ବିସ୍ମୟ ମହାନ୍ତି

ଭାରତୀୟ ଇଂରାଜୀ କବିତାକାର

ବିସ୍ମୟ ମହାନ୍ତି (ଜନ୍ମ: ୨୬ ଫେବୃଆରୀ ୧୯୯୭) ଜଣେ ଇଂରାଜୀ କବିତାକାର । ସେ ରାଉରକେଲାରେ ଜନ୍ମଗ୍ରହଣ କରିଥିଲେ । ୨୦୧୫ରେ ଆମେରିକାରୁ ପ୍ରକାଶିତ ପୁସ୍ତକ ଦି ଇୟର ଅଫ୍ ଦି ପୋଏଟ୍‌ର ଦ୍ୱିତୀୟ ଭାଗର ଜାନୁଆରୀ ମାସ ସଂସ୍କରଣରେ ତାଙ୍କର କବିତା ପ୍ରକାଶିତ ହୋଇଥିଲା ।[୧]

ବିସ୍ମୟ ମହାନ୍ତି
Born
ବିସ୍ମୟ ମହାନ୍ତି

(1997-02-26) ୨୬ ଫେବୃଆରୀ ୧୯୯୭ (ବୟସ ୨୭)
Nationalityଭାରତୀୟ
Parent(s)ବିଜୟ କୁମାର ମହାନ୍ତି (ବାପା)
ପୁଷ୍ପିତା ମହାନ୍ତି (ମାଆ)
Websitebismaymohanty.blogspot.in

ପ୍ରାରମ୍ଭିକ ଜୀବନ ସମ୍ପାଦନା

ବିସ୍ମୟ ମହାନ୍ତି ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାଠାରେ ୨୬ ମଇ ୧୯୯୭ରେ ଜନ୍ମଗ୍ରହଣ କରିଥିଲେ । ବିସ୍ମୟଙ୍କର ପିତାମାତାଙ୍କ ନାମ ହେଉଛି ବିଜୟ କୁମାର ମହାନ୍ତି ଏବଂ ପୁଷ୍ପିତା ମହାନ୍ତି । ବିସ୍ମୟଙ୍କର ଅଜା ଭୂପେନ ଦାସ ମହାପାତ୍ର ହେଉଛନ୍ତି ରାଉରକେଲାର ଜଣେ ସାହିତ୍ୟିକ । ବିସ୍ମୟଙ୍କର ପିତା ବଡ଼ବିଲଠାରେ କଳିଙ୍ଗ ୱାର୍କସ୍‌ରେ ପରିଚାଳକ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କୁ ୬ ବର୍ଷ ହୋଇଥିବା ବେଳେ ସେ ବଡ଼ବିଲରେ କୌଣସି ସାଙ୍ଗ ନ ପାଇ ବ‌ହିକୁ ନିଜର ସାଥିଭାବରେ ଗ୍ରହଣ କରିନେଇଥିଲେ ଏବଂ ସବୁବେଳେ ବ‌ହି ପଠାରେ ମନୋନିବେଶ କରୁଥିଲେ ।[୨]

ସେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ବେଳେ ଲେଖାଲେଖି ଆରମ୍ଭ କରିଥିଲେ । କାଳକ୍ରମେ ସେ କବିତା ଲେଖିବା ଆରମ୍ଭ କରିଥିଲେ । ବଡ଼ବିଲର ସେଣ୍ଟ ମେରି ବିଦ୍ୟାଳୟରେ ଦଶମ ଶ୍ରେଣୀ ପାଠ ଶେଷ କରିବା ପରେ ବିସ୍ମୟ ରାଉରକେଲାର ଚିନ୍ମୟ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀ ଯାଏ ପଢ଼ିଥିଲେ । ସେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କର କବିତାଗୁଡ଼ିକୁ ବିଭିନ୍ନ ୱେବସାଇଟ୍, ବ୍ଲଗ ଏବଂ ଫେସବୁକ ଭଳି ସୋସିଆଲ ମିଡ଼ିଆରେ ଲେଖୁଥିଲେ । ୨୦୧୫ ମସିହାରେ ଆମରିକାରୁ ପ୍ରକାଶିତ ପୁସ୍ତକ ଦି ଇୟର ଅଫ୍ ଦି ପୋଏଟ୍ ପାଇଁ ସେ ତାଙ୍କର କବିତା ପଠାଇଥିଲେ ଏବଂ ସେହି ପୁସ୍ତକରେ ତାଙ୍କର ଏକ କବିତା ପ୍ରକାଶ ପାଇଥିଲା ।[୨] ଏହି ପୁସ୍ତକରେ ତାଙ୍କର ତିନୋଟି କବିତା ପ୍ରକାଶିତ ହୋଇଥିଲା ।[୩] ୨୦୧୬ ମସିହାରେ ୱାରଲ୍ଡ ହିଲିଂ ୱାରଲ୍ଦ ପିସ୍‌ର ୨୦୧୬ ସଂସ୍କରଣରେ ବିସ୍ମୟଙ୍କର ଏକ କବିତା ପ୍ରକାଶିତ ହୋଇଥିଲା ।[୪] ବିସ୍ମୟ ଏବେ ସରକାରୀ ବୈଷୟିକ ମହାବିଦ୍ୟାଳୟ, କଳାହାଣ୍ଡିରେ କମ୍ପ୍ୟୁଟର ବିଜ୍ଞାନର ଛାତ୍ର ।

କବିତା ପ୍ରକାଶିତ ହୋଇଥିବା ପୁସ୍ତକ ସମ୍ପାଦନା

  • ଦି ଇୟର ଅଫ୍ ଦି ପୋଏଟ୍- ୨୦୧୫
  • ୱାରଲ୍ଡ ହିଲିଂ ୱାରଲ୍ଦ ପିସ୍- ୨୦୧୬

ଆଧାର ସମ୍ପାଦନା

  1. Panda, Namita (20 August 2015). "Poetry marked with a tinge of philosophy - Bismay Mohanty's poems published in American journal The Year of the Poet". The Telegraph. Retrieved 13 April 2021.
  2. ୨.୦ ୨.୧ "ଛାତ୍ର ଜୀବନରୁ ସାହିତ୍ୟାନୁରାଗୀ ହେବା ବିସ୍ମୟଙ୍କ କ୍ଷେତ୍ରରେ ବିସ୍ମୟ". ସମ୍ବାଦ (in ଓଡ଼ିଆ). ରାଉରକେଲା. 13 August 2015.{{cite news}}: CS1 maint: unrecognized language (link)
  3. The Year of Poet II (PDF). USA: Inner Child Press. November 2015. p. 121. ISBN 978-0692569849.
  4. Wold Healing World Peace (PDF). USA: Inner Child Press. 2016. p. 89. ISBN 978-0692678459.