"ଗାନ୍ଧାରୀ (ମହାଭାରତ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୫ କ ଧାଡ଼ି:
ଗାନ୍ଧାରୀ, ଗାନ୍ଧାର ଦେଶର ରାଜା ସୁବଳଙ୍କ କନ୍ୟା । ଜଣେ ଝିଅ ଭାବେ ଗାନ୍ଧାରୀ ତାଙ୍କର ଧର୍ମ ଏବଂ ଗୁଣବତ୍ତା ପାଇଁ ଜଣାଶୁଣା ଥିଲେ । ସେ [[ଶକୁନି (ମହାଭାରତ)|ଶକୁନି]]<nowiki></nowiki>ଙ୍କ ଭଉଣୀ ଥିଲେ ।
 
ବିବାହ ପୂର୍ବରୁ ସେ ଭଗବାନ ଶିବଙ୍କୁ କଠୋର ତପ ଦ୍ଵାରାତପଦ୍ଵାରା ସନ୍ତୁଷ୍ଟ କରି ଏକଶତ ପୁତ୍ରର ଜନନୀ ହେବା ବର ପ୍ରାପ୍ତ ହୋଇଥିଲେ । ତେବେ, ଗାନ୍ଧାରୀଙ୍କର ଏଭଳି ବର ଲାଭ କରିବାର ପ୍ରକୃତ କାରଣ ଜଣା ପଡିନାହିଁ । । ତେବେ ଭୀଷ୍ମ ଗାନ୍ଧାରୀଙ୍କୁ କୁରୁ ରାଜ୍ୟର ବଡ ବୋହୂ ଭାବରେ ବାଛିବାର ଏକ ମୁଖ୍ୟ କାରଣ ହୋଇପାରେ ଯେ ଗାନ୍ଧାରୀଙ୍କ ଏହି ବରପ୍ରାପ୍ତି ଯୋଗୁଁ କୁରୁକୁଳର ସିଂହାସନ ଉତ୍ତରାଧିକାରୀ ବିହୀନ ହୋଇ ଖାଲି ରହିବାର ଚିନ୍ତାରୁ ସେ ମୁକ୍ତ ହୋଇଥିଲେ ।
 
ଗାନ୍ଧାରୀଙ୍କ ବିବାହ କୁରୁ ରାଜ୍ୟର ଜ୍ୟେଷ୍ଠ ରାଜକୁମାର ଧୃତରାଷ୍ଟ୍ରଙ୍କ ସହ ହୋଇଥିଲା । ମହାଭାରତରେ ତାଙ୍କୁ ଏକ ସୁନ୍ଦର ଏବଂ ଗୁଣବତ୍ତା ନାରୀ ଏବଂ ଅତି ଉତ୍ସର୍ଗୀକୃତ ପତ୍ନୀ ଭାବରେ ଚିତ୍ରଣ କରାଯାଇଛି । ଏହି ବିବାହ ଭୀଷ୍ମଙ୍କ ଦ୍ୱାରାଭୀଷ୍ମଙ୍କଦ୍ୱାରା ଆୟୋଜନ କରାଯାଇଥିଲା । ଯେତେବେଳେ ଗାନ୍ଧାରୀ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ଅନ୍ଧ ହୋଇ ଜନ୍ମ ହୋଇଛନ୍ତି, ସେତେବେଳେ ସେ ନିଜ ସ୍ୱାମୀଙ୍କ ଦ୍ଃଖରେ ସମଦୁଃଖୀ ହୋଇ ନିଜ ଆଖିରେ ଅନ୍ଧ ପୁଟୁଳୀ ବାନ୍ଧିଦେବାକୁ ସ୍ଥିର କଲେ । ଗାନ୍ଧାରୀଙ୍କର ଏଭଳି କାର୍ଯ୍ୟକୁ ଏକ ଉତ୍ସର୍ଗୀକୃତ ସ୍ତ୍ରୀର ପ୍ରେମର ସଙ୍କେତ ଭାବେ ଚିତ୍ରଣ କରାଯାଇଛି । ଅପରପକ୍ଷେ, [[ଇରାବତୀ କର୍ବେ]] ତଥା ବହୁ ଆଧୁନିକ ବିଜ୍ଞ ଲେଖକମାନେ ଯୁକ୍ତିଛଳରେ ଦର୍ଶାଇଛନ୍ତି ଯେ ଏହା ହେଉଛି ଭୀଷ୍ମଙ୍କ ପର୍ତି ଗାନ୍ଧାରୀଙ୍କ ବିରୋଧର ଏକ ସଂକେତ, କାରଣ ସେ ତାଙ୍କ ପିତାଙ୍କୁ ହସ୍ତିନାପୁରର ଅନ୍ଧ ରାଜକୁମାରଙ୍କୁ ବିବାହ ବନ୍ଧନରେ ବାନ୍ଧିଦେବାକୁ ବାଧ୍ୟ କରିଥିଲେ ।<ref>[[Irawati Karve]], [[:en:Yuganta: The End of an Epoch]], Chapter:3</ref>
 
ମହାଭାରତ କଥାବସ୍ତୁରେ ଗାନ୍ଧାରୀଙ୍କ ବିବାହକୁ କାହାଣୀର ମୂଳ ବିବାଦର ଏକ ପ୍ରମୁଖ କାରଣ ଭାବରେ ଚିତ୍ରଣ କରାଯାଇଛି । ତାଙ୍କ ଭାଇ ଶକୁନି ଏଥିରେ ରାଗି ଯାଇଥିଲେ ଯେ ହସ୍ତିନାପୁର ସହ ଏକ ଯୁଦ୍ଧରେ ଗାନ୍ଧାର ନରେଶଙ୍କୁ ଅପମାନିତ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଶକୁନିଙ୍କର ସମସ୍ତ ଭାଇଙ୍କୁ ହତ୍ୟା କରାଯାଇଥିଲା । ଏଭଳି କ୍ଷେତ୍ରରେ ଶକୁନି ତାଙ୍କର ସ୍ନେହର ଭଉଣୀକୁ ଏକ ଅନ୍ଧ ଲୋକ ସହ ବିବାହ କରାଇଦେବାକୁ ଚାହୁଁ ନ ଥିଲେ । ତେଣୁ ଏଭଳି ଅନିଚ୍ଛାକୃତ ବିବାହରେ ଶକୁନି ଭୀଷଣ ଅପମାନିତ ବୋଧ କରି କୁରୁ ରାଜବଂଶକୁ ଧ୍ୱଂସ କରିବାକୁ ଶପଥ କରିଥିଲେ ଏବଂ କୁରୁ ସମ୍ପର୍କୀୟମାନଙ୍କ ମଧ୍ୟରେ ବିବାଦର ନିଆଁକୁ ଜାଳିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।<ref name="sacredtexts">{{cite web |title=The Mahabharata, Book 1: Adi Parva: Sambhava Parva: Section CX |url=https://www.sacred-texts.com/hin/m01/m01111.htm |website=www.sacred-texts.com |accessdate=12 December 2020}}</ref>
 
ଜ୍ୟେଷ୍ଠପୁତ୍ର ହୋଇଥିଲେ ହେଁ ତାଙ୍କ ନେତ୍ରହୀନତା କାରଣରୁ ଗାନ୍ଧାରୀଙ୍କ ସ୍ୱାମୀ ଧୃତରାଷ୍ଟ୍ର ସିଂହାସନରୁ ବଞ୍ଚିତ ହୋଇଥିଲେ । ସିଂହାସନ ଧୃତରାଷ୍ଟ୍ରର ସାନଭାଇ ପାଣ୍ଡୁଙ୍କ ନିକଟକୁ ଯାଇଥାଏ । କିନ୍ଦମ ଋଷିଙ୍କ ଦ୍ୱାରାଋଷିଙ୍କଦ୍ୱାରା ଅଭିଶାପ ପାଇବା ପରେ ପାଣ୍ଡୁ ଅନୁତାପ କରିବାକୁ ରାଜ୍ୟ ତ୍ୟାଗ ପୂର୍ବକ ବନ ଗମନ କରିଥିଲେ । ଏହା ପରେ ତାଙ୍କ ସ୍ୱାମୀ ହସ୍ତିନାପୁରର ରାଜା ହେଲେ ଏବଂ ସେ ରାଣୀ ହେଲେ ।
 
== ଶେଷ ଜୀବନ ଓ ମୃତ୍ୟୁ ==