପାଦନା- ବନ୍ଧୁ ମହାନ୍ତି - ୧୯୭୭
- ହିସାବ ନିକାଶ - ୧୯୮୨
- ଡୋରା - ୧୯୮୪
- ଭକ୍ତ ସାଲବେଗ - ୧୯୮୩
- ଜଗା ବଳିଆ - ୧୯୮୪
- ଲାଲପାନ ବିବି
- ଭୀଷ୍ମ ପ୍ରତିଜ୍ଞା - ୧୯୯୨
- ଅନୁରାଗ - ୧୯୮୦
ସମ୍ମାନ ଓ ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2013-10-06. Retrieved 2014-11-25.
{{cite web}}
: Cite has empty unknown parameter:|1=
(help) - ↑ ଧରିତ୍ରୀ ୨୫/୧୧/୨୦୧୪ ପୃଷ୍ଠା ୧୧
- ↑ ସମ୍ବାଦ ୨୫/୧୧/୨୦୧୪ ପୃଷ୍ଠା ୪
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବୀରେନ ରାଉତରାୟ