Topic on ଉଇକିପିଡ଼ିଆ:ଆଲୋଚନା ସଭା

Psubhashish (ଆଲୋଚନାଅବଦାନ)

୨୦୧୯ ଜୁନରୁ ୨୦୨୦ ମଇ ଭିତରେ ଆମ ଇଉଜର ଗ୍ରୁପର ଯୋଜନା ଓ କାର୍ଯ୍ୟକଳାପ ବାବଦରେ ବିବରଣୀ ପ୍ରକାଶ କରିବାର ଶେଷ ତାରିଖ ଅକ୍ଟୋବର ୨୯ ତାରିଖ । ସମସ୍ତଙ୍କୁ ଏଥିରେ ଭାଗ ନେଇ ଅନ୍ତତ ନିଜେ ଭାଗ/ନେତୃତ୍ୱ ନେଇଥିବା କର୍ମଶାଳା, ଗଣସମ୍ପାଦନା ଆଦି ବାବଦରେ ଏଠାରେ ଲେଖିବେ ।


୨୦୧୯ ମସିହା ଜୁନ ମାସରୁ ୨୦୨୦ ମଇ ଭିତରେ ଆପଣ କୌଣସି ଉଇକିପିଡ଼ିଆ ବା ଅନ୍ୟ ଉଇକିମିଡ଼ିଆ ପ୍ରକଳ୍ପ ସମ୍ବନ୍ଧିତ କର୍ମଶାଳା, ଗଣସମ୍ପାଦନା ଓ ଅନ୍ୟାନ୍ୟ ମୁଖ୍ୟ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ବା ଅନ୍ୟାନ୍ୟ ନେତୃତ୍ୱ ନେଇଥିଲେ ଉପର ଲିଙ୍କକୁ ଯାଇ ବିବରଣୀରେ ସିଧାସଳଖ ଲେଖିପାରିବେ । ଆମ ପାଖେ ସମୟ ଖୁବ କମ ଏଣୁ ଆପଣମାନେ ଅକ୍ଟୋବର ୨୯ ତାରିଖ ସୁଦ୍ଧା ସାରିପାରିଲେ ବାକି ୨ ଦିନରେ ମୁଁ ମୋଟାମୋଟି ସମ୍ପାଦନା କରିପାରିବି । ସମ୍ପୂର୍ଣ୍ଣ ବିବରଣୀଟି @Jnanaranjan sahu ଆଉ ମୁଁ ଆମ ଇଉଜର ଗ୍ରୁପର ଯୋଗାଯୋଗ ଦାୟିତ୍ୱରେ ଥିବାରୁ ଆମେ ବିବରଣୀଟି ଉଇକିମିଡ଼ିଆ ଆଫିଲିଏସନ କମିଟିକୁ (ଇଉଜର ଗ୍ରୁପ ଆଦି ପରିଚାଳନା କରୁଥିବା ଦଳ) ପଠାଇବୁ ।

Pmsarangi (ଆଲୋଚନାଅବଦାନ)

ଅକ୍ଟୋବର ୧୦ ରୁ ୧୩ ଯାଏଁ ପୁନାରେ ହୋଇଥିବା ଆଡଭାନସ ଉଇକିପାଠାଗାର କାର୍ଯ୍ୟଶାଳାରେ ଭାଗ ନେଇଥିଲି ।

ମାର୍ଚ୍ଚ ୨୦୨୦ ରେ UNESCO ତରଫରୁ ହୋଇଥିବା ମହିଳା ଦିବସ କର୍ମଶାଳାରେ ଭାଗ ନେଇଥିଲି ।

୧-୧୦ ମଇରେ ହୋଇଥିବା Wikisource proofread-a-thonରେ ଯୋଗ ଦେଇଥିଲି । Pmsarangi (ମୋ ଆଲୋଚନା) ୨୩:୧୮, ୮ ଅକ୍ଟୋବର ୨୦୨୦ (IST)

Psubhashish (ଆଲୋଚନାଅବଦାନ)

ଅପା, ଏସବୁ ଯୋଡ଼ିଥିବାରୁ ଧନ୍ୟବାଦ । ତେବେ ଏଇଟା ଯେହେତୁ ମେଟା-ଉଇକିରେ ଲେଖାହେଉଛି ତେଣୁ ଏ ଲିଙ୍କକୁ (https://meta.wikimedia.org/wiki/Odia_Wikimedians_User_Group/Annual_Report/2019-2020) ଯାଇ ସିଧା ସେଠି ଲେଖିପାରିଲେ ଭଲ ହେବ । ଆପଣ ଭାଗ ନେଇଥିବାରୁ ମୁଁ କି ଆଉ କେହି ଏଠା ଲେଖାକୁ ଅନୁବାଦ କଲେ ହୁଏତ ଠିକରେ କରିପାରିବୁନି । ଆଉ ପ୍ରତି କାର୍ଯ୍ୟକ୍ରମ ନାଁ ସହ ଆପଣଙ୍କ ଯୋଗଦାନ ବାବଦରେ ମଧ୍ୟ ୪-୫ ଧାଡ଼ି ଉଲ୍ଲେଖ କରିବାକୁ ଅନୁରୋଧ ।

Psubhashish (ଆଲୋଚନାଅବଦାନ)

କାଲି ରିପୋର୍ଟଟିରେ ବାକିଥିବା କିଛି ଅଂଶ ସାରି ଓ ଆଗରୁ ଲେଖାଥିବା ଅଂଶକୁ ଟିକେ ସଜାଡ଼ି ପଠାଇଦେଲି । ଏଥିରେ ଅଳ୍ପ ସମୟ ଭିତରେ ଭାଗନେଇ ଯୋଡ଼ିଥିବାରୁ @Ssgapu22, @Pmsarangi ଆଉ @Hellohappyଙ୍କୁ ଅନେକ ସାଧୁବାଦ । ଆସନ୍ତା ରିପୋର୍ଟ ୨୦୨୧ ମସିହା ମେ ଆଗରୁ ଲେଖବାକୁ ହେବ ତେଣୁ ଆଗୁଆ ନିଉତା ରହିଲା । :)

Ssgapu22 (ଆଲୋଚନାଅବଦାନ)

୨୦୨୧ ପାଇଁ ଏବେରୁ ପୃଷ୍ଠାଟି କରିଦେବା । ଯେତେବେଳେ ଯାହା ଯାହା ହେଉଛି, ତାକୁ ସେହି ସମୟରେ ଯୋଡ଼ିଦେବେ । ଶେଷରେ ଖାଲି ଟିକେ ଧୋଇଧାଇକି ସଫା କରିଦେଲେ ହେଇଯିବ ।

Psubhashish (ଆଲୋଚନାଅବଦାନ)

ପୂରା ଏକମତ । ତରବରିଆ କଲାବେଳେ ତଳେ ସୌମେନ୍ଦ୍ର ଲେଖିବା ଭଳି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ଜିନିଷ ମଧ୍ୟ ଆମେ ଛାଡ଼ିଯାଉଛେ । କାର୍ଯ୍ୟକ୍ରମ ସରିବା ସଙ୍ଗେସଙ୍ଗେ ଆମେ ଅପଡେଟ କରିଦେଲେ ଭଲ ।

Soumendrak (ଆଲୋଚନାଅବଦାନ)
Psubhashish (ଆଲୋଚନାଅବଦାନ)

ଭଲ କରିଛ । ଶନି-ରବି ଛୁଟି ଥିବାରୁ ସେପଟେ ସୋମବାର ହିଁ ଦେଖିବେ ତେଣୁ ଏ ଅପଡେଟ ବି ଗଣାହେବ ।

"[ଗୁରୁତ୍ତ୍ୱପୂର୍ଣ୍ଣ] ୨୦୧୯-୨୦୨୦ ଯୋଜନା ଓ କାର୍ଯ୍ୟକଳାପ"ଙ୍କୁ ଉତ୍ତର