ବିଶ୍ୱନାଥ ମଲ୍ଲିକ

ଓଡ଼ିଆ ରାଜନୀତିଜ୍ଞ

ବିଶ୍ୱନାଥ ମଲ୍ଲିକ (୨୭ ଅଗଷ୍ଟ ୧୯୩୮ - ୩ ମଇ ୨୦୦୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୬୭, ୧୯୭୪ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଟ୍ଟାମୁଣ୍ଡାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ, ୬ଷ୍ଠ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ବିଶ୍ୱନାଥ ମଲ୍ଲିକ
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ନିର୍ବାଚନ ମଣ୍ଡଳୀପଟ୍ଟାମୁଣ୍ଡାଇ
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ନିର୍ବାଚନ ମଣ୍ଡଳୀପଟ୍ଟାମୁଣ୍ଡାଇ
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ନିର୍ବାଚନ ମଣ୍ଡଳୀପଟ୍ଟାମୁଣ୍ଡାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1938-08-27)୨୭ ଅଗଷ୍ଟ ୧୯୩୮
ମୃତ୍ୟୁ୩ ମଇ ୨୦୦୫(2005-05-03) (ବୟସ ୬୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ (ଇ), ପ୍ରଜା ସମାଜବାଦୀ ପାର୍ଟି
ଜୀବନ ସାଥୀଶୈଳବାଳା ମଲ୍ଲିକ
ବାପା/ବୋଉମଥୁରୀ ମଲ୍ଲିକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ବିଶ୍ୱନାଥ ମଲ୍ଲିକ ୧୯୩୮ ମସିହାର ଅଗଷ୍ଟ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମଥୁରୀ ମଲ୍ଲିକ ଓ ପତ୍ନୀଙ୍କ ନାମ ଶୈଳବାଳା ମଲ୍ଲିକ ।[୧]

ରାଜନୈତିକ ଜୀବନ ସମ୍ପାଦନା

ବିଶ୍ୱନାଥ ମଲ୍ଲିକ ଓଡ଼ିଶା ରାଜନୀତିରେ ପ୍ରଥମେ ପ୍ରଜା ସମାଜବାଦୀ ପାର୍ଟିରେ ଓ ପରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ପଟ୍ଟାମୁଣ୍ଡାଇ ପ୍ରଜା ସମାଜବାଦୀ ପାର୍ଟି
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ପଟ୍ଟାମୁଣ୍ଡାଇ ଭାରତୀୟ ଜାତୀୟ କଂଗ୍ରେସ
୧୯୮୦ ୧୯୮୫ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ପଟ୍ଟାମୁଣ୍ଡାଇ କଂଗ୍ରେସ (ଇ)

ମୃତ୍ୟୁ ସମ୍ପାଦନା

ବିଶ୍ୱନାଥ ମଲ୍ଲିକ ୨୦୦୫ ମସିହାର ମଇ ୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Biswanath Mallick". odishaassembly.nic.in. Odisha Assembly. Retrieved 7 September 2022.