"ବିଶେଷ ଆପେକ୍ଷିକ ତତ୍ତ୍ୱ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
{{ଛୋଟ|special relativity}} ଯୋଗ କରାଗଲା
୧ କ ଧାଡ଼ି:
{{ଛୋଟ|Special relativity}}
ବିଶେଷ ଆପେକ୍ଷିକ ତତ୍ତ୍ୱ ‍‍(ଈଂରାଜୀରେଇଂରାଜୀରେ Special Theory of Relativity) ଭୌତିକ ବିଜ୍ଞାନର ସର୍ବଜନାଦୃତ ଓ ସୁପରୀକ୍ଷିତ ଏକ ତତ୍ତ୍ୱ । ଏହାକୁ ପ୍ରସିଦ୍ଧ ଭୌତିକ ବିଜ୍ଞାନୀ [[ଆଲବର୍ଟ ଆଇନଷ୍ଟାଇନ|ଆଲବର୍ଟ୍ ଆଇନଷ୍ଟାଇନ]] ୧୯୦୫ ମସିହାରେ ସର୍ବ ପ୍ରଥମେ ପ୍ରକାଶ କରିଥିଲେ । ଅନେକ ପରୀକ୍ଷା ଓ ଅନୁଶୀଳନ ପରେ ଏହି ତତ୍ତ୍ୱର ସତ୍ୟତା ପ୍ରମାଣ ହୋଇଅଛି । ଏହି ତତ୍ତ୍ୱରେ ସ୍ଥାନ ଓ କାଳ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ବର୍ଣ୍ଣନା କରାଯାଇଛି । ଏହି ତତ୍ତ୍ୱର ମୌଳିକ ସ୍ୱୀକାର୍ଯ୍ୟମାନ ହେଲା׃
 
୧‌‌. ଭୌତିକ ବିଜ୍ଞାନର ନିୟମ ସମସ୍ତ ଜଡତ୍ୱୀୟ ପରିବେଶରେ ସମାନ ଓ ଅପରିବର୍ତ୍ତିତ ରହିଥାନ୍ତି । ଜଡତ୍ୱୀୟ ପରିବେଶର ଅର୍ଥ ଯାହା ସ୍ଥିରାବସ୍ଥାରେ ଥାଏ ଅଥବା ସମାନ ଗତିରେ ସର୍ବଦା ଗତି କରୁଥାଏ । ସମସ୍ତ ଦେଖଣାହାରୀ ନିଜ ନିଜ ଦୃଷ୍ଟିରୁ ଏହା ଦେଖନ୍ତି ଯେ ସେ ନିଜେ ସ୍ଥିର ଓ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ତା' ଚାରିପଟେ ଗତି କରୁଛି । ତେଣୁ କିଏ ଗତି କରୁଛି ଓ କିଏ ଗତି କରୁନି ତାହା କହିବା କଷ୍ଟକର ।