"ଫ୍ରେଡରିକ ଆଟାକ୍ସିଆ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Created by translating the page "User:Mr. Ibrahem/Friedreich's ataxia" |
(କିଛି ବଦଳିନାହିଁ)
|
୧୧:୫୭, ୧୨ ଜୁଲାଇ ୨୦୨୧ ଅନୁସାରେ କରାଯାଇଥିବା ବଦଳ
ଫ୍ରିଡ୍ରିକ ଆଟାକ୍ସିଆ (ଇଂରାଜୀ ଭାଷାରେ Friedreich ataxia ବା FRDA କିମ୍ବା FA) ଏକ ଅନୁବଂଶିକ ରୋଗ ଅଟେ ଯେଉଁଥିରେ ଚାଲି ଅସୁବିଧ, ସ୍ନାୟୁ ଅନୁଭୁତି, ବାକ୍ଶକ୍ତି କମିଯିବା ଇତ୍ୟାଦି ଅସୁବିଧା କ୍ରମଶଃ ଅଧିକ ଖରାପ ହୋଇଯାଏ । [୧] ମାନସିକ କାର୍ଯ୍ୟ ଅନ୍ୟଥା ସ୍ୱାଭାବିକ ରହେ | [୨] ଲକ୍ଷଣ ସାଧାରଣତଃ 5 ରୁ 15 ବର୍ଷ ବୟସ ମଧ୍ୟରେ ଆରମ୍ଭ ହୁଏ । [୨] ଏହି ରୋଗ ଆଗକୁ ବଢ଼ିଲେ ଅନେକ ରୋଗୀଙ୍କ ହାଇପର୍ଟ୍ରୋଫିକ୍ କାର୍ଡିଓମାଇଓପାଥି ରୋଗ ହୁଏ ଓ ସେମାନେ ଦୃଷ୍ଟି ଶକ୍ତି ଏବଂ ଶ୍ରବଣ ଶକ୍ତି ହରାନ୍ତି | [୧] ଅନ୍ୟାନ୍ୟ ଜଟିଳତାରେ ମଧ୍ୟରେ ସ୍କୋଲିଓସିସ୍ ଏବଂ ମଧୁମେହ ଅନ୍ତର୍ଭୁକ୍ତ ହୋଇପାରେ। [୧]
Friedreich's ataxia | |
---|---|
Spinocerebellar ataxia, FRDA, FA | |
ବିଭାଗ | Neurology |
ଲକ୍ଷଣ | Difficulty walking, loss of sensation, impaired speech that worsens over time[୧] |
ଆକ୍ରାନ୍ତ ସମୟ | 5–15 years[୨] |
ଅବଧି | Long-term[୧] |
କାରଣ | Genetic (autosomal-recessive)[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Medical history, examination, genetic testing[୨] |
ସଠିକ ରୋଗ ନିର୍ଣ୍ଣୟ | Spinocerebellar ataxia, Charcot Marie Tooth disease, Ataxia telangiectasia[୩] |
ଚିକିତ୍ସା | Supportive care[୩] |
Prognosis | Life expectancy ~ 37 years[୪] |
ପୁନଃପୌନିକ | 1 in 50,000 (United States)[୨] |
ଏହି ଅବସ୍ଥା ପିତାମାତାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ଅଟୋସୋମାଲ-ରିସେସିଭ ଆକାରରେ ମିଳେ ।[୧] କ୍ରୋମୋଜୋମ ୯ର ଏଫଏକ୍ସଏନ ଗୁଣସୂତ୍ରର ମ୍ୟୁଟେସନ ଯୋଗୁ ଫାଟାକ୍ସିନ ପୁଷ୍ଟିସାର କମ୍ ହୋଇଯାଏ ଓ ଏହି ରୋଗ ହୁଏ । [୧] ଏହ ଫଳରେ ଅତି ସକ୍ରିୟ ନିଉରନ, ହୃତ୍ପିଣ୍ଡ ଓ ଅଗ୍ନାଶୟମାନଙ୍କରେ ଥିବା ଜୀବକୋଷ ଗୁଡ଼ିକର କ୍ଷତି ସାଧନ ହୁଏ | [୧] ରୋଗ ନିର୍ଣ୍ଣୟ ଲକ୍ଷଣ ଉପରେ ଆଧାରିତ ହୁଏ ଏବଂ ଜେନେଟିକ ପରୀକ୍ଷା କରି ସୁନିଶ୍ଚିତ କରାଯାଇଥାଏ | [୨]
ଏହି ରୋଗ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ, କିନ୍ତୁ ଲକ୍ଷଣ ଏବଂ ଜଟିଳତା ଅନୁସାରେ ପରିଚାଳନା କରାଯାଏ | [୨] ଏଥିରେ ହୁଇଲ ଚେୟାର, ଶ୍ରବଣ ଉପକରଣ ସହିତ ଫିଜିଓଥେରାପି କରାଯାଏ । [୧] [୨] ଏହି ରୋଗର ଆୟୁଷ ପ୍ରାୟ ୩୭ ବର୍ଷକୁ ହ୍ରାସ ହୋଇଥାଏ, [୪] ଯଦିଓ ସେମାନଙ୍କ ମଧ୍ୟରୁ କେତେକ ୬୦ ଦଶକ କିମ୍ବା ତଦୁର୍ଦ୍ଧ୍ୱ ପର୍ଯ୍ୟନ୍ତ ବଞ୍ଚିରହନ୍ତି | [୨]
ଏହି ରୋଗ ଯୁକ୍ତରାଷ୍ଟ୍ରର ପ୍ରତି ୫୦,୦୦୦ ଲୋକଙ୍କ ମଧ୍ୟରୁ ଜଣକୁ ପ୍ରଭାବିତ କରେ ଏବଂ ଏହା ହେଉଛି ସବୁଠାରୁ ଅଧିକ ଉତ୍ତରାଧିକାରୀ ଆଟାକ୍ସିଆ ରୋଗ | [୨] ୟୁରୋପ, ମଧ୍ୟପ୍ରାଚ୍ୟ, ଦକ୍ଷିଣ ଆଫ୍ରିକା ଓ ଉତ୍ତର ଆଫ୍ରିକାରେ ଏହି ରୋଗ ହାର ସର୍ବୋଚ୍ଚ ରହିଛି । [୩] ୧୮୬୩ ମସିହାରେ ଜର୍ମାନ ଚିକିତ୍ସକ ନିକୋଲାସ ଫ୍ରିଡ୍ରିକ ଏହି ରୋଗ ବିଷୟ ପ୍ରଥମ ଥର ନିମନ୍ତେ ବର୍ଣ୍ଣନା କରିଥିବାରୁ ତାଙ୍କ ନାମାନୁସାରେ ଏହି ରୋଗ ନାମକରଣ ହୋଇଛି । [୧] ଅନେକ ସମ୍ଭାବ୍ୟ ଚିକିତ୍ସା ଉପରେ ଅନୁସନ୍ଧାନ ଜାରି ରହିଛି। [୪]
ଆଧା
- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Williams, CT; De Jesus, O (January 2021). "Friedreich Ataxia". PMID 33085346.
{{cite journal}}
: Cite journal requires|journal=
(help) - ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ "Friedreich Ataxia Fact Sheet". www.ninds.nih.gov. National Institute of Neurological Disorders and Stroke. Retrieved 11 May 2021.
- ↑ ୩.୦ ୩.୧ ୩.୨ "Friedreich's Ataxia". NORD (National Organization for Rare Disorders). Retrieved 11 May 2021.
- ↑ ୪.୦ ୪.୧ ୪.୨ Cook, A; Giunti, P (1 December 2017). "Friedreich's ataxia: clinical features, pathogenesis and management". British medical bulletin. 124 (1): 19–30. doi:10.1093/bmb/ldx034. PMID 29053830.