ଉଇକିପିଡ଼ିଆ:ଆଲୋଚନା ସଭା ଉପରେ ବିଷୟ

ଉଇକିମାନିଆ ୨୦୨୭ କିମ୍ବା ୨୦୨୮ ଭାରତରେ କରିବା ପାଇଁ ଉଦ୍ୟମରେ ଯୋଡି ହେବାକୁ କେରଳୀ ଉଇକିଆଳିଙ୍କ ପ୍ରସ୍ତାବ ବିଷୟରେ ଆଲୋଚନା

3
Chinmayee Mishra (ଆଲୋଚନାଅବଦାନ)

ପ୍ରଣାମ ସଭିଙ୍କୁ,
ଉଇକିମିଡିଆ ପରିବେଶରେ, ଉଇକିମାନିଆ ହେଉଛି ସବୁ ବର୍ଷ ଉଇକିମିଡିଆ ଫାଉଣ୍ଡେସନ ତରଫରୁ ହୋଷ୍ଟ କରାଯାଉଥିବା ଉଇକିଆଳି ମାନଙ୍କର ଏକ ମେଳଣ । ସବୁବେଳେ ସବୁ ଉଇକିଆଳି ମାନଙ୍କୁ ଗୋଟିଏ ଜାଗାରେ ଏକାଠି କରିବା ସମ୍ଭବ ନୁହେଁ , ତେଣୁ କରି ଏହା ପ୍ରାୟତଃ ସବୁ ବର୍ଷ ଅଲଗା ଅଲଗା ମହାଦେଶରେ ରଖାଯାଇଥାଏ, ଯେପରିକି ବିଶ୍ଵର ବିଭିନ୍ନ ଅଞ୍ଚଳର ଅବଦନକାରୀମାନେ ଏଥିରେ ଭାଗ ନେବାର ସୁଯୋଗ ପାଇ ପାରିବେ । କୋଭିଡ ମହାମାରୀ ପାଇଁ ୨୦୨୦ ଓ ୨୦୨୧ ମସିହାରେ ଏହି କନଫରେନ୍ସ ମେଳଣ ଏକକ ଭାବରେ କରାଯାଇନଥିଲା ଓ ୨୦୨୨ ରେ ଏହା ରିମୋଟ ଏବଂ ଆଞ୍ଚଳିକ ଭାବରେ / ସାଟେଲାଇଟ ଇଭେଣ୍ଟ ଭାବରେ ବିଭିନ୍ନ ଜାଗାରେ ଆୟୋଜନ କରଯାଇଥିଲା , ଯେଉଁଥିରେ କି ଆମେ ଓଡିଆ ଉଇକିଆଳିମାନେ , ସାନ୍ତାଳି ଉଇକିଆଳିଙ୍କୁ ସାଙ୍ଗରେ ମିଶାଇ ଏକ ସାଟେଲାଇଟ ଇଭେଣ୍ଟ ଭୁବନେଶ୍ଵରରେ କରିଥିଲୁ । ୨୦୨୩ ଓ ୨୦୨୪ ରେ ଏହି କନଫରେନ୍ସ ମେଳଣ ଯଥାକ୍ରମେ ଏସିଆର ସିଙ୍ଗାପୁର ଓ ଇଉରୋପର ପୋଲାଣ୍ଡରେ ଆଯୋଜନ କରାଯାଇଥିଲା । ୨୦୨୫ ଓ ୨୦୨୬ ବର୍ଷ ପାଇଁ ଏହା ଆଫ୍ରିକାର କେନିୟା ଓ ଫ୍ରାନ୍ସର ପ୍ୟାରିସରେ ଆଯୋଜନ କରାଯାଉଛି । ୨୦୨୭ ଓ ୨୦୨୮ ପାଇଁ ପ୍ରସ୍ତାବ ଦେବାକୁ ଆବେଦନ ଆଜି ଆରମ୍ଭ ପାଇଁ ଘୋଷଣା ହୋଇଛି । ଏଥିପାଇଁ ଆଗ୍ରହୀ ଦେଶ ମାନେ ବା ଅଫିଲିଏଟ ଗୋଷ୍ଠୀ ମାନେ ନିଜର ପ୍ରସ୍ତାବ ଦେଇପାରିବେ । ଏ ନେଇ କୌଣସି ଗୋଟିଏ ବର୍ଷ ପାଇଁ ଉଇକିମିଡିଆନ୍ସ ଅଫ କେରଳ ୟୁଜର ଗୃପ ଭାରତ ସ୍ଥାନ ଚୟନ କରିବାକୁ ଆବେଦନ କରିବାକୁ ଆଗ୍ରହୀ ଅଛନ୍ତି ଓ ଏଥିପାଇଁ ଓଡିଆ ଉଇକିଆଳି ମାନଙ୍କ ସହଯୋଗ ପାଇଁ ପଚାରିଛନ୍ତି । ଏ ନେଇ ନିଜର ମତାମତ ଦେବାକୁ ଅନୁରୋଧ ରହିଲା ।

Ssgapu22 (ଆଲୋଚନାଅବଦାନ)

ଏହା ଏକ ଭଲ ପଦକ୍ଷେପ । ଆମେ ନିଶ୍ଚିତ ସହଯୋଗ କରିବା ବୋଲି ମୋର ଆଶା । ମୁଁ ମଧ୍ୟ ଏଥିରେ ଏକମତ କି ଆମେ ସାହାଯ୍ୟ କରିପାରିଲେ ଭଲ ହେବ । ଅନ୍ୟମାନଙ୍କର ମତାମତ ଅପେକ୍ଷାରେ ।

Psubhashish (ଆଲୋଚନାଅବଦାନ)

 ସମର୍ଥନ ତେବେ ବିଭିନ୍ନ ଦେଶରୁ ଅନେକ ଭାଗନେବେ ଏଣୁ ଅନେକ ସୁରକ୍ଷା ପଦଃକ୍ଷେପ ଲୋଡ଼ା ଆଉ ସେସବୁ ବେଳ ଆସିଲେ ଭାବିବାକୁ ହେବ ।

"ଉଇକିମାନିଆ ୨୦୨୭ କିମ୍ବା ୨୦୨୮ ଭାରତରେ କରିବା ପାଇଁ ଉଦ୍ୟମରେ ଯୋଡି ହେବାକୁ କେରଳୀ ଉଇକିଆଳିଙ୍କ ପ୍ରସ୍ତାବ ବିଷୟରେ ଆଲୋଚନା"ଙ୍କୁ ଉତ୍ତର