Topic on ଉଇକିପିଡ଼ିଆ:ଆଲୋଚନା ସଭା

ଉଇକିମାନିଆରେ ଓଡ଼ିଆ ଉଇକିପିଡ଼ିଆ କମୁନିଟି

3
Psubhashish (ଆଲୋଚନାଅବଦାନ)

ଏ ବର୍ଷ ଉଇକିମାନିଆରେ ଆମ କମୁନିଟିରୁ ଶୈଳେଶ ଆଉ ମୁଁ ଯାଉଛୁ । ଶୈଳେଶ ଉଇକିମାନିଆ ସ୍କଲାରସିପ ପାଇଥିବା ବେଳେ ମୁଁ ଆଉ ଏକ ବୃତ୍ତି ଜରିଆରେ ଯାଉଛି । ଉଇକିମାନିଆ ୩ ଦିନ ସହ ମୁଁ CivilServant's Wikimedia studies/Summit Stockholm 2019ରେ ମଧ୍ୟ ଭାଗ ନେବି । ଏବର୍ଷ ପ୍ରଥମ କରି ଉଇକିମାନିଆରେ ଅନେକ ଉଲ୍ଲେଖନୀୟ ପରିବର୍ତ୍ତନ କରାଯାଇଛି । ତା' ଭିତରୁ ଅନ୍ୟତମ ମିଳିତ ଜାରିସଂଘର Sustainable Development Goals (SDG)କୁ ଉଇକିମାନିଆର ଥିମ ଭାବେ ଯୋଡ଼ିବା । ଏହା ଉଇକିପିଡ଼ିଆ/ମିଡ଼ିଆ କମୁନିଟିର ସମସ୍ତ କାମ ବିଶ୍ୱସ୍ତରରେ କିପରି ସାମୁହିକ ଭାବେ ବ୍ୟବହୃତ ମୁଖ୍ୟ ଲକ୍ଷସବୁର ବିକାଶ ନିମନ୍ତେ କାମରେ ଲାଗୁଛି ତା' ପାଇଁ ବାଟ କଢ଼ାଇବ ।

  • ଉଇକିମାନିଆ: ଏଥିରେ ତିନି ଦିନ ଧରି ଅନେକ ଭାଷଣ, ପ୍ୟାନେଲ ଆଲୋଚନା, କର୍ମଶାଳା ଓ ଏସବୁ ବାହାରେ ଛୋଟବଡ଼ ଆଲୋଚନା ଓ ମିଳିତ ଭାବେ କାମ କରିବା ସୁଯୋଗ ମିଳିବ
  • CivilServant's Wikimedia studies/Summit Stockholm 2019: ଏହା ଉଇକିପିଡ଼ିଆ ଓ ଉଇକିମିଡ଼ିଆ ପ୍ରକଳ୍ପଗୁଡ଼ିକରେ ବ୍ୟବହୃତ ବିଭିନ୍ନ ଟୁଲ ଓ ଫିଚରର ପରଖ କରି ସେଗୁଡ଼ିକର ପ୍ରଭାବ ବାଦରେ ମତ ଦେବା ପାଇଁ । ଯଦି ଆପଣମାନଙ୍କର କୌଣସି ନିର୍ଦ୍ଦିଷ୍ଟ ଟୁଲ ବାବଦରେ ନିଜ ମତ ଦେବାକୁ ଇଚ୍ଛୁକ ତଳେ ଜଣାଇଲେ ମୁଁ ଆପଣଙ୍କ ବ୍ୟବହାରକାରୀ ନାମ ସହ ସେ ମତ ସେଠି ଉପସ୍ଥାପନ କରିବାକୁ ଚେଷ୍ଟାକରିବି
  • @Saileshpat: ଯଦି ତମେ ଉଇକିମାନିଆ ଛଡ଼ା ଅନ୍ୟ କୌଣସି କାର୍ଯ୍ୟକ୍ରମରେ ଭାଗନେଉଥିବ ତାହେଲେ ଲେଖିବ

ଆପଣମାନଙ୍କୁ ଅନୁରୋଧ ଯେ ଦୟାକରି ଉପରେ ଥିବା ଲିଙ୍କଗୁଡ଼ିକ ଖୋଲି ଉଭୟ କାର୍ଯ୍ୟକ୍ରମ ବାବଦରେ ଅଧିକ ଜାଣିବେ ଓ ଅଗଷ୍ଟ ୧୦ ତାରିଖ ଆଗରୁ ଏଇଠି ଉତ୍ତର ଜରିଆରେ ନିଜର ମତ, ଅନୁରୋଧ, ପ୍ରଶ୍ନ ଆଦି ଜଣାଇବେ । ଯଦି ଆମ କମୁନିଟି/ଉଇକିପିଡ଼ିଆ ଆଦି ପାଇଁ କିଛି ନିହାତି ଆବଶ୍ୟକ, କାହା ସଙ୍ଗେ କଥାବାର୍ତ୍ତା ନିହାତି ଆବଶ୍ୟକ ତାହେଲେ ମଧ୍ୟ ଜଣାଇଲେ ଆମେ ସେଠି ଥିବା ବେଳେ ସେମାନଙ୍କ ସହ ଭେଟିବାକୁ ଚେଷ୍ଟାକରିବୁ । (ସେଠି ୧୦୦୦ ପାଖାପାଖି ଲୋକଙ୍କ ଭିଡ଼ ତେଣୁ ସବୁ ଅନୁରୋଧ ପୂରଣ କରିବା ବାସ୍ତବରେ ସମ୍ଭବ ନ ହେଲେ ମଧ୍ୟ ଆମେ ପାରୁପର୍ଯ୍ୟନ୍ତ ଚେଷ୍ଟାକରିବୁ)

Soumendrak (ଆଲୋଚନାଅବଦାନ)
Psubhashish (ଆଲୋଚନାଅବଦାନ)

ମୁଁ ଏଥର ଉଇକିମାନିଆରେ ମୁଖ୍ୟତଃ ମଲ୍ଟିମିଡ଼ିଆ, ଡାଇଭର୍ସିଟି ଓ ଲାଙ୍ଗୁଏଜ ଶ୍ରେଣୀରେ ଥିବା ଭାଷଣ, ଆଲୋଚନା ଆଦିରେ ଭାଗନେଇଥିଲି ଓ ମୋତେ ଆମନ୍ତ୍ରଣ କରିଥିବା ସିଭିଲସର୍ଭେଣ୍ଟ ସମିଟରେ ମଧ୍ୟ ଯୋଗଦେଇ ଉଇକିମିଡ଼ିଆ ଟୁଲ ଉପରେ ହେଉଥିବା ଗବେଷଣା ସମ୍ବନ୍ଧିତ ଆଲୋଚନାରେ ଅଂଶଗ୍ରହଣ କରିଥିଲି । ଏଥର ମୁଁ ମୋଟ ୨ଟି ପ୍ରେଜେଣ୍ଟେସନ ଓ ଗୋଟେ ପ୍ୟାନେଲ ଆଲୋଚନା ପରିଚାଳନା କରିଥିଲି ଏବଂ ସେଥିମଧ୍ୟରୁ ଗୋଟେ ମୁଖ୍ୟତଃ ଆମର ଭିଡ଼ିଓ ଶିକ୍ଷଣ ବାବଦରେ ଥିଲା । ମୁଁ ଏହି ପୃଷ୍ଠାରେ କିଛି ତଥ୍ୟ ଓ ପ୍ରେଜେଣ୍ଟେସନ ଆଦି ଯୋଡ଼ିଛି ଓ ଆଉ ଆଗକୁ ମଧ୍ୟ ଆଉ କିଛି ଯୋଡ଼ିବି ।

କିଛି ଶିକ୍ଷା:

  • ବଙ୍ଗଳା ଆଉ ସେମିତି ଆହୁରି କେତୋଟି କମୁନିଟିରୁ ପ୍ରତିବର୍ଷ ଅଧିକ ସଂଖ୍ୟକ ଉଇକିଆଳି ଆବେଦନ କରୁଥିବାରୁ ସେ କମୁନିଟିସବୁରୁ ଅଧିକ ଉଇକିଆଳି ଉଇକିମାନିଆରେ ଯୋଗଦେଉଛନ୍ତି । (ଏଥର ବଙ୍ଗଳାରୁ ୧୦ ଜଣ ପାଖାପାଖି ଯୋଗଦେଇଥିଲେ) ଆମର ୨-୩ ଭିତରେ ସୀମିତ । ଉଇକିମାନିଆରେ ଥିବା ମାନିଆ ଅଂଶଟି ଗୁରୁତ୍ତ୍ୱପୂର୍ଣ୍ଣ । କେଇ ଶହ ଭାଷଣ/କର୍ମଶାଳା । କେଇହଜାର ଲୋକ । କେତେ ଅଲଗା ପ୍ରକାରର କାର୍ଯ୍ୟକ୍ରମ । ଜଣେ ଯେତେ ଚେଷ୍ଟାକଲେ ବି ସବୁଥିରେ ଅଂଶଗ୍ରହଣ କରିପାରିବନି ବା ଭାଗନେଇଥିବା ଉଇକିଆଳି ବାପୁଡ଼ାଟିର ସବୁଥିରେ ଆଗ୍ରହ ରହିବା ଅସ୍ୱାଭାବିକ । ସବୁ କାର୍ଯ୍ୟକ୍ରମ ରେକର୍ଡ଼ ହୁଏନା । ତେଣୁ ଅଧିକ ଉଇକିଆଳି ଭାଗନେଲେ ଅଧିକ କାର୍ଯ୍ୟକ୍ରମରେ ଭାଗନେଇ ଫେରିଲା ପରେ ନିଜ ଅନୁଭୂତି ବାଣ୍ଟିପାରନ୍ତେ ।
  • ଅନେକ ସମୟରେ ଇଂରାଜୀ ଓ ଅନ୍ୟାନ୍ୟ ବଡ଼ ଉଇକିପିଡ଼ିଆ ପ୍ରକଳ୍ପର ସକ୍ରିୟ ସଭ୍ୟମାନେ ଓଡ଼ିଆ ବା ସେଭଳି ଛୋଟ ଉଇକିପିଡ଼ିଆ ପ୍ରକଳ୍ପର ଅସୁବିଧା ସମ୍ବନ୍ଧରେ ଅବଗତ ନ ଥାନ୍ତି । ତେଣୁ ଭୁଲ ବୁଝାମଣା ବଶତଃ ନିଜ ବିଶେଷାଧିକାର (privileges) ଦୃଷ୍ଟିକୋଣରୁ ନିଜ ପାଇଁ ଯାହା ପ୍ରଯୁଜ୍ଜ୍ୟ ତାହା ଅନ୍ୟମାନଙ୍କ ପାଇଁ ମଧ୍ୟ ସମାନ ଭାବେ ପ୍ରଯୁଜ୍ୟ ବୋଲି ଭାବିନିଅନ୍ତି । ଏକ ସରଳ ଉଦାହରଣ ହେଲା ଇଂରାଜୀ ଉଇକିପିଡ଼ିଆରେ ଆଧାରକୁ ନେଇ ଥିବା ନିୟମାବଳୀ ଓଡ଼ିଆ ପାଇଁ ସିଧାସଳଖ ଲାଗୁ ହେବନି । ଇଂରାଜୀ ଯେଉଁ ଭଳି peer-reviewed journal ଅଛି ତାହା ଓଡ଼ିଆରେ ବିରଳ ବା ମୋଟରୁ ନାହିଁ । ତେବେ ବିଶ୍ୱସ୍ତରୀୟ କମୁନିଟି ସାଙ୍ଗେ ମିଶିଲା ବେଳେ ଏସବୁ ତାରତମ୍ୟ ବାବଦରେ ଖୋଲାଖୋଲି କହିବା ଆବଶ୍ୟକ ।
  • କାର୍ଯ୍ୟକ୍ରମ ଚାଲିଥିବା ବେଳେ ଯେତେ ଆଲୋଚନା ହୁଏନା ସରିବା ପରେ ଫାଙ୍କା ସମୟରେ ତାଠୁ ଯଥେଷ୍ଟ ଅଧିକ ହୁଏ । ତେଣୁ ସେସମୟର ସୁବିନିଯୋଗ କରି ଅଲଗା ଅଲଗା ଦେଶର ଉଇକିଆଳିଙ୍କ ସଙ୍ଗେ ମିଶିବା ଆବଶ୍ୟକ ।
  • ନିଜ ଦେଶ/କମୁନିଟି ସଙ୍ଗେ ଗୋଠ ନ କରି ଦେଶ ବିଦେଶର ବାକି ଉଇକିଆଳିଙ୍କ ସଙ୍ଗେ ମିଶିବାରେ ଅନେକ ଲାଭ । ଶୈଳେଶ ଆଉ ମୁଁ କାଁ ଭାଁ କେମିତି ମୁହାମୁହିଁ ହେଇଥିବୁ ଏଥର । କାରଣ ମୁଁ ତା ସାଙ୍ଗେ ଯେତେବେଳେ ହେଲେ କଥା ହୋଇପାରିବି କିନ୍ତୁ ଉଇକିମାନିଆ ୩ ଦିନ ଭିତରେ ଯେଉଁମାନଙ୍କୁ ଭେଟୁଛି ସେମାନଙ୍କୁ ଆସନ୍ତା ବର୍ଷ ଭିତରେ ମଧ୍ୟ ଥରୁଟେ ଭେଟିବି କି ନା ସନ୍ଦେହ ।
  • ଟୁଲ: LinguaLibre.fr ଆଗକୁ ନୂଆ ନୂଆ ଫିଚର ଯୋଡ଼ୁଛନ୍ତି । ତାଙ୍କ ପ୍ରତିଷ୍ଠାତାଙ୍କ ସଙ୍ଗେ ଅନେକ ସମୟ କଥା ହେବା ଭିତରେ ସେ ଉଇକିଅଭିଧାନ ଭଳି ପ୍ରକଳ୍ପ ବାବଦରେ ଗୁରୁତ୍ତ୍ୱାରୋପ କଲେ । ପରେ ଅମିର ଆରାହୋନି (ଉଇକିମିଡ଼ିଆ ଫାଉଣ୍ଡେସନ ଲାଙ୍ଗୁଏଜ ଇଞ୍ଜିନିୟରିଂ) ଉଇକିଅଭିଧାନରେ ଶବ୍ଦ ଯୋଡ଼ା କେତେ ସହଜ ଓ ଏହା କିଭଳି ନୂଆ ଉଇକିଆଳିଙ୍କୁ ଉଇକି-ସମ୍ପାଦନା ଶିଖାଇବା ପାଇଁ ସହଜ ବାଟ ତାହା ବତାଇଲେ ।
  • (ଆଉ କିଛି ପରେ ଯୋଡ଼ିବି...)