Topic on ଉଇକିପିଡ଼ିଆ:ଆଲୋଚନା ସଭା

ଆମ୍ବେଦକର ଜୟନ୍ତୀ ଅବସରରେ ଆମେ କିଛି ଗଣ-ସମ୍ପାଦନା କରିବା କି?

7
Ssgapu22 (ଆଲୋଚନାଅବଦାନ)

ପଞ୍ଚାବୀ ଉଇକିମିଡ଼ିଆ ବାଲା ଅପ୍ରେଲ ୧୪ରେ ଆମ୍ବେଦକର ଜୟନ୍ତୀ ଅବସରରେ ଏକ ଛୋଟ ଦୁଇ ଦିନିଆ ଗଣ-ସମ୍ପାଦନା କରୁଛନ୍ତି । ଆମେ ବି ସେମିତି କିଛି ପାରିବା କି?

ସମସ୍ତଙ୍କର ମତାମତ ଅପେକ୍ଷାରେ ।

Hellohappy (ଆଲୋଚନାଅବଦାନ)

ଆମ୍ବେଦକର ଜୟନ୍ତୀ କାହିଁକି ! ଏମିତି ଗାନ୍ଧୀ ଜୟନ୍ତୀ ଭଳି ଜାତୀୟ ଦିବସରେ ଆମେ ସିଆଇଏସଦ୍ୱାରା କରାଯାଉଥିବା ଗଣ ସମ୍ପାଦନାରେ ଭାଗ ନେଉଛେ । ଆମେ ଉତ୍କଳ ଦିବସ, ଓଡ଼ିଆ ନୂଆବର୍ଷ, ଗୋପବନ୍ଧୁ କି ମଧୁବାବୁ ଜୟନ୍ତୀ ଭଳି କିଛି ଓଡ଼ିଶା ବିଶେଷ ଦିନରେ ଗଣ-ସମ୍ପାଦନା କଲେ ଭଲ ହୁଅନ୍ତା । ଓଡ଼ିଶା ବିଶେଷ ଗଣସମ୍ପାଦନା ବହୁ ଦିନରୁ କିଛି ହେଇନାହିଁ ।

Ssgapu22 (ଆଲୋଚନାଅବଦାନ)

ସତ କଥା, ବୋଧେ ଶେଷଥର ୨୦୨୦ରେ ଆମେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ୨୦୨୦ ପରେ ଆଉ ନିଜେ କିଛି କରିନାହାନ୍ତି । ଦେଖିବାକୁ ଗଲେ ଆମ୍ବେଦକରଙ୍କ ବିଷୟରେ ସେତେ ଅଧିକ ପ୍ରସଙ୍ଗ ନାହିଁ ଓଡ଼ିଆ ଉଇକିପିଡ଼ିଆରେ । ଯଦି ସଭିଏଁ ସହମତି ପ୍ରକାଶ ନ କରିବେ, ତା'ହେଲେ ଆଉ କିଛି କରିପାରିବା ।

Psubhashish (ଆଲୋଚନାଅବଦାନ)

ଆମ୍ବେଦକର ଜୟନ୍ତୀରେ କେବଳ ଆମ୍ବେଦକରଙ୍କ ଉପରେ ଲେଖିବାର ଆବଶ୍ୟକତା ନାହିଁ । ବରଂ ଭାରତୀୟ ସମ୍ବିଧାନ, ଦଳିତ ଓ ଆଦିବାସୀଙ୍କ ପାଇଁ ସମ୍ବିଧାନର ନିୟମ ତଥା ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ସେ ଆଣିଥିବା ସଂସ୍କାର ସମ୍ବନ୍ଧିତ ପ୍ରସଙ୍ଗ ଲେଖିପାରିବା । ଗାନ୍ଧୀ-ଗୋପବନ୍ଧୁ-ଓଡ଼ିଶା ସମ୍ବନ୍ଧୀୟ ଗଣସମ୍ପାଦନା ସଙ୍ଗେ ଆମ୍ବେଦକର ଜୟନ୍ତୀରେ ଆଉ କିଛି ଆଗରୁ ନଥିବା ପ୍ରସଙ୍ଗ ଲେଖା/ସମ୍ପାଦନା ହେଲେ ବରଂ ପ୍ରସଙ୍ଗର ବିବିଧତା ବଢ଼ିବ ବୋଲି ମୋର ମତ ।

Ssgapu22 (ଆଲୋଚନାଅବଦାନ)

ପଞ୍ଜାବୀବାଲା କାରୁଛନ୍ତି, ସେମାନଙ୍କର ଏହି ପୃଷ୍ଠାରୁ ଆମେ କିଛି ଅତି-ଦରକାରୀ ପ୍ରସଙ୍ଗ ବାଛିକି ଲେଖିପାରିବା ।

Psubhashish (ଆଲୋଚନାଅବଦାନ)

ଏକମତ । ଭଲ ହୁଅନ୍ତା ।

Ssgapu22 (ଆଲୋଚନାଅବଦାନ)

ଗଣ-ସମ୍ପାଦନର ନାଁ କ'ଣ ଦେଲେ ଭଲ ହେବ?

ମତାମତ ଅପେକ୍ଷାରେ ।

"ଆମ୍ବେଦକର ଜୟନ୍ତୀ ଅବସରରେ ଆମେ କିଛି ଗଣ-ସମ୍ପାଦନା କରିବା କି?"ଙ୍କୁ ଉତ୍ତର