Topic on ଉଇକିପିଡ଼ିଆ:ଆଲୋଚନା ସଭା

ଆନ୍ତର୍ଜାତୀୟ ମାତୃଭାଷା ଦିବସ ସପ୍ତାହରେ ଗଣ-ସମ୍ପାଦନାଟିଏ କରିବା କି?

8

ସମର୍ଥନ ଅଭାବରୁ ଏହି ଗଣସମ୍ପାଦନା ପ୍ରସ୍ତାବକୁ ନାକଚ କରାଗଲା ।

@Soumendrakନାକଚ କାହିଁକି କରାଗଲା ! ସମର୍ଥନ ଅଭାବ କାହିଁକି ଲେଖାଗଲା ! ଗପୁ, ଶୁଭାଶିଷ, ଜ୍ଞାନ ସମସ୍ତେ ସମର୍ଥନ କରିଥିଲେ ତ ! ମୋର ସମର୍ଥନକୁ ଆଧାର କରି, ଗପୁ ପ୍ରସଙ୍ଗ ଆରମ୍ଭ କରିଥିଲା । ସୌମେନ୍ଦ୍ର ତମେ ନିଜେ ବି ନିରପେକ୍ଷ ଥିଲ, ମାନେ ବିରୋଧ କରୁନଥିଲ । ମୁଁ ବୁଝିପାରିଲିନି ଅଚାନକ ଏମିତି କାହିଁକି ! ପ୍ରସ୍ତାବଟି ଭଲ ଥିଲା, ଆମ ଭାଷା ସାହିତ୍ୟ, ଆମ ଲୋକଙ୍କ ଲେଖାଯାଇପାରିଥାନ୍ତା ।

Ssgapu22 (ଆଲୋଚନାଅବଦାନ)

ପ୍ରତ୍ୟେକ ବର୍ଷ ଫେବୃଆରୀ ୨୧ ତାରିଖରେ ସାରା ବିଶ୍ୱ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରୁଛି, ତେଣୁ ଏହି ସପ୍ତାହ ମଧ୍ୟରେ ଆମେ ଏକ ଛୋଟ ଗଣ-ସମ୍ପାଦନାଟିଏ କଲେ ଭଲ ହୁଅନ୍ତା । ଏହି ଗଣ-ସମ୍ପାଦନା ବିଷୟରେ ମୁଁ ଖାଲି ପ୍ରିତୀ ଭାଇଙ୍କୁ ହିଁ ପଚାରିଥିଲି, ସେ ମଧ୍ୟ ହଁ ଭରିଲେ, କିନ୍ତୁ ସାଙ୍ଗରେ ଆଉ ଗୋଟିଏ କଥା କହିଲେ କି ଆମେ ଦୁଇ ଜଣ କି ତିନି ଜଣ କିଛି ପ୍ରସଙ୍ଗ ଲେଖିଲେ କି ଆଧାର ଯୋଡ଼ିଲେ କି ଅଧିକ ତଥ୍ୟ ଯୋଡ଼ିଲେ ତାକୁ ଗଣ-ସମ୍ପାଦନା କହିପାରିବା ନାହିଁ । ତେଣୁ ସଭିଙ୍କର ସହଯୋଗ ରହିଲେ ଆଗକୁ ବଢ଼ିବା, ନ ହେଲେ ଏ ବର୍ଷର ଏସିଆ ମାସ ଗଣ-ସମ୍ପାଦନା ଭଳିଆ ହେଲେ କିଛି ଫଳ ମିଳିବନି ।

ଏହି ଗଣ-ସମ୍ପାଦନା ପାଇଁ ସଭିଏଁ ମିଶ ନିୟମାବଳୀ କରିପାରିବା, ତା'ସହିତ ଦରକାରୀ ପ୍ରସଙ୍ଗର ଏକ ତାଲିକା କରିଦେଲେ ଭଲ । କାରଣ, ଏହା କେବଳ ଗୋଟିଏ ଦିନ ନ କରି, ଏହାକୁ ୧୮ ଫେବ୍ରୁଆରୀରୁ ୨୪ ଫେବ୍ରୁଆରୀ ଯାଏଁ କରିଲେ ଭଲ ଆଉ ତା' ମଧ୍ୟରେ ମଧ୍ୟ ମାତୃଭାଷା ଦିବସ ପଡ଼ିବ । ଗଣ-ସମ୍ପାଦନାର ଲକ୍ଷ୍ୟ କେବଳ ନୂଆ ଲେଖା ତିଆରି ନୁହେଁ, ପୁରୁଣା ଲେଖାକୁ ଉନ୍ନତ କରିବା ହେଉଛି ଏକ ମୂଳ ଲକ୍ଷ୍ୟ । ଫଳରେ ଓଡ଼ିଆ ଭାଷା ସାହିତ୍ୟ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗମାନ ଉନ୍ନତ କରିବା ସହିତ ଅତି ଆବଶ୍ୟକୀୟର ପ୍ରସଙ୍ଗ ତିଆରି କରିପାରିବା । ତେଣୁ ସଭିଏଁ ମିଳିମିଶି ସହଯୋଗ କରିବାକୁ ହଁ ଭରିଲେ, ଆଗକୁ ବଢ଼ିବା ।

ଆଜି ୬ ତାରିଖ ହେବାକୁ ବସିଲାଣି, ଆଉ ମାତ୍ର ଅଳ୍ପ ସମୟ ଥିବାରୁ ଆପଣମାନେ ଟିକିଏ ଶୀଘ୍ର ମତାମତ ରଖିଲେ ଭଲ ହେବ । କାରଣ ଯଦି କରିବା, ତା'ପାଇଁ ଏକ ସ୍ୱତନ୍ତ୍ର ପୃଷ୍ଠା କରିବା, ଆଉ ମୁଖ୍ୟ ଜିନିଷ ଦରକାରୀ ପ୍ରସଙ୍ଗର ତାଲିକା ତିଆରି କରିବା, ଯାହାକି ପୁରୁଖା ଉଇକିଆଳୀମାନେ କଲେ ଭଲ ହେବ ।

Psubhashish (ଆଲୋଚନାଅବଦାନ)

ସହମତ । ତେବେ ଏ ଆନ୍ତର୍ଜାତୀୟ ମାତୃଭାଷା ଦିବସ ହୋଇଥିବାରୁ ଆମେ ବିଷୟଟି ଖାଲି ଓଡ଼ିଆ ଭିତରେ ସୀମିତ ନ କରି ଆଉ ଟିକେ ବ୍ୟାପକ କଲେ ଭଲ ହେବ ବୋଲି ଭାବୁଛି । ଧର ଜନଜାତି ସମ୍ବନ୍ଧୀୟ ଅନେକ ପ୍ରସଙ୍ଗର ମାନ ସେତେ ଭଲ ନୁହେଁ । ଏଇ ସପ୍ତାହଟି ସେଗୁଡ଼ିକୁ ମଧ୍ୟ ଉନ୍ନତ କରିବାର ଭଲ ସୁଯୋଗ । ତେବେ ବାକିମାନଙ୍କ ମନକୁ ପାଇଲେ ତାଲିକାରେ ଯୋଡ଼ିବି ।

Ssgapu22 (ଆଲୋଚନାଅବଦାନ)

@Psubhashish: ଭାଇ, ଯେତେ ଅଧିକ ହେଇପାରିବ, ଓଡ଼ିଆ ଉଇକିପିଡ଼ିଆ ପାଇଁ ସେତେ ଭଲ । ଆଉ ଯେହେତୁ ଆମେ ଅଧିକ ପ୍ରସଙ୍ଗ ନେବା, କିଏ କେଉଁ ଉପରେ କିଛି କରିବେ, ସେ ଉପରେ ପ୍ରସଙ୍ଗ ତାଲିକାରେ କିଛି ପ୍ରସଙ୍ଗ ଯୋଡ଼ିଲେ ଭଲ ହେବ । ନ ହେଲେ ଆମେ ଆମ ଅନୁସାରେ ବାଛିକି କିଛି ଯୋଡ଼ିଦେଲେ, କାହାର ଯଦି ପସନ୍ଦ ନ ଆସିଲା, ସେ ତାକୁ କରିବା ତ ଦୂରର କଥା କିଛି ବି କରିବେନି । ତେଣୁ, ସଭିଙ୍କର ମତ ନେଇକି କଲେ ହେବ । ଆଉ ତାଲିକା କରିଲେ ଭଲ ହେବ, ଯଦି ଏଥର ନ ହେଇପାରିଲା, ହୁଏତ ଆଗକୁ ହେଇପାରିବ, କିନ୍ତୁ ତାଲିକାଟିଏ ଆରମ୍ଭ ହେଇଗଲେ ଆଗକୁ ମଧ୍ୟ ବଢ଼ିବ ।

Soumendrak (ଆଲୋଚନାଅବଦାନ)

ନିରପେକ୍ଷ । ଯଥେଷ୍ଟ ପରିମାଣର ଅବଦାନର ସହମତି ମିଳିଲାପରେ ହିଁ ଆଗେଇବା ଉଚିତ ହେବ । ନଚେତ ଗଣସମ୍ପାଦନା ପୃଷ୍ଠା ଗଢିବା ଏବଂ ପରିଚାଳନା କରିବାରେ ସମୟ ନଷ୍ଟ ନକରି ଅନ୍ୟ ଲେଖା ପୃଷ୍ଠାରେ ଦେବା ବାଞ୍ଛନିୟ । ଯଦି ଆରମ୍ଭ କରିବା ତେବେ, ୧୭ ଫେବୃଆରୀ ରବିବାର ହୋଇଥିବାରୁ, ସେହି ଦିନରୁ ଆରମ୍ଭ କରିବା ଭଲ ହେବ ।

ବି.ଦ୍ର.- ଏସିଆ ମାସ ଗଣସମ୍ପାଦନା ଏବଂ ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା


Ssgapu22 (ଆଲୋଚନାଅବଦାନ)

୧୭ରୁ ଆରମ୍ଭ କଲେ ବି ଭଲ ହେବ । ଯେହେତୁ ଆମେ ସପ୍ତାହର ଆରମ୍ଭ ସୋମବାରରୁ ମାନି ଆସିଛେ ଆଉ ସେହିଦିନ ହିଁ ଆମେ ଆମର ବଛା ଛବି ବଦଳାଉ, ତେଣୁ ସୋମବାରରୁ ରବିବାର କରିବା ପାଇଁ ମୁଁ ପ୍ରସ୍ତାବ ଦେଇଥିଲି । ରବିବାରରୁ କଲେ ବି ଭଲ ହେବ । କିନ୍ତୁ ସଭିଙ୍କର ସହମତି ସେଇଥିପାଇଁ ଲୋଡ଼ା । କିଏ କେଉଁଥିରେ ସାହାଯ୍ୟ କରିବେ, ଜଣାଇଲେ ମିଶିକି ବଢ଼ିବା । ନହେଲେ କରିକି ବି କିଛି ଲାଭ ନାହିଁ ।

Jnanaranjan sahu (ଆଲୋଚନାଅବଦାନ)

 ସମର୍ଥନ ଭଲ କଥାଟେ ।

Soumendrak (ଆଲୋଚନାଅବଦାନ)

@Hellohappy ପ୍ରୀତି ଭାଇ, 10 ଦିନ ହେଲା କେହି କିଛି ଏହି ଆଲୋଚନାରେ ଆଗେଇଲେନି ଏବଂ 17/18 ଫେବୃୟାରୀ ପାଖେଇ ଆସିଥିବାରୁ ମୁଁ ସମାପ୍ତ କରିଦେଇଥିଲି | ତାହାଛଡ଼ା, ମୋ ବୁଝିଥିଲି ଖାଲି ସମର୍ଥନରେ କିଛି ହୁଏନି, କେତେଜଣ ତଳ ସ୍ତରରେ ଆସିକରି ନିଜେ ପ୍ରସଙ୍ଗ ଲେଖିବେ ବା ଉନ୍ନତି କରିବେ ତାହା ଉପରେ ଗଣସମ୍ପାଦନା ହେବା ନହେବା ନିର୍ଭର କରେ | ତେବେ ଠିକ ଅଛି, ଖାଲି "ସମର୍ଥନ" ଆଧାର କରି ଆଗେଇ ହେବ ବୋଲି ଜଣେଇବାରୁ ଧନ୍ୟବାଦ | @Ssgapu22, ଗପୁ ଭାଇ ଏହି ଗଣ-ସମ୍ପାଦନାକୁ ନେଇ କେଉଁଠି ପ୍ରସଙ୍ଗ (ପୃଷ୍ଠା କହୁଛନ୍ତି ତ' ?) ଆରମ୍ଭ କଲେ ମୁଁ ସ୍ପଷ୍ଟ ଭାବରେ ବୁଝିପାରିଲି ନାହିଁ | ମୁଁ ପ୍ରଥମରୁ ନିରପେକ୍ଷ ଥିଲି ଏବେବି ଅଛି |

Hellohappy (ଆଲୋଚନାଅବଦାନ)

ସୌମେନ୍ଦ୍ର, ତମ କଥା ବୁଝୁଛି । ଆମର ନିୟମିତ ଲେଖୁଥିବା ଉଇକିଆଳି କମ, ସେଇଯୋଗୁ ହୁଏତ ବହୁଳ ସମର୍ଥନ ଆସେନି । ତାମାନେ ଏଇଆ ନୁହେଁ ଯେ, ଆମେ କେବେ ଗଣ କରିନେ ବା ସଫଳ ହେଇନେ । ହଁ ୧୭/୧୮ ପାଖେଇ ଆସିଲାଣି ସତ, ଆମେ ୨୦ରୁ ଆରମ୍ଭ କରିପାରିବା । ୨୦-୨୮ ଫେବୃଆରୀ, ୯ଦିନ ବ୍ୟାପି ହେଉ । ସମସ୍ତେ ଦୈନିକ ଗୋଟିଏ ଭଲ ପ୍ରସଙ୍ଗ ଲେଖିଲେ, କେତେ ଭଲ ଲେଖା ତିଆରି ହେବ । ନା କଣ କହୁଛ !

ଆଉ, ଏ ତଳ ସ୍ତରରେ ଆସି ଲେଖିବେ ଅର୍ଥ କଣ ! ପ୍ରସଙ୍ଗ ଲେଖିବା ଉଇକିପିଡ଼ିଆରେ ମୁଖ୍ୟ କାମ, ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ମୁଁ ଜାଣେ ।