"ବାଏର୍ଣ୍ଣ ମ୍ୟୁନିକ୍ ଫୁଟବଲ କ୍ଲବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୫୪ କ ଧାଡ଼ି:
'''ବାଏର୍ଣ୍ଣ ମ୍ୟୁନିକ୍ ଫୁଟବଲ କ୍ଲବ୍''' (ମୂଳ ଜର୍ମାନ ନାମ '''Fußball-Club Bayern München e.V.''', କଥିତ ଜର୍ମାନ ଭାଷାରେ '''FC Bayern München''') [[ଜର୍ମାନୀ]]ର ବଭାରିଆ ଅଞ୍ଚଳସ୍ଥିତ ମ୍ୟୁନିକ୍ ସହରର ଏକ ପ୍ରଖ୍ୟାତ ବ୍ୟବସାୟିକ [[ଫୁଟବଲ]] କ୍ଲବ । '''ଏଫ୍‍ସିବି''', '''ବାଏର୍ଣ୍ଣ ମ୍ୟୁନିକ୍''' ବା '''ଏଫ୍‍ସି ବାଏର୍ଣ୍ଣ''' ନାମରେ ଜଣାଶୁଣା ଏହି କ୍ଲବ୍ ଜର୍ମାନୀର ଜାତୀୟ ବୁଣ୍ଡେସ୍ ଲିଗା ପ୍ରତିଯୋଗିତାରେ ଖେଳିଥାଏ । ଜର୍ମାନ ଫୁଟବଲ ଇତିହାସରେ ବାଏର୍ଣ୍ଣ ମ୍ୟୁନିକ୍ ସଫଳତମ ଫୁଟବଲ କ୍ଲବ୍ । ଏହି କ୍ଲବ୍ ସର୍ବାଧିକ ୩୦ ଥର ଜର୍ମାନ ଜାତୀୟ ଫୁଟବଲ ଚାମ୍ପିୟନ୍ ହେବାର ଗୌରବ ଲାଭ କରିଛି । ତା’ ସହ ୨୦୧୩ରୁ ୨୦୨୦ ପର୍ଯ୍ୟନ୍ତ ୮ ବର୍ଷ କ୍ରମାଗତ ଭାବେ ଏହା ବୁଣ୍ଡେସଲିଗା ଜାତୀୟ ପ୍ରତିଯୋଗିତା ଜିତି ଆସୁଛି ।<ref>{{Cite web|url=https://www.90min.com/posts/bayern-munich-s-8-consecutive-bundesliga-titles-ranked|title=Bayern Munich's 8 Consecutive Bundesliga Titles - Ranked|website=90min.com}}</ref> ଏହି କ୍ଲବ୍ ୨୦ ଥର ଡଏସର୍ ଫୁସ୍‍ବଲ୍ ବୁଣ୍ଡ୍ ଜାତୀୟ କପରେ ମଧ୍ୟ ବିଜୟ ଲାଭ କରିଛି ।<ref>{{cite web |url=https://www.fifa.com/classicfootball/clubs/club=30993/index.html |title=Bayern München |publisher=[[FIFA]] |access-date=10 May 2012 |url-status=dead |archive-url=https://web.archive.org/web/20090221115857/http://www.fifa.com/classicfootball/clubs/club%3D30993/index.html |archive-date=21 February 2009 }}</ref>
 
ଫ୍ରାଂଜ୍ ଜନ୍‍ଙ୍କ ନେତୃତ୍ଵରେ ୧୧ ଜଣ ଫୁଟବଲ ଖେଳାଳୀଖେଳାଳି ୧୯୦୦ ମସିହାରେ ବାଏର୍ଣ୍ଣ ମ୍ୟୁନିକ୍ ଦଳର ପ୍ରତିଷ୍ଠା କରିଥିଲେ ।<ref name="fcbbook1stch">{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 17–33 | isbn = 3-89533-426-X}}</ref> ଯଦିଓ ବାଏର୍ଣ୍ଣ ନିଜର ପ୍ରଥମ ଜାତୀୟ ଚାମ୍ପିୟନ୍‍ସିପ୍ ୧୯୩୨ ମସିହାରୁ ଜିତି ସାରିଥିଲା<ref name="bayernhistory0045">{{cite web | title = 1900 bis 1932: Von Beginn an erfolgreich | trans-title = 1900 to 1932: Successful from the start | publisher = FC Bayern Munich Official Website | access-date = 28 September 2014 | url = http://fcb-erlebniswelt.de/de/historie/meilensteine-ab-1900/1900-1932/index.php | language = de | url-status=live | archive-url = https://web.archive.org/web/20141028114211/http://fcb-erlebniswelt.de/de/historie/meilensteine-ab-1900/1900-1932/index.php | archive-date = 28 October 2014 | df = dmy-all }}</ref> ତଥାପି ଉଦଘାଟନୀ ବର୍ଷ ୧୯୬୩ ମସିହାରେ ଏହାକୁ ବୁଣ୍ଡେସଲିଗାରେ ସ୍ଥାନ ମିଳିନଥିଲା ।<ref name="nobl">{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | page = 134 | isbn = 3-89533-426-X}}</ref> ୧୯୭୦ ଦଶନ୍ଧିର ମଧ୍ୟ ଭାଗରେ ଫ୍ରାଂଜ୍ ବେକେନ୍‍ବାଉଅର୍‍ଙ୍କ ନେତୃତ୍ଵରେ ବାଏର୍ଣ୍ଣ ଦଳ ୩ ଥର କ୍ରମାଗତ ୟୁଇଫା ଚାମ୍ପିୟନ୍ସ ଲିଗ୍ ପ୍ରତିଯୋଗିତା ଜିତି ଅଭୂତପୂର୍ବ ସଫଳତା ଲାଭ କରିଥିଲା । ଏଯାବତ (୨୦୨୦ ମସିହା ପର୍ଯ୍ୟନ୍ତ) ବାଏର୍ଣ୍ଣ ଦଳ ୧୧ ଥର ୟୁଇଫା ଚାମ୍ପିୟନ୍ସ ଲିଗର ଫାଇନାଲ ଖେଳିବାର ଯୋଗ୍ୟତା ଲାଭ କରିପାରିଛି ଓ ୨୦୨୦ରେ ୬ଷ୍ଠ ଥର ପାଇଁ ୟୁଇଫା ଚାମ୍ପିୟନ୍ସ ଲିଗ୍ ବିଜେତା ମଧ୍ୟ ହୋଇଅଛି । ଦୁଇ ଥର ମହାଦେଶୀୟ ତ୍ରି-ବିଜୟୀ (continental treble) ହେବାରେ ବାଏର୍ଣ୍ଣ ମ୍ୟୁନିକ୍ ଦ୍ଵିତୀୟ ୟୁରୋପୀୟ କ୍ଲବ୍ ଦଳ ।<ref name=":0">{{Cite web|last=UEFA.com|date=2020-09-04|title=Who's won the treble? Bayern double up|url=https://www.uefa.com/uefachampionsleague/news/0251-0e99b1ba85da-ec8053dc0a29-1000--who-s-won-the-treble-bayern-double-up/|access-date=2020-10-08|website=UEFA.com|language=en}}</ref> ଏହା ଛଡ଼ା ବାଏର୍ଣ୍ଣ ଦଳ ଥରେ ୟୁଇଫା ୟୁରୋପା ଲିଗ୍, ଥରେ ୟୁଇଫା କପ ୱିନର୍ସ କପ, ଦୁଇ ଥର ୟୁଇଫା ସୁପର କପ, ଥରେ ଫିଫା କ୍ଲବ୍ ବିଶ୍ଵକପ ଓ ଦୁଇଟି ଆନ୍ତଃ-ମହାଦେଶୀୟ କପ ମଧ୍ୟ ଜିତିଛି । ବୁଣ୍ଡେସଲିଗା ଆରମ୍ଭ ହେବା ପରଠାରୁ ୩୦ ଥର ବିଜେତା ହୋଇଥିବାରୁ ବାଏର୍ଣ୍ଣ ମ୍ୟୁନିକ୍‍କୁ ଏହାର ସଫଳତମ ଦଳ ବୋଲି କୁହାଯାଇପାରିବ । ବଭାରିଆ ଅଞ୍ଚଳର ଅନ୍ୟ ଫୁଟବଲ ଦଳ ଯଥା – ୧୮୬୦ ମ୍ୟୁନିକ୍ ଓ ଏଫ୍‍ସି ନୁର୍ଣ୍ଣବର୍ଗ୍ ଏହି ଦଳର ପାରମ୍ପରିକ ପ୍ରତିଦ୍ଵନ୍ଦୀ । ୧୯୯୦ ଦଶନ୍ଧିର ମଧ୍ୟ ଭାଗରୁ ଜର୍ମାନୀର ଅନ୍ୟ ଏକ ଫୁଟବଲ କ୍ଲବ୍ [[ବୋରୁସିଆ ଡୋର୍ଟମୁଣ୍ଡ]] ସହିତ ବାଏର୍ଣ୍ଣର ପ୍ରତିଦ୍ଵନ୍ଦିତା ଆରମ୍ଭ ହୋଇଥିଲା ।
 
୨୦୦୫-୦୬ କ୍ରୀଡ଼ାବର୍ଷର ଆରମ୍ଭରୁ ବାଏର୍ଣ୍ଣ ନିଜର ଘର ମ୍ୟାଚ ସବୁ ଆଲିଆଞ୍ଜ୍ ଏରିନା ପଡ଼ିଆରେ ଖେଳି ଆସିଛି । ତାହା ପୂର୍ବରୁ ୩୩ ବର୍ଷ ପାଇଁ ବାଏର୍ଣ୍ଣ ନିଜର ଘର ମ୍ୟାଚ୍ ପାଇଁ ମ୍ୟୁନିକ୍ ଅଲିମ୍ପିକ୍ ଷ୍ଟାଡିୟମ୍‍କୁ (ଓଲିମ୍ପାଷ୍ଟାଡିୟୋନ୍) ବ୍ୟବହାର କରୁଥିଲା । ଏହି କ୍ଲବ୍ ଦଳର ରଙ୍ଗ ହେଲା ଲାଲ୍ ଓ ଧଳା । ଏହି ଦଳର ଚିହ୍ନରେ ବଭାରିଆର ପତାକାର ଧଳା ଓ ନୀଳ ରଙ୍ଗ ବ୍ୟବହୃତ ହୁଏ ।<ref name="crestcolor">{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | page = 581 | isbn = 3-89533-426-X}}</ref> ବାର୍ଷିକ ଆୟ ଦୃଷ୍ଟିକୋଣରୁ ବାଏର୍ଣ୍ଣ ଜର୍ମାନୀର ବୃହତ୍ତମ ଓ ବିଶ୍ଵର ଚତୁର୍ଥ ବୃହତ୍ତମ ଫୁଟବଲ କ୍ଲବ୍ । ୨୦୨୦ ମସିହାରେ ଏହା ୬୬.୦୧ କୋଟି ୟୁରୋ ଆୟ କରିଥିଲା ।<ref>{{cite web|url=https://www2.deloitte.com/uk/en/pages/sports-business-group/articles/deloitte-football-money-league.html|title=Deloitte Football Money League 2019|date=January 2019 | access-date = 23 January 2019 | publisher=Deloitte |url-status=live |archive-url=https://web.archive.org/web/20170120033918/https://www2.deloitte.com/uk/en/pages/sports-business-group/articles/deloitte-football-money-league.html|archive-date=20 January 2017}}</ref> ୨୦୧୮-୧୯ କ୍ରୀଡ଼ାବର୍ଷରେ ବାଏର୍ଣ୍ଣର ଆୟ ୭୫.୦୪ କୋଟି ୟୁରୋ ଏବଂ ଏହାର ଲାଭ ୧୪.୬୧ କୋଟି ୟୁରୋ ରହିଥିଲା । ଏହାକୁ ମିଶାଇ ବାଏର୍ଣ୍ଣ କ୍ଲବ୍ ନିଜ ଖାତାରେ ୨୭ ବର୍ଷ ଲଗାତାର ଲାଭ ଦେଖାଇଆସିଛି ।<ref name="very_solid_foundations">{{cite web|url=https://fcbayern.com/en/news/2019/11/record-figures |title=FC Bayern rests on 'very solid foundations' |website= FC Bayern Munich |date= 15 November 2019 | access-date = 16 November 2019}}</ref> ୨୦୧୯ ମସିହା ନଭେମ୍ଵର ମାସ ବେଳକୁ ବାଏର୍ଣ୍ଣ କ୍ଲବ୍‍ର ୨୯୩୦୦୦ ସ୍ଵୀକୃତ ସଦସ୍ୟ ଓ ୩୫୮୧୫୧ରୁ ଅଧିକ ସଦସ୍ୟ ଥିବା ୪୪୯୯ ଅନୁମୋଦିତ ଫ୍ୟାନ୍ କ୍ଲବ୍ (ସମର୍ଥକ ଗୋଷ୍ଠୀ) ରହିଥିଲେ ।<ref name="very_solid_foundations" /> ଏହି କ୍ଲବ୍‍ର ଆଉ କିଛି ଖେଳରେ ମଧ୍ୟ ଶାଖାମାନ ରହିଛି; ଯଥା – [[ଚେସ]], ହ୍ୟାଣ୍ଡବଲ, ବାସ୍କେଟ୍‍ବଲ, ଜିମ୍ନାଷ୍ଟିକ୍ସ, ବୋଲିଂ, ଟେବୁଲ୍ ଟେନିସ୍; ଯେଉଁଥିରେ ୧୧୦୦ରୁ ଅଧିକ ସକ୍ରିୟ ସଦସ୍ୟ ରହିଛନ୍ତି ।<ref name="otherdepartments">{{cite web|title=Other Sports |access-date=3 July 2008 |year=2007 |publisher=FC Bayern Munich Official Website |url=http://www.fcbayern.t-home.de/en/company/club/other_sports/index.php |url-status=dead |archive-url=https://web.archive.org/web/20080815023121/http://www.fcbayern.t-home.de/en/company/club/other_sports/index.php |archive-date=15 August 2008 }}</ref> ୨୦୧୯-୨୦ କ୍ରୀଡ଼ାବର୍ଷର ଶେଷ ବେଳକୁ ବାଏର୍ଣ୍ଣ ୟୁଇଫାର କୋଏଫିସିଏଣ୍ଟ ରାଂକିଂରେ ପ୍ରଥମ ସ୍ଥାନ ଅର୍ଜନ କରିଥିଲା ।<ref name="uefarankings">{{cite web|url = https://www.uefa.com/memberassociations/uefarankings/club/index.html#/yr/2020 | title = Club coefficients | publisher = UEFA | access-date = 22 August 2019}}</ref>
୬୦ କ ଧାଡ଼ି:
==ପ୍ରାରମ୍ଭିକ ଇତିହାସ (୧୯୦୦-୧୯୬୫)==
[[File:Fcn-fcb1901.jpg|thumb|right|୧୯୦୧ ମସିହାରେ ଏଫ୍‍ସି ନୁର୍ଣ୍ଣବର୍ଗ ସହିତ ବାଏର୍ଣ୍ଣର ପ୍ରଥମ ମ୍ୟାଚ୍]]
ମ୍ୟୁନିକ୍ ଜିମ୍ନାଷ୍ଟିକ୍ସ କ୍ଲବର (ଏମ୍‍ଟିଭି ୧୮୭୯) ସଦସ୍ୟାମାନଙ୍କ ଦ୍ଵାରା ଏଫ୍‍ସି ବାଏର୍ଣ୍ଣ ମ୍ୟୁନିକ୍ ସ୍ଥାପିତ ହୋଇଥିଲା । ଏମ୍‍ଟିଭି ୧୮୭୯ର କିଛି ସଭ୍ୟ ଏକତ୍ରିତ ହୋଇ ୧୯୦୦ ମସିହା ଫେବୃଆରୀ ୨୭ ତାରିଖ ଦିନ ନିଷ୍ପତ୍ତି ନେଲେ ଯେ କ୍ଲବର ଫୁଟବଲ ଖେଳାଳୀମାନେଖେଳାଳିମାନେ ଜର୍ମାନ ଫୁଟବଲ ସଙ୍ଗଠନରେ (DFB) ଯୋଗଦାନ କରିପାରିବେ ନାହିଁ । ଏହି ଏକତ୍ରିତ ସଭ୍ୟମାନଙ୍କ ମଧ୍ୟରେ ଥିବା ୧୧ ଜଣ ଫୁଟବଲ ସଦସ୍ୟ ଖେଳାଳୀଖେଳାଳି ବାହାରି ଯାଇ ସେହିଦିନ ସନ୍ଧ୍ୟାରେ ଫୁସ୍‍ବଲ୍-କ୍ଲୁବ୍ ବାଏର୍ଣ୍ଣ ମୁନ୍ସେନ୍ ଗଠନ କରିଥିଲେ । ସ୍ଥାପିତ ହେବାର ଅଳ୍ପ କିଛି ମାସ ମଧ୍ୟରେ ବାଏର୍ଣ୍ଣ ସ୍ଥାନୀୟ ଦଳମାନଙ୍କୁ ବିରାଟ ଗୋଲ ବ୍ୟବଧାନରେ ହରାଇ ଖ୍ୟାତି ଅର୍ଜନ କଲା । ଏଫ୍‍ସି ନୋର୍ଡଷ୍ଟେର୍ଣ୍ଣ ବିପକ୍ଷରେ ୧୫-୦ ଗୋଲରେ ବାଏର୍ଣ୍ଣ ବିଜୟୀ ହୋଇଥିଲା ।<ref>{{cite web|title=Bayern fans bring club's earliest years to light|url=http://www.thelocal.de/20150522/fc-bayern-fans-early-history-rediscovered|access-date=30 May 2015|website=The Local|date=22 May 2015|url-status=live|archive-url=https://web.archive.org/web/20150525162232/http://www.thelocal.de/20150522/fc-bayern-fans-early-history-rediscovered|archive-date=25 May 2015}}</ref> ୧୯୦୦-୦୧ ମସିହାର ଦକ୍ଷିଣ-ଜର୍ମାନୀ ଫୁଟବଲ ଚାମ୍ପିୟନ୍‍ସିପ୍ ପ୍ରତିଯୋଗିତାରେ ବାଏର୍ଣ୍ଣ ସେମିଫାଇନାଲ ପହଞ୍ଚିବାରେ ସଫଳ ହୋଇଥିଲା ।<ref name="fcbbook1stch"/> ତାହା ପର ବର୍ଷମାନଙ୍କରେ ବାଏର୍ଣ୍ଣ ଦଳ କିଛି ସ୍ଥାନୀୟ ଟ୍ରଫି ଜିତିବା ସହ ୧୯୧୦-୧୧ ମସିହାରେ ବଭାରିଆରେ ଆରମ୍ଭ ହୋଇଥିବା ପ୍ରଥମ ପ୍ରାଦେଶିକ ଲିଗ୍ ‘‘କ୍ରାଇସଲିଗା’’ରେ ଯୋଗ ଦେଇଥିଲା । ଏହି ଲିଗର ଉଦଘାଟନୀ ବର୍ଷରେ ବାଏର୍ଣ୍ଣ ଚାମ୍ପିୟନ୍ ହୋଇଥିଲା । କିନ୍ତୁ ସେବେଠାରୁ ଏହି ଲିଗ ଜିତି ପାରିନଥିବା ବାଏର୍ଣ୍ଣ ଦଳ ପୁଣି [[ପ୍ରଥମ ବିଶ୍ୱଯୁଦ୍ଧ|ପ୍ରଥମ ବିଶ୍ଵଯୁଦ୍ଧ]]<nowiki/>ର ଆରମ୍ଭ (୧୯୧୪ ମସିହା) ବେଳକୁ କ୍ରାଇସଲିଗ ଜିତିଲା । ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଜର୍ମାନୀରେ ସମସ୍ତ ଫୁଟବଲ ଖେଳ ବନ୍ଦ ହୋଇଯାଇଥିଲା ।<ref name = "bayernhistory0045"/><ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 30–40 | isbn = 3-89533-426-X}}</ref> ପ୍ରତିଷ୍ଠାର ଏକ ଦଶନ୍ଧି ବିତିବା ବେଳକୁ ଜର୍ମାନ ଜାତୀୟ ଦଳର ମାକ୍ସ ଗାବେର୍ଲ ଗାବଲୋନ୍‍ସ୍କି ବାଏର୍ଣ୍ଣ ଦଳ ପ୍ରତି ଆକୃଷ୍ଟ ହୋଇଥିଲେ ।<ref name="auto1">{{Cite web|url=https://fcbayern.com/de/club/historie/meilensteine-seit-1900/1900-bis-1932-von-beginn-an-erfolgreich|title=Von Beginn an erfolgreich|last=Kwolek|first=Sarah-Luisa|date=13 July 2016|website=FC Bayern München|language=de|access-date=3 February 2019}}</ref> ୧୯୨୦ ମସିହା ବେଳକୁ ବାଏର୍ଣ୍ଣ କ୍ଲବର ୭୦୦ ସଦସ୍ୟ ହୋଇଯାଇଥିଲେ ଓ ଏହା ମ୍ୟୁନିକରେ ତତ୍କାଳୀନ ସର୍ବବୃହତ ଫୁଟବଲ କ୍ଲବ୍ ରୂପେ ଉଭା ହେଲା ।<ref name="auto1"/>
 
ପ୍ରଥମ ବିଶ୍ଵଯୁଦ୍ଧ ପରେ ବାଏର୍ଣ୍ଣ ଅନେକ ଆଞ୍ଚଳିକ ପ୍ରତିଯୋଗିତାରେ ବିଜୟ ଲାଭ କଲା । ୧୯୨୬ ଓ ୧୯୨୮ ମସିହାରେ ଦକ୍ଷିଣ ଜର୍ମାନ ଚାମ୍ପିୟନ୍‍ସିପ୍ ମଧ୍ୟ ଜିତିଲା ।<ref name = "bayernhistory0045" /><ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 51–63 | isbn = 3-89533-426-X}}</ref> ୧୯୩୨ ମସିହାରେ ବାଏର୍ଣ୍ଣ ଦଳ ପ୍ରଶିକ୍ଷକ ରିକାର୍ଡ କୋନ୍‍ଙ୍କ ନେତୃତ୍ଵରେ ଆଇନ୍‍ଟ୍ରାଖ୍‍ଟ୍ ଫ୍ରାଙ୍କଫର୍ଟ ଦଳକୁ ଫାଇନାଲରେ ୨-୦ ଗୋଲରେ ପରାସ୍ତ କରି ପ୍ରଥମ ଥର ପାଇଁ ଜାତୀୟ ଜର୍ମାନ ଫୁଟବଲ ଚାମ୍ପିୟନ୍‍ସିପ୍ ଜିତିଥିଲା ।<ref name = "bayernhistory0045" />
 
ଆଡୋଲ୍‍ଫ୍ ହିଟ୍‍ଲର୍ କ୍ଷମତାକୁ ଆସିବା ସହିତ ବାଏର୍ଣ୍ଣର ବିକାଶ ବାଧାପ୍ରାପ୍ତ ହୋଇଥିଲା । ତତ୍କାଳୀନ ବାଏର୍ଣ୍ଣର ଅଧ୍ୟକ୍ଷ କୁର୍ଟ୍ ଲାଣ୍ଡାଉଅର୍ ଓ ପ୍ରଶିକ୍ଷକ ଉଭୟ ଇହୁଦୀ ଥିଲେ ଓ ସେମାନେ ଜର୍ମାନୀ ଛାଡ଼ି ଚାଲି ଯାଇଥିଲେ । ବାଏର୍ଣ୍ଣକୁ ଏକ “ଇହୁଦୀ କ୍ଲବ” ବୋଲି ତାଚ୍ଛଲ୍ୟର ଶିକାର ହେବାକୁ ପଡ଼ିଲା । କିନ୍ତୁ ସ୍ଥାନୀୟ ପ୍ରତିଦ୍ଵନ୍ଦୀ କ୍ଲବ “ଟିଏସ୍‍ଭି ୧୮୬୦ ମ୍ୟୁନିକ୍‍”କୁ ଅନେକ ସମର୍ଥନ ମିଳିଲା । [[ସୁଇଜରଲ୍ୟାଣ୍ଡ]]ରେ ଲାଣ୍ଡଆଉଅର୍ ବାଏର୍ଣ୍ଣର ଏକ ମ୍ୟାଚ୍ ଦେଖୁଥିଲେ ଓ ମ୍ୟାଚ ପରେ ବାଏର୍ଣ୍ଣର କିଛି ଖେଳାଳୀଖେଳାଳି ତାଙ୍କୁ ଦେଖା କରିବାରୁ ବାଏର୍ଣ୍ଣ କ୍ଲବ ପ୍ରତି ଏହି ତିକ୍ତତା ଓ ବୈଷମ୍ୟତା ଆହୁରି ବୃଦ୍ଧି ପାଇଥିଲା ।<ref name="landauer">{{cite web | url = http://www.zeit.de/2003/23/Sport_2flandauer/komplettansicht | title = Onkel Kurt und die Bayern | language = de | work = Die Zeit | date = 28 May 2003 | access-date = 16 October 2014 | url-status=live | archive-url = https://web.archive.org/web/20141017200655/http://www.zeit.de/2003/23/Sport_2flandauer/komplettansicht | archive-date = 17 October 2014 | df = dmy-all }}</ref> ସେ ସମୟରେ ଫୁଟବଲ ଦଳର ଖେଳାଳୀଙ୍କୁଖେଳାଳିଙ୍କୁ ନେଇ ରହିଥିବା ନିୟମ ଯୋଗୁଁ ବାଏର୍ଣ୍ଣର ଯୁବ ସେଣ୍ଟର-ଫରୱାର୍ଡ ଓସ୍କାର ରୋର୍ ସୁଇଜରଲାଣ୍ଡ ଫେରିଗଲେ । ପରବର୍ତ୍ତୀ କିଛି ବର୍ଷ ବାଏର୍ଣ୍ଣ ଦଳ ଜାତୀୟ ଓ ଆଞ୍ଚଳିକ ସ୍ତରରେ ନିମ୍ନ ମାନର ପ୍ରଦର୍ଶନ କରିଥିଲା ।<ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 101–2 | isbn = 3-89533-426-X}}</ref>
 
[[ଦ୍ଵିତୀୟ ବିଶ୍ଵଯୁଦ୍ଧ]] ପରେ ବାଏର୍ଣ୍ଣ ଜର୍ମାନ ପ୍ରଥମ ଡିଭିଜନର ଦକ୍ଷିଣ ଶାଖାର “ଓବେରଲିଗା ସୂଡ୍”ର ସଦସ୍ୟ ହୋଇଥିଲା । ୧୯୪୫ରୁ ୧୯୬୩ ମଧ୍ୟରେ ବାଏର୍ଣ୍ଣ ୧୩ ଜଣ ପ୍ରଶିକ୍ଷକଙ୍କୁ ବିଭିନ୍ନ ସମୟରେ ନିଯୁକ୍ତି-ଛଟେଇ କରିଥିଲା, କିନ୍ତୁ ନିରାଶାଜନକ ପ୍ରଦର୍ଶନ କରିଥିଲା । ଲାଣ୍ଡାଉଅର୍ ୧୯୪୭ରେ ଜର୍ମାନୀକୁ ପ୍ରତ୍ୟାବର୍ତ୍ତନ କରି ୧୯୫୧ ପର୍ଯ୍ୟନ୍ତ କ୍ଲବର ଅଧ୍ୟକ୍ଷ ଦାୟିତ୍ତ୍ଵ ଗ୍ରହଣ କରିଥିଲେ । ଲାଣ୍ଡାଉଅରଙ୍କୁ ବ୍ୟବସାୟିକ ବାଏର୍ଣ୍ଣ ଫୁଟବଲ ଦଳର ଉଦ୍ଭାବକ ବୋଲି କୁହାଯାଏ ।<ref>{{cite web | url = http://www.br.de/fernsehen/bayerisches-fernsehen/sendungen/kurt-landauer-der-film/index.html | title = Kurt Landauer: Der Mann, der den FC Bayern erfand | language = de | publisher = [[Bayerischer Rundfunk]] | access-date = 16 October 2014 | url-status=live | archive-url = https://web.archive.org/web/20141015172638/http://www.br.de/fernsehen/bayerisches-fernsehen/sendungen/kurt-landauer-der-film/index.html | archive-date = 15 October 2014 | df = dmy-all }}</ref><ref>{{cite web | url = http://www.spiegel.de/sport/fussball/fc-bayern-muenchen-schickeria-ultras-erhalten-julius-hirsch-preis-a-997151.html | title = DFB-Auszeichnung: Bayern-Ultras erhalten Julius-Hirsch-Preis | language = de | work = Der Spiegel | date = 14 October 2014 | access-date = 16 October 2014 | url-status=live | archive-url = https://web.archive.org/web/20141018005832/http://www.spiegel.de/sport/fussball/fc-bayern-muenchen-schickeria-ultras-erhalten-julius-hirsch-preis-a-997151.html | archive-date = 18 October 2014 | df = dmy-all }}</ref> ୧୯୫୫ ମସିହାରେ ବାଏର୍ଣ୍ଣ ଓବେରଲିଗା ପାଇଁ ଯୋଗ୍ୟତା ହାସଲ କରିବାରେ ଅସମର୍ଥ ହେଲା । କିନ୍ତୁ ପରବର୍ତ୍ତୀ କ୍ରୀଡ଼ା ବର୍ଷରେ ଯୋଗ୍ୟତା ଲାଭ କଲା ଓ ୧୯୫୬-୫୭ରେ ଫୋର୍ଟୁନା ଡୂସେଲଡୋର୍ଫକୁ ୧-୦ ଗୋଲରେ ହରାଇ ଡିଏଫ୍‍ବି ପୋକାଲ ମଧ୍ୟ ଜିତିଥିଲା ।<ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 105–120 | isbn = 3-89533-426-X}}</ref><ref name="bayernhistory4667">{{cite web | title = 1933 bis 1965: Harte Zeiten und Wiederaufbau | trans-title = 1933 to 1965: Hard Times and Reconstruction | publisher = FC Bayern Erlebniswelt | access-date = 28 September 2014 | url = http://fcb-erlebniswelt.de/de/historie/meilensteine-ab-1900/1933-1965/index.php | language = de | url-status=live | archive-url = https://web.archive.org/web/20140312074509/http://fcb-erlebniswelt.de/de/historie/meilensteine-ab-1900/1933-1965/index.php | archive-date = 12 March 2014 | df = dmy-all }}</ref>
୭୫ କ ଧାଡ଼ି:
[[File:Gerd Müller c1973.jpg|thumb|left|upright|ଗେର୍ଡ୍ ମ୍ୟୁଲର୍]]
[[File:Beckenbauer perfumo buenos aires.jpg|thumb|୧୯୭୦ ମସିହାରେ [[ଆର୍ଜେଣ୍ଟିନା]] ଜାତୀୟ ଦଳ ସହିତ ଏକ ବନ୍ଧୁତାମୂଳକ ମ୍ୟାଚ ପୂର୍ବରୁ ଫ୍ରାଞ୍ଜ୍ ବେକେନବାଉଅର ଓ ରୋବେର୍ତ୍ତୋ ପରଫୁମୋ]]
ବାଏର୍ଣ୍ଣ ଦଳ ୧୯୬୫-୬୬ କ୍ରୀଡ଼ାବର୍ଷରେ ପ୍ରଥମ ଥର ପାଇଁ ବୁଣ୍ଡେସଲିଗା ଖେଳିଲା ଓ ଲିଗରେ ତୃତୀୟ ସ୍ଥାନରେ ରହିଥିଲା । ସେ ବର୍ଷର ଡିଏଫ୍‍ବି ପୋକାଲ ପ୍ରତିଯୋଗିତାରେ ବାଏର୍ଣ୍ଣ ବିଜୟ ହାସଲ କରି ୧୯୬୬-୬୭ କ୍ରୀଡ଼ାବର୍ଷର ୟୁରୋପୀୟ କପ ୱିନର୍ସ କପ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କଲା । ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ବାଏର୍ଣ୍ଣ ରେଞ୍ଜର୍ସ ଏଫ୍‍ସି ବିରୁଦ୍ଧରେ ନାଟକୀୟ ଭାବେ ୧-୦ ଗୋଲରେ ବିଜୟୀ ହୋଇଥିଲା । ଅତିରିକ୍ତ ସମୟରେ ଫ୍ରାଞ୍ଜ୍ ରୋଥ୍ ବାଏର୍ଣ୍ଣ ପକ୍ଷରୁ ନିର୍ଣ୍ଣାୟକ ଗୋଲ କରିଥିଲେ ।<ref name = "bayernhistory4667" /> ୧୯୬୭ ମସିହାରେ ବାଏର୍ଣ୍ଣ ଡିଏଫ୍‍ବି ପୋକାଲରେ ପୁଣି ବିଜେତା ହୋଇଥିଲା । ଏହି ସମୟରେ ବ୍ରାଙ୍କୋ ଜେବେକ ବାଏର୍ଣ୍ଣ ଦଳର ପ୍ରଶିକ୍ଷକ ହୋଇଥିଲେ । ଦଳର ଆକ୍ରମଣାତ୍ମକ ଶୈଳୀରେ ପରିବର୍ତ୍ତନ କରି ସେ ଖେଳରେ ଅଧିକ ଅନୁଶାସନ ଆଣିବାର ଚେଷ୍ଟା କରିଥିଲେ । ଫଳ ସ୍ଵରୂପ ବାଏର୍ଣ୍ଣ ଦଳ ୧୯୬୮-୬୯ କ୍ରୀଡ଼ାବର୍ଷରେ ପ୍ରଥମ ଥର ପାଇଁ ବୁଣ୍ଡେସଲିଗା ଓ ଡିଏଫ୍‍ବି ପୋକାଲରେ ବିଜୟୀ ହୋଇଥିଲା । ବାଏର୍ଣ୍ଣ ବ୍ୟତୀତ ବୋରୁସିଆ ଡୋର୍ଟମୁଣ୍ଡ, [[ଏଫ୍‍ସି କୋଲ୍‍ନ୍]] ଓ [[ୱେର୍ଡର୍ ବ୍ରେମେନ୍]] ଜର୍ମାନ କ୍ଲବ୍‍ମାନେ ଗୋଟିଏ କ୍ରୀଡ଼ାବର୍ଷରେ ଉଭୟ ପ୍ରତିଯୋଗିତା ଜିତିବାର ଗୌରବ ଲାଭ କରିଛନ୍ତି । ୧୯୬୮-୬୯ କ୍ରୀଡ଼ାବର୍ଷରେ ଜେବେକ କେବଳ ୧୩ ଜଣ ଖେଳାଳୀଙ୍କୁଖେଳାଳିଙ୍କୁ ବ୍ୟବହାର କରିଥିଲେ ।<ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 155–158 | isbn = 3-89533-426-X}}</ref>
 
୧୯୭୦ ମସିହାରେ ଉଡୋ ଲାଟ୍ଟେକ ବାଏର୍ଣ୍ଣ ଦଳର ଦାୟିତ୍ତ୍ଵ ନେଇଥିଲେ । ତାଙ୍କ ପ୍ରଥମ କ୍ରୀଡ଼ାବର୍ଷ ୧୯୭୦-୭୧ରେ ଡିଏଫ୍‍ବି ପୋକାଲ ଜିତିବା ପରେ ୧୯୭୧-୭୨ କ୍ରୀଡ଼ାବର୍ଷରେ ବାଏର୍ଣ୍ଣ ଦଳ ତୃତୀୟ ଥର ପାଇଁ ବୁଣ୍ଡେସଲିଗା ଜିତିଥିଲା । ଏଫ୍‍ସି ଶାଲକେ ବିରୁଦ୍ଧରେ ୧୯୭୧-୭୨ କ୍ରୀଡ଼ାବର୍ଷର ଶେଷ ମ୍ୟାଚଟି ସେତେବେଳେ ନୂତନ ଭାବେ ନିର୍ମିତ ଓଲିମ୍ପାଷ୍ଟାଡିୟୋନରେ ଖେଳା ଯାଇଥିଲା ଓ ବୁଣ୍ଡେସଲିଗା ଇତିହାସରେ ପ୍ରଥମ ଥର ପାଇଁ ଏହି ମ୍ୟାଚର ସିଧା ପ୍ରସାରଣ କରାଯାଇଥିଲା । ବାଏର୍ଣ୍ଣ ଶାଲକେ ଦଳକୁ ୫-୧ ଗୋଲରେ ପରାସ୍ତ କରି ବୁଣ୍ଡେସଲିଗାରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲା ।<ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 165–171 | isbn = 3-89533-426-X}}</ref> ଏହା ପରେ ବାଏର୍ଣ୍ଣ ଆଉ ଦୁଇଟି ଚାମ୍ପିୟନ୍‍ସିପ୍ ଜିତିବାରେ ସଫଳ ହେଲା । କିନ୍ତୁ ୧୯୭୪ ମସିହାରେ ୟୁରୋପୀୟ କପ ଫାଇନାଲରେ [[ଆଥଲେଟିକୋ ମାଦ୍ରିଦ]]କୁ ୪-୦ ଗୋଲରେ ହରାଇ ବାଏର୍ଣ୍ଣ ଦଳ ସେ ସମୟର ସଫଳତାର ଶୀର୍ଷରେ ପହଞ୍ଚି ଯାଇଥିଲା ।<ref name="bayernhistory6876">{{cite web | title = 1966 bis 1979: Goldene Jahre | trans-title = 1966 to 1979: Golden Years | publisher = FC Bayern Erlebniswelt | access-date = 28 September 2014 | url = http://fcb-erlebniswelt.de/de/historie/meilensteine-ab-1900/1966-1979/index.php | language = de | url-status=live | archive-url = https://web.archive.org/web/20141028114812/http://fcb-erlebniswelt.de/de/historie/meilensteine-ab-1900/1966-1979/index.php | archive-date = 28 October 2014 | df = dmy-all }}</ref> ଏହି ବିଜୟ ଓ ଅନ୍ୟ ପ୍ରତିଯୋଗିତାମାନଙ୍କରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବାଏର୍ଣ୍ଣ ଦଳ ଏକ ଅନ୍ତର୍ଜାତୀୟ ଫୁଟବଲ କ୍ଲବ୍ ଦଳ ରୂପେ ବିବେଚିତ ହେବାକୁ ଲାଗିଲା ।
 
[[File:Bundesarchiv Bild 183-N1108-304, Fußball-Europapokalspiel, Magdeburg - München.jpg|thumb|right|ବାଏର୍ଣ୍ଣ ବନାମ ଏଫ୍‍ସି ମାଗଦେବର୍ଗ ମ୍ୟାଚ୍ (୧୯୭୪)]]
ଆଗାମୀ ବର୍ଷମାନଙ୍କରେ ଯଦିଓ ଆଞ୍ଚଳିକ ସ୍ତରରେ ବାଏର୍ଣ୍ଣ ବିଶେଷ ଭଲ ଖେଳି ନଥିଲା କିନ୍ତୁ ତଥାପି ନିଜର ୟୁରୋପୀୟ ଟାଇଟଲ୍‍କୁ ଲିଡ୍‍ସ୍ ୟୁନାଇଟେଡ୍ ଏଫ୍‍ସି ବିରୁଦ୍ଧରେ ୧୯୭୫ ମସିହାରେ ବଜାୟ ରଖିବାରେ ସମର୍ଥ ହେଲା । ବାଏର୍ଣ୍ଣ ପ୍ରଶିକ୍ଷକ ଏହାକୁ ସୌଭାଗ୍ୟବଶତଃ ବିଜୟ ଲାଭ କରିବା କଥା କହିବା ବେଳେ ଲିଡ୍‍ସ୍ ଦଳର ଲୋକପ୍ରିୟ ମିଡ୍‍ଫିଲ୍‍ଡର୍ ବିଲି ବ୍ରେମ୍ନର୍ ମ୍ୟାଚର ଫରାସୀ ରେଫରିଙ୍କ ପ୍ରତି ଦୋଷାରୋପ କରିଥିଲେ । ତା’ ପରେ ଲିଡ୍‍ସ୍‍ର ସମର୍ଥକ ମାନେ ପ୍ୟାରିସ ସହରରେ ଦଙ୍ଗା କରିଥିଲେ ଓ ଏହି କାରଣରୁ ଲିଡ୍‍ସ୍ ଫୁଟବଲ ଦଳ ଉପରେ ୩ ବର୍ଷ ପାଇଁ ୟୁରୋପୀୟ ଫୁଟବଲ ପ୍ରତିଯୋଗିତାରେ ଖେଳିବାରୁ ରହିତାଦେଶ କରାଗଲା ।<ref name="Unlucky match for Leeds">{{cite news | url = http://news.bbc.co.uk/2/hi/special_report/1999/05/99/uniteds_euro_showdown/347144.stm | title = Unlucky Paris match for Leeds | date = 19 May 1999 |work=BBC Sport | access-date = 29 March 2012 | url-status=live | archive-url = https://web.archive.org/web/20130615124716/http://news.bbc.co.uk/2/hi/special_report/1999/05/99/uniteds_euro_showdown/347144.stm | archive-date = 15 June 2013 | df = dmy-all }}</ref> ୧୯୭୬ ୟୁରୋପୀୟ ଲିଗରେ ବାଏର୍ଣ୍ଣ ଦଳ ଗ୍ଲାସଗୋରେ ସେଣ୍ଟ୍-ଏଟିଏନ୍ନେ ଦଳକୁ ପରାସ୍ତ କରି ପୁଣି ୟୁରୋପୀୟ କପରେ ବିଜୟ ହାସଲ କଲା ଓ କ୍ରମାଗତ ତିନି ବର୍ଷ ଏହି ପ୍ରତିଯୋଗିତା ଜିତିଲା । ଏହି ସମୟରେ ବାଏର୍ଣ୍ଣ ଅନ୍ତଃ-ମହାଦେଶୀୟ କପରେ ବ୍ରାଜିଲୀୟ କ୍ଲବ୍ କ୍ରୁଜିଏରୋକୁ ହରାଇ ଟ୍ରଫି ଜିତିଥିଲେ ।<ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 190–198 | isbn = 3-89533-426-X}}</ref> ଏହା ପରେ ବାଏର୍ଣ୍ଣ କୌଣସି ବୃହତ ବିଜୟ ହାସଲ କରିପାରିନଥିଲା ଓ ଦଳର ଖେଳାଳୀଖେଳାଳି ତଥା ପରିଚାଳକ ଅଦଳବଦଳ ହୋଇଥିଲେ ।<ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 214–226 | isbn = 3-89533-426-X}}</ref> ସେ ସମୟରେ “ଅତି ନାଟକୀୟ ଭାବେ ଶେଷ ମୁହୂର୍ତ୍ତରେ ବିଜୟ ଲାଭ କରିବା”କୁ ଈର୍ଷ୍ୟା ବା କଟାକ୍ଷ ଅର୍ଥରେ ଦର୍ଶାଇବା ପାଇଁ ''ବାଏର୍ଣ୍ଣଡୁସେଲ'' (ଅର୍ଥାତ୍ ବାଏର୍ଣ୍ଣ ସୌଭାଗ୍ୟ) ବୋଲି ଏକ ଜର୍ମାନ ଶବ୍ଦର ପ୍ରଚଳନ ମଧ୍ୟ କରାଯାଇଥିଲା ।
 
==ଏଫ୍‍ସି ବ୍ରାଇଟନିଗ୍ଗେରୁ ଏଫ୍‍ସି ହଲିଉଡ୍ କାଳ (୧୯୭୯-୧୯୯୮)==
୧୯୮୦ ଦଶନ୍ଧିରେ ବାଏର୍ଣ ଦଳରେ ଅନେକ କନ୍ଦଳ ଓ ଆର୍ଥିକ ଅସୁବିଧା ଦେଖାଦେଲା । କିନ୍ତୁ ପଲ୍ ବ୍ରାଇଟ୍‍ନର୍ ଏବଂ କାର୍ଲ-ହାଇଞ୍ଜ୍ ରୁମେନିଗ୍ଗେଙ୍କ ସୁନ୍ଦର ପ୍ରଦର୍ଶନ ଯୋଗୁଁ ଦଳ ୧୯୭୯-୮୦ ଏବଂ ୧୯୮୦-୮୧ କ୍ରୀଡ଼ାବର୍ଷର ବୁଣ୍ଡେସଲିଗାରେ ବିଜୟୀ ହେଲା । ପୁରା ଦଳରେ ଏହି ଖେଳାଳୀଖେଳାଳି ଦ୍ଵୟଙ୍କ ପ୍ରଦର୍ଶନ ଆଖିଦୃଶିଆ ହୋଇଥିବାରୁ ସେ ସମୟର ବାଏର୍ଣ୍ଣ କ୍ଲବକୁ ‘‘ଏଫ୍‍ସି ବ୍ରାଇଟନିଗ୍ଗେ’’ ବୋଲି କୁହାଯାଉଥିଲା । ୧୯୮୧-୮୨ ଡିଏଫ୍‍ବି ପୋକାଲରେ ମଧ୍ୟ ବାଏର୍ଣ୍ଣ ବିଜୟ ଲାଭ କରିଥିଲା । ବ୍ରାଇଟନର୍ ଖେଳରୁ ଅବସର ନେଇଥିଲେ । ପୂର୍ବତନ ପ୍ରଶିକ୍ଷକ ଉଡୋ ଲାଟ୍ଟେକଙ୍କ ପ୍ରତ୍ୟାବର୍ତ୍ତନ ପରେ ବାଏର୍ଣ୍ଣ ୧୯୮୩-୮୪ ଡିଏଫ୍‍ବି ପୋକାଲ, ପରବର୍ତ୍ତୀ ୬ରୁ ୫ ବର୍ଷର ବୁଣ୍ଡେସଲିଗା ଜିତିଥିଲା । ୧୯୮୫-୮୬ କ୍ରୀଡ଼ାବର୍ଷରେ ବାଏର୍ଣ୍ଣ ଉଭୟ ପୋକାଲ ଓ ବୁଣ୍ଡେସଲିଗା ଜିତିଥିଲା । କିନ୍ତୁ ପ୍ରାୟ ଏକ ଦଶନ୍ଧି ଧରି ୟୁରୋପୀୟ କପରେ ବିଜୟ ବାଏର୍ଣ୍ଣ ହାତକୁ ଆସିଲା ନାହିଁ । ୧୯୮୧-୮୨ ଓ ୧୯୮୬-୮୭ କ୍ରୀଡ଼ାବର୍ଷରେ ବାଏର୍ଣ୍ଣ ୟୁରୋପୀୟ କପର ଫାଇନାଲରେ ପରାସ୍ତ ହୋଇଥିଲା ।<ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 226–267 | isbn = 3-89533-426-X}}</ref>
 
୧୯୮୭ରେ ୟୁପ୍ ହେନକେସ୍ ବାଏର୍ଣ୍ଣ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଲେ । ୧୯୮୮-୮୯ ଓ ୧୯୮୯-୯୦ କ୍ରୀଡ଼ାବର୍ଷରେ ବୁଣ୍ଡେସଲିଗା ବିଜୟୀ ହେବାପରେ ବାଏର୍ଣ୍ଣର ପ୍ରଦର୍ଶନ ଆଶାନୁରୂପ ରହିପାରିଲା ନାହିଁ । ୧୯୯୦-୯୧ ବୁଣ୍ଡେସଲିଗାରେ କ୍ଲବ୍ ଦ୍ଵିତୀୟ ସ୍ଥାନରେ ରହିଲା କିନ୍ତୁ ୧୯୯୧-୯୨ ବୁଣ୍ଡେସଲିଗାରୁ ଅଯୋଗ୍ୟ ଘୋଷିତ ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା । ୧୯୯୩-୯୪ କ୍ରୀଡ଼ାବର୍ଷର ୟୁଇଫା କପରେ ବାଏର୍ଣ୍ଣ ଇଂରାଜୀ ପ୍ରିମିୟର୍ ଲିଗ ଦଳ ନରୱିଚ୍ ସିଟି ଏଫ୍‍ସିଠାରୁ ଓଲିମ୍ଫାଷ୍ଟାଡିୟୋନରେ ପରାସ୍ତ ହୋଇଥିଲା। ନରୱିଚ୍ ସିଟି ଏଫ୍‍ସି ଏକମାତ୍ର ଇଂରାଜୀ କ୍ଲବ୍ ଯିଏ ବାଏର୍ଣ୍ଣକୁ ଓଲିମ୍ପାଷ୍ଟାଡିୟୋନରେ ହରାଇଛି । ୧୯୯୩-୯୪ କ୍ରୀଡ଼ାବର୍ଷ ମଝିରେ ଫ୍ରାଞ୍ଜ୍ ବେକେନ୍‍ବାଉଅର ପୁଣି ବାଏର୍ଣ୍ଣର ପରିଚାଳକ ଦାୟିତ୍ତ୍ଵ ନେବା ପରେ ଦଳର ପ୍ରଦର୍ଶନରେ କିଛି ଉନ୍ନତି ଆସିଥିଲା । ଚାରି ବର୍ଷ ବ୍ୟବଧାନ ପରେ ବାଏର୍ଣ୍ଣ ପୁଣି ୧୯୯୩-୯୪ କ୍ରୀଡ଼ାବର୍ଷର ବୁଣ୍ଡେସଲିଗା ଜିତିଲା । ବେକେନ୍‍ବାଉଅରଙ୍କୁ ବାଏର୍ଣ୍ଣ କ୍ଲବର ଅଧ୍ୟକ୍ଷ କରାଗଲା ।<ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 273–299 | isbn = 3-89533-426-X}}</ref>
 
ପରବର୍ତ୍ତୀ ଦୁଇ ପ୍ରଶିକ୍ଷକ ଜିଓଭାନି ଟ୍ରାପାଟୋନି ଓ ଓଟ୍ଟୋ ରେହାଗେଲଙ୍କ କାଳରେ ବାଏର୍ଣ୍ଣ ଦଳ କୌଣସି ଟ୍ରଫି ଜିତିବାରେ ସଫଳ ହୋଇନଥିଲା ।<ref name="bayernhistory9199">{{cite web | title = 1990 bis 1999: Trainerwechsel und Titel | trans-title = 1990 to 1999: Titles and Changes of Managers | publisher = FC Bayern Erlebniswelt | access-date = 28 September 2014 | url = http://fcb-erlebniswelt.de/de/historie/meilensteine-ab-1900/1990-1999/index.php | language = de | url-status=live | archive-url = https://web.archive.org/web/20150403095829/http://fcb-erlebniswelt.de/de/historie/meilensteine-ab-1900/1990-1999/index.php | archive-date = 3 April 2015 | df = dmy-all }}</ref> ବାଏର୍ଣ୍ଣର ଖେଳାଳୀମାନଙ୍କଖେଳାଳିମାନଙ୍କ ବିଷୟରେ ତତ୍କାଳୀନ ଖବରକାଗଜର ଖେଳ ପୃଷ୍ଠାରେ କମ୍ ଓ ଗପ-ଚର୍ଚ୍ଚା-ମନୋରଞ୍ଜନ ପୃଷ୍ଠାରେ ଅଧିକ ବିଷୟ ଛପୁଥିଲା । ତେଣୁ ସେ ସମୟରେ ବାଏର୍ଣ୍ଣ କ୍ଲବ୍ ନିଜର ଅନ୍ୟ ଡାକ ନାମ ‘‘ଏଫ୍‍ସି ହଲିଉଡ୍’’ ପାଇଥିଲା ।<ref>{{cite web |url=http://www.goal.com/en-us/news/174/uefa-champions-league/2010/04/08/1869197/cl-comment-van-gaals-bayern-give-new-meaning-to-fc-hollywood |title=CL Comment: Van Gaal's Bayern Give New Meaning to "FC Hollywood" |publisher=Goal.com |date=8 April 2010 |access-date=9 June 2013 |url-status=live |archive-url=https://web.archive.org/web/20140118141258/http://www.goal.com/en-us/news/174/uefa-champions-league/2010/04/08/1869197/cl-comment-van-gaals-bayern-give-new-meaning-to-fc-hollywood |archive-date=18 January 2014 }}</ref> ଫ୍ରାଞ୍ଜ୍ ବେକେନ୍‍ବାଉଅର ପୁଣି ସାମୟିକ ପ୍ରଶିକ୍ଷଣ ଦାୟିତ୍ତ୍ଵ ନେବା ପରେ ଦଳ ୧୯୯୬ ୟୁଇଫା କପ ଫାଇନାଲରେ ବୋର୍ଡ୍ୟୁ ଏଫ୍‍ସିକୁ ହରାଇ ବିଜୟ ଲାଭ କଲା । ୧୯୯୬-୯୭ କ୍ରୀଡ଼ାବର୍ଷରେ ଟ୍ରାପାଟୋନି ପ୍ରତ୍ୟାବର୍ତ୍ତନ କରି ବାଏର୍ଣ୍ଣକୁ ବୁଣ୍ଡେସଲିଗା ଜିତାଇଲେ । କିନ୍ତୁ ଏକ ନୂତନ ଦଳ ଏଫ୍‍ସି କାଇଜରଲାଉଟର୍ଣ୍ଣଠାରୁ ୧୯୯୭-୯୮ ବୁଣ୍ଡେସଲିଗାରେ ହାରିବା ପରେ ଟ୍ରାପାଟୋନି କ୍ଲବରୁ ବିଦାୟ ନେଲେ ।<ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 307–345 | isbn = 3-89533-426-X}}</ref>
 
==ଆଧୁନିକ ଯୁଗ (୧୯୯୮-ବର୍ତ୍ତମାନ)==
୯୫ କ ଧାଡ଼ି:
ହିଜଫେଲ୍ଡ ପୁଣି ବାଏର୍ଣ୍ଣକୁ ପ୍ରତ୍ୟାବର୍ତ୍ତନ କଲେ କିନ୍ତୁ ୨୦୦୬-୦୭ ବୁଣ୍ଡେସଲିଗାରେ ଚତୁର୍ଥ ସ୍ଥାନ ଯୋଗୁଁ ୟୁଇଫା ଚାମ୍ପିୟନ୍ସ ଲିଗ ଖେଳିବାକୁ ବାଏର୍ଣ୍ଣ ଯୋଗ୍ୟତା ହାସଲ କରିପାରିଲା ନାହିଁ ।
 
୨୦୦୭-୦୮ କ୍ରୀଡ଼ାବର୍ଷରେ ବାଏର୍ଣ୍ଣ ନିଜ ଦଳରେ ଅନେକ ପରିବର୍ତ୍ତନ କଲା । ନିଜର ୯ ଜଣଖେଳାଳୀଙ୍କୁଜଣ ଖେଳାଳିଙ୍କୁ ବିକ୍ରି କରି ବା ଋଣ ଆକାରରେ ଅନ୍ୟ ଦଳଙ୍କୁ ଦେଇ ବାଏର୍ଣ୍ଣ ୮ ଜଣ ନୂଆ ଖେଳାଳୀଖେଳାଳି କିଣିଲା ।<ref>Bayern Magazin: 1/59, pages: 16–21, 11 August 2007 (in German)</ref> ୨୦୦୬ ଫିଫା ବିଶ୍ଵକପରେ ଉନ୍ନତ ପ୍ରଦର୍ଶନ କରିଥିବା ଫ୍ରାଂକ ରିବେରି, ମିରେସ୍ଲାଭ୍ କ୍ଲୋଜା ଓ ଲୁକା ଟୋନି ବାଏର୍ଣ୍ଣ ଦଳରେ ଯୋଗ ଦେଲେ । ବାଏର୍ଣ୍ଣ ସେ ବର୍ଷର ବୁଣ୍ଡେସଲିଗା ଓ ଡିଏଫ୍‍ବି ପୋକାଲରେ ବିଜୟୀ ହେଲା ।<ref name="fussballdaten">{{cite web | title = Fussballdaten&nbsp;– Zahlen, Texte, Bilder | publisher = fussballdaten.de | access-date = 15 July 2008 | date = 17 May 2008 | url = http://www.fussballdaten.de | language = de | url-status=live | archive-url = https://web.archive.org/web/20080526120210/http://www.fussballdaten.de/ | archive-date = 26 May 2008 | df = dmy-all }}</ref> ସେହି କ୍ରୀଡ଼ା ବର୍ଷ ଶେଷରେ ବାଏର୍ଣ୍ଣ ଦଳର ଗୋଲକିପର୍ ଅଲିଭର୍ କାନ୍ ଅବସର ନେଇଥିଲେ । ହିଜଫେଲ୍ଡଙ୍କ ପରେ ୟୁର୍ଗେନ୍ କ୍ଲିନ୍ସମାନ୍ ବାଏର୍ଣ୍ଣର ନୂତନ ପ୍ରଶିକ୍ଷକ ହେଲେ ।<ref name=mark25787>{{cite web | title = Jürgen Klinsmann to succeed Hitzfeld at Bayern | url = http://www.fcbayern.t-home.de/en/news/news/2008/14731.php | access-date = 11 January 2008 | date = 11 January 2008 | publisher = The official FC Bayern Munich website | url-status=live | archive-url = https://web.archive.org/web/20081221215820/http://www.fcbayern.t-home.de/en/news/news/2008/14731.php | archive-date = 21 December 2008 | df = dmy-all }}</ref> କିନ୍ତୁ ଅନେକ ମ୍ୟାଚରେ ଖରାପ ପ୍ରଦର୍ଶନ ପାଇଁ କ୍ଲିନ୍ସମାନଙ୍କୁ ପଦରୁ ବହିଷ୍କାର କରାଗଲା ।<ref name=klinsmannfired>{{cite web | url = http://www.spiegel.de/international/germany/end-of-a-brief-era-german-club-bayern-munich-sacks-coach-klinsmann-a-621336.html | title = End of a Brief Era: German Club Bayern Munich Sacks Coach Klinsmann | work = Der Spiegel | date = 27 April 2009 | access-date = 1 February 2015 | url-status=live | archive-url = https://web.archive.org/web/20150404011410/http://www.spiegel.de/international/germany/end-of-a-brief-era-german-club-bayern-munich-sacks-coach-klinsmann-a-621336.html | archive-date = 4 April 2015 | df = dmy-all }}</ref>
 
[[File:Bayern munich bayer leverkusen.jpg|thumb|୨୦୧୧ ସେପ୍ଟେମ୍ଵର ମାସରେ ବାଏର୍ଣ୍ଣ ମ୍ୟୁନିକ ବନାମ ବାୟର୍ ଲେଭର୍କୁସେନ ବୁଣ୍ଡେସଲିଗା ମ୍ୟାଚର ଚିତ୍ର]]
୧୦୮ କ ଧାଡ଼ି:
| alt2 =
}}
୨୦୦୯-୧୦ କ୍ରୀଡ଼ାବର୍ଷ ପାଇଁ ବାଏର୍ଣ୍ଣ କ୍ଲବ୍ ଓଲନ୍ଦାଜ ପରିଚାଳକ ଲୁଇ ଭାନ୍ ଗାଲ୍ ଓ ଓଲନ୍ଦାଜ ଫରୱାର୍ଡ୍ ଆର୍ୟେନ୍ ରୋବେନଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିଥିଲା । ଆଗାମୀ ଦଶ ବର୍ଷ ପାଇଁ ରୋବେନ୍ ଓ ରିବେରିଙ୍କ ଉପସ୍ଥିତିରେ ବାଏର୍ଣ୍ଣ ଦଳର ଆକ୍ରମଣ ଶୈଳୀରେ ପରିବର୍ତ୍ତନ ଘଟିଥିଲା । ଏହା ସହିତ ଡେଭିଡ୍ ଆଲାବା ଓ ଥୋମାସ ମ୍ୟୁଲର୍‍ଙ୍କୁ ବାଏର୍ଣ୍ଣ ଦଳକୁ ଉନ୍ନୀତ ହୋଇ ଆସିଥିଲେ । ୨୦୦୧ ପରଠାରୁ ସମସ୍ତ କ୍ରୀଡ଼ାବର୍ଷରେ ଭଲ ପ୍ରଦର୍ଶନ କରିନଥିବା ବାଏର୍ଣ୍ଣ ଏହା ପରେ ଘରୋଇ ପ୍ରତିଯୋଗିତାରେ ଦ୍ଵିବିଜୟ ହାସଲ କଲା ।<ref>{{cite news|url=http://news.bbc.co.uk/sport2/hi/football/europe/8684950.stm|title=Bayern win Cup to clinch Double|date=15 May 2010|publisher=BBC|access-date=15 May 2010|url-status=live|archive-url=https://web.archive.org/web/20100518141828/http://news.bbc.co.uk/sport2/hi/football/europe/8684950.stm|archive-date=18 May 2010}}</ref> କେବଳ ୨୦୧୦ ୟୁଇଫା ଚାମ୍ପିୟନ୍ସ ଟ୍ରଫିରେ ଦଳ [[ଇଣ୍ଟର ମିଲାନ]]ଠାରୁ ୦-୨ ଗୋଲରେ ପରାସ୍ତ ହୋଇଥିଲା ।<ref>{{cite news|url=http://www.whoscored.com/Matches/404786/Live/Europe-UEFA-Champions-League-2009-2010-Bayern-Munich-Inter|title=Champions League Final 2010 Statistics|publisher=WhoScored.com|url-status=live|archive-url=https://web.archive.org/web/20110304230125/http://www.whoscored.com/Matches/404786/Live/Europe-UEFA-Champions-League-2009-2010-Bayern-Munich-Inter|archive-date=4 March 2011}}</ref> ଏକ ସଫଳ ୨୦୦୯-୧୦ କ୍ରୀଡ଼ାବର୍ଷ ସତ୍ତ୍ଵେ ଲିଗରେ ଭଲ ନ କରିବାରୁ ୨୦୧୧ ଅପ୍ରେଲ ମାସରେ ଭାନ୍ ଗାଲ୍ ପରିଚାଳକ ପଦରୁ ବହିଷ୍କୃତ ହେଲେ । ୨୦୧୧-୧୨ରେ ବାଏର୍ଣ୍ଣ ମାନୁଏଲ୍ ନୟରଙ୍କୁ ନିଜର ଗୋଲକିପର୍ ଭାବେ କିଣି ଅଲିଭର୍ କାଃନ୍‍ଙ୍କ ଶୂନ୍ୟ ସ୍ଥାନ ପୂରଣ କଲା ଓ ଜର୍ମାନୀର ଆଉ ଜଣେ ଫୁଟବଲ ଖେଳାଳୀଖେଳାଳି ୟେରୋମ୍ ବୋଆଟେଂଗଙ୍କୁ ମଧ୍ୟ ଦଳରେ ସାମିଲ କଲା । ଆଲିଆଞ୍ଜ୍ ଏରିନାରେ ଖେଳାଯାଇଥିବା ୨୦୧୧ ଚାମ୍ପିୟନ୍ସ ଲିଗ ଫାଇନାଲରେ ବାଏର୍ଣ୍ଣ [[ଚେଲସି ଏଫ୍‍ସି]]ଠାରୁ ପେନାଲ୍‌ଟି ପର୍ଯ୍ୟାୟରେ ପରାଜିତ ହୋଇଥିଲା ।
 
୨୦୧୨-୧୩ କ୍ରୀଡ଼ାବର୍ଷ ପାଇଁ ବାଏର୍ଣ୍ଣ ଜାଭି ମାର୍ଟିନେଜଙ୍କୁ ନିଜ ଦଳରେ ନେଇଥିଲା । ସେହି ବର୍ଷ ବାଏର୍ଣ୍ଣ ସମସ୍ତ ଟ୍ରଫି ଜିତି ବୁଣ୍ଡେସଲିଗାରେ ରେକର୍ଡ ସଫଳତା କରିଥିଲା ।<ref>{{cite web | url = http://www.fcbayern.de/en/matches/match-reports/2013/41344.php | title = Records fall as Bayern seal stunning title triumph | access-date = 28 September 2014 | date = 6 April 2013 | url-status=live | archive-url = https://web.archive.org/web/20140928053010/http://www.fcbayern.de/en/matches/match-reports/2013/41344.php | archive-date = 28 September 2014 | df = dmy-all }}</ref> ତ୍ରିବିଜୟୀ ହେବାରେ ବାଏର୍ଣ୍ଣ ପ୍ରଥମ ଜର୍ମାନ କ୍ଲବ୍ ହୋଇଥିଲା । ୨୦୧୩ ମସିହାରେ ବୋରୁସିଆ ଡୋର୍ଟମୁଣ୍ଡକୁ ୨-୧ ଗୋଲରେ ହରାଇ ବାଏର୍ଣ୍ଣ ପୁଣି ୟୁଇଫା ଚାମ୍ପିୟନ୍ସ ଲିଗରେ ବିଜୟ ଲାଭ କଲା ।<ref>{{cite web | url = http://www.uefa.com/uefachampionsleague/season=2013/matches/round=2000351/match=2009612/postmatch/report/ | title = Robben ends Bayern's run of final misery | publisher = UEFA | date = 25 May 2013 | access-date = 28 September 2014 | first = Andrew | last = Haslam | url-status=live | archive-url = https://web.archive.org/web/20141007130556/http://www.uefa.com/uefachampionsleague/season=2013/matches/round=2000351/match=2009612/postmatch/report/ | archive-date = 7 October 2014 | df = dmy-all }}</ref>
ଏହା ପରେ ବାର୍ସେଲୋନା ପିରଶିକ୍ଷକ ରହିଥିବା ପେପ୍ ଗାର୍ଡିଓଲା ବାଏର୍ଣ୍ଣ ମ୍ୟୁନିକର ପରିଚାଳନା ଦାୟିତ୍ତ୍ଵ ନେଲେ । ବାଏର୍ଣ୍ଣ ୨୦୧୩ କ୍ଲବ୍ ବିଶ୍ଵକପ ଓ ୟୁଇଫା ସୁପରକପ ମଧ୍ୟ ଜିତିଥିଲା ।<ref>{{cite web| url =http://www.fcbayern.de/en/matches/match-reports/2013/match-report-cwc-final-bayern-raja-casablanca-211213.php| title =Super Bayern crowned club world champions| url-status=live| archive-url =https://web.archive.org/web/20150212084342/http://www.fcbayern.de/en/matches/match-reports/2013/match-report-cwc-final-bayern-raja-casablanca-211213.php| archive-date =12 February 2015| df =dmy-all}}</ref><ref name="UEFA_1942071">{{cite web | url = http://www.uefa.com/uefasupercup/news/newsid=1942071.html | title = Bayern tackle Chelsea in Prague Super Cup | publisher = UEFA | date = 26 May 2013 | access-date = 13 June 2013 | url-status=live | archive-url = https://web.archive.org/web/20130610140724/http://www.uefa.com/uefasupercup/news/newsid=1942071.html | archive-date = 10 June 2013 | df = dmy-all }}</ref> ୨୦୧୩-୧୪ର ଚାମ୍ପିୟନ୍ସ ଲିଗ ସେମି-ଫାଇନାଲରେ ବାଏର୍ଣ୍ଣ ଦଳ [[ରିଆଲ ମାଦ୍ରିଦ]]ଠାରୁ ପରାସ୍ତ ହୋଇଥିଲା । ୨୦୧୪ ମସିହାରେ ବାଏର୍ଣ୍ଣର ଅଧ୍ୟକ୍ଷ ଉଲି ହୋନେସଙ୍କୁ କରଖିଲାପି ଦୋଷରେ ୩.୫ ବର୍ଷର କାରାଦଣ୍ଡାଦେଶ ହେବାପରେ ସେ କ୍ଲବ୍ ଅଧ୍ୟକ୍ଷତାରୁ ଇସ୍ତଫା ଦେଇଥିଲେ । ୨୦୧୪-୧୫, ୨୦୧୫-୧୬ କ୍ରୀଡ଼ାବର୍ଷ ବେଳକୁ ବାଏର୍ଣ୍ଣ ଦଳକୁ ରବର୍ଟ୍ ଲେୱାଣ୍ଡୋସ୍କି, ଜାବି ଆଲୋନ୍ସୋ ଆସିଥିଲେ ଏବଂ ଟୋନି କ୍ରୂସ୍, ବାଷ୍ଟିଆନ ଶ୍ଵାଇନ୍‍ଷ୍ଟାଇଗର, କ୍ଲୌଡ଼ିଓ ପିଜାରୋ ଦଳ ଛାଡ଼ିଥିଲେ । ଏହାର କିଛି ସମୟ ପରେ ଗାର୍ଡିଓଲା ବାଏର୍ଣ୍ଣରୁ ବାହାରି ଯାଇଥିଲେ ଏବଂ କାର୍ଲୋ ଆନ୍ସେଲୋଟି ଦଳର ପରିଚାଳକ ହେଲେ ।<ref>{{cite news | url = http://www.skysports.com/football/news/11890/10105921/bayern-munich-confirm-carlo-ancelotti-will-replace-pep-guardiola | title = Bayern Munich confirm Carlo Ancelotti will replace Pep Guardiola | date = 20 December 2015 | work = Sky Sports | url-status=live | archive-url = https://web.archive.org/web/20160524174457/http://www.skysports.com/football/news/11890/10105921/bayern-munich-confirm-carlo-ancelotti-will-replace-pep-guardiola | archive-date = 24 May 2016}}</ref> ଆନ୍ସେଲୋଟିଙ୍କ ପରିଚାଳିତ ବାଏର୍ଣ୍ଣ ଦଳ ମାଟ୍ସ ହମ୍ମେଲ୍ସଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିଥିଲା ଓ ୨୦୧୬-୧୭ ବୁଣ୍ଡେସଲିଗା ଟ୍ରଫି ଜିତିଥିଲା ।<ref>{{cite news|url=http://www.espnfc.com/german-bundesliga/story/3115208/bayern-munich-seal-bundesliga-title-as-leipzig-and-dortmund-draw|title=Bayern Munich seal Bundesliga title as Leipzig and Dortmund draw | date = 29 April 2017 | work = ESPN FC | url-status=live | archive-url = https://web.archive.org/web/20170508192946/http://www.espnfc.com/german-bundesliga/story/3115208/bayern-munich-seal-bundesliga-title-as-leipzig-and-dortmund-draw|archive-date=8 May 2017}}</ref> ପରେ ଦଳକୁ ହାମେସ୍ ରୋଡ୍ରିଗେଜ୍ ଆସିଲେ କିନ୍ତୁ ଫିଲିପ୍ ଲାମ୍ ଓ ଜାବି ଆଲୋନ୍ସୋ ଅବସର ନେଲେ । ଅନେକ ଖେଳାଳୀଖେଳାଳି ଏହି ସମୟରେ ବାଏର୍ଣ୍ଣ ଦଳରୁ ବାହାରି ଯାଇଥିଲେ । ୨୦୧୭-୧୮ ଚାମ୍ପିୟନ୍ସ ଲିଗରେ ପ୍ୟାରିସ୍ ସେଣ୍ଟ୍ ଜର୍ମେନ୍‍ଠାରୁ ୦-୩ ଗୋଲରେ ପରାଜିତ ହେବା ପରେ ଆନ୍ସେଲୋଟିଙ୍କୁ ବାଏର୍ଣ୍ଣ ପରିଚାଳନା ଦାୟିତ୍ତ୍ଵରୁ ନିବୃତ୍ତି ଦିଆଗଲା ।<ref name="ancelotti sacked">{{cite news |url=https://fcbayern.com/en/news/2017/09/press-release-bayern-and-ancelotti-part-company |title=FC Bayern part company with Carlo Ancelotti |website=fcbayern.com |date=28 September 2017 |access-date=28 September 2017 |url-status=live |archive-url=https://web.archive.org/web/20170928193602/https://fcbayern.com/en/news/2017/09/press-release-bayern-and-ancelotti-part-company |archive-date=28 September 2017 }}</ref>
ଆଇନ୍‍ଟ୍ରାଖ୍‍ଟ୍ ଫ୍ରାଙ୍କଫର୍ଟର ପୂର୍ବ ପ୍ରଶିକ୍ଷକ କୋଭାଚ୍ ବାଏର୍ଣ୍ଣ ଦଳର ପରିଚାଳନା ଦାୟିତ୍ତ୍ଵ ଗ୍ରହଣ କଲେ । ଆଶାନୁରୂପ ପ୍ରଦର୍ଶନ ନହେବା ସତ୍ତ୍ଵେ କ୍ଲବ୍ କୋଭାଚଙ୍କୁ ସମର୍ଥନ କଲା । ୨୦୧୮-୧୯ ୟୁଇଫା ଚାମ୍ପିୟନ୍ସ ଲିଗରେ ଲିଭରପୁଲ୍ ବାଏର୍ଣ୍ଣକୁ ପଛରେ ପକାଇଥିଲା । ବାଏର୍ଣ୍ଣର ତାରକା ଖେଳାଳୀଖେଳାଳି ରୋବେନ ଓ ରିବେରି ଏହା ପରେ କ୍ଲବ ଛାଡ଼ିଥିଲେ ।<ref>{{Cite web | url = https://fcbayern.com/en/news/2018/12/arjen-robben-in-interview | title = Robben: I am to leave with at least one trophy | website = FC Bayern Munich official website | date = 3 December 2018 | access-date = 5 May 2019}}</ref><ref>{{Cite web|url=https://www.bavarianfootballworks.com/2019/2/24/18238448/bayern-munich-franck-ribery-last-season-arjen-robben-bundesliga-title-farewell-game-testimonial|title=Hoeness: Franck Ribery will leave Bayern Munich at the end of the season|first=John|last=Dillon|date=24 February 2019|website=Bavarian Football Works}}</ref> ୨୦୧୯ ଜୁଲାଇ ୧ ତାରିଖରେ ହାନ୍ସ-ଡିଟର୍ ଫ୍ଲିକ୍ ବାଏର୍ଣ୍ଣର ଅତିରିକ୍ତ ପ୍ରଶିକ୍ଷକ ହେଲେ ।<ref>{{cite web |url=https://fcbayern.com/en/news/2019/07/interview-with-hansi-flick |title=Hansi Flick interviewed: 'A top job and a club that's very close to my heart' |date=7 July 2019 |website=fcbayern.com |publisher=Bayern Munich |access-date=19 August 2019}}</ref> ୨୦୧୯ ନଭେମ୍ଵର ମାସରେ କୋଭାଚ୍ ବାଏର୍ଣ୍ଣ ଛାଡ଼ିବା ପରେ ଫ୍ଲିକ୍ ମୁଖ୍ୟ ପରିଚାଳକ ହେଲେ ।<ref>{{Cite web | url = https://www.theguardian.com/football/2019/nov/03/bayern-munich-niko-kovac | title = Niko Kovac leaves Bayern Munich after Eintracht Frankfurt thrashing | date = 3 November 2019 | website = The Guardian | access-date = 4 November 2019}}</ref><ref>{{cite web |url=https://fcbayern.com/en/news/2019/11/fc-bayern-relieve-head-coach-niko-kovac-of-his-duties |title=FC Bayern and head coach Niko Kovac part company |date = 3 November 2019 |website=fcbayern.com |publisher=Bayern Munich |access-date=3 November 2019}}</ref><ref>{{Cite web |url=https://fcbayern.com/en/news/2019/12/hansi-flick-to-remain-fc-bayern-head-coach-until-end-of-season |title=Flick to remain FC Bayern head coach until end of season |date=22 December 2019 |website=fcbayern.com |publisher=Bayern Munich |access-date=26 December 2019}}</ref> ଫ୍ଲିକ୍‍ଙ୍କ ତତ୍ତ୍ଵାବଧାନରେ ବାଏର୍ଣ୍ଣର ପ୍ରଦର୍ଶନରେ ଉନ୍ନତି ଆସିବାରୁ ତାଙ୍କୁ ୨୦୨୩ ପର୍ଯ୍ୟନ୍ତ ପରିଚାଳକ ଭାବେ ରଖିବାର ଚୁକ୍ତି କରାଗଲା ।<ref name="usatoday">{{cite web | url=https://www.usatoday.com/story/sports/soccer/2020/04/03/bayern-gives-coach-hansi-flick-permanent-deal-through-2023/111519252/ |title=Bayern gives coach Hansi Flick permanent deal through 2023 |website=usatoday.com |date=3 April 2020 }}</ref> ବାଏର୍ଣ୍ଣ ଦଳ ୨୦୧୯-୨୦ ବୁଣ୍ଡେସଲିଗା ଓ ଡିଏଫ୍‍ବି ପୋକାଲରେ ବିଜୟୀ ହୋଇଥିଲା । ଚାମ୍ପିୟନ୍ସ ଲିଗର କ୍ଵାର୍ଟର୍-ଫାଇନାଲରେ ବାଏର୍ଣ୍ଣ ଦଳ [[ବାର୍ସେଲୋନା ଫୁଟବଲ କ୍ଲବ|ଏଫ୍‍ସି ବାର୍ସେଲୋନାକୁ]] ୮-୨ ଗୋଲରେ ପରାସ୍ତ କରିଥିଲା ।<ref>{{Cite web|url=https://www.uefa.com/uefachampionsleague/match/2030146--barcelona-vs-bayern/|title=Barcelona-Bayern &#124; UEFA Champions League|website=UEFA.com}}</ref> ସେମି-ଫାଇନାଲରେ ଲ୍ୟୋନ୍ ଦଳକୁ ୩-୦ ଗୋଲରେ ପରାସ୍ତ କରିଥିଲା । ସେତେବେଳକୁ [[କରୋନାଭୂତାଣୁ ରୋଗ ୨୦୧୯|କୋଭିଡ଼୍-୧୯ ମହାମାରୀ]] ଯୋଗୁଁ ବନ୍ଦ ଷ୍ଟାଡିୟମରେ ହୋଇଥିବା ଫାଇନାଲରେ ବାଏର୍ଣ୍ଣ ଦଳ ପ୍ୟାରିସ୍ ସେଣ୍ଟ୍-ଜର୍ମେନକୁ ୧-୦ ଗୋଲରେ ହରାଇ ବିଜେତା ହୋଇଥିଲା ।<ref>{{Cite web|title=Barcelona vs. Bayern Munich – Football Match Summary – August 14, 2020 – ESPN|url=https://www.espn.com/soccer/match?gameId=573704|access-date=14 August 2020|website=ESPN.com|language=en}}</ref>
==କିଟ୍ ଓ ପୋଷାକ==
<Center>