ବୀଣାପାଣି ପଣ୍ଡା
ଓଡ଼ିଆ କବି
ବୀଣାପାଣି ପଣ୍ଡା (ଜନ୍ମ : ୧ ନଭେମ୍ବର ୧୯୫୮) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ଅଟନ୍ତି ।[୧] କବିତା ପୁସ୍ତକ "ଗୋଧୂଳିର ଗୀତ" ପାଇଁ ସେ ୨୦୧୫ ମସିହାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୨]
ବୀଣାପାଣି ପଣ୍ଡା | |
---|---|
ଜନ୍ମ | ବୀଣାପାଣି ପଣ୍ଡା ୧ ନଭେମ୍ବର ୧୯୫୮ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକତ୍ତୋର (ଅର୍ଥନୀତି) |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୫ |
ଜୀବନୀ
ସମ୍ପାଦନାବୀଣାପାଣି ୧୯୫୮ ମସିହାରେ ଯାଜପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାରରେ ସାହିତ୍ୟିକ ବାତାବରଣ ଥିଲା ଓ ସମସ୍ତ ସଦସ୍ୟ ବହି ପଢୁଥିଲେ ।[୩] ଏହାର ପ୍ରଭାବ ବୀଣାପାଣିଙ୍କ ଉପରେ ପିଲାଦିନୁ ପଡିଥିଲା । ପିଲାଦିନୁ ନିଜ ମନରେ ସେ କବିତା ଲେଖିବା ଆରମ୍ଭ କରିଥିଲେ ଓ ସ୍କୁଲ ପତ୍ରିକାର ତାଙ୍କ କବିତା ପ୍ରକାଶିତ ହେବା ଆରମ୍ଭ ହୋଇଥିଲା । କ୍ରମେ ପ୍ରଜାତନ୍ତ୍ର, ମୀନାବଜାର, ଯୁବଜଗତ ଆଦି ପତ୍ରିକାରେ ତାଙ୍କ କବିତା ପ୍ରକାଶିତ ହେଲା । ୧୯୭୨ ମସିହାରେ, କଲେଜରେ ପଢୁଥିବା ସମୟରେ ତାଙ୍କର ଏକ କବିତା ନବରବିରେ ପ୍ରକାଶ ପାଇଥିଲା । ସୁଚରିତା ପତ୍ରିକାରେ ସେ ୨୫ବର୍ଷ ଧରି କବିତା ଲେଖି ଆସୁଛନ୍ତି ।
ରଚନାବଳୀ
ସମ୍ପାଦନା- ନିଜ ନିଜ ଆକାଶ (୧୯୯୫)
- କାକର ବୁନ୍ଦାରେ ସୂର୍ଯ୍ୟ
- ମିତ୍ରାକ୍ଷର
- ତନୁତୀର୍ଥ
- ଦ୍ୱିପର୍ଣ୍ଣା
- ଜହ୍ନ ବଗିଚା
- କିଛି କଥା କିଛି ନୀରବତା[୪]
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୫[୩]
- ଝଙ୍କାର ପୁରସ୍କାର (କବିତା), ୨୦୧୩[୫](ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
- ସୁଚରିତା ପୁରସ୍କାର - ୧୯୮୭
- ଅଖିଳ କବିତା ସମ୍ମାନ, ୨୦୧୮ (ଅଖିଳ ମୋହନ ଫାଉଂଡେସନ୍ ପ୍ରଦତ୍ତ)
- ରତ୍ନମଣି ସ୍ମୃତି ସମ୍ମାନ, ୨୦୧୧ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ କବିତା ସମ୍ମାନ)
- ବସନ୍ତ ମୁଦୁଲି କବିତା ପୁରସ୍କାର, ୨୦୦୦
- ଗୋକର୍ଣ୍ଣିକା ସମ୍ମାନ
- ଓଡ଼ିଶା ଲେଖିକା ସଂସଦ ପୁରସ୍କାର
ଆଧାର
ସମ୍ପାଦନା- ↑ Bhagaban Jayasingh (5 November 2019). Footprints of Fire The Black Eagle Book of Modern Odia Poetry. Black Eagle Books. p. 188. ISBN 9781645600305.
- ↑ "୨ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଘୋଷଣା". No. ସମ୍ବାଦ ୧୧/୦୭/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. ସମ୍ବାଦ. Retrieved 11 July 2020.
- ↑ ୩.୦ ୩.୧ "ସୃଜନ ସ୍ମୃତି". www.dharitriepaper.in/. ଧରିତ୍ରୀ. Archived from the original on 27 August 2020. Retrieved 27 August 2020.
- ↑ Dinanath Pathy (2001). Let a Thousand Flowers Bloom Contemporary Art of Orissa. Working Artists Association of Orissa, New Delhi. p. 223. ISBN 9788173052095.
{{cite book}}
:|access-date=
requires|url=
(help) - ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୬ ମାର୍ଚ୍ଚ ୨୦୨୨.
{{cite web}}
: Check date values in:|accessdate=
(help)