"ବାଏର୍ଣ୍ଣ ମ୍ୟୁନିକ୍ ଫୁଟବଲ କ୍ଲବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୭୧ କ ଧାଡ଼ି:
 
୧୯୬୩ ମସିହାରେ ଓବେରଲିଗା ସବୁ ମିଶାଇ ବୁଣ୍ଡେସଲିଗା ଆରମ୍ଭ ହେଲା । ଦକ୍ଷିଣ ଓବେରଲିଗାରୁ ୫ଟି ଦଳ ଯୋଗ୍ୟତା ପାଇବା ନିଶ୍ଚୟ କରାଗଲା । ଗତ ୧୨ ବର୍ଷର ରେକର୍ଡ ଅନୁସାରେ ବାଏର୍ଣ୍ଣ ଷଷ୍ଠ ଦଳ ହୋଇଯିବାରୁ ଏହା ମନୋନୀତ ହେଲାନାହିଁ । କଟା ଘାରେ ଚୂନ ଦେଲା ପରି ଟିଏସ୍‍ଭି ୧୮୬୦ ମ୍ୟୁନିକ ପ୍ରତିଯୋଗିତା ଜିତିଥିଲା ।<ref>Hardy Grüne, Christian Karn: Das große Buch der deutschen Fußballvereine. AGON Sportverlag, Kassel 2009, p. 364, 414.</ref><ref name="nobl"/>
 
==ସୁବର୍ଣ୍ଣ ଯୁଗ (୧୯୬୫-୧୯୭୯)===
[[File:Gerd Müller c1973.jpg|thumb|left|upright|ଗେର୍ଡ୍ ମ୍ୟୁଲର୍]]
[[File:Beckenbauer perfumo buenos aires.jpg|thumb|୧୯୭୦ ମସିହାରେ [[ଆର୍ଜେଣ୍ଟିନା]] ଜାତୀୟ ଦଳ ସହିତ ଏକ ବନ୍ଧୁତାମୂଳକ ମ୍ୟାଚ ପୂର୍ବରୁ ଫ୍ରାଞ୍ଜ୍ ବେକେନବାଉଅର ଓ ରୋବେର୍ତ୍ତୋ ପରଫୁମୋ]]
ବାଏର୍ଣ୍ଣ ଦଳ ୧୯୬୫-୬୬ କ୍ରୀଡ଼ାବର୍ଷରେ ପ୍ରଥମ ଥର ପାଇଁ ବୁଣ୍ଡେସଲିଗା ଖେଳିଲା ଓ ଲିଗରେ ତୃତୀୟ ସ୍ଥାନରେ ରହିଥିଲା । ସେ ବର୍ଷର ଡିଏଫ୍‍ବି ପୋକାଲ ପ୍ରତିଯୋଗିତାରେ ବାଏର୍ଣ୍ଣ ବିଜୟ ହାସଲ କରି ୧୯୬୬-୬୭ କ୍ରୀଡ଼ାବର୍ଷର ୟୁରୋପୀୟ କପ ୱିନର୍ସ କପ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କଲା । ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ବାଏର୍ଣ୍ଣ ରେଞ୍ଜର୍ସ ଏଫ୍‍ସି ବିରୁଦ୍ଧରେ ନାଟକୀୟ ଭାବେ ୧-୦ ଗୋଲରେ ବିଜୟୀ ହୋଇଥିଲା । ଅତିରିକ୍ତ ସମୟରେ ଫ୍ରାଞ୍ଜ୍ ରୋଥ୍ ବାଏର୍ଣ୍ଣ ପକ୍ଷରୁ ନିର୍ଣ୍ଣାୟକ ଗୋଲ କରିଥିଲେ ।<ref name = "bayernhistory4667" /> ୧୯୬୭ ମସିହାରେ ବାଏର୍ଣ୍ଣ ଡିଏଫ୍‍ବି ପୋକାଲରେ ପୁଣି ବିଜେତା ହୋଇଥିଲା । ଏହି ସମୟରେ ବ୍ରାଙ୍କୋ ଜେବେକ ବାଏର୍ଣ୍ଣ ଦଳର ପ୍ରଶିକ୍ଷକ ହୋଇଥିଲେ । ଦଳର ଆକ୍ରମଣାତ୍ମକ ଶୈଳୀରେ ପରିବର୍ତ୍ତନ କରି ସେ ଖେଳରେ ଅଧିକ ଅନୁଶାସନ ଆଣିବାର ଚେଷ୍ଟା କରିଥିଲେ । ଫଳ ସ୍ଵରୂପ ବାଏର୍ଣ୍ଣ ଦଳ ୧୯୬୮-୬୯ କ୍ରୀଡ଼ାବର୍ଷରେ ପ୍ରଥମ ଥର ପାଇଁ ବୁଣ୍ଡେସଲିଗା ଓ ଡିଏଫ୍‍ବି ପୋକାଲରେ ବିଜୟୀ ହୋଇଥିଲା । ବାଏର୍ଣ୍ଣ ବ୍ୟତୀତ ବୋରୁସିଆ ଡୋର୍ଟମୁଣ୍ଡ, [[ଏଫ୍‍ସି କୋଲ୍‍ନ୍]] ଓ [[ୱେର୍ଡର୍ ବ୍ରେମେନ୍]] ଜର୍ମାନ କ୍ଲବ୍‍ମାନେ ଗୋଟିଏ କ୍ରୀଡ଼ାବର୍ଷରେ ଉଭୟ ପ୍ରତିଯୋଗିତା ଜିତିବାର ଗୌରବ ଲାଭ କରିଛନ୍ତି । ୧୯୬୮-୬୯ କ୍ରୀଡ଼ାବର୍ଷରେ ଜେବେକ କେବଳ ୧୩ ଜଣ ଖେଳାଳୀଙ୍କୁ ବ୍ୟବହାର କରିଥିଲେ ।<ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 155–158 | isbn = 3-89533-426-X}}</ref>
 
୧୯୭୦ ମସିହାରେ ଉଡୋ ଲାଟ୍ଟେକ ବାଏର୍ଣ୍ଣ ଦଳର ଦାୟିତ୍ତ୍ଵ ନେଇଥିଲେ । ତାଙ୍କ ପ୍ରଥମ କ୍ରୀଡ଼ାବର୍ଷ ୧୯୭୦-୭୧ରେ ଡିଏଫ୍‍ବି ପୋକାଲ ଜିତିବା ପରେ ୧୯୭୧-୭୨ କ୍ରୀଡ଼ାବର୍ଷରେ ବାଏର୍ଣ୍ଣ ଦଳ ତୃତୀୟ ଥର ପାଇଁ ବୁଣ୍ଡେସଲିଗା ଜିତିଥିଲା । ଏଫ୍‍ସି ଶାଲକେ ବିରୁଦ୍ଧରେ ୧୯୭୧-୭୨ କ୍ରୀଡ଼ାବର୍ଷର ଶେଷ ମ୍ୟାଚଟି ସେତେବେଳେ ନୂତନ ଭାବେ ନିର୍ମିତ ଓଲିମ୍ପାଷ୍ଟାଡିୟୋନରେ ଖେଳା ଯାଇଥିଲା ଓ ବୁଣ୍ଡେସଲିଗା ଇତିହାସରେ ପ୍ରଥମ ଥର ପାଇଁ ଏହି ମ୍ୟାଚର ସିଧା ପ୍ରସାରଣ କରାଯାଇଥିଲା । ବାଏର୍ଣ୍ଣ ଶାଲକେ ଦଳକୁ ୫-୧ ଗୋଲରେ ପରାସ୍ତ କରି ବୁଣ୍ଡେସଲିଗାରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲା ।<ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 165–171 | isbn = 3-89533-426-X}}</ref> ଏହା ପରେ ବାଏର୍ଣ୍ଣ ଆଉ ଦୁଇଟି ଚାମ୍ପିୟନ୍‍ସିପ୍ ଜିତିବାରେ ସଫଳ ହେଲା । କିନ୍ତୁ ୧୯୭୪ ମସିହାରେ ୟୁରୋପୀୟ କପ ଫାଇନାଲରେ [[ଆଥଲେଟିକୋ ମାଦ୍ରିଦ]]କୁ ୪-୦ ଗୋଲରେ ହରାଇ ବାଏର୍ଣ୍ଣ ଦଳ ସେ ସମୟର ସଫଳତାର ଶୀର୍ଷରେ ପହଞ୍ଚି ଯାଇଥିଲା ।<ref name="bayernhistory6876">{{cite web | title = 1966 bis 1979: Goldene Jahre | trans-title = 1966 to 1979: Golden Years | publisher = FC Bayern Erlebniswelt | access-date = 28 September 2014 | url = http://fcb-erlebniswelt.de/de/historie/meilensteine-ab-1900/1966-1979/index.php | language = de | url-status=live | archive-url = https://web.archive.org/web/20141028114812/http://fcb-erlebniswelt.de/de/historie/meilensteine-ab-1900/1966-1979/index.php | archive-date = 28 October 2014 | df = dmy-all }}</ref> ଏହି ବିଜୟ ଓ ଅନ୍ୟ ପ୍ରତିଯୋଗିତାମାନଙ୍କରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବାଏର୍ଣ୍ଣ ଦଳ ଏକ ଅନ୍ତର୍ଜାତୀୟ ଫୁଟବଲ କ୍ଲବ୍ ଦଳ ରୂପେ ବିବେଚିତ ହେବାକୁ ଲାଗିଲା ।
 
[[File:Bundesarchiv Bild 183-N1108-304, Fußball-Europapokalspiel, Magdeburg - München.jpg|thumb|right|ବାଏର୍ଣ୍ଣ ବନାମ ଏଫ୍‍ସି ମାଗଦେବର୍ଗ ମ୍ୟାଚ୍ (୧୯୭୪)]]
ଆଗାମୀ ବର୍ଷମାନଙ୍କରେ ଯଦିଓ ଆଞ୍ଚଳିକ ସ୍ତରରେ ବାଏର୍ଣ୍ଣ ବିଶେଷ ଭଲ ଖେଳି ନଥିଲା କିନ୍ତୁ ତଥାପି ନିଜର ୟୁରୋପୀୟ ଟାଇଟଲ୍‍କୁ ଲିଡ୍‍ସ୍ ୟୁନାଇଟେଡ୍ ଏଫ୍‍ସି ବିରୁଦ୍ଧରେ ୧୯୭୫ ମସିହାରେ ବଜାୟ ରଖିବାରେ ସମର୍ଥ ହେଲା । ବାଏର୍ଣ୍ଣ ପ୍ରଶିକ୍ଷକ ଏହାକୁ ସୌଭାଗ୍ୟବଶତଃ ବିଜୟ ଲାଭ କରିବା କଥା କହିବା ବେଳେ ଲିଡ୍‍ସ୍ ଦଳର ଲୋକପ୍ରିୟ ମିଡ୍‍ଫିଲ୍‍ଡର୍ ବିଲି ବ୍ରେମ୍ନର୍ ମ୍ୟାଚର ଫରାସୀ ରେଫରିଙ୍କ ପ୍ରତି ଦୋଷାରୋପ କରିଥିଲେ । ତା’ ପରେ ଲିଡ୍‍ସ୍‍ର ସମର୍ଥକ ମାନେ ପ୍ୟାରିସ ସହରରେ ଦଙ୍ଗା କରିଥିଲେ ଓ ଏହି କାରଣରୁ ଲିଡ୍‍ସ୍ ଫୁଟବଲ ଦଳ ଉପରେ ୩ ବର୍ଷ ପାଇଁ ୟୁରୋପୀୟ ଫୁଟବଲ ପ୍ରତିଯୋଗିତାରେ ଖେଳିବାରୁ ରହିତାଦେଶ କରାଗଲା ।<ref name="Unlucky match for Leeds">{{cite news | url = http://news.bbc.co.uk/2/hi/special_report/1999/05/99/uniteds_euro_showdown/347144.stm | title = Unlucky Paris match for Leeds | date = 19 May 1999 |work=BBC Sport | access-date = 29 March 2012 | url-status=live | archive-url = https://web.archive.org/web/20130615124716/http://news.bbc.co.uk/2/hi/special_report/1999/05/99/uniteds_euro_showdown/347144.stm | archive-date = 15 June 2013 | df = dmy-all }}</ref> ୧୯୭୬ ୟୁରୋପୀୟ ଲିଗରେ ବାଏର୍ଣ୍ଣ ଦଳ ଗ୍ଲାସଗୋରେ ସେଣ୍ଟ୍-ଏଟିଏନ୍ନେ ଦଳକୁ ପରାସ୍ତ କରି ପୁଣି ୟୁରୋପୀୟ କପରେ ବିଜୟ ହାସଲ କଲା ଓ କ୍ରମାଗତ ତିନି ବର୍ଷ ଏହି ପ୍ରତିଯୋଗିତା ଜିତିଲା । ଏହି ସମୟରେ ବାଏର୍ଣ୍ଣ ଅନ୍ତଃ-ମହାଦେଶୀୟ କପରେ ବ୍ରାଜିଲୀୟ କ୍ଲବ୍ କ୍ରୁଜିଏରୋକୁ ହରାଇ ଟ୍ରଫି ଜିତିଥିଲେ ।<ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 190–198 | isbn = 3-89533-426-X}}</ref> ଏହା ପରେ ବାଏର୍ଣ୍ଣ କୌଣସି ବୃହତ ବିଜୟ ହାସଲ କରିପାରିନଥିଲା ଓ ଦଳର ଖେଳାଳୀ ତଥା ପରିଚାଳକ ଅଦଳବଦଳ ହୋଇଥିଲେ ।<ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 214–226 | isbn = 3-89533-426-X}}</ref> ସେ ସମୟରେ “ଅତି ନାଟକୀୟ ଭାବେ ଶେଷ ମୁହୂର୍ତ୍ତରେ ବିଜୟ ଲାଭ କରିବା”କୁ ଈର୍ଷ୍ୟା ବା କଟାକ୍ଷ ଅର୍ଥରେ ଦର୍ଶାଇବା ପାଇଁ ''ବାଏର୍ଣ୍ଣଡୁସେଲ'' (ଅର୍ଥାତ୍ ବାଏର୍ଣ୍ଣ ସୌଭାଗ୍ୟ) ବୋଲି ଏକ ଜର୍ମାନ ଶବ୍ଦର ପ୍ରଚଳନ ମଧ୍ୟ କରାଯାଇଥିଲା ।
 
==ଖେଳ ସାହିତ୍ୟରେ ବାଏର୍ଣ୍ଣ==