ବୀରକିଶୋର ଜେନା
ବୀରକିଶୋର ଜେନା (୧୫ ଜୁନ ୧୯୧୯ - ୨୮ ଜାନୁଆରୀ ୨୦୦୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଓଡ଼ିଶା ରାଜନୀତିରେ ସେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ବୀରକିଶୋର ଜେନା | |
---|---|
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପୂର୍ବ ଅଧିକାରୀ | ଜନାର୍ଦନ ଭଞ୍ଜ ଦେଓ, ଭାଇଗା ସେଠୀ |
ପର ଅଧିକାରୀ | ମକର ସେଠୀ |
ନିର୍ବାଚନ ମଣ୍ଡଳୀ | ଆନନ୍ଦପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଜୁନ ୧୫, ୧୯୧୯ |
ମୃତ୍ୟୁ | ୨୮ ଜାନୁଆରୀ ୨୦୦୧ | (ବୟସ ୮୧)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ |
ଜୀବନ ସାଥୀ | ସାବିତ୍ରୀ ଜେନା, ସଦ୍ଭାବନୀ ଜେନା |
ସନ୍ତାନ | ୪ ପୁଅ, ୨ ଝିଅ |
ବାପା/ବୋଉ | ବଂଶୀଧର ଜେନା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପରିବାର ଓ ଶିକ୍ଷା
ସମ୍ପାଦନାବୀରକିଶୋର ଜେନା ୧୯୧୯ ମସିହାର ଜୁନ ମାସ ୧୫ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ବୀରକିଶୋର ଜେନାଙ୍କ ବାପାଙ୍କ ନାମ ବଂଶୀଧର ଜେନା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ । ବୀରକିଶୋର ଦୁଇଜଣଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ପତ୍ନୀଙ୍କ ନାମ ସାବିତ୍ରୀ ଜେନା ଓ ସଦ୍ଭାବନୀ ଜେନା । ବୀରକିଶୋରଙ୍କର ୪ ପୁଅ ଓ ୨ ଝିଅଙ୍କ ସମେତ ସମୁଦାୟ ସନ୍ତାନସନ୍ତତି ସଂଖ୍ୟା ୬ ।
ରାଜନୈତିକ ଜୀବନ
ସମ୍ପାଦନାବୀରକିଶୋର ଜେନା ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।
ବୀରକିଶୋର ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଭାବରେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୭,୪୮୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହି ନିର୍ବାଚନରେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ତାଙ୍କ ସହ ଉପେନ୍ଦ୍ର ଜେନା ଯୁଗ୍ମ ଭାବରେ ନିର୍ବାଚିତ ହୋଇଥିଲେ ।[୨] ଏହି ବିଧାନ ସଭାରେ ସେ ୧୯୫୭ ମସିହାରୁ ୧୯୬୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ସମ୍ପାଦନାବୀରକିଶୋର ଜେନା ୨୦୦୧ ମସିହାର ଜାନୁଆରୀ ମାସ ୨୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ "Late Bira Kishore Jena". odishaassembly.nic.in. Odisha Assembly. Retrieved 3 July 2019.
- ↑ ୨.୦ ୨.୧ "Orissa 1957". Election Commission of India (in Indian English). Retrieved 2019-06-27.