"ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ ସଂଶୋଧନ (via JWB)
 
୨୦ କ ଧାଡ଼ି:
'''ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ'''([[ଇଂରାଜୀ ଭାଷା|ଇଂରାଜୀ]]: Gangadhar Meher University) [[ଓଡ଼ିଶା]]ର [[ସମ୍ବଲପୁର]]ସ୍ଥିତ ଏକ ବିଶ୍ୱବିଦ୍ୟାଳୟ । ଏହା NAACଦ୍ୱାରା 'A' ଗ୍ରେଡର ମାନ୍ୟତା ପାଇଥିବା ଏକ ବିଶ୍ୱବିଦ୍ୟାଳୟ । ପୂର୍ବରୁ ଏହା ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟ ନାମରେ ୧୯୪୪ ମସିହାରୁ ଜଣା ଥିଲା ।
 
== ଗଙ୍ଗାଧର ମେହେର ମହାବିଦ୍ୟାଳୟ ବାବଦରେ  ==
୧୯୪୪ ମସିହାରେ ସମ୍ବଲପୁର ସହରରେ ଗଙ୍ଗାଧର ମେହେର ମହାବିଦ୍ୟାଳୟ 'ସମ୍ବଲପୁର କଲେଜ' ନାମରେ ପ୍ରତିଷ୍ଠିତ ହୋଇ ତତ୍‌କାଳୀନ ଜିଲ୍ଲା ସ୍କୁଲରେ କାର୍ଯ୍ୟ କରୁଥିଲା । ପରେ କବି [[ଗଙ୍ଗାଧର ମେହେର]]ଙ୍କ ନାମାନୁସାରେ ଏହାର ନାମ 'ଗଙ୍ଗାଧର ମେହେର କଲେଜ' ହେଲା । ଏହା ପ୍ରଥମେ ଓଡ଼ିଶାର ଏକମାତ୍ର ବିଶ୍ୱବିଦ୍ୟାଳୟ [[ଉତ୍କଳ ବିଶ୍ୱବିଦ୍ୟାଳୟ]] ସହିତ ଅନୁବନ୍ଧିତ ହେଇଥିଲା । ଉଲ୍ଲେଖ ଯୋଗ୍ୟ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ୧୯୪୩ ମସିହାରେ ହିଁ ସ୍ଥାପିତ ହେଇଥିଲା । ପରେ ୧୯୬୭ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବା ପରେ ଏହା ସେହି ବିଶ୍ୱବିଦ୍ୟାଳୟ ସହ ସ୍ୱତଃଅନୁବନ୍ଧିତ ହେଲା ।
 
୧୯୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହେଇଥିବା ଏହି ସହ ଶିକ୍ଷା ମହାବିଦ୍ୟାଳୟ ୨୦୧୫ ବେଳକୁ ଏକ ସମ୍ପୂର୍ଣ୍ଣ ସ୍ନାତକୋତ୍ତର ମହାବିଦ୍ୟାଳୟରେ ପରିଣତ ହେଇ ପ୍ରାୟ ୪୫୦୦ ଛାତ୍ର ଛାତ୍ରୀ ଓ ୧୯ଟି ବିଭାଗ ସହ ଚାଲିଛି । ଏଥିରେ ପାରମ୍ପରିକ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗ ସହ କମ୍ପ୍ୟୁଟର ପ୍ରୟୋଗ ବିଭାଗ, ବୟନ କଳା ବିଭାଗ, ଫଟୋଗ୍ରାଫି ଶିକ୍ଷା ବିଭାଗ ଆଦି ଆଧୁନିକ ବିଭାଗ ସବୁ ରହିଛି । ବିଭିନ୍ନ କର୍ମନିଯୁକ୍ତି ଭିତ୍ତିକ ବିଭାଗ ଯଥା  Diploma in Bio-Informatics, B.B.A., M.B.A. and B.Sc. Information Science and Telecommunication ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।  
 
== ସ୍ୱୟଂଶାସନ ମାନ୍ୟତା  ==
୧୯୯୧ ମସିହାରୁ ଏହି ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ଦ୍ୱାରା ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପ୍ରାପ୍ତ ହୋଇଥିଲା । ଏହାଦ୍ୱାରା ଏହି ମହାବିଦ୍ୟାଳୟ ନିଜର ପରୀକ୍ଷା ପରିଚାଳନା ସହ, ପାଠ୍ୟଖସଡ଼ା, ନୂତନ ବିଷୟ ଆରମ୍ଭ କରିବାର ସୁଯୋଗ ପାଇଲା । ଚାରିଟି ବିଭାଗରେ M.Phill ସ୍ତରୀୟ ପାଠ୍ୟକ୍ରମ ମଧ୍ୟ ଏଠାରେ ଉପଲବ୍ଧ ।  
 
== ଆବେଦନ ==
୩୫ କ ଧାଡ଼ି:
 
[[ଶ୍ରେଣୀ:ସମ୍ବଲପୁର ଜିଲ୍ଲା]]
[[ଶ୍ରେଣୀ:ଓଡ଼ିଶାରେ କଲେଜମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ]]
[[ଶ୍ରେଣୀ:ଓଡ଼ିଶା]]
[[ଶ୍ରେଣୀ:ଓଡ଼ିଶାରେ କଲେଜ ଓ ବିଶ୍ୱବିଦ୍ୟାଳୟ]]