"ବାଏର୍ଣ୍ଣ ମ୍ୟୁନିକ୍ ଫୁଟବଲ କ୍ଲବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୯୧ କ ଧାଡ଼ି:
==ଆଧୁନିକ ଯୁଗ (୧୯୯୮-ବର୍ତ୍ତମାନ)==
[[File:Allianz Arena Pahu.jpg|thumb|350px|right|୨୦୦୫ରେ ଉଦଘାଟିତ ଆଲିଆଞ୍ଜ ଏରିନା ବିଶ୍ଵର ଆଧୁନିକ ବ୍ୟବସ୍ଥାବିଶିଷ୍ଟ ଫୁଟବଲ ଷ୍ଟାଡିୟମମାନଙ୍କ ମଧ୍ୟରେ ଅନ୍ୟତମ]]
୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ବୋରୁସିଆ ଡୋର୍ଟମୁଣ୍ଡର ପୂର୍ବତନ ସଫଳ ପ୍ରଶିକ୍ଷକ ଓଟମାର ହିଜଫେଲ୍ଡଙ୍କୁ ବାଏର୍ଣ୍ଣ ମ୍ୟୁନିକ କ୍ଲବର ଦାୟିତ୍ତ୍ଵ ଦିଆଯାଇଥିଲା । ସେ ଯୋଗ ଦେବା ପରେ ପ୍ରଥମ କ୍ରୀଡ଼ାବର୍ଷ ୧୯୯୮-୯୯ରେ ବାଏର୍ଣ୍ଣ ବୁଣ୍ଡେସଲିଗା ଜିତିଥିଲା । ସେହି ବର୍ଷର ଚାମ୍ପିୟନ୍ସ ଲିଗ ଫାଇନାଲରେ [[ମ୍ୟାଞ୍ଚେଷ୍ଟର ୟୁନାଇଟେଡ଼୍ ଏଫ୍‍ସି]]ଠାରୁ ୨-୧ ଗୋଲରେ ବାଏର୍ଣ୍ଣ ପରାଜିତ ହୋଇଥିଲା । ଆଗାମୀ ବର୍ଷ ବାଏର୍ଣ୍ଣ କ୍ଲବ ନିଜର ପ୍ରତିଷ୍ଠା ଦିବସର ଶତବାର୍ଷିକୀ ପାଳନ କଲା । ୧୯୯୯-୨୦୦୦ରେ ବାଏର୍ଣ୍ଣ ତୃତୀୟ ଥର ପାଇଁ ଏକା କ୍ରୀଡ଼ାବର୍ଷରେ ଉଭୟ ବୁଣ୍ଡୋସଲିଗା ଓ ଡିଏଫ୍‍ବି ପୋକାଲ ଜିତି ଦ୍ଵିବିଜୟୀ ହୋଇଥିଲା । ୨୦୦୦-୦୧ କ୍ରୀଡ଼ାବର୍ଷରେ ବାଏର୍ଣ୍ଣ କ୍ରମାଗତ ତୃତୀୟ ବର୍ଷ ପାଇଁ ବୁଣ୍ଡେସଲିଗାରେ ବିଜୟ ହାସଲ କଲା ।<ref>{{cite news|url=http://sportsillustrated.cnn.com/soccer/news/2001/05/19/german_roundup/|title=Bayern wins Bundesliga, eyes Champions League|date=19 May 2001|access-date=28 November 2013|work=Sports Illustrated|url-status=live|archive-url=https://web.archive.org/web/20040911213058/http://sportsillustrated.cnn.com/soccer/news/2001/05/19/german_roundup/|archive-date=11 September 2004}}</ref><ref>{{cite news|url=http://www.sport1.de/de/fussball/fussball_bundesliga/artikel_104971.html|title=Vier Minuten im Mai|language=de|date=12 May 2009 | access-date=28 November 2013|work=Sport1}}</ref> ଏହାର କିଛି ଦିନ ପରେ ବାଏର୍ଣ୍ଣ ଦଳ ପେନାଲ୍‍ଟି ଶୁଟ୍ଆଉଟରେ [[ଭାଲେନ୍ସିଆ ସିଏଫ୍]] ଦଳକୁ ହରାଇ ୨୫ ବର୍ଷର ଅପେକ୍ଷାର ଅନ୍ତ ଘଟାଇଲା ଏବଂ ୟୁଇଫା ଚାମ୍ପିୟନ୍ସ ଲିଗରେ ବିଜେତା ହୋଇଥିଲା । ୨୦୦୪ ବେଳକୁ ବାଏର୍ଣ୍ଣର ପ୍ରଦର୍ଶନ ନିମ୍ନଗାମୀ ହେବାରୁ ହିଜଫେଲ୍ଡ ଦଳରୁ ବିଦାୟ ନେଇଥିଲେ । ଏହା ପରେ ଫେଲିକ୍ସ ମାଗାଥ ବାଏର୍ଣ୍ଣ ଦଳର ପରିଚାଳନା କରିଥିଲେ । ୨୦୦୫-୦୬ କ୍ରୀଡ଼ାବର୍ଷର ଆରମ୍ଭ ପୂର୍ବରୁ ବାଏର୍ଣ୍ଣ ଦଳ ଓଲିମ୍ପାଷ୍ଟାଡିୟୋନରୁ ଆଲିଆଞ୍ଜ୍ ଏରିନାକୁ ନିଜର ଘର ଷ୍ଟାଡିୟମ୍ ସ୍ଥାନାନ୍ତରିତ କରିଥିଲା । ୧୮୬୦ ମ୍ୟୁନିକ କ୍ଲବ୍ ମଧ୍ୟ ସେଠାରେ ନିଜର ଘର ମ୍ୟାଚ ଖେଳୁଥିଲା । ନିମ୍ନ ମାନର ପ୍ରଦର୍ଶନ ଯୋଗୁଁ ମାଗାଥ ବାଏର୍ଣ୍ଣ ପରିଚାଳକର ପଦ ଛାଡ଼ିଥିଲେ ।<ref>{{cite web | title = Bayern part company with Felix Magath | publisher = FC Bayern Munich Official Website | access-date = 15 July 2008 | date = 31 January 2007 | url = http://www.fcbayern.t-home.de/en/news/news/2007/10644.php | url-status=live | archive-url = https://web.archive.org/web/20081221215808/http://www.fcbayern.t-home.de/en/news/news/2007/10644.php | archive-date = 21 December 2008 | df = dmy-all }}</ref>
 
ହିଜଫେଲ୍ଡ ପୁଣି ବାଏର୍ଣ୍ଣକୁ ପ୍ରତ୍ୟାବର୍ତ୍ତନ କଲେ କିନ୍ତୁ ୨୦୦୬-୦୭ ବୁଣ୍ଡେସଲିଗାରେ ଚତୁର୍ଥ ସ୍ଥାନ ଯୋଗୁଁ ୟୁଇଫା ଚାମ୍ପିୟନ୍ସ ଲିଗ ଖେଳିବାକୁ ବାଏର୍ଣ୍ଣ ଯୋଗ୍ୟତା ହାସଲ କରିପାରିଲା ନାହିଁ ।
 
୨୦୦୭-୦୮ କ୍ରୀଡ଼ାବର୍ଷରେ ବାଏର୍ଣ୍ଣ ନିଜ ଦଳରେ ଅନେକ ପରିବର୍ତ୍ତନ କଲା । ନିଜର ୯ ଜଣଖେଳାଳୀଙ୍କୁ ବିକ୍ରି କରି ବା ଋଣ ଆକାରରେ ଅନ୍ୟ ଦଳଙ୍କୁ ଦେଇ ବାଏର୍ଣ୍ଣ ୮ ଜଣ ନୂଆ ଖେଳାଳୀ କିଣିଲା ।<ref>Bayern Magazin: 1/59, pages: 16–21, 11 August 2007 (in German)</ref> ୨୦୦୬ ଫିଫା ବିଶ୍ଵକପରେ ଉନ୍ନତ ପ୍ରଦର୍ଶନ କରିଥିବା ଫ୍ରାଂକ ରିବେରି, ମିରେସ୍ଲାଭ୍ କ୍ଲୋଜା ଓ ଲୁକା ଟୋନି ବାଏର୍ଣ୍ଣ ଦଳରେ ଯୋଗ ଦେଲେ । ବାଏର୍ଣ୍ଣ ସେ ବର୍ଷର ବୁଣ୍ଡେସଲିଗା ଓ ଡିଏଫ୍‍ବି ପୋକାଲରେ ବିଜୟୀ ହେଲା ।<ref name="fussballdaten">{{cite web | title = Fussballdaten&nbsp;– Zahlen, Texte, Bilder | publisher = fussballdaten.de | access-date = 15 July 2008 | date = 17 May 2008 | url = http://www.fussballdaten.de | language = de | url-status=live | archive-url = https://web.archive.org/web/20080526120210/http://www.fussballdaten.de/ | archive-date = 26 May 2008 | df = dmy-all }}</ref> ସେହି କ୍ରୀଡ଼ା ବର୍ଷ ଶେଷରେ ବାଏର୍ଣ୍ଣ ଦଳର ଗୋଲକିପର୍ ଅଲିଭର୍ କାନ୍ ଅବସର ନେଇଥିଲେ । ହିଜଫେଲ୍ଡଙ୍କ ପରେ ୟୁର୍ଗେନ୍ କ୍ଲିନ୍ସମାନ୍ ବାଏର୍ଣ୍ଣର ନୂତନ ପ୍ରଶିକ୍ଷକ ହେଲେ ।<ref name=mark25787>{{cite web | title = Jürgen Klinsmann to succeed Hitzfeld at Bayern | url = http://www.fcbayern.t-home.de/en/news/news/2008/14731.php | access-date = 11 January 2008 | date = 11 January 2008 | publisher = The official FC Bayern Munich website | url-status=live | archive-url = https://web.archive.org/web/20081221215820/http://www.fcbayern.t-home.de/en/news/news/2008/14731.php | archive-date = 21 December 2008 | df = dmy-all }}</ref> କିନ୍ତୁ ଅନେକ ମ୍ୟାଚରେ ଖରାପ ପ୍ରଦର୍ଶନ ପାଇଁ କ୍ଲିନ୍ସମାନଙ୍କୁ ପଦରୁ ବହିଷ୍କାର କରାଗଲା ।<ref name=klinsmannfired>{{cite web | url = http://www.spiegel.de/international/germany/end-of-a-brief-era-german-club-bayern-munich-sacks-coach-klinsmann-a-621336.html | title = End of a Brief Era: German Club Bayern Munich Sacks Coach Klinsmann | work = Der Spiegel | date = 27 April 2009 | access-date = 1 February 2015 | url-status=live | archive-url = https://web.archive.org/web/20150404011410/http://www.spiegel.de/international/germany/end-of-a-brief-era-german-club-bayern-munich-sacks-coach-klinsmann-a-621336.html | archive-date = 4 April 2015 | df = dmy-all }}</ref>
 
[[File:Bayern munich bayer leverkusen.jpg|thumb|୨୦୧୧ ସେପ୍ଟେମ୍ଵର ମାସରେ ବାଏର୍ଣ୍ଣ ମ୍ୟୁନିକ ବନାମ ବାୟର୍ ଲେଭର୍କୁସେନ ବୁଣ୍ଡେସଲିଗା ମ୍ୟାଚର ଚିତ୍ର]]
{{multiple image|align=left
| footer = ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ବାଏର୍ଣ୍ଣର ଆକ୍ରମଣ ଶୈଳୀର ପୁରୋଧା ରୋବେନ୍ ଓ ରିବେରି ଯୋଡ଼ି । ଏମାନଙ୍କୁ ମିଳିତ ଭାବେ ରୋବେରି ବା ରୋବରି ବୋଲି ମଧ୍ୟ କୁହାଯାଉଥିଲା ।
| width =
| image1 = Arjen Robben.jpg
| width1 = 110
| alt1 =
| image2 = 2019147200033 2019-05-27 Fussball 1.FC Kaiserslautern vs FC Bayern München - Sven - 1D X MK II - 2409 - B70I0709.jpg
| width2 = 110
| alt2 =
}}
୨୦୦୯-୧୦ କ୍ରୀଡ଼ାବର୍ଷ ପାଇଁ ବାଏର୍ଣ୍ଣ କ୍ଲବ୍ ଓଲନ୍ଦାଜ ପରିଚାଳକ ଲୁଇ ଭାନ୍ ଗାଲ୍ ଓ ଓଲନ୍ଦାଜ ଫରୱାର୍ଡ୍ ଆର୍ୟେନ୍ ରୋବେନଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିଥିଲା । ଆଗାମୀ ଦଶ ବର୍ଷ ପାଇଁ ରୋବେନ୍ ଓ ରିବେରିଙ୍କ ଉପସ୍ଥିତିରେ ବାଏର୍ଣ୍ଣ ଦଳର ଆକ୍ରମଣ ଶୈଳୀରେ ପରିବର୍ତ୍ତନ ଘଟିଥିଲା । ଏହା ସହିତ ଡେଭିଡ୍ ଆଲାବା ଓ ଥୋମାସ ମ୍ୟୁଲର୍‍ଙ୍କୁ ବାଏର୍ଣ୍ଣ ଦଳକୁ ଉନ୍ନୀତ ହୋଇ ଆସିଥିଲେ । ୨୦୦୧ ପରଠାରୁ ସମସ୍ତ କ୍ରୀଡ଼ାବର୍ଷରେ ଭଲ ପ୍ରଦର୍ଶନ କରିନଥିବା ବାଏର୍ଣ୍ଣ ଏହା ପରେ ଘରୋଇ ପ୍ରତିଯୋଗିତାରେ ଦ୍ଵିବିଜୟ ହାସଲ କଲା ।<ref>{{cite news|url=http://news.bbc.co.uk/sport2/hi/football/europe/8684950.stm|title=Bayern win Cup to clinch Double|date=15 May 2010|publisher=BBC|access-date=15 May 2010|url-status=live|archive-url=https://web.archive.org/web/20100518141828/http://news.bbc.co.uk/sport2/hi/football/europe/8684950.stm|archive-date=18 May 2010}}</ref> କେବଳ ୨୦୧୦ ୟୁଇଫା ଚାମ୍ପିୟନ୍ସ ଟ୍ରଫିରେ ଦଳ [[ଇଣ୍ଟର ମିଲାନ]]ଠାରୁ ୦-୨ ଗୋଲରେ ପରାସ୍ତ ହୋଇଥିଲା ।<ref>{{cite news|url=http://www.whoscored.com/Matches/404786/Live/Europe-UEFA-Champions-League-2009-2010-Bayern-Munich-Inter|title=Champions League Final 2010 Statistics|publisher=WhoScored.com|url-status=live|archive-url=https://web.archive.org/web/20110304230125/http://www.whoscored.com/Matches/404786/Live/Europe-UEFA-Champions-League-2009-2010-Bayern-Munich-Inter|archive-date=4 March 2011}}</ref> ଏକ ସଫଳ ୨୦୦୯-୧୦ କ୍ରୀଡ଼ାବର୍ଷ ସତ୍ତ୍ଵେ ଲିଗରେ ଭଲ ନ କରିବାରୁ ୨୦୧୧ ଅପ୍ରେଲ ମାସରେ ଭାନ୍ ଗାଲ୍ ପରିଚାଳକ ପଦରୁ ବହିଷ୍କୃତ ହେଲେ । ୨୦୧୧-୧୨ରେ ବାଏର୍ଣ୍ଣ ମାନୁଏଲ୍ ନୟରଙ୍କୁ ନିଜର ଗୋଲକିପର୍ ଭାବେ କିଣି ଅଲିଭର୍ କାଃନ୍‍ଙ୍କ ଶୂନ୍ୟ ସ୍ଥାନ ପୂରଣ କଲା ଓ ଜର୍ମାନୀର ଆଉ ଜଣେ ଫୁଟବଲ ଖେଳାଳୀ ୟେରୋମ୍ ବୋଆଟେଂଗଙ୍କୁ ମଧ୍ୟ ଦଳରେ ସାମିଲ କଲା । ଆଲିଆଞ୍ଜ୍ ଏରିନାରେ ଖେଳାଯାଇଥିବା ୨୦୧୧ ଚାମ୍ପିୟନ୍ସ ଲିଗ ଫାଇନାଲରେ ବାଏର୍ଣ୍ଣ [[ଚେଲସି ଏଫ୍‍ସି]]ଠାରୁ ପେନାଲ୍‌ଟି ପର୍ଯ୍ୟାୟରେ ପରାଜିତ ହୋଇଥିଲା ।
 
୨୦୧୨-୧୩ କ୍ରୀଡ଼ାବର୍ଷ ପାଇଁ ବାଏର୍ଣ୍ଣ ଜାଭି ମାର୍ଟିନେଜଙ୍କୁ ନିଜ ଦଳରେ ନେଇଥିଲା । ସେହି ବର୍ଷ ବାଏର୍ଣ୍ଣ ସମସ୍ତ ଟ୍ରଫି ଜିତି ବୁଣ୍ଡେସଲିଗାରେ ରେକର୍ଡ ସଫଳତା କରିଥିଲା ।<ref>{{cite web | url = http://www.fcbayern.de/en/matches/match-reports/2013/41344.php | title = Records fall as Bayern seal stunning title triumph | access-date = 28 September 2014 | date = 6 April 2013 | url-status=live | archive-url = https://web.archive.org/web/20140928053010/http://www.fcbayern.de/en/matches/match-reports/2013/41344.php | archive-date = 28 September 2014 | df = dmy-all }}</ref> ତ୍ରିବିଜୟୀ ହେବାରେ ବାଏର୍ଣ୍ଣ ପ୍ରଥମ ଜର୍ମାନ କ୍ଲବ୍ ହୋଇଥିଲା । ୨୦୧୩ ମସିହାରେ ବୋରୁସିଆ ଡୋର୍ଟମୁଣ୍ଡକୁ ୨-୧ ଗୋଲରେ ହରାଇ ବାଏର୍ଣ୍ଣ ପୁଣି ୟୁଇଫା ଚାମ୍ପିୟନ୍ସ ଲିଗରେ ବିଜୟ ଲାଭ କଲା ।<ref>{{cite web | url = http://www.uefa.com/uefachampionsleague/season=2013/matches/round=2000351/match=2009612/postmatch/report/ | title = Robben ends Bayern's run of final misery | publisher = UEFA | date = 25 May 2013 | access-date = 28 September 2014 | first = Andrew | last = Haslam | url-status=live | archive-url = https://web.archive.org/web/20141007130556/http://www.uefa.com/uefachampionsleague/season=2013/matches/round=2000351/match=2009612/postmatch/report/ | archive-date = 7 October 2014 | df = dmy-all }}</ref>
ଏହା ପରେ ବାର୍ସେଲୋନା ପିରଶିକ୍ଷକ ରହିଥିବା ପେପ୍ ଗାର୍ଡିଓଲା ବାଏର୍ଣ୍ଣ ମ୍ୟୁନିକର ପରିଚାଳନା ଦାୟିତ୍ତ୍ଵ ନେଲେ । ବାଏର୍ଣ୍ଣ ୨୦୧୩ କ୍ଲବ୍ ବିଶ୍ଵକପ ଓ ୟୁଇଫା ସୁପରକପ ମଧ୍ୟ ଜିତିଥିଲା ।<ref>{{cite web| url =http://www.fcbayern.de/en/matches/match-reports/2013/match-report-cwc-final-bayern-raja-casablanca-211213.php| title =Super Bayern crowned club world champions| url-status=live| archive-url =https://web.archive.org/web/20150212084342/http://www.fcbayern.de/en/matches/match-reports/2013/match-report-cwc-final-bayern-raja-casablanca-211213.php| archive-date =12 February 2015| df =dmy-all}}</ref><ref name="UEFA_1942071">{{cite web | url = http://www.uefa.com/uefasupercup/news/newsid=1942071.html | title = Bayern tackle Chelsea in Prague Super Cup | publisher = UEFA | date = 26 May 2013 | access-date = 13 June 2013 | url-status=live | archive-url = https://web.archive.org/web/20130610140724/http://www.uefa.com/uefasupercup/news/newsid=1942071.html | archive-date = 10 June 2013 | df = dmy-all }}</ref> ୨୦୧୩-୧୪ର ଚାମ୍ପିୟନ୍ସ ଲିଗ ସେମି-ଫାଇନାଲରେ ବାଏର୍ଣ୍ଣ ଦଳ [[ରିଆଲ ମାଦ୍ରିଦ]]ଠାରୁ ପରାସ୍ତ ହୋଇଥିଲା । ୨୦୧୪ ମସିହାରେ ବାଏର୍ଣ୍ଣର ଅଧ୍ୟକ୍ଷ ଉଲି ହୋନେସଙ୍କୁ କରଖିଲାପି ଦୋଷରେ ୩.୫ ବର୍ଷର କାରାଦଣ୍ଡାଦେଶ ହେବାପରେ ସେ କ୍ଲବ୍ ଅଧ୍ୟକ୍ଷତାରୁ ଇସ୍ତଫା ଦେଇଥିଲେ । ୨୦୧୪-୧୫, ୨୦୧୫-୧୬ କ୍ରୀଡ଼ାବର୍ଷ ବେଳକୁ ବାଏର୍ଣ୍ଣ ଦଳକୁ ରବର୍ଟ୍ ଲେୱାଣ୍ଡୋସ୍କି, ଜାବି ଆଲୋନ୍ସୋ ଆସିଥିଲେ ଏବଂ ଟୋନି କ୍ରୂସ୍, ବାଷ୍ଟିଆନ ଶ୍ଵାଇନ୍‍ଷ୍ଟାଇଗର, କ୍ଲୌଡ଼ିଓ ପିଜାରୋ ଦଳ ଛାଡ଼ିଥିଲେ । ଏହାର କିଛି ସମୟ ପରେ ଗାର୍ଡିଓଲା ବାଏର୍ଣ୍ଣରୁ ବାହାରି ଯାଇଥିଲେ ଏବଂ କାର୍ଲୋ ଆନ୍ସେଲୋଟି ଦଳର ପରିଚାଳକ ହେଲେ ।<ref>{{cite news | url = http://www.skysports.com/football/news/11890/10105921/bayern-munich-confirm-carlo-ancelotti-will-replace-pep-guardiola | title = Bayern Munich confirm Carlo Ancelotti will replace Pep Guardiola | date = 20 December 2015 | work = Sky Sports | url-status=live | archive-url = https://web.archive.org/web/20160524174457/http://www.skysports.com/football/news/11890/10105921/bayern-munich-confirm-carlo-ancelotti-will-replace-pep-guardiola | archive-date = 24 May 2016}}</ref> ଆନ୍ସେଲୋଟିଙ୍କ ପରିଚାଳିତ ବାଏର୍ଣ୍ଣ ଦଳ ମାଟ୍ସ ହମ୍ମେଲ୍ସଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିଥିଲା ଓ ୨୦୧୬-୧୭ ବୁଣ୍ଡେସଲିଗା ଟ୍ରଫି ଜିତିଥିଲା ।<ref>{{cite news|url=http://www.espnfc.com/german-bundesliga/story/3115208/bayern-munich-seal-bundesliga-title-as-leipzig-and-dortmund-draw|title=Bayern Munich seal Bundesliga title as Leipzig and Dortmund draw | date = 29 April 2017 | work = ESPN FC | url-status=live | archive-url = https://web.archive.org/web/20170508192946/http://www.espnfc.com/german-bundesliga/story/3115208/bayern-munich-seal-bundesliga-title-as-leipzig-and-dortmund-draw|archive-date=8 May 2017}}</ref> ପରେ ଦଳକୁ ହାମେସ୍ ରୋଡ୍ରିଗେଜ୍ ଆସିଲେ କିନ୍ତୁ ଫିଲିପ୍ ଲାମ୍ ଓ ଜାବି ଆଲୋନ୍ସୋ ଅବସର ନେଲେ । ଅନେକ ଖେଳାଳୀ ଏହି ସମୟରେ ବାଏର୍ଣ୍ଣ ଦଳରୁ ବାହାରି ଯାଇଥିଲେ । ୨୦୧୭-୧୮ ଚାମ୍ପିୟନ୍ସ ଲିଗରେ ପ୍ୟାରିସ୍ ସେଣ୍ଟ୍ ଜର୍ମେନ୍‍ଠାରୁ ୦-୩ ଗୋଲରେ ପରାଜିତ ହେବା ପରେ ଆନ୍ସେଲୋଟିଙ୍କୁ ବାଏର୍ଣ୍ଣ ପରିଚାଳନା ଦାୟିତ୍ତ୍ଵରୁ ନିବୃତ୍ତି ଦିଆଗଲା ।<ref name="ancelotti sacked">{{cite news |url=https://fcbayern.com/en/news/2017/09/press-release-bayern-and-ancelotti-part-company |title=FC Bayern part company with Carlo Ancelotti |website=fcbayern.com |date=28 September 2017 |access-date=28 September 2017 |url-status=live |archive-url=https://web.archive.org/web/20170928193602/https://fcbayern.com/en/news/2017/09/press-release-bayern-and-ancelotti-part-company |archive-date=28 September 2017 }}</ref>
 
==କିଟ୍ ଓ ପୋଷାକ==